
କନକ ବ୍ୟୁରୋ: ନର୍ସିଂ, ଫାର୍ମାସି , ଏଏନଏମ୍ ସହ ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବଢ଼ାଇଲେ ମୁଖ୍ୟମନ୍ତ୍ରୀ । ଏମକେସିଜି ମେଡିକାଲ ପରିଦର୍ଶନ ସମୟରେ ମେଡିକାଲ ଛାତ୍ରଛାତ୍ରୀଙ୍କ ଅନୁରୋଧ ପାଇବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ପାଇଁ ପ୍ରେତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ବୃଦ୍ଧି ପରେ ଏହି ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ଉପାୟରେ ମାସିକ ଷ୍ଟାଇପେଣ୍ଡ ପାଇବେ:
ଡି.ଫାର୍ମା- ୫୦୦ ଟଙ୍କା
ଏଏନଏମ- ୨୦୦୦ ଟଙ୍କା
ବିଏସସି (ଏନ୍) ଇଣ୍ଟର୍ନସିପ୍ ପାଇଁ ୫୦୦୦ ଟଙ୍କା,
କ୍ଲିନିକାଲ ସାଇକୋଲୋଜି (ଏମଫିଲ୍) – ୧୦,୦୦୦ ଟଙ୍କା
ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍) – ୧୦,୦୦୦ ଟଙ୍କା
ଉପରୋକ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଡି.ଫାର୍ମା ପାଇଁ ମାସିକ ୨୫୦/- ଟଙ୍କା, ଏଏନଏମ ପାଇଁ ୧୦୦୦/- ଟଙ୍କା, ବିଏସସି(ଏନ) ଇଣ୍ଟର୍ନସିପ୍ ପାଇଁ ୨୫୦୦/- ଟଙ୍କା, କ୍ଲିନିକାଲ ସାଇକୋଲୋଜିରେ ଏମ ଫିଲ୍ ପାଇଁ ୭୦୦୦/- ଟଙ୍କା ଏବଂ ମାନସିକ ସାମାଜିକ କାର୍ୟ୍ୟରେ ଏମଫିଲ୍ ପାଇଁ ୭୦୦୦/- ଟଙ୍କା ହିସାବରେ ଷ୍ଟାଇପେଣ୍ଡ ରାଶି ପ୍ରଦାନ କରାଯାଉଥିଲା।
ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
The post ନର୍ସିଂ. ଫାର୍ମାସି, ଏଏନଏମ୍ , ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢିଲା । ଜାଣନ୍ତୁ କାହାକୁ କେତେ ମିଳିବ ଷ୍ଟାଇପେଣ୍ଡ… first appeared on Kanak News.
from Kanak News
via <a href="https://ifttt.com/?