ଅଲୋଡା ହେଲା ନବଜାତ ଶିଶୁପୁତ୍ର : ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ଅଲୋଡା ହେଲା ନବଜାତ ଶିଶୁପୁତ୍ର । ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା । ସୁବର୍ଣ୍ଣପୁର ସୁବଳୟା ଥାନା ଟେଭାପଦର ରାସ୍ତା କଡ଼ରୁ ଜୀବନ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ କେହି ବ୍ୟାଗରେ ପୂରାଇ ରାସ୍ତାକଡ଼ରେ ଛାଡି ଚାଲିଯାଇଥିଲା । ଭାନୁମତୀ ବାଗ ନାମକ ମହିଳା ନବଜାତ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଶିଶୁର ଅବସ୍ଥା ଠିକ୍ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

The post ଅଲୋଡା ହେଲା ନବଜାତ ଶିଶୁପୁତ୍ର : ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started