ଦୁଇ ଫାଳ ହେଲା ଶିକ୍ଷକ ଆନ୍ଦୋଳନ : ଭଣ୍ଡୁର ପାଇଁ ସରକାରଙ୍କ ଉଦ୍ୟମ; ୮ ସଂଘ ଜାରି ରଖିବେ ଆନ୍ଦୋଳନ, ଓହରିଲେ ୨

କନକ ବ୍ୟୁରୋ : ଦୁଇ ଫାଲ ହେଲା ଶିକ୍ଷକଙ୍କ ଆନ୍ଦୋଳନ । ୧୦ ଦିନ ଧରି ଚାଲିଥିବା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଗତକାଲି ସ୍ଥଗିତ ରଖାଯାଇଥିଲା । କିଛି ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । ଦୁଇଟି ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିଲା । ଯାହାକୁ ବିରେଧେ କରି ଅନ୍ୟ ଆଠଟି ସଙ୍ଗଠନ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ।

ଶିକ୍ଷକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ଦୁଇଟି ସଂଘକୁ ଆଲୋଚନାକୁ ଡାକି ବୈଠକ କରିଥିଲେ । ୩ ଘଣ୍ଟା ଆଲୋଚନା ପରେ ଦାବି ପୂରଣ ପ୍ରତିଶ୍ରୁତି ପାଇଁ ସମୟ ମାଗିଛନ୍ତି । ୩ଟି ଦାବି ଏବେ ପୂରଣ କରିବା ସମ୍ଭବପର ନୁହେଁ ବୋଲି ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ ଓ ସଚିବମାନେ କହିଥିଲେ । ଏବେ ଆଠଟି ସଙ୍ଗଠନ ଅ।।ନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଥିବାରୁ ପାଠପଢା ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି ।

ଆନ୍ଦୋଳନ ସ୍ଥଗିତ ରଖିବା ନେଇ ଗ୍ରେଡ୍ ପେ ବୃ୍ଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ୍ ଲାଗୁ କରିବା ସହ ୨୦୨୦ ମାର୍ଚ୍ଚ ୧ ତାରିଖରୁ ବନ୍ଦ ଥିବା ଇନକ୍ରିମେଂଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା ଭଳି ଦାବି ନେଇ ଶିକ୍ଷକଶିକ୍ଷୟିତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ । ଚଳିତମାସ ୮ ତାରିଖରେ ପ୍ରଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀମାନେ କର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଳେ । ଫଳରେ ରାଜ୍ୟବ୍ୟାପୀ ପିଲାଙ୍କ ପାଢ଼ପଢ଼ା ପ୍ରଭାବିତ ହୋଇଛି । ଅନେକ ସ୍କୁଲରେ ତାଲା ପଡିଥିବା ଦେଖିବାକୁ ମିଳିଛି ।

The post ଦୁଇ ଫାଳ ହେଲା ଶିକ୍ଷକ ଆନ୍ଦୋଳନ : ଭଣ୍ଡୁର ପାଇଁ ସରକାରଙ୍କ ଉଦ୍ୟମ; ୮ ସଂଘ ଜାରି ରଖିବେ ଆନ୍ଦୋଳନ, ଓହରିଲେ ୨ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started