ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : କୋର୍ଟରେ ଖାରଜ ପରେ ବର୍ଷାଙ୍କ ପ୍ରତିକ୍ରିୟା; ସୋସିଆଲ ମିଡିଆରେ ବାହାବେଳର ଫଟୋ ସେୟାର କରି ଲେଖିଲେ ଜୟ ଜଗନ୍ନାଥ

କନକ ବ୍ୟୁରୋ : ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାକୁ ଫ୍ୟାମିଲି କୋର୍ଟ ଖାରଜ୍ କରିବା ପରେ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡ଼ିଆରେ ବିବାହ ସମୟର ଏକ ଫଟୋ ପୋଷ୍ଟ କରି ଜୟ ଜଗନ୍ନାଥ ଲେଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବୋହୂ ବେଶରେ ବେଦୀରେ ବସିଥିବା ଫଟୋ ସେୟାର୍ କରି ରାୟକୁ ସ୍ୱାଗତ କରିଛନ୍ତି ବର୍ଷା । ସେହିପରି କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି- ଧର୍ମର ଜୟ ହୋଇଛି । କୋର୍ଟ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାକୁ ଖାରଜ୍ କରି ଦେଇଛନ୍ତି ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ ।

ଏପଟେ ଅନୁଭବ ମଧ୍ୟ ଏହି ଘଟଣାରେ ପ୍ରତିକ୍ରୟା ରଖିଛନ୍ତି । ଅନୁଭବ କହିଛନ୍ତି- ଆଇନ ଉପରେ ତାଙ୍କ ଉପରେ ଆସ୍ଥା ରହିଛି । ନ୍ୟାୟର ବିଜୟ ହେବ । ସେହିପରି ଏହି ଘଟଣାରେ ଅନୁଭବଙ୍କ ଓକିଲ କହିଛନ୍ତି- କୋର୍ଟ ମାମଲାକୁ ଖାରଜ୍ କରିବା ପରେ ସେମାନେ ଉପରିସ୍ଥ କୋର୍ଟକୁ ଯିବେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି, ବିବାହ ବିଚ୍ଛେଦ ମାମଲା ଭିନ୍ନ ମୋଡ଼ ନେଇଛି । ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି ପରିବାର ଅଦାଲତ । ଏହା ସହ ବିବାହ ବିଚ୍ଛେଦ ମାମଲାକୁ କୋର୍ଟ ଶେଷ କରିଥିବା ସୂଚନା ଦେଇଛନ୍ତି । ୩ ମାସ ମଧ୍ୟରେ ମାମଲା ଶେଷ କରିବାକୁ କହିଥିଲେ ହାଇକୋର୍ଟ ।

The post ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : କୋର୍ଟରେ ଖାରଜ ପରେ ବର୍ଷାଙ୍କ ପ୍ରତିକ୍ରିୟା; ସୋସିଆଲ ମିଡିଆରେ ବାହାବେଳର ଫଟୋ ସେୟାର କରି ଲେଖିଲେ ଜୟ ଜଗନ୍ନାଥ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started