
କନକ ବ୍ୟୁରୋ : ବିଧାନସଭା ପ୍ରଶ୍ନକାଳରେ ‘ଅପା’ ଉପାଖ୍ୟାନ । ପ୍ରଶ୍ନକାଳ ସମୟରେ ଗୃହରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ନୂତନ ଭାବେ ବାଚସ୍ପତି ଦାୟିତ୍ୱ ନେଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ‘ଅପା’ ବୋଲି କହି ସମ୍ବୋଧନ କରିଥିଲେ । ଯାହାକୁ ନେଇ ନିଜ ନିଜ ସ୍ଥାନରେ ବସି ଆପତି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ବାହୀନିପତି ।
ବିରୋଧୀ ଆପତ୍ତି ଉଠାଇବା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହାତଯୋଡ଼ି କହିଥିଲେ, ସବୁବେଳେ ‘ଅପା’ ବୋଲି ଡାକନ୍ତି ତେଣୁ ପାଟିରୁ ‘ଅପା’ ଶବ୍ଦ ବାହାରିଗଲା, ଯଦି ଆପଣମାନେ କହୁଛନ୍ତି ତେବେ ଅନରେବଲ ସ୍ପିକର ମ୍ୟାଡମ ଯଥା ‘ଅପା’ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷିମନ୍ତ୍ରୀ । ଏପଟେ ବିଷୟ ଉପରେ କୃଷିମନ୍ତ୍ରୀ କୁହନ୍ତୁ ବୋଲି କହିଥିଲେ ବାଚସ୍ପତି ।
The post ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ : ବିରୋଧୀ ଘେରିବା ପରେ ସଫେଇ ରଖିଲେ ରାଜା ସ୍ୱାଇଁ ; କହିଲେ ପୂର୍ବରୁୁ ଅପା ଡାକୁ ଥିବାରୁ ପାଟିରୁ ଖସିଗଲା first appeared on Kanak News.
from Kanak News
via <a href="https://ifttt.com/?