
କନକ ବ୍ୟୁରୋ: ୨୦୦୮ ମସିହାର କଥା । ମହାରାଷ୍ଟ୍ର, ବିଦଭ୍ର ଅଞ୍ଚଳର କଳାବତୀ ବାନ୍ଦୁରକରଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ । ଋଣରେ ବୁଡି କଳାବତୀଙ୍କ ସ୍ୱାମୀ ଆତ୍ମହତ୍ୟା କରିବା ପରେ ପରିବାର ଉପରେ ମାଡିଆସିଥିଲା ଦୁଃଖର ପାହାଡ । ୭ ଝିଅ ଓ ୨ ପୁଅଙ୍କ ମଧ୍ୟରୁ ତିନି ଝିଅଙ୍କ ବିବାହ ହୋଇସାରିଥିଲା । ଆଉ ଚତୁର୍ଥ ଝିଅର ବାହାଘର ହେବାର ଥିଲା । ଏହି ସମୟରେ ଋଣରେ ବୁଡି କଳାବତୀଙ୍କ ଅବସ୍ଥା ଦୟନୀୟ ହୋଇପଡିଥିଲା । ପରିବାର ଚଳାଇବାକୁ ଅନ୍ୟର କ୍ଷେତରେ କାମ କରୁଥିଲେ ସେ । ଦୁଃଖୀ ପରିବାର ସହ ବସି ଏକାଠି ଖାଇବା ପରେ ସଂସଦରେ ଗରିବ ମା’ର ଦୁଃଖ କଥା ବଖାଣିଥିଲେ ସାଂସଦ ରାହୁଲ ଗାନ୍ଧୀ ।
ବୁଧବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେହି କଳାବତୀ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି, ଯେଉଁ ନିରାଶ୍ରୟ ମହିଳାଙ୍କ ଉଦାହରଣ ଦେଇଥିଲେ ରାହୁଲ ଗାନ୍ଧୀ, ସେହି କଳାବତୀଙ୍କ ପାଇଁ କଣ କରିଥିଲେ କଂଗ୍ରେସ ସରକାର?
ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ ପରେ ଜାତୀୟ ଗଣମାଧ୍ୟମରେ କଳାବତୀଙ୍କୁ ନେଇ ଜୋରଦାର ଚର୍ଚ୍ଚା । ରାହୁଲ ଗାନ୍ଧୀଙ୍କ ଗସ୍ତ ପରେ ନିଜେ କଳାବତୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।
କ’ଣ କହିଥିଲେ କଳାବତୀ?
– ରାହୁଲ ଭେଟିବା ସମୟରେ ୩ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ
– ଶୁଲଭ ଇଂଟରନ୍ୟାସନାଲ ନାମକ ଏନଜିଓରୁ ମିଳିଲା ୩୦ଲକ୍ଷ ଟଙ୍କା
– ଯାହା ବ୍ୟାଙ୍କ ଖାତାରେ ଜମା ଅଛି ଓ ସୁଧ ବାବଦକୁ ମାସକୁ ୨୫ ହଜାର ମିଳୁଛି
– ଏହି ଟଙ୍କାରେ ପିଲାଙ୍କୁ ପାଠ ପଢାଇବା ସହ ପରିବାର ଚଳାଉଛି
– ପ୍ରଥମେ ଝାଟି ମାଟିର ଘର ଥିଲା ଏବେ କୋଠା ଘର ତୋଳି ପାରିଛି
– ଘରେ ବସି ରହିବାକୁ ଭଲ ଲାଗେ ନାହିଁ, ତେଣୁ ଏବେ ବି କ୍ଷେତରେ କାମ କରୁଛି
The post ଚର୍ଚ୍ଚାରେ ‘କଳାବତୀ’ଙ୍କ କାହାଣୀ। ନିରାଶ୍ରୟ ମହିଳାଙ୍କ ଦୁଃଖ ଦୂର କଲା କିଏ? first appeared on Kanak News.
from Kanak News
via <a href="https://ifttt.com/?