
କନକ ବ୍ୟୁରୋ : ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ମୁଁ ପୁଣି ରାଷ୍ଟ୍ରପତି ହୁଏ ତେବେ ଭାରତୀରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବି । ଏହା ସହିତ ଆମେରିକା ପ୍ରଡକ୍ଟ ହାରଲେ ଡେଭିଡସନ୍ ବାଇକ୍ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଯାଉଥିବା ମୁଦ୍ଦା ମଧ୍ୟ ଉଠାଇଛନ୍ତି ଟ୍ରମ୍ପ । ଏହା ସହିତ ଅନ୍ୟ ପ୍ରଡକ୍ଟ ଉପରେ ମଧ୍ୟ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବା ପାଇଁ ଧମକ ଦେଇଛନ୍ତି ।
ହାରଲେ ଡିଭିଡସନ୍ ବାଇକକୁ ଭାରତରେ ଏକ ଉଚ୍ଚ ସ୍ତରକୁ ନେଇଯିବା ପାଇଁ ଭାରତ କୌଣସି ପ୍ରକାର ପ୍ରୟାସ କରିନଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ । ହାରଲେ ଡେଭିଡସନ୍ ବାଇକ୍ ଉପରେ ଭାରତ ଅଧିକ ଟିକସ ଲଗାଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ କହିଛନ୍ତି, ଯଦି ମୁଁ ପୁଣି ଥରେ ରାଷ୍ଟ୍ରପତି ହୁଏ ତେବେ ଭାରତର ପ୍ରଡକ୍ଟ ଉପରେ ଅଧିକରୁ ଅଧିକ ଟିକସ ଲଗାଇବି ।
The post ଭାରତକୁ ଟ୍ରମ୍ପଙ୍କ ଧମକ ! ରାଷ୍ଟ୍ରପତି ହେଲେ ଭାରତର ସମସ୍ତ ପ୍ରଡକ୍ଟ ଉପରେ ଲାଗିବ ଅଧିକ ଟିକସ first appeared on Kanak News.
from Kanak News
via <a href="https://ifttt.com/?