କନକ ବ୍ୟୁରୋ: ଗୋ-ଚାଲାଣ ବେଳେ ଗୋରୁ ବୋଝେଇ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପଂଚାୟତର ବେହେରାମୁଣ୍ଡା ଠାରେ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏକ ପିକଅପ୍ ଭ୍ୟାନରେ ଝାରସୁଗୁଡା ଜିଲ୍ଲା କନକତୁରା ଦେଇ ଗୋ- ଚାଲାଣ ହେଉଥିବା ଖବର ପାଇବା ମାତ୍ରେ ଗାଡିର ପିଛା କରିଥିଲେ ଗ୍ରାମବାସୀ । ବେହେରାମୁଣ୍ଡା ଠାରେ ଗାଡିରେ ବନ୍ଧା ଥିବା ଗାଈ ଗୁଡିକୁ ଜଙ୍ଗଲରେ ଛାଡିଦେଇଥିଲେ, ଏହାପରେ ଗାଡିରେ ନିଆଁ ଲଗାଇContinue reading “ଗୋ-ଚାଲାଣ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସମସ୍ତ ଗାଈଙ୍କୁ କଲେ ଉଦ୍ଧାର ।”
Author Archives: Raghaba
ପୁଣି ଶ୍ରୀସନ୍ଥ-ଗମ୍ଭୀରଙ୍କ ମଧ୍ୟରେ ବାକଯୁଦ୍ଧ । ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳୀ ।
କନକ ବ୍ୟୁରୋ: ପୁଣି ତେଜିଲା ଶ୍ରୀସନ୍ଥ-ଗମ୍ଭୀର ବିବାଦ । ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଚାଲିଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟର ଏକ ମ୍ୟାଚରେ ଦୁଇ ଜଣଙ୍କ ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବୁଧବାର ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ଏପରି ବିବାଦ ଦେଖିବାକୁ ମିଳିଥିଲା । ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ବ୍ୟାଟିଂ କରୁଥିବା ବେଳେ ଶ୍ରୀସନ୍ଥ ଗୁଜରାଟ ଜାଏଂଟସ ପକ୍ଷରୁ ବୋଲିଂ କରୁଥିଲେ । ଓଭର ଶେଷ ହେବା ପରେ ପିଚ୍ ଉପରେ ଉଭୟଙ୍କ ମଧ୍ୟରେContinue reading “ପୁଣି ଶ୍ରୀସନ୍ଥ-ଗମ୍ଭୀରଙ୍କ ମଧ୍ୟରେ ବାକଯୁଦ୍ଧ । ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳୀ ।”
ବାଦଲ ହଟିଲେ ବଢ଼ିବ ଥଣ୍ଡା । ଝାରସୁଗୁଡ଼ା, କେନ୍ଦୁଝରରେ ଦିନ ତାପମାତ୍ର ୧୯ ଦଶମିକ ୮ ଡିଗ୍ରୀ ।
କନକ ବ୍ୟୁରୋ: ଆହୁରି ଖସିବ ରାତିର ପାରଦ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କୋହଲା ପାଗ କମିବା ସହ ବାଦଲ ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ସେହିପରି ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏବେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ଲାଗି ରହିଛି । ଗତକାଲି ଦିନ ସମୟରେ ଝାରସୁଗୁଡ଼ା ଓ କେନ୍ଦୁଝର ସହରର ଦିନର ତାପମାତ୍ରାContinue reading “ବାଦଲ ହଟିଲେ ବଢ଼ିବ ଥଣ୍ଡା । ଝାରସୁଗୁଡ଼ା, କେନ୍ଦୁଝରରେ ଦିନ ତାପମାତ୍ର ୧୯ ଦଶମିକ ୮ ଡିଗ୍ରୀ ।”
ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା ।
କନକ ବ୍ୟୁରୋ: କ୍ୟାନସର ଲଢ଼େଇରେ ହାରିଗଲେ ଜୁନିୟର ମେହମୁଦ । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି । କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିବା ଜୁନିୟର ମେହମୁଦ ୪୦ରୁ ଅଧିକ ଦିନ ବଂଚିପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ଆଉ ଅସୁସ୍ଥତା ଖବର ପାଇବା ପରେ ଭେଟେରାନ୍ ଅଭିନେତା ଜିତେନ୍ଦ୍ର, ତାରକା କମେଡିଆନ୍ ଜନି ଲିଭର ଓ ସଚିନ ପିଲଗାଁଓକର ତାଙ୍କୁ ଭେଟିଥିଲେ । କିନ୍ତୁ ଆଜି ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗContinue reading “ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା । “
ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ । ୨ହଜାର କିମି ଲକ୍ଷ୍ୟଭେଦୀ କ୍ଷମତା ।ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପରୀକ୍ଷଣ ।
କନକ ବ୍ୟୁରୋ: ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଏହି ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୭୦୦ କିଲୋମିଟରରେ ଥିବା ଲକ୍ଷ୍ୟଭେଦ କରିବା ସହ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଭାବେ ସବୁ ବିଭାଗ କାମ କରିଥିବା ଏହି ବ୍ୟାବହାରିକ ପରୀକ୍ଷାରୁ ଜଣାପଡ଼ିଥିଲାContinue reading “ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ । ୨ହଜାର କିମି ଲକ୍ଷ୍ୟଭେଦୀ କ୍ଷମତା ।ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପରୀକ୍ଷଣ ।”
ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।
କନକ ବ୍ୟୁରୋ: ଡିସେମ୍ବର ୧୧ରେ ଆସିବ ଧାରା ୩୭୦ ରାୟ । ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ୧୬ ଦିନର ଶୁଣାଣି ପରେ ସେପ୍େଟମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଜମ୍ମୁ-କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରୁଛନ୍ତି କି ନାହିଁ ସେ ନେଇ ମୁଖ୍ୟ ଆବେଦନକାରୀ ମହମ୍ମଦ ଆକବର ଲୋନ୍ଙ୍କୁ ସତ୍ୟପାଠ ମାଗିଛନ୍ତି କୋର୍ଟ । ସୂଚନାContinue reading “ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । “
କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ ।
କନକ ବ୍ୟୁରୋ: କଥା ଯେମିତି କାମ ସେମିତି । ନିର୍ବାଚନ ସମୟରେ ଯେଉଁ କଥା କହୁଥିଲେ, ଅବିକଳ ସେଇଆ କରିଛନ୍ତି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡ୍କୁ ଭାଙ୍ଗି ଦେଇଛନ୍ତି କଂଗ୍ରେସ କର୍ମୀ । ଏହି ଲୁହା ବ୍ୟାରିକେଡ୍ ଭାଙ୍ଗିବା ପାଇଁ ରେଭନ୍ତ ରେଡ୍ଡି ନିର୍ବାଚନ ସମୟରେ କହୁଥିଲେ । ଏହି ବ୍ୟାରିକେଡ ଜନତା ଓ ସରକାର ଭିତରେ ବାଡ଼ ଭଳି ଠିଆ ହୋଇଛି, ଏହାContinue reading “କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ ।”
୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା ।
କନକ ବ୍ୟୁରୋ: ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିଲା । ଫଳାଫଳ ବି ଆସିଲା । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବାଜିମାତ୍ କଲା ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ଦଳ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନାହିଁ । ଗୁରୁବାର ବିଜେପିର ସଂସଦୀୟ ଦଳ ବୈଠକରେ ମଧ୍ୟ ଏନେଇ କୌଣସି ନିଷ୍ପତି ହୋଇନାହିଁ । ଶେଷରେ ଦଳ ୩ ରାଜ୍ୟ ପାଇଁ ଆଜି ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ । ସେମାନେ ବିଜୟୀContinue reading “୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା ।”
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ ।
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନରେନ୍ଦ୍ର ସିଂ ତୋମରଙ୍କ ଇସ୍ତଫା ମଞ୍ଜୁର ହେବା ପରେ ଅର୍ଜୁନ ମୁଣ୍ଡା ଏହି ଦାୟିତ୍ୱରେ ରହିବେ । ଅର୍ଜୁନ ମୁଣ୍ଡା ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି । ମଧ୍ୟପ୍ରଦେଶରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୋମର । ଏହି ଇସ୍ତଫାକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି । ସେହିପରି ପ୍ରହ୍ଲାଦContinue reading “କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ ।”
ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ ।
କନକ ବ୍ୟୁରୋ: ଯେତେ ଗଣିଲେ ବି ସରୁନାହିଁ । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଏହି ଟଙ୍କା ୩୦୦ କୋଟି ଟଙ୍କା ଟପିବ ବୋଲି ଜଣାପଡ଼ିଛି । ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆContinue reading “ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ ।”