କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଛି । ବିଧାନସଭା ନିର୍ବାଚନରେ ହାରିବା ପରେ ଇଭିଏମ୍ ମେସିନକୁ ଦାୟୀ କରିଛି କଂଗ୍ରେସ । ପ୍ରଥମେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ପରେ କମଲନାଥ ପରାଜୟ ପାଇଁ ଇଭିଏମ୍ ମେସିନକୁ ଦାୟୀ କରିଛନ୍ତି । ପ୍ରଥମେ ଦିଗବିଜୟ କହିଛନ୍ତି ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ୨୦୦୩ ମସିହାରୁ ସେ ଇଭିଏମ୍ ଭୋଟଦାନ ପ୍ରକ୍ରିୟାକୁ ବିରୋଧ କରି ଆସୁଛନ୍ତି ।Continue reading “ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ କଂଗ୍ରେସ ନେତା । କହିଲେ, ନିଜ ଅଞ୍ଚଳରେ ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ପାଇବା ଅସମ୍ଭବ । “
Author Archives: Raghaba
ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା । ପଟ୍ଟାଙ୍ଗୀରେ ସର୍ବାଧିକ ବର୍ଷା ରେକର୍ଡ଼ ।
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ପରିଣତ ହୋଇ ଏବେ ତେଲେଙ୍ଗାନାରେ କେନ୍ଦ୍ରୀଭୁତ ହୋଇଛି । ଉତର ଦିଗରେ ଘଂଟାପ୍ରତି ୧୧ କିମି ବେଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ । ଆଗାମୀ ୬ ଘଂଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେContinue reading “ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା । ପଟ୍ଟାଙ୍ଗୀରେ ସର୍ବାଧିକ ବର୍ଷା ରେକର୍ଡ଼ । “
ବାପାଙ୍କ ପାଇଁ ବନ୍ଧା ହେଉଥିଲା କୋକେଇ, ଗଛ ପଡ଼ି ଚାଲିଗଲା ପୁଅର ଜୀବନ । କେଇ ଘଣ୍ଟା ବ୍ୟବଧାନରେ ଗଲା ବାପ, ପୁଅଙ୍କ ଜୀବନ ।
କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ! ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି, ଏପଟେ ଚାଲିଗଲା ଯବାନ ପୁଅର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ବୋରିଗୁମା ବ୍ଲକ କାମତା ଗାଁରେ । ସୂଚନା ମୁତାବକ, ଏହି ଗାଁର ଲକ୍ଷ୍ମଣ ମଣ୍ଡଳଙ୍କର ଗତକାଲି ମୃତ୍ୟୁ ହୋଇଥିଲା । । ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁୁ ନିଆଯାଇଥିଲା। ଗାଁରେ ଅନ୍ତିମ ସଂସ୍କାର ପାଇଁ କାମ ଚାଲି ଥିବା ବେଳେContinue reading “ବାପାଙ୍କ ପାଇଁ ବନ୍ଧା ହେଉଥିଲା କୋକେଇ, ଗଛ ପଡ଼ି ଚାଲିଗଲା ପୁଅର ଜୀବନ । କେଇ ଘଣ୍ଟା ବ୍ୟବଧାନରେ ଗଲା ବାପ, ପୁଅଙ୍କ ଜୀବନ ।”
ମିଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍ ଚାକିରି ଛାଡି ଲଢିଥିଲେ ନିର୍ବାଚନ ।
କନକ ବ୍ୟୁରୋ: ମିଜୋରାମର ସର୍ବକନିଷ୍ଠା ବିଧାୟିକା ହୋଇଛନ୍ତି ବେରିଲ୍ ବନ୍ନେଇସାଙ୍ଗୀ । ସେ ଏକ ଗଣମାଧ୍ୟମରେ ଆଙ୍କରିଙ୍ଗ କରୁଥିଲେ । କିନ୍ତୁ ନିର୍ବାଚନ ଲଢିବାକୁ ଚାକିରି ଛାଡିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି । ‘ଜୋରାମ୍ ପିପୁଲ୍ସ୍ ମୋଭ୍ମେଣ୍ଟ୍’ (ଜେଡ୍ପିଏମ୍) ଟିକେଟ୍ରେ ଦକ୍ଷିଣ ଆଇଜୋଲ୍-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ୩୨ବର୍ଷୀୟ ବେରିଲ୍ ‘ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ୍’ର ପ୍ରାର୍ଥୀ ଏଫ୍. ଲାଲନୁନ୍ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନ କମିସନରେContinue reading “ମିଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍ ଚାକିରି ଛାଡି ଲଢିଥିଲେ ନିର୍ବାଚନ ।”
ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଦୀପକ ଚହରଙ୍କ ବାପା । ଦୀପକ କହିଲେ, ସୁସ୍ଥ ହେବା ପର୍ଯ୍ୟନ୍ତ ସେବା କରିବି ।
କନକ ବ୍ୟୁରୋ : ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ବାପା ଲୋକେନ୍ଦ୍ର ଚହର ଆଲିଗଡର ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ବେଳେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ । ସଙ୍ଗେ ସଙ୍ଗେ ଲୋକେନ୍ଦ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ଶୁଣିବା ପରେ ଦୀପକ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଅଧାରୁ ଘରକୁ ଫେରିବା ସହ ହସ୍ପିଟାଲରେ ବାପାଙ୍କ ସେବାରେ ଲାଗି ପଡିଛନ୍ତି । ଦୀପକ କହିଛନ୍ତି, ହସ୍ପିଟାଲରେ ବାପାଙ୍କୁ ଉତ୍ତମ ଚିକିତ୍ସା ସୁବିଧାContinue reading “ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଦୀପକ ଚହରଙ୍କ ବାପା । ଦୀପକ କହିଲେ, ସୁସ୍ଥ ହେବା ପର୍ଯ୍ୟନ୍ତ ସେବା କରିବି । “
ରାଜପଥରେ କାରକୁ ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି ଭଙ୍ଗାରୁଜା କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।
କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିବା ସହ ଗାଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜଳେଶ୍ୱର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କମର୍ଦା ଥାନା ଅନ୍ତର୍ଗତ ରାଉତ ମନ୍ଦାରୁଣୀ ଗାଁର ଗୋପାଳ ଦାସ, ଜଳେଶ୍ୱରରୁ କାମ ସାରି ଏକ କାର ଯୋଗେ ନିଜ ଘରକୁ ଫେରୁଥିଲେ । ଜଣେ ସହଯୋଗୀ ମଧ୍ୟ ତାଙ୍କ ସାଥିରେ ଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ୫୭ ନମ୍ବରContinue reading “ରାଜପଥରେ କାରକୁ ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି ଭଙ୍ଗାରୁଜା କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।”
ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା । ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ।
ଆମନେଷ୍ଟି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଗିରଫ କରିଥିଲେ । ସେମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ପରି ଅତ୍ୟାଚାର କରି ପ୍ରତାଡିତ କରିଛନ୍ତି । ଏଥିରେ ମହିଳା, ପୁରୁଷ, ଛୋଟଛୋଟ ପୁଅ ଏବଂ ଝିଅ ଅନ୍ତର୍ଭୁକ୍ତ । ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ୨୨ ବର୍ଷିୟ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ସେପ୍ଟେମ୍ବର ୨୦୨୨ ରେ ଇରାନରେ ବ୍ୟାପକContinue reading “ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା । ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ।”
ବେଳାଭୂମୀରେ ପୁଳା ପୁଳା ମାଛ । ସମୁଦ୍ର ଲହରୀରେ ଭାସି ଆସିଲେ ଅଜସ୍ର ମାଛ । ମାଛକୁ ଦେଖିବାକୁ ଲୋକଙ୍କ ଭିଡ ।
କନକ ବ୍ୟୁରୋ: ବେଳାଭୂମୀରେ ପୁଳା ପୁଳା ମାଛ । ସମୁଦ୍ର ଲହରୀରେ ଭାସି ଆସି କୂଳରେ ଡିଆଁ ମାରୁଛନ୍ତି ଶହ ଶହ ସଂଖ୍ୟାରେ ମାଛ । ବିଶାଖାପଟନମ୍ ବେଳାଭୂମୀରେ ଆଜି ସକାଳୁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବେଳାଭୂମୀରେ ଗଦା ଗଦା ମାଛ ଡିଆଁ ମାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ଲହରି ସହ ଡିଆଁ ମାରୁଥିବା ମାଛକୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । କିଛି ଲୋକContinue reading “ବେଳାଭୂମୀରେ ପୁଳା ପୁଳା ମାଛ । ସମୁଦ୍ର ଲହରୀରେ ଭାସି ଆସିଲେ ଅଜସ୍ର ମାଛ । ମାଛକୁ ଦେଖିବାକୁ ଲୋକଙ୍କ ଭିଡ ।”
ଦୁର୍ବଳ ହେଉଛି ବାତ୍ୟା ମିଗଜୋମ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷୁଛି ।
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୁତ ରହିଛି । ଏହା ଆନ୍ଧ୍ର ଉପକୂଳରେ ଉତର ଦିଗରେ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣContinue reading “ଦୁର୍ବଳ ହେଉଛି ବାତ୍ୟା ମିଗଜୋମ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷୁଛି ।”
ଗୋପାଳପୁର ସାମ୍ବାଦିକ ଜଗନ୍ନାଥ ନାୟକ ହତ୍ୟା ମାମଲା । ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ନାବାଳକ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ ।
କନକ ବ୍ୟୁରୋ: ଗୋପାଳପୁର ସାମ୍ବାଦିକ ତଥା ଯୁବ ନେତା ଜଗନ୍ନାଥ ନାୟକ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ । ଗିରଫ ନାବାଳକ ଜଣଙ୍କ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗାଁର । ସେ ଜଗନ୍ନାଥଙ୍କ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲା । କିଛିଦିନ ହେବ ଦରମା ଟଙ୍କାକୁ ନେଇ ଜଗନ୍ନାଥ ଓ ଅଭିଯୁକ୍ତ ନାବାଳକ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏହାକୁ ନେଇ ନାବାଳକକୁ ଜଗନ୍ନାଥContinue reading “ଗୋପାଳପୁର ସାମ୍ବାଦିକ ଜଗନ୍ନାଥ ନାୟକ ହତ୍ୟା ମାମଲା । ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ନାବାଳକ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ ।”