
କନକ ବ୍ୟୁରୋ : ଏଣିକି ନିଜ ଶତ୍ରୁକୁ ଆହୁରି କଡ଼ା ଜବାବ ଦେବ ଭାରତ । ଭାରତୀୟ ବାୟୁସେନାର ଶ୍ରୀନଗର ଏୟାରବେସରେ ମିଗ-୨୯ ଫାଇଟର ଜେଟର ସ୍କ୍ୱାଡ଼୍ରନ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗ କରି ପ୍ରସ୍ତୁତ କରାଯାଇଥିବା ଏହି ମିଗ୍-୨୯ ଫାଇଟର ଜେଟ ଏବେ ପାକିସ୍ତାନ ଓ ଚୀନ ସୀମାରେ ନଜର ରଖିବେ । ଏହି ଯୁଦ୍ଧ ବିମାନକୁ ଡ଼ିଫେଣ୍ଡର ଅଫ ଦ ନର୍ଥ କୁହାଯାଉଥିବାବେଳେ ଏହା ପୁରାତନ ସ୍କ୍ୱାଡ଼୍ରନ ମିଗ-୨୧ ଫାଇଟର ଜେଟର ସ୍ଥାନ ନେବ । ତେବେ ପାକିସ୍ତାନ ଓ ଚୀନ ପାଶ୍ୱର୍ରୁ ବିପଦ ଆଶଙ୍କା କରାଯାଇ ଏହାକୁ ନିୟୋଜିତ କରାଯାଇଛି । ଶ୍ରୀନଗର ଏୟାରବେସ ଚୀନ ଓ ପାକିସ୍ତାନ ସୀମାର ନିକଟତର ହୋଇଥିବାରୁ ଏଠାରେ ମିଗ୍-୨୯ ମୁତୟନ କରାଯାଇଛି । ଏହା ଏବେ ଚୀନ ଏବଂ ପାକିସ୍ତାନରୁ ଆସୁଥିବା ସଙ୍କଟକୁ ଦୃଢ଼ ଜବାବ ଦେବ ।
ଶତ୍ରୁଙ୍କୁ ଜଗିବ ମିଗ୍-୨୯
– ଶ୍ରୀନଗର ଏୟାରବେସ୍ ଠାରେ ନିୟୋଜିତ ହୋଇଛି ମିଗ-୨୯ ଯୁଦ୍ଧ ବିମାନ
-ଏହା ଅତ୍ୟାଧୁନିକ ଜ୍ଞାନକୈାଶଳରେ ପ୍ରସ୍ତୁତ
– ଏଥିରେ ଅଛି ଏୟାର-ଟୁ-ଏୟାର ମିସାଇଲ , ନାଇଟ୍ ଭିଜନ ସମେତ ବହୁ ଅତ୍ୟାଧୁନିକ ସୁବିଧା
-ଯୁଦ୍ଧ ସମୟରେ ଏହା ଶତ୍ରୁ ଦେଶର ଲଢ଼ୁଆ ବିମାନକୁ ଅକାମି କରିବାର କ୍ଷମତା ରଖିଛି
– ମିଗ୍-୨୯ ନିୟୋଜନ ଯୋଗୁ ଜମ୍ମୁକଶ୍କୀର ସୁରକ୍ଷା ବୃଦ୍ଧି
– ପାକିସ୍ତାନ ଓ ଚୀନକୁ ଏହା ଦେବ କଡ଼ା ଟକ୍କର
– ୨୦୧୯ ସର୍ଜିକାଲ ଷ୍ଟ୍ରାଇକ ସମୟରେ ଏହାର ବ୍ୟବହାର ହୋଇଥିଲା
– ପାକିସ୍ତାନର ବାୟୁସେନାର ଆକ୍ରମଣକୁ କଡ଼ା ଜବାବ ଦେଇଥିଲା ମିଗ୍-୨୯
– କାର୍ଗିଲ ଯୁଦ୍ଧରେ ମଧ୍ୟ ଏହାକୁ ନିୟୋଜିତ କରାଯାଇଥିଲା
-ଏଲଏସି ଠାରେ କରିଥିଲା ଚୀନ ସହ ମୁକାବିଲା
ବାୟୁସେନା ପାଇଲଟ୍ ସ୍କ୍ୱାଡ଼୍ରନ ଲିଡ଼ର ବିପୁଲ ଶର୍ମା କହିଛନ୍ତି , ଶ୍ରୀନଗର କଶ୍ମୀର ଉପତ୍ୟକାର ମଧ୍ୟ ଭାଗରେ ରହିଛି । ଏହାର ଚାରିପାଖେ ସମତଳ ଅଂଚଳ ଅପେକ୍ଷା ଉଚ୍ଚ ପଥୁରିଆ ଅଂଚଳ ଅଧିକ ଭାଗ । ତେଣୁ ରଣନୈତିକ ଦୃଷ୍ଟିକୋଣରୁ ଏହି ପ୍ରକାର ଲଢ଼ୁଆ ବିମାନ ମୁତୟନ ହେବା ଆବଶ୍ୟକ ରହିଛି । ଏହା ସହ ସୀମା ନିକଟବର୍ତୀ ହୋଇଥିବାରୁ ଶତ୍ରୁର ବିମାନ ଆକ୍ରମଣ ଓ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରତିହତ କରିବା ଲାଗି ମିଗ-୨୯ର ଗୁରୁତ୍ୱ ରହିଛି ।
ଚୀନ ଓ ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ବିପଦ ଆଶଙ୍କା କରାଯାଇ ମିଗ-୨୯କୁ ଶ୍ରୀନଗର ଏୟାରବେସ୍ରେ ଭାରତୀୟ ବାୟୁସେନା ନିୟୋଜିତ କରିଛି । ଏହା ସହ ଜମ୍ମୁ କଶ୍ମୀରର ସୁରକ୍ଷା ବୃଦ୍ଧିରେ ମଧ୍ୟ ଏହା ସହଯୋଗ କରିବ ।
The post ଶ୍ରୀନଗରରେ ଭାରତର ସୁରକ୍ଷା କବଚ । ମୁତୟନ ହେଲା ମିଗ-୨୯ ଯୁଦ୍ଧ ବିମାନ, ପଡ଼ୋଶୀ ପାକିସ୍ତାନ ଓ ଚୀନକୁ ଚେତାବନୀ first appeared on Kanak News.
from Kanak News
via <a href="https://ifttt.com/?