ବଢ଼ିଲା ଇମ୍ରାନ ଖାନଙ୍କ ଅଡ଼ୁଆ : ୫ ବର୍ଷ ନିର୍ବାଚନ ଲଢ଼ିପାରିବେନି ପିଟିଆଇ ମୁଖ୍ୟ; ନିର୍ଦ୍ଦେଶ ଦେଲେ ପାକିସ୍ତାନ ନିର୍ବାଚନ କମିଶନ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଇମ୍ରାନ ୫ ବର୍ଷ ଯାଏଁ ଲଢ଼ିପାରିବେନି । ଏନେଇ ଘୋଷଣା କରିଛି ପାକିସ୍ତାନ ନିର୍ବାଚନ କମିଶନ । ତୋଷଖାନା ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଇମ୍ରାନ । ଏହାପରେ ୫ ବର୍ଷ ନିର୍ବାଚନ ଲଢ଼ି ପାରିବେନି ଏହି ନିର୍ଦ୍ଦେଶ ତାଙ୍କ ପାଇଁ ବଡ଼ ଝଟକା ହୋଇଛି । ଖୁବଶୀଘ୍ର ପାକିସ୍ତନରେ ଶେହବାଜ ସରିଫ ସରକାରର କାର୍ଯ୍ୟକାଳ ସରୁଛି । ଏହାପରେ ଦେଶରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ପାକିସ୍ତାନରେ ଇମ୍ରାନ ହିଁ ଏବେ ମୁଖ୍ୟ ବିରୋଧୀ ନେତା ଓ ତାଙ୍କ ଦଳ ପିଟିଆଇ ହିଁ ମୁଖ୍ୟ ବିରୋଧୀ ପାର୍ଟି । ପୂର୍ବରୁ ମଧ୍ୟ ଇମ୍ରାନ ଖାନ ତୋଷଖାନା ମାମଲାରେ ଗିରଫ ହୋଇଥିଲେ । ଆଉ ଏହା ପରେ ତାଙ୍କ ସମର୍ଥକମାନେ ସାରା ଦେଶରେ ହଙ୍ଗାମା କରିଥିଲେ । ବିଭିନ୍ନ ସହରରେ ଜଳାପୋଡ଼ା ଓ ହିଂସାକାଣ୍ଡ କରିଥିଲେ ଇମ୍ରାନ ସମର୍ଥକ । ଏପରିକି ପାକିସ୍ତାନର ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ସେନା ବି ଆକ୍ରମଣରୁ ବାଦ ପଡ଼ି ନଥିଲ।। ବହୁ ବରିଷ୍ଠ ସେନା ଅଧିକାରୀଙ୍କ ଘର ଉପରକୁ ଆକ୍ରମଣ କରିଥିଲେ ପିଟିଆଇ କର୍ମୀ । ଏ ନେଇ ଏବେ ତଦନ୍ତ ଚାଲିଛି ।

The post ବଢ଼ିଲା ଇମ୍ରାନ ଖାନଙ୍କ ଅଡ଼ୁଆ : ୫ ବର୍ଷ ନିର୍ବାଚନ ଲଢ଼ିପାରିବେନି ପିଟିଆଇ ମୁଖ୍ୟ; ନିର୍ଦ୍ଦେଶ ଦେଲେ ପାକିସ୍ତାନ ନିର୍ବାଚନ କମିଶନ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started