ଓମାନର ସୁଲତାନ ହାଥମ୍-ବିନ୍-ତାରିକ୍ ଖୁବ୍ ଶୀଘ୍ର ଭାରତ ଗସ୍ତ କରିବାକୁ ଯାଉଛନ୍ତି । ଏହି ଗସ୍ତକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରାଯାଉଛି କାରଣ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହା ହେଉଛି କୌଣସି ଆରବ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଭାରତ ଗସ୍ତ । ଆମର ସମସ୍ତ ପଡୋଶୀ ଦେଶ ମଧ୍ୟରେ, ଆରବ ଗଲ୍ଫର କିଛି ଦେଶ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦେଶ ମଧ୍ୟରୁ ଗୋଟିଏ ହେଉଛି ଓମାନ । ଯାହାର ସୁଲତାନContinue reading “ଭାରତ ଆସିବେ ଓମାନର ସୁଲତାନ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗୁରୁତ୍ବପୁର୍ଣ ଗସ୍ତ”
Author Archives: Raghaba
ଆଜି ଜେଲରୁ ବାହାରିବେ ଅର୍ଚ୍ଚନା ନାଗ । ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଜେଲରୁ ବାହାରିବେ । ଗତକାଲି ତାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ତେଣୁ ସେ ଆଜି ଜେଲରୁ ବାହାରିବେ ବୋଲି ସୂଚନା ରହିଛି । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଇଡି ମାମଲାରେ ଛନ୍ଦିContinue reading “ଆଜି ଜେଲରୁ ବାହାରିବେ ଅର୍ଚ୍ଚନା ନାଗ । ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ”
ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପଦ୍ମପୁରରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ କରିଛନ୍ତି ଉତରାଞ୍ଚଳ ଆରଡିସି । ଏହାସହ ବିଭିନ୍ନ ଅଫିସ ଖୋଲିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆରଡିସିଙ୍କ ସହ ବରଗଡ଼ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆର୍ଏନଡି ଇଞ୍ଜିନିୟର, ବରଗଡ଼ ସିଡିଏମ୍, ପଦ୍ମପୁର ତହସିଲଦାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ପଦ୍ମପୁରକୁ ଦୀର୍ଘ ଦିନ ହେବ ଜିଲ୍ଲା ମାନ୍ୟତା ପାଇଁ ଦାବିContinue reading “ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ”
ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ । ୧୨ ଗୁରୁତର
କନକ ବ୍ୟୁରୋ : ଟିଟିଲାଗଡ଼ରେ ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ । ୧୨ ଗୁରୁତର ହୋଇଛନ୍ତି । ଏଥିମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁର ଭୁଏପଡା ଗାଁରୁ ପ୍ରାୟ ୨୦-୨୫ ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡାକୁ ବଣଭୋଜି କରିବାକୁ ଯାଉଥିଲେ । ଏହି ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିଥିଲା । ଗୁରୁତରContinue reading “ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ । ୧୨ ଗୁରୁତର”
ଜିଲ୍ଲା ଦାବିରେ କଣ୍ଟାବାଞ୍ଜିରେ ପ୍ରତିବାଦ । ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ସଂଘର୍ଷ ସମିତି
କନକ ବ୍ୟୁରୋ : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଆଜି ବନ୍ଦ ରହିଛି । ତେବେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି । ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତା ମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।Continue reading “ଜିଲ୍ଲା ଦାବିରେ କଣ୍ଟାବାଞ୍ଜିରେ ପ୍ରତିବାଦ । ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ସଂଘର୍ଷ ସମିତି”
ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ ନକରି ଶିବରାଜଙ୍କୁ ଭେଟିବା ନେଇ ଖପ୍ପା କଂଗ୍ରେସ ନେତୃତ୍ୱ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ କରିନଥିଲେ କମଲନାଥ । କିନ୍ତୁ ଏହି ସମୟରେ ବିଜୟୀ ଶିବରାଜଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ଯାହାକୁ ନେଇ ଖପ୍ପା ହୋଇଛି କଂଗ୍ରେସର ଶୀର୍ଷ ନେତୃତ୍ୱ । ଏସବୁ ଭିତରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି କମଲନାଥ ଇସ୍ତଫା ଦେବେ ବୋଲିContinue reading “ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ ନକରି ଶିବରାଜଙ୍କୁ ଭେଟିବା ନେଇ ଖପ୍ପା କଂଗ୍ରେସ ନେତୃତ୍ୱ “
ବାତ୍ୟା ମିଗଜୋମ ପ୍ରଭାବରେ ଭୋରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ତେବେ ଓଡିଶା ଉପରେ ସେଭଳି କୌଣସି ପ୍ରଭାବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି । ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମରେ ବର୍ଷା ହେବ ବୋଲି ସୂଚନା ରହିଛି । ସେହିପରି ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।Continue reading “ବାତ୍ୟା ମିଗଜୋମ ପ୍ରଭାବରେ ଭୋରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”
ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ୯ କିଲୋମିଟର ବେଗରେ କରୁଛି ଗତି
କନକ ବ୍ୟୁରୋ : ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ୯ କିଲୋମିଟର ବେଗରେ ଗତି କରୁଛି । ଏବେ ଉତର-ଉତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୩୦ କିଲୋମିଟର ଓ ବାପାଟଲାରୁ ୧୩୦କିଲୋମିଟର ଦୂରରେ ରହିଛି ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗContinue reading “ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ୯ କିଲୋମିଟର ବେଗରେ କରୁଛି ଗତି”
ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ୧୧ଜଣ ପର୍ବତାରୋହୀ ମୃତ
କନକ ବ୍ୟୁରୋ : ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ୍ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇ ପଡିଛି । ବିପଦ ଆଶଙ୍କା କରାଯାଇContinue reading “ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ୧୧ଜଣ ପର୍ବତାରୋହୀ ମୃତ”
ଆଜି ପ୍ରଥମାଷ୍ଟମି : ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ । ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର
କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମି ପାଇଁ ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ମନ୍ଦିରରେ ପଢୁଆଁ କରାଯିବ । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହେବ । ବେଶରେ ନୂଆ ଲୁଗା ସହ ବିଭିନ୍ନ ଅଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୁପ ବଢ଼ିବା ପରେ ମହାପ୍ରଭୁଙ୍କୁ ପଢ଼ୁଆଁ କରାଯିବ ।Continue reading “ଆଜି ପ୍ରଥମାଷ୍ଟମି : ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ । ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର “