ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ, ହେଲେ ବନିଗଲେ ‘ଡ୍ରପଆଉଟ୍ ଚା’ବାଲା ।

କନକ ବ୍ୟୁରୋ: ସୁଦୂର ଅଷ୍ଟ୍ରେଲିଆ ଯାଇଥିଲେ ଉଚ୍ଚଶିକ୍ଷା ଲାଭ କରିବାକୁ । ହେଲେ ଅଧାବାଟରେ ରହିଗଲା ପାଠପଢା । ପାଠପଢା ଛାଡି ଏପରି କାମ କଲେ ଯାହା ତାଙ୍କୁ ଦେଲା ନିଆରା ପରିଚୟ ।
ଆମେ କହୁଛୁ ଡ୍ରପ୍ ଆଉଟ୍ ଚାଏବାଲା ନାଁ ରେ ଜଣା ସଞ୍ଜିତ କୋଣ୍ଡାଙ୍କ କଥା । ଅନ୍ୟମାନଙ୍କ ଭଳି ସେ ମଧ୍ୟ ଅଷ୍ଟ୍ରେଲିଆର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିବିଏ ପଢ଼ିବାକୁ ଯାଇଥିଲେ। ବିବିଏ ଶେଷ କରି ସେ ଏକ ବଡ଼ କମ୍ପାନିରେ ଭଲ ଦରମା ସହ କାମ କରିଥାନ୍ତେ। ହେଲେ ବିବିଏ କରୁଥିବା ସମୟରେ ତାଙ୍କର ଲକ୍ଷ୍ୟ ବଦଳିଲା, ଯାହା ପାଇଁ ସେ ଆଜି କୋଟିପତି ହୋଇପାରିଛନ୍ତି।

ଭାରତର ଗଳି ଗଳିରେ ମିଳୁଥିବା ଚା’କୁ ଅଷ୍ଟ୍ରେଲିଆରେ ବିକି ଆଜି ସେ କୋଟିପତି ହୋଇପାରିଛନ୍ତି। ପାଠପଢ଼ା ଅଧାରୁ ଛାଡ଼ି ସେ ଚା’ ଦୋକାନ ଖୋଲିଥିବାରୁ ‌ନିଜ ଦୋକାନର ନାମ ରଖିଛନ୍ତି ‘ଡ୍ରପଆଉଟ୍ ଚାଏବାଲା’। ସଞ୍ଜିତ ନିଜ ସାଙ୍ଗ ଅସଦ ଅହମଦ ସଇଦ୍ ଓ ଦୁଇଜଣ କଲେଜ ସିନିୟରଙ୍କ ସହ ମିଶି ୨୫,୦୦୦ଡଲାର ବିନିଯୋଗ କରିଥିଲେ ଏବଂ ‘ଡ୍ରପଆଉଟ୍ ଚାଏବାଲା’ ଆରମ୍ଭ କରିଥିଲେ।
ସଞ୍ଜିତଙ୍କ କହିବା ମୁତାବକ, ମା’ ମୋତେ ଭେଟିବାକୁ ମେଲବର୍ଣ୍ଣ ଆସିଥିଲେ। ଏହି ସମୟରେ ତାଙ୍କୁ ଏଠି ଚା’ ପିଇବାକୁ ମିଳିନଥିଲା। କାରଣ ଏଠାରେ ସମସ୍ତେ କଫି ପିଇବାକୁ ପସନ୍ଦ କରନ୍ତି। ଏହି ସମସ୍ୟା ଦେଖି ମୁଁ ଚା’ ଦୋକାନ ଖୋଲିବାକୁ ଚିନ୍ତା କରିଥିଲି। ଏବିଷୟରେ ମୁଁ ମୋ ସାଙ୍ଗମାନଙ୍କୁ କହିବା ପରେ ସେମାନେ ରାଜି ହୋଇଥିଲେ। ସେହି ନିଷ୍ପତ୍ତି ପାଇଁ ଆଜି ଆମେ ସଫଳ ହୋଇଛି। ଏବେ ସବୁ ଖର୍ଚ୍ଚ ଯିବା ପରେ ଆମର ୫.୩କୋଟି ଟଙ୍କାର ଲାଭ ହେଉଛି। ଏଠାରେ ଲୋକେ ମସାଲା ଚା’ ସହ ପକୁଡ଼ି ଖାଇବାକୁ ପସନ୍ଦ କରୁଛନ୍ତି। ଏହା ସହ ଏଠାରେ ରହୁଥିବା ଭାରତୀୟ ବମ୍ବେ କଟିଂ ଚା’ ପିଇବାକୁ ପସନ୍ଦ କରୁଛନ୍ତି ବୋଲି ସଞ୍ଜିତ କହିଛନ୍ତି ।

The post ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ, ହେଲେ ବନିଗଲେ ‘ଡ୍ରପଆଉଟ୍ ଚା’ବାଲା । first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started