ଭିଆଇପି ଗାଡିରୁ ଏବେ ହଟିବ ସାଇରନ ! ମନ୍ତ୍ରୀ କହିଲେ, ଭିଆଇପି ଗାଡିରେ ବଇଁଶୀ ଶବ୍ଦ ବ୍ୟବହାର କରିବାକୁ ଚାଲିଛି ଯୋଜନା

କନକ ବ୍ୟୁରୋ : ଭିଆଇପି ଗାଡିଗୁଡିକରୁ ନାଲିବତୀ ହଟାଯିବା ପରେ ଏବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି । ପୁଣେ ଠାରେ କେନ୍ଦ୍ରୀୟ ମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ସେ କହିଛନ୍ତି କି ଏବେ ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ର ସ୍ୱରକୁ ପରିବର୍ତ୍ତନ କରାଯିବ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ପୁଣେର ଚାନ୍ଦୀନ ଚୌକ ଫ୍ଲାଓଭର ଉଦଘାଟନ କରିବା ଅବସରରେ ଏକ ସଭାକୁ ଉଦବୋଧନ ଦେଇ ଏଭଳି କହିଛନ୍ତି । ସେ କହିଛନ୍ତି କି ଧ୍ୱନୀ ପ୍ରଦୂଷଣକୁ ନେଇ ଏବେ ବିଚାର ଚାଲିଛି । ଏହାକୁ ନିୟନ୍ତ୍ରିତ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାସହ ତାଙ୍କ ସମୟରେ ଭିଆଇପି ଗାଡିରୁ ନାଲିବତୀ ହଟାଇବା ନେଇ ନିଷ୍ପତ୍ତି ହୋଇଥିବାରୁ ସେ ବେଶ୍ ଖୁସି ଅନୁଭବ କରିଥିବା କଥା କହିଛନ୍ତି । ଏହାସହ ଏବେ ତାଙ୍କ ମନ୍ତ୍ରଣାଳୟ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଥିବା କଥା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି କି ‘ମୁଁ ଚାହୁଁଛି ସାଇରନ ଶବ୍ଦ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ମଧୁର ସ୍ୱର ବ୍ୟବହାର କରାଯାଉ’ା ଏନେଇ ଆଗାମୀ ଦିନରେ ଭିଆଇପି ଗାଡି ଗୁଡିକରୁ ସାଇରନ ଶବ୍ଦ ହଟାଇ ବଇଁଶୀ, ତବଲା, ଶଂଖ ଭଳି ଭାରତୀୟ ବାଦ୍ୟଯନ୍ତ୍ରର ସ୍ୱରକୁ ପରିବର୍ତ୍ତନ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି ।

The post ଭିଆଇପି ଗାଡିରୁ ଏବେ ହଟିବ ସାଇରନ ! ମନ୍ତ୍ରୀ କହିଲେ, ଭିଆଇପି ଗାଡିରେ ବଇଁଶୀ ଶବ୍ଦ ବ୍ୟବହାର କରିବାକୁ ଚାଲିଛି ଯୋଜନା first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started