ତେଜିଲା ଗଞ୍ଜାମ ପଲିଟିକ୍ସ । ଗସ୍ତରେ ଯିବେ ଫାଇଭ-ଟି ସଚିବ, ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ

କନକ ବ୍ୟୁରୋ : ପାଇଭ-ଟି ସଚିବ ଭି.;କ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଳା ରାଜନୀତି ଚଳଚଂଚଳ କରି ହୋଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପ୍ରେସମିଟ୍ କରି ବର୍ଷିଛନ୍ତି । ଚ୍ୟାଲେଞ୍ଜ ଦେଇ କହିଛନ୍ତି, ସେ ସଚିବଙ୍କ ସଭାସ୍ଥଳକୁ ଯିବେ । ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।

କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କୁହାଯାଇଛି । ସହରର ବିଭିନ୍ନ ସ୍ଥାନରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି କାନ୍ଥ, ପାଚେରୀରେ ବିଭିନ୍ନ ଲେଖା ଲେଖାଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଏହି ଲେଖାକୁ ଲିଭା ଯାଉଥିବା ଦେଖିବାକୁ ମିଳିଛି । ତେବେ ବିଜେଡି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି ସଚିବଙ୍କ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସମର୍ଥନ ରହିଛି ।

ତିନି ଦିନିଆ ଗସ୍ତ ସମୟରେ ଫାଇଭ-ଟି ସଚିବଙ୍କର ୨୦ଟି ଛୋଟ ବଡ କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ ଓ ବିରୋଧୀଙ୍କ ବିରୋଧର ପ୍ରଭାବ ସଚିବଙ୍କ ଗସ୍ତକୁ କେତେ ପ୍ରଭାବିତ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

The post ତେଜିଲା ଗଞ୍ଜାମ ପଲିଟିକ୍ସ । ଗସ୍ତରେ ଯିବେ ଫାଇଭ-ଟି ସଚିବ, ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started