ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କୁ ନିୟୋଜିତ କଲେ କାର୍ଯ୍ୟାନୁଷ୍ଠାନ ଧମକ

କନକ ବ୍ୟୁରୋ: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା । ଆକ୍ସନ ମୋଡରେ ଅବକାରୀ ବିଭାଗ ।  ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ କାର୍ଯ୍ୟରେ ଲଗାଇଲେ ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ଭୁବନେଶ୍ୱରରେ ଥିବା ସମସ୍ତ  ଡାନ୍ସ ବାରରେ ଆତର୍କିତ ଚଢାଉ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡ ପ୍ରଦୀପ ପଟ୍ଟନାୟକ ।

ଏଥିପାଇଁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି ।  ଏବେ ରାଜଧାନୀରେ ୧୮ ବାରରେ ୨୧୬ ଜଣ ମହିଳା କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ବାରରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା କର୍ମଚାରୀଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଉକ୍ତ ଡାନ୍ସ ବାର ବନ୍ଦ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ ।

The post ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କୁ ନିୟୋଜିତ କଲେ କାର୍ଯ୍ୟାନୁଷ୍ଠାନ ଧମକ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started