ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ଭୁଶୁଡ଼ି ପଡ଼ିଲା କୋଠା : ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା; ଜରୁରୀ ବୈଠକ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବଢି ଚାଲିଛି ଭୂସ୍ଖଳନ । ରାଜଧାନୀ ସିମଲାର କ୍ରିଷ୍ଣ ନଗର ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏକ ଘର ଦବି ହୋଇଯାଇଥିବାରୁ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । କୋଠାଟି ହଠାତ୍ ଭୁଶୁଡ଼ିପଡ଼ିବାରୁ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

କୋଠା ଉପରେ ଏକ ଗଛ ପଡ଼ିବାରୁ କୋଠାଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ । ଉଦ୍ଧାରକାଳୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଭୁସ୍ଖଳନ ଯୋଗୁ ବର୍ତମାନ ସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ବିପର୍ଯ୍ୟୟ ଯୋଗୁ ରାଜ୍ୟର ୭୫୨ଟି ରାସ୍ତା ବନ୍ଦ ହୋଇଯାଇଛି । କାଲକା-ସିମଲା ରେଳପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଓ ଭୁସ୍ଖଳନ ଯୋଗୁ ଆଜି ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି ।

The post ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ଭୁଶୁଡ଼ି ପଡ଼ିଲା କୋଠା : ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା; ଜରୁରୀ ବୈଠକ କଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started