ଆଜିଠୁ ଆରମ୍ଭ ହେବାକୁ ଯାଉଛି ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ଲେଟସ୍ ସଟଲ ଟୁ ପଏଣ୍ଟ’ । ଭାଗ ନେଇଛନ୍ତି ୪୩୪ ଖେଳାଳି ।

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ଲେଟସ୍ ସଟଲ ‘ଟୁ ପଏଣ୍ଟ’ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ହେବ । ବ୍ୟାଡମିଣ୍ଟନ କ୍ଷେତ୍ରରେ ନୂଆ ବିପ୍ଳବ ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଭାଗ ନେଉଛନ୍ତି ୪୩୪ ଖେଳାଳି । ମୋଟ ୪ଟି ବର୍ଗରେ ଖେଳାଯିବ । ବରିଷ୍ଠ ପୁରୁଷ, ମହିଳା, କର୍ପୋରେଟ୍/ ସରକାରୀContinue reading “ଆଜିଠୁ ଆରମ୍ଭ ହେବାକୁ ଯାଉଛି ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ଲେଟସ୍ ସଟଲ ଟୁ ପଏଣ୍ଟ’ । ଭାଗ ନେଇଛନ୍ତି ୪୩୪ ଖେଳାଳି ।”

ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ । ନିମନ୍ତ୍ରଣ ହୋଇଛନ୍ତିି ପାଖାପାଖି ୩ ଲକ୍ଷ ଅତିଥି ।

କନକ ବ୍ୟୁରୋ: ଆଦମପୁରର ବିଜେପି ବିଧାୟକ ଓ ଆଇଏଏସ୍ ଅଧିକାରୀଙ୍କ ବିବାହ ଚର୍ଚ୍ଚାରେ ରହିଛି। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବି‌ଷ୍ଣୋଇ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏହି ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ଭୋଜି ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବି‌ଷ୍ଣୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଭିଭିଆଇପି ଅଂଶଗ୍ରହଣContinue reading “ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ । ନିମନ୍ତ୍ରଣ ହୋଇଛନ୍ତିି ପାଖାପାଖି ୩ ଲକ୍ଷ ଅତିଥି ।”

ସୋମବାର ସୁଦ୍ଧା ଘୋଷଣା ହୋଇପାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀ ଚେହେରା ନେଇ ସିଧାସଳଖ ବିଧାୟକଙ୍କ ମତ ନେବେ ପର୍ଯ୍ୟବେକ୍ଷକ ।

କନକ ବ୍ୟୁରୋ: ଆସନ୍ତା ସୋମବାର ସୁଦ୍ଧା ତିନି ରାଜ୍ୟ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି । ତିନି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ସିଧାସଳଖ ବିଧାୟକଙ୍କ ସହ କଥା ହୋଇ ସେମାନଙ୍କ ମତ ନେବେ ପର୍ଯ୍ୟବେକ୍ଷକ । ଏହା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପରାମର୍ଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେContinue reading “ସୋମବାର ସୁଦ୍ଧା ଘୋଷଣା ହୋଇପାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀ ଚେହେରା ନେଇ ସିଧାସଳଖ ବିଧାୟକଙ୍କ ମତ ନେବେ ପର୍ଯ୍ୟବେକ୍ଷକ ।”

ରାଜଧାନୀରେ ଖୋଲା ସ୍ଥାନରେ ମଦ ବିକୁଥିଲେ ସାବଧାନ । ଉଠାଇନେବ କମିଶନରେଟ୍ ପୋଲିସ ।

କନକ ବ୍ୟୁରୋ:ରାଜଧାନୀରେ ଏଣିକି ଖୋଲା ସ୍ଥାନରେ ମଦ୍ୟପାନ କରିବା ପଡ଼ିବ ମହଙ୍ଗା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ କଲୋନୀ, ଆବାସିକ ଅଂଚଳ, ଖଣ୍ଡଗିରି ଥାନା, କ୍ୟାପିଟାଲ ଥାନା ଅଂଚଳରେ ଥିବା ବିଭିନ୍ନ ଖଟି ଉପରେ ବ୍ୟାପକ ଅଭିଯାନ ଆରମ୍ଭ କରିଛି ପୋଲିସ । ଅଭିଯାନ ଆଧାରରେ ଖୋଲା ସ୍ଥାନରେ ମଦ୍ୟପାନ କରୁଥିବା ୧୫ଜଣଙ୍କୁ ଖଣ୍ଡଗିରି ଥାନା ଏବଂ ୧୧ ଜଣଙ୍କୁ କ୍ୟାପିଟାଲ ଥାନା ଉଠାଇ ନେଇଛି । ସେଫ୍ ସିଟି ଡ୍ରାଇଭ ଭୁବନେଶ୍ୱର ଅନ୍ତର୍ଗତContinue reading “ରାଜଧାନୀରେ ଖୋଲା ସ୍ଥାନରେ ମଦ ବିକୁଥିଲେ ସାବଧାନ । ଉଠାଇନେବ କମିଶନରେଟ୍ ପୋଲିସ ।”

ଇସ୍ରୋରୁ ଆସିଲା ଖୁସି ଖବର । ସୂର୍ଯ୍ୟ ସହ ସେଲଫି ଉଠାଇଥିଲା ଆଦିତ୍ୟ ଏଲ-୧ ,ପଠାଇଲା ସୂର୍ଯ୍ୟର ପୂର୍ଣ୍ଣ ଗୋଲାକାର ଫଟୋ  । 

କନକ ବ୍ୟୁରୋ: ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର କଏଦ କରିଛି ଆଦିତ୍ୟ ଏଲ୍-ୱାନ । ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ଏପରି ଚିତ୍ର ପ୍ରଥମ ଥର ପାଇଁ ଉତୋଳନ କରାଯାଇଛି । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଫଟୋ ଅପ୍ଲୋଡ୍ କରିବା ସହ ଏ ନେଇ ସୂଚନା ଦେଇଛି ଇସ୍ରୋ । ସୂର୍ଯ୍ୟର ଏହି ପୂର୍ଣ୍ଣ ଗୋଲାକାର ଚିତ୍ରରେ ‘ଫଟୋସ୍ପିୟର’ ଓ ‘କ୍ରୋମୋସ୍ପିୟର’ର ଛୋଟ ଛୋଟ ଅଂଶ ଦୃଶ୍ୟମାନ ହେଉଛି ।Continue reading “ଇସ୍ରୋରୁ ଆସିଲା ଖୁସି ଖବର । ସୂର୍ଯ୍ୟ ସହ ସେଲଫି ଉଠାଇଥିଲା ଆଦିତ୍ୟ ଏଲ-୧ ,ପଠାଇଲା ସୂର୍ଯ୍ୟର ପୂର୍ଣ୍ଣ ଗୋଲାକାର ଫଟୋ  । “

ବିଡିଓଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୋଗରାଇ କଂଗ୍ରେସ । ବ୍ଲକ ପରିସରରେ ଥିବା ୨୦ରୁ ଅଧିକ ଗଛ କାଟି ଲକ୍ଷାଧିକ ଟଙ୍କାରେ ବିକ୍ରି ଅଭିଯୋଗ ।

କନକ ବ୍ୟୁରୋ: ଭୋଗରାଇ ବ୍ଲକ ପରିସରରୁ ଗଛ କଟାଯିବା ଘଟଣାରେ ବିଡିଓଙ୍କ ଗିରଫଦାରୀ ଦାବି କରିଛି କଂଗ୍ରେସ । ଗଛ କଟା ପାଇଁ ବିଡିଓଙ୍କୁ ଦାୟୀ କରିବା ସହ ପ୍ରଶାସନକୁ ତିନି ଦିନ ସମୟ ଦେଇଥିଲା କଂଗ୍ରେସ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଭୋଗରାଇ କଂଗ୍ରେସ ଦଳ ଭୋଗରାଇ ଥାନାରେ ଏତଲା ଦେଇଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ ରାତିContinue reading “ବିଡିଓଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୋଗରାଇ କଂଗ୍ରେସ । ବ୍ଲକ ପରିସରରେ ଥିବା ୨୦ରୁ ଅଧିକ ଗଛ କାଟି ଲକ୍ଷାଧିକ ଟଙ୍କାରେ ବିକ୍ରି ଅଭିଯୋଗ ।”

ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା । ଆନନ୍ଦବଜାରରେ ହେବ ନୂଆ କଳେବର ।

କନକ ବ୍ୟୁରୋ: ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୧୬ କଳା । ଆନନ୍ଦବଜାରରେ ହେବ ନୂଆ କଳେବର । ଏନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରିୟା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭିକସନ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ନାକଚଣା ଦ୍ୱାର ନିକଟ ବରଗଛକୁ ହୋଇଥିବା ପିଣ୍ଡିକୁ ମଧ୍ୟ ଜେସିପି ସାହାଯ୍ୟରେ ହଟାଇ ଦିଆଯାଇଛି । ଏଥିସହିତContinue reading “ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା । ଆନନ୍ଦବଜାରରେ ହେବ ନୂଆ କଳେବର ।”

ଛତ୍ରପୁର ଯବାନ ଡିଲେଶ୍ୱର ପାତ୍ର ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତ ଗିରଫ । ୨ଟି ଫୋନ୍ ,୨ଟି ଗାଡ଼ି ଜବତ । କ୍ରିକେଟ ଖେଳକୁ ନେଇ ହୋଇଥିଲା ହତ୍ୟା ।

କନକ ବ୍ୟୁରୋ: ଛତ୍ରପୁର ଯବାନ ଜେ. ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଚମାଖଣ୍ଡି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାଳିପଲ୍ଲୀ ଗ୍ରାମର ଜେ. କଲ୍ୟାଣୀ ପାତ୍ର, ସିଏଚ୍. ଶେଖର, ବି. ଚେନେୟା, ନିମଖଣ୍ଡି ଥାନା ଅଂଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର । ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମContinue reading “ଛତ୍ରପୁର ଯବାନ ଡିଲେଶ୍ୱର ପାତ୍ର ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତ ଗିରଫ । ୨ଟି ଫୋନ୍ ,୨ଟି ଗାଡ଼ି ଜବତ । କ୍ରିକେଟ ଖେଳକୁ ନେଇ ହୋଇଥିଲା ହତ୍ୟା ।”

ଆଗକୁ କ’ଣ କରିବେ ଟିଏମସି ସାଂସଦ ମହୁଆ ମୋଇତ୍ରା  । ସାଂସଦ ପଦ ଯିବା ପରେ ମୌଳିକ ଅଧିକାର ଉଲଙ୍ଘନ ନେଇ ଯାଇପାରନ୍ତି ସୁପ୍ରିମକୋର୍ଟ ।

କନକ ବ୍ୟୁରୋ: କ୍ୟାସ ଫର୍ କ୍ୟୁରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରା ତାଙ୍କର ସଂସଦୀୟ ପଦ ହରାଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦର ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମୋଇତ୍ରାଙ୍କୁ ଗୃହରୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ସଂସଦରୁ ପ୍ରତ୍ୟାହାର ହେବା ପରେ ମହୁଆ ମୋଇତ୍ରାଙ୍କ ପାଖରେ କ’ଣ ବିକଳ୍ପ ରହିଛି । ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ, ମହୁଆଙ୍କ ପାଖରେ ଯେଉଁସବୁ ବିକଳ୍ପ ଅଛି,Continue reading “ଆଗକୁ କ’ଣ କରିବେ ଟିଏମସି ସାଂସଦ ମହୁଆ ମୋଇତ୍ରା  । ସାଂସଦ ପଦ ଯିବା ପରେ ମୌଳିକ ଅଧିକାର ଉଲଙ୍ଘନ ନେଇ ଯାଇପାରନ୍ତି ସୁପ୍ରିମକୋର୍ଟ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଦୁନିଆର ଲୋକପ୍ରିୟ ନେତା । ‘ମର୍ଣ୍ଣିଂ କନସଲ୍ଟ’ ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ, ଦ୍ୱିତୀୟରେ ମେକ୍ସିକୋ ରାଷ୍ଟ୍ରପତି । 

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା । ଆମେରିକାର କନସଲଟାନ୍ସି ଫର୍ମ ‘ମର୍ଣ୍ଣିଂ କନସଲ୍ଟ’ର ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେରେ ମୋଦୀଙ୍କୁ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଓବ୍ରାଡର୍ । ସେ ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଦୁନିଆର ଦ୍ୱିତୀୟ ଲୋକପ୍ରିୟ ନେତା ହୋଇଛନ୍ତି । ଏହା ପରେ ସ୍ୱିଜରଲାଣ୍ଡରContinue reading “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଦୁନିଆର ଲୋକପ୍ରିୟ ନେତା । ‘ମର୍ଣ୍ଣିଂ କନସଲ୍ଟ’ ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ, ଦ୍ୱିତୀୟରେ ମେକ୍ସିକୋ ରାଷ୍ଟ୍ରପତି । “

Design a site like this with WordPress.com
Get started