କନକ ବ୍ୟୁରୋ : ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ରଣବୀର କାପୁରଙ୍କ ଏହି ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ରିଲିଜ ହେବାର ମାତ୍ର ୩ଦିନରେ ବକ୍ସ ଅଫିସରେ ଏହି ଫିଲ୍ମ ୩୪୦କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡିଛି । ‘ମାଷ୍ଟର’ ଓ ‘ଆରଆରଆର’ ପରେ ‘ଆନିମଲ’ ରିଲିଜର ପ୍ରଥମ ସପ୍ତାହରେ ହିଁ ଗ୍ଲୋବାଲ ବକ୍ସ ଅଫିସର ଶୀର୍ଷତମ ସ୍ଥାନରେ ରହିଛି । ‘ନେପୋଲିୟନ’ ଏବଂContinue reading “ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । ହଲିଉଡର ହାଇବଜେଟ ଫିଲ୍ମକୁ ପଛରେ ପକାଇଛି ‘ଆନିମଲ’”
Author Archives: Raghaba
ଆଜି ବାଲିଯାତ୍ରାର ଶେଷ ଦିନ । ସୋମବାର ମଞ୍ଚରେ ମନ ମୋହିଲା ଗୀତନାଟ୍ୟ ସମର ତରଙ୍ଗ
କନକ ବ୍ୟୁରୋ : ବାଲିଯାତ୍ରାରେ ମନ ମୋହିଲା ସମର ତରଙ୍ଗ । ଢେଙ୍କାନାଳଳର ନାଟ୍ୟ ସଂସ୍ଥା କଳା,ପରିଷଦ ପକ୍ଷରୁ ଗୀତନାଟ୍ୟ ସମର ତରଙ୍ଗ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କ ମନକୁ ଛୁଇଁଥିଲା । ଓଡ଼ିଶା ଇତିହାସରେ ଖଞ୍ଜଣାକୁ ନେଇ ମରହଟା ଏବଂ ଢେଙ୍କାନାଳ ରାଜଙ୍କ ମଧ୍ୟରେ ହୋଇଥିବା ତିନିଟି ଯୁଦ୍ଧରେ କିପରି ମରହଟା ପରାସ୍ତ ହୋଇଥିଲା ତାର କାହାଣୀକୁ ନାଟକରେ ବର୍ଣ୍ଣନା କରାଯାଇଥିଲା । ୬୦ ଜଣ କଳାକାରଙ୍କୁ ନେଇ ଏହି ନାଟକ ପ୍ରସ୍ତୁତ କରାଯାଇଥିଲାContinue reading “ଆଜି ବାଲିଯାତ୍ରାର ଶେଷ ଦିନ । ସୋମବାର ମଞ୍ଚରେ ମନ ମୋହିଲା ଗୀତନାଟ୍ୟ ସମର ତରଙ୍ଗ”
ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କଲା ଝାରସୁଗୁଡାର ମିରର ଥିଏଟର
କନକ ବ୍ୟୁରୋ : ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରିଛି ଝାରସୁଗୁଡା ବେଲପାହାଡର ମିରର ଥିଏଟର । ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟର ମଞ୍ଚରେ ବିନା ବ୍ରେକରେ ଲଗାତାର ୪୮ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସମ୍ବଲପୁରୀ ନାଟକ କାଏଜୁରୀ ପ୍ରଦର୍ଶନ କରାଯାଇଛି । ଯାହା ଇଣ୍ଟରନ୍ୟାସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହା କେବଳ ଝାରସୁଗୁଡା ଜିଲ୍ଲା ନୁହେଁ ସମଗ୍ର ରାଜ୍ୟContinue reading “ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କଲା ଝାରସୁଗୁଡାର ମିରର ଥିଏଟର”
ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍
କନକ ବ୍ୟୁରୋ : ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍ । ବାର୍ଧକ୍ୟ ଭତା ଓ ରାସନ ସହ ବାପା ମା ଭରସା । ବ୍ଲକ ଚେୟାରମ୍ୟାନ୍ କହିଲେ ବ୍ଲକର ମୁଖିଆ । ତାଙ୍କ ସ୍ୱାକ୍ଷର ଓ କଥାରେ କୋଟି କୋଟି ଟଙ୍କାର କାମ ହୁଏ । ହେଲେ ପଦବୀ ଗଲା ପରେ ଏମିତି ବି ଅଛନ୍ତି ଦୁର୍ଦିନରେ କାଳାତିପାତ କରୁଛନ୍ତି । ସମ୍ବଲପୁର ଜିଲ୍ଲା ଧନକଉଡାContinue reading “ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍”
୩ ରାଜ୍ୟର ବିଜେପିର ବିଜୟ ପରେ କାଲି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେନି ମମତା ବାନାର୍ଜୀ
କନକ ବ୍ୟୁରୋ : ତିନି ରାଜ୍ୟରେ ବିଜେପିର ବଜୟ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଇଛି ବଡ ଝଟକା । ଇଣ୍ଡିଆ ମେଣ୍ଟ ପାଇଁ ଏହା ସତର୍କର ଘଣ୍ଟି ଭଳି ହୋଇଛି । ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଛି । ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆ ଆଲିଆନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖିଆ ସାମିଲ ହେବେ ନାହିଁ ବୋଲିContinue reading “୩ ରାଜ୍ୟର ବିଜେପିର ବିଜୟ ପରେ କାଲି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେନି ମମତା ବାନାର୍ଜୀ”
ବର୍ଷାରେ ବେହାଲ ଚେନ୍ନାଇ । ୫ ଜଣଙ୍କ ମୃତ୍ୟୁ, ବୁଡିଲା ବିମାନବନ୍ଦରର ରନୱେ, ଉପୁଡିଲା ଗଛ
କନକ ବ୍ୟୁରୋ : ମିଗଜୋମ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଚେନ୍ନାଇ ସହରର ସ୍ଥିତି ବେହାଲ ହୋଇପଡିଛି । ପାଞ୍ଚ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସିContinue reading “ବର୍ଷାରେ ବେହାଲ ଚେନ୍ନାଇ । ୫ ଜଣଙ୍କ ମୃତ୍ୟୁ, ବୁଡିଲା ବିମାନବନ୍ଦରର ରନୱେ, ଉପୁଡିଲା ଗଛ”
ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ
କନକ ବ୍ୟୁରୋ : ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ବାପାଟଲା ଉପକୂଳ ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଆଜି ପୂର୍ବାହ୍ନରେ ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ । ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟରContinue reading “ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ”
ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ।
କନକ ବ୍ୟୁରୋ: ୧୧୫ ଦିନ ପରେ ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆପ୍ ସାଂସଦଙ୍କ ଉପରେ ଲାଗିଥିବା ନିଳମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଶୀତ ଅଧିବେଶନ ଆରମ୍ଭରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ପ୍ରସ୍ତାବ ରଖିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଦିଲ୍ଲୀ ସେବା ବିଲରେ ନକଲିContinue reading “ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ।”
ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କContinue reading “ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ।”
ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି ।
କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଜୀବନ । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ମିଗଜୋମ୍ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଦକ୍ଷିଣପଶ୍ଚିମ ପାଶ୍ୱବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ତେବେ ଗୁରୁବାର ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଓContinue reading “ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି ।”