କନକ ବ୍ୟୁରୋ:ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି । ଚଳିତ ବର୍ଷ ମୋଟ ୧୧୧ଟି କୁମ୍ଭୀର ଠାବ କରାଯାଇଛି, ଗତବର୍ଷ ୯୦ଟି କୁମ୍ଭୀର ଠାବ କରାଯାଇଥିଲା । ସେହିପରି ଗତ ବର୍ଷ ୬୩ଟି ପ୍ରଜାତିର ୩ ହଜାରContinue reading “ସାତକୋଶିଆରେ ବଢ଼ିଛନ୍ତି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା । ଏବର୍ଷ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ ।”
Author Archives: Raghaba
କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା । ଶେଷ ହେଲା ୫୫ ବର୍ଷର ସମ୍ପର୍କ ।
କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କାରଣ ଦଳ ଛାଡିଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ଏକନାଥଙ୍କ ନେତୃତ୍ୱାଧିନ ଶିବସେନାରେ ସାମିଲ ହୋଇପାରନ୍ତି । କିନ୍ତୁ ଦିନକ ପୂର୍ବର ସେ ଏହି ଚର୍ଚ୍ଚାକୁ ପ୍ରତ୍ୟାକ୍ଷାନContinue reading “କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା । ଶେଷ ହେଲା ୫୫ ବର୍ଷର ସମ୍ପର୍କ ।”
ଏଣିକି ଗୋଟିଏ ସ୍ଥାନରେ ଭିନ୍ନକ୍ଷମଙ୍କୁ ମିଳିବ ସବୁ ସୁବିଧା । ରାଉରକେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ଚାଲିଛି ନାମ ପଞ୍ଜିକରଣ ।
କନକ ବ୍ୟୁରୋ: ରାଉରକେଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆରମ୍ଭ । ଗୋଟିଏ ସ୍ଥାନରେ ମିଳିବ ଭିନ୍ନକ୍ଷମକୁ ସବୁ ସୁବିଧା । ଏ ଅଫିସ, ସେ ଅଫିସ ଦୌଡିବାକୁ ପଡିବ ନାହିଁ । ଗୋଟିଏ ସ୍ଥାନରେ ଦିବ୍ୟାଙ୍ଗ ସମସ୍ୟାର ସମାଧାନ ପାଇଁ ରାଉରକେଲା ଛେଣ୍ଡ୍ ଆହୁତି ଭବନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ୟାମ୍ପରେ ଦିବ୍ୟାଙ୍ଗମାନେ ନିଜର ନାମ ପଞ୍ଜିକରଣ କରି ସୁବିଧା ପାଇ ପାରିବେ । କ୍ୟାମ୍ପରେContinue reading “ଏଣିକି ଗୋଟିଏ ସ୍ଥାନରେ ଭିନ୍ନକ୍ଷମଙ୍କୁ ମିଳିବ ସବୁ ସୁବିଧା । ରାଉରକେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ଚାଲିଛି ନାମ ପଞ୍ଜିକରଣ ।”
ଜାତୀୟ ପାରା ଆଥଲେଟରେ କମାଲ କଲେ ଓଡିଆ ଖେଳାଳି । ହାତେଇଲେ ୪ ସ୍ୱର୍ଣ୍ଣ ସହ ଗୋଟିଏ କାଂସ୍ୟ ପଦକ ।
କନକ ବ୍ୟୁରୋ: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୪ର ଶେଷ ଦିନରେ ଓଡିଆ ଖେଳାଳିଙ୍କ କମାଲ । ଶେଷଦିନରେ ୪ ସ୍ୱର୍ଣ୍ଣ ପଦକ ହିତ ଗୋଟିଏ କାଂସ୍ୟ ପଦକ ଜିଣିଲେ ଓଡିଆ ଖେଳାଳି । ଜାଭେଲିନ ଥ୍ରୋ ଓ ଦୌଡ ପ୍ରତିଯୋଗିତାର ୩ଟି ବର୍ଗରେ ଓଡିଆ ଖେଳାଲି ପଦକ ହାସଲ କରିଛନ୍ତି । ଗୋଆର ପଣଜୀ ସହରର ଜିଏମସି ଆଥଲେଟିକ୍ସ ଷ୍ଟାଡିୟମରେ ଚାଲିଥିବା ୨୨ ତମ ନେସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ଜୟନ୍ତୀ ବେହେରାContinue reading “ଜାତୀୟ ପାରା ଆଥଲେଟରେ କମାଲ କଲେ ଓଡିଆ ଖେଳାଳି । ହାତେଇଲେ ୪ ସ୍ୱର୍ଣ୍ଣ ସହ ଗୋଟିଏ କାଂସ୍ୟ ପଦକ ।”
ଓୟୋ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ।
କନକ ବ୍ୟୁରୋ: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ନିର୍ମାଲ୍ୟ ପ୍ଲାଜା ନାମକ ଓୟ ହୋଟେଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ବୀର ବଳଭଦ୍ରପୁର ଅଞ୍ଚଳର ଅଙ୍ଗନାବାଡି ଶିକ୍ଷୟିତ୍ରୀ ବୋଲି ଜଣାପଡିଛି । ଏକ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇ ସେ ଘରୁ ବାହାରିଥିଲେ । ସଂଧ୍ୟାରେ ଜଣେ ଯୁବକଙ୍କ ସହ ଉକ୍ତ ଓୟContinue reading “ଓୟୋ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ।”
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡର ସହର । ଆୟୋଜିତ ହେଲା ରଙ୍ଗୋଲି ମହୋତ୍ସବ । ଭାଗ ନେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ।
କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଗୋଟିଏ ଦିନ ବାକି ରହିଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ବରଗଡର ସହର । ଧନୁଯାତ୍ରାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଧନୁଯାତ୍ରାର ପ୍ରଚାର ପ୍ରସାର ପାଇଁ ଧନୁଯାତ୍ରା ପ୍ରଚାର କମିଟି ପକ୍ଷରୁ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ରଙ୍ଗୋଲି ଜରିଆରେ କୃଷ୍ଣ ଲୀଳା ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ପାର୍ବତୀଗିରି ମହାବିଦ୍ୟାଳୟ ସମ୍ମୁଖରେ ବରଗଡର ପ୍ରାୟ ୫୭ଟି ଅନୁଷ୍ଠାନ ପକ୍ଷରୁ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କଳାକାରଙ୍କContinue reading “ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡର ସହର । ଆୟୋଜିତ ହେଲା ରଙ୍ଗୋଲି ମହୋତ୍ସବ । ଭାଗ ନେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ।”
ମିଲର୍ସଙ୍କ ଧର୍ମଘଟ ଯୋଗୁଁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଶୀତ କାକର ରାତିରେ ଜଗି ବସିଛନ୍ତି ଚାଷୀ ।
କନକ ବ୍ୟୁରୋ: ମିଲର୍ସଙ୍କ ଧର୍ମଘଟ ଯୋଗୁଁ ଧାନମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା ଓ କଲମପୁର ବ୍ଲକର ବିଭିନ୍ନ ମଣ୍ଡିରେ ପଡି ରହିଛି ପ୍ରାୟ ୫୦ ହଜାର କ୍ୱିଣ୍ଟାଲ ଧାନ । ମିଲର୍ସଙ୍କ ଧର୍ମଘଟ କେତେ ଦିନ ଜାରି ରହିବ ସେନେଇ କାହା ପାଖରେ ଖବର ନାହିଁ । ଅନ୍ୟପଟେ ଏବେ ଚାଷୀ ମଣ୍ଡିକୁ ଧାନ ଆଣି ଜଗି ରହିଛନ୍ତି । ସୂଚନା ଅନୁସାରେ ଜୟପାଟଣା, କୋକସରା ଓ କଲମପୁର ବ୍ଲକରେContinue reading “ମିଲର୍ସଙ୍କ ଧର୍ମଘଟ ଯୋଗୁଁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଶୀତ କାକର ରାତିରେ ଜଗି ବସିଛନ୍ତି ଚାଷୀ ।”
ମା’କୁ ମାରିଦେଲା ମଦ୍ୟପ ପୁଅ । ଭତ୍ତା ଟଙ୍କା ନଦେବାରୁ ମା’କୁ ମାରି କୂଅରେ ପୋତିଦେଲା ନୃଶଂସ ପୁଅ ।
କନକ ବ୍ୟୁରୋ: ମଦ୍ୟପ ପୁଅର ଉନ୍ମତ କାଣ୍ଡ । ଭତ୍ତା ଟଙ୍କା ନଦେବାକୁ ମାଆକୁ ହତ୍ୟା କରି କୁଅରେ ପୋତି ଦେଲା ନୃଶଂସ ପୁଅ । ଏହି ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଘୋଷର ଗାଁରେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ମୃତକ ହେଉଛନ୍ତି ଘୋଷର ଗାଁର ମୁଗମାଳ ସାହିର ୭୦ ବର୍ଷିୟ ବୃଦ୍ଧା ପଙ୍କଜିନୀContinue reading “ମା’କୁ ମାରିଦେଲା ମଦ୍ୟପ ପୁଅ । ଭତ୍ତା ଟଙ୍କା ନଦେବାରୁ ମା’କୁ ମାରି କୂଅରେ ପୋତିଦେଲା ନୃଶଂସ ପୁଅ ।”
ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରରୁ ବାହାରି ୧୫ ରାଜ୍ୟ ୧୧୦ ଜିଲ୍ଲା ଦେଇ ମୁମ୍ବାଇ ଯାଏଁ ଯାତ୍ରା କରିବେ ରାହୁଲ ।
କନକ ବ୍ୟୁରୋ: ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ । ମଣିପୁରରୁ ମୁମ୍ବାଇ ଯାଏଁ ୬୭ ଦିନ ଧରି ୧୫ ରାଜ୍ୟର ୧୧୦ ଜିଲ୍ଲା ଦେଇ ଯିବ ରାହୁଲଙ୍କ ଏହି ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ଭାଗ । ଦୁଇ ମାସର ଯାତ୍ରାରେ ରାହୁଲ ଗାନ୍ଧୀ ଭାରତର ପୂର୍ବାଞ୍ଚଳରୁ ଭାରତର ପଶ୍ଚିମାଞ୍ଚଳକୁ ୬ ହଜାର ୬୦୦ କିଲୋମିଟର ଯାତ୍ରା କରିବେ । ଆଜି ମଧ୍ୟାହ୍ନ ୧୨ଟାରେ ମଣିପୁର ସ୍ଥିତ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁContinue reading “ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରରୁ ବାହାରି ୧୫ ରାଜ୍ୟ ୧୧୦ ଜିଲ୍ଲା ଦେଇ ମୁମ୍ବାଇ ଯାଏଁ ଯାତ୍ରା କରିବେ ରାହୁଲ ।”
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ସହ ଆଜି ଯଜ୍ଞାଧିବାସ , ଧ୍ୱଜାସ୍ଥାପନା ।୧୫ରୁ ଆରମ୍ଭ ହେବ ଯଜ୍ଞ ।
କନକ ବ୍ୟୁରୋ: ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୫ତାରିଖରୁ ତିନି ଦିନ ଧରି ହେବାକୁ ଥିବା ଯଜ୍ଞ ପାଇଁ ଆରମ୍ଭ ହୋଇଛି ଅଙ୍କୁରାରୋପଣ । ଆଜି ଅଙ୍କୁର ପୂଜନ ସହ ଯଜ୍ଞାଧିବାସ, ଧ୍ୱଜାସ୍ଥାପନ ଓତୋରଣ ସ୍ଥାପନ ଆଦି ନୀତି ଅନୁଷ୍ଠିତ ହେବ । ୧୫ତାରିଖରୁ ୪୮ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହେବ । ଲୋକାର୍ପଣ ହେବାକୁ ଥିବା ପଥର ଫଳକରେ ଖୋଦେଇ ହେବContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ସହ ଆଜି ଯଜ୍ଞାଧିବାସ , ଧ୍ୱଜାସ୍ଥାପନା ।୧୫ରୁ ଆରମ୍ଭ ହେବ ଯଜ୍ଞ ।”