୮ ଦିନ ହେଲା ଧାରଣାରେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁବନେଶ୍ୱରରେ ଶିକ୍ଷକଙ୍କୁ ବୁଝାଇବାକୁ ପହଞ୍ଚିଲେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । କହିଲେ ଶିକ୍ଷକଙ୍କ ଦାବି ନ୍ୟାର୍ଯ୍ୟ ଦାବି

କନକ ବ୍ୟୁରୋ: ଦୀର୍ଘ ୮ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଏହାରି ଭିତରେ ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବୁଝାଇଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟରେ ଆଜି ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ପୂବ ର୍ତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ପତ୍ନୀ ସଙ୍ଗୀତା ଦାସ ଶିକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ଶିକ୍ଷକମାନେ କରୁଥିବା ଦାବି ନ୍ୟାର୍ଯ୍ୟ ଦାବି ବୋଲି କହିଛନ୍ତି ସଙ୍ଗୀତା ଦାସ । ଏଥିସହ ଖୁବଶୀଘ୍ର ଶିକ୍ଷକଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶିକ୍ଷକଙ୍କୁ ବୁଝାଉଥିବା ଦୃଶ୍ୟ ମଧ୍ୟ ରାୟଗଡାରୁ ଆସିଛି । ମନ୍ତ୍ରୀ ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଶିକ୍ଷକଙ୍କ ଦାବିକୁ ସରକାରଙ୍କୁ ଜଣେଇ ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

The post ୮ ଦିନ ହେଲା ଧାରଣାରେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁବନେଶ୍ୱରରେ ଶିକ୍ଷକଙ୍କୁ ବୁଝାଇବାକୁ ପହଞ୍ଚିଲେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । କହିଲେ ଶିକ୍ଷକଙ୍କ ଦାବି ନ୍ୟାର୍ଯ୍ୟ ଦାବି first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started