ମହିଳା ସଂରକ୍ଷଣ ବିଲ : ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ; କହିଲେ, କେବେ ହେବ ଲାଗୁ ?

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ ପାସ୍ ହେବା ପରେ ଲାଗୁ ହେବାର ବିଳମ୍ବତାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଜନଗଣନାର କାରଣ ଦର୍ଶାଇ ବିଲ ଲାଗୁ ନକରିବା ଏକ ରାଜନୈତିକ ରଣନୀତି । ଜାତିଜନଗଣନାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୋଦୀ ସରକାର ଏହି ବିଲ ଆଣିଛନ୍ତି । ଏଥିସହ ବିଲରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ନଥିବା କଥା ଉଠାଇଛନ୍ତି ରାହୁଲ ।

୨୦୧୦ରେ ୟୁପିଏ ସରକାର ଆଣିଥିବା ମହିଳା ସଂରକ୍ଷଣ ବିଲରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିଲା । ହେଲେ କେନ୍ଦ୍ର ସରକାର ଆଣଥିବା ବିଲରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ନଖିବାକୁ ନେଇ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ରାହୁଲ ବିଲ ଲାଗୁ କରିବାରେ ବିଳମ୍ବ ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ନଥିବା ଦୁଇଟି ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଘେରିଛନ୍ତି ।

The post ମହିଳା ସଂରକ୍ଷଣ ବିଲ : ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ; କହିଲେ, କେବେ ହେବ ଲାଗୁ ? first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started