ମାଟ୍ରିକ ପରୀକ୍ଷାର୍ଥୀଙ୍କ ରୋଲ୍ ନଂ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ : ସବୁ ପିଲା ରୋଲ୍ ନଂ ପାଇବେ,ବ୍ୟସ୍ତ ହେବାର କିଛି ନାହିଁ

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଏକ ବଡଧରଣର ବିଭ୍ରାଟ ହେବାକୁ ଯାଉଛି । କାରଣ ଆଜି ଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏଯାଏଁ ଛାତ୍ରଛାତ୍ରୀଙ୍କୁ ମିଳିନାହିଁ ରୋଲନମ୍ବର । ୱେବସାଇଟ୍ କିମ୍ବା ଏସଏମଏସ ଜରିଆରେ ପରୀକ୍ଷା ଫଳ ପାଇବାକୁ ହେଲେ ରୋଲନମ୍ବର ନିହାତି ଆବଶ୍ୟକ । ତେଣୁ ରେଲନମ୍ବର ପାଇନଥିବା ଛାତ୍ରଛାତ୍ରୀ କେମିତି ଜାଣିବେ ପରୀକ୍ଷା ଫଳ ତାକୁ ନେଇ ବଡ ଦ୍ୱନ୍ଦ୍ୱ ଉପୁଜିଛି । କୁହାଯାଉଛି ଯେଉଁ ପିଲାମାନେ ଫର୍ମ ଫିଲଅପContinue reading “ମାଟ୍ରିକ ପରୀକ୍ଷାର୍ଥୀଙ୍କ ରୋଲ୍ ନଂ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ : ସବୁ ପିଲା ରୋଲ୍ ନଂ ପାଇବେ,ବ୍ୟସ୍ତ ହେବାର କିଛି ନାହିଁ”

ଆଜିଠୁ ମିଳିବ +୨ ଆଡମିଟ୍‌ କାର୍ଡ : ସାମସ ୱେବସାଇଟ୍ ଜରିଆରେ ଆଡମିଟ୍‌ କାର୍ଡ଼ କରିପାରିବେ ଡ଼ାଉନଲୋଡ଼୍

କନକ ବ୍ୟୁରୋ : ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । କଲେଜଗୁଡିକୁ ଆଡମିଟ୍ କାର୍ଡ ପଠା ଯାଇଥିବାବେଳେ ଆଜିଠାରୁ ସାମ୍ସ ୱେବସାଇଟ୍ ଜରିଆରେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ସାମସ ୱେବ୍‌ସାଇଟ୍ ‘https://ift.tt/32Gxprh <https://ift.tt/32Gxprh&gt; ‘ ରୁ ଅନ୍‌ଲାଇନ୍‌ରେ ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । ଯେଉଁମାନେ ଡାଉନ୍‌ଲୋଡ୍‌ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍‌ କାର୍ଡ ସଂଗ୍ରହ କରିପାରିବେ ।Continue reading “ଆଜିଠୁ ମିଳିବ +୨ ଆଡମିଟ୍‌ କାର୍ଡ : ସାମସ ୱେବସାଇଟ୍ ଜରିଆରେ ଆଡମିଟ୍‌ କାର୍ଡ଼ କରିପାରିବେ ଡ଼ାଉନଲୋଡ଼୍”

ଦୁଇ ଦିନ ଧରି ବୃଦ୍ଧି ପରେ ସାମାନ୍ୟ କମିଲା କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟାରେ ୨୯୧୨ ସଂକ୍ରମିତ ଚିହ୍ନଟ, ପରୀକ୍ଷା ହୋଇଛି ୬୪,୨୫୫ ନମୂନା

କନକ ବ୍ୟୁରୋ : ଦୁଇ ଦିନ ଧରି ବୃଦ୍ଧି ପରେ ସାମାନ୍ୟ କମିଲା କରୋନା ସଂକ୍ରମଣ । ଆଜି ଆସିଥିବା ରିପୋର୍ଟରେ ୩ ହଜାର ତଳେ ରହିଛି ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୪ ହଜାର ୨୫୫ ନମୂନା ପରୀକ୍ଷା କରାଯାଇଛି । ନମୂନା ପରୀକ୍ଷା ଓ ପଜିଟିଭ୍ ସଂଖ୍ୟାକୁ ଦେଖିଲେ ସଂକ୍ରମଣ ହାରContinue reading “ଦୁଇ ଦିନ ଧରି ବୃଦ୍ଧି ପରେ ସାମାନ୍ୟ କମିଲା କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟାରେ ୨୯୧୨ ସଂକ୍ରମିତ ଚିହ୍ନଟ, ପରୀକ୍ଷା ହୋଇଛି ୬୪,୨୫୫ ନମୂନା”

ଅଣସରରେ ମହାପ୍ରଭୁ : ପୂଜା ପାଇଲେ ପଟିଦିଅଁ; ପଟିଦିଅଁକୁ ଲାଗିହେବ ଛପନ ପଉଟି

କନକ ବ୍ୟୁରୋ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ମହାପ୍ରଭୁ । ସେପଟେ ସଅଳ ନୀତିକାନ୍ତି ଯୋଗୁ ଆଜିଠାରୁ ୧୫ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇଛନ୍ତି । ଏଥିପାଇଁ ଗୁରୁବାର ବିଳମ୍ବିତ ରାତିରେ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ପୂର୍ବ ନିର୍ଦ୍ଧାରିତContinue reading “ଅଣସରରେ ମହାପ୍ରଭୁ : ପୂଜା ପାଇଲେ ପଟିଦିଅଁ; ପଟିଦିଅଁକୁ ଲାଗିହେବ ଛପନ ପଉଟି”

ସ୍ନାନଯାତ୍ରା ବେଳେ ପୁରୀ ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡ଼ିବା ଘଟଣା : ଏସପି କହିଲେ, ହେଲିକପ୍ଟରଟି ତଟସୁରକ୍ଷା ବାହିନୀର ଥିଲା ଓ ସୁରକ୍ଷା ନେଇ କୌଣସି ଅସୁବିଧା ନାହିଁ

ଗୁରୁବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀମନ୍ଦିର ପରିସରରେ ବ୍ୟସ୍ତତା ରହିଥିବାବେଳେ ଏହିସମୟରେ ଏକ ହେଲିକପ୍ଟର ଦେଖିବାକୁ ମିଳିଥିଲା । ହଠାତ୍‌ ହେଲିକପ୍ଟରର ପ୍ରବେଶକୁ ନେଇ ପ୍ରଶାସନ, ପୁଲିସ୍‌ଙ୍କ ମଧ୍ୟରେ କିଛି ସମୟ ପାଇଁ ଚିନ୍ତା ବଢ଼ିଯାଇଥିଲା। ପରେ ହେଲିକପ୍ଟରଟି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲିବା ପରେ ବଡ଼ଦାଣ୍ଡ ହୋଇ ସମୁଦ୍ର ଦିଗରେ ପ୍ରସ୍ଥାନ କରିଥିଲା । ଅଚାନକ ଏଭଳି ଘଟଣାକୁ କେନ୍ଦ୍ରକରି ଚାପା ଗୁଞ୍ଜରଣ ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଥିଲାContinue reading “ସ୍ନାନଯାତ୍ରା ବେଳେ ପୁରୀ ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡ଼ିବା ଘଟଣା : ଏସପି କହିଲେ, ହେଲିକପ୍ଟରଟି ତଟସୁରକ୍ଷା ବାହିନୀର ଥିଲା ଓ ସୁରକ୍ଷା ନେଇ କୌଣସି ଅସୁବିଧା ନାହିଁ”

ଆଜି ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଗତକାଲି ସମୁଦ୍ର ପତ୍ତନରେ ଥିବା ନିମ୍ନଚାପ ରେଖା ଆଜି ମଧ୍ୟ ଉତ୍ତର ପଞ୍ଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହି ଘୂର୍ଣ୍ଣିବଳୟଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଗୋଟିଏ ନିମ୍ନଚାପରେଖା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏ ଲମ୍ବିଛି । ପାଣିପାଗର ଏହି ନିୟାମକଗୁଡ଼ିକ ପ୍ରଭାବରେ ଆଗାମୀ ୨୪Continue reading “ଆଜି ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”

ଜାମ୍ମୁ-କାଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ : ନିର୍ବାଚନ ନେଇ ସଙ୍କେତ ଦେଲେ ମୋଦି, ଟ୍ୱିଟ କରି କହିଲେ; ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ କରାଯିବ ମଜଭୁତ

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଖୁବଶୀଘ୍ର ନିର୍ବାଚନ କରିବାକୁ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାମ୍ମୁ-କାଶ୍ମୀରର ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା ପରେ ଟ୍ୱିଟ କରି ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ସେ କହିଛନ୍ତି, ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ କରାଯିବ ମଜଭୁତ, ଖୁବଶୀଘ୍ର ଆରମ୍ଭ ହେବ ସୀମା-ପୁନଃନିର୍ଦ୍ଧାରଣ ।  ଦିଲ୍ଲୀରେ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପ୍ରାୟ ସାଢେ ୩ ଘଂଟା ଧରିContinue reading “ଜାମ୍ମୁ-କାଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ : ନିର୍ବାଚନ ନେଇ ସଙ୍କେତ ଦେଲେ ମୋଦି, ଟ୍ୱିଟ କରି କହିଲେ; ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ କରାଯିବ ମଜଭୁତ”

ମହାରାଷ୍ଟ୍ରରେ କୋଭିଡ କଟକଣାର ଖୋଲାଖୋଲି ଉଲ୍ଲଙ୍ଘନ : ନଭି ମୁମ୍ବାଇରେ ଅନ୍ତର୍ଜାତୀୟ ବିମାନବନ୍ଦରର ନାଁକୁ ନେଇ ବିବାଦ

କନକ ବ୍ୟୁରୋ : ଦ୍ୱିତୀୟ ଲହରର ଭୟାବହତା ଏବେବି ଯାଇ ନ ଥିବା ବେଳେ ସେହି ମହାରାଷ୍ଟ୍ରରେ କୋଭିଡ ନିୟମର ଏପରି ଉଲ୍ଲଙ୍ଘନ ହେଉଛିି, ତାହ କେବେ କଳ୍ପନା କରିନଥିବେ । ନଭି- ମୁମ୍ବାଇରେ ଏଭଳି ପ୍ରତିବାଦର ଚିତ୍ର ଆସିଛି । ଅନ୍ତର୍ଜାତୀୟ ବିମାନବନ୍ଦର ନାମକରଣକୁ ନେଇ ବିଜେପି କର୍ମୀମାନେ ଏହି ପ୍ରତିବାଦ କରିଛନ୍ତି । ଡି.ବି. ପାଟିଲଙ୍କ ନାଁରେ ନାମକରଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । କିନ୍ତୁ ଶିବସେନା ସରକାର ବାଲାସାହେବ ଠାକରେଙ୍କContinue reading “ମହାରାଷ୍ଟ୍ରରେ କୋଭିଡ କଟକଣାର ଖୋଲାଖୋଲି ଉଲ୍ଲଙ୍ଘନ : ନଭି ମୁମ୍ବାଇରେ ଅନ୍ତର୍ଜାତୀୟ ବିମାନବନ୍ଦରର ନାଁକୁ ନେଇ ବିବାଦ”

ଅଣସର ଘରେ ରହିବା ସମୟରେ ଅଲାରନାଥରେ ଚାଲିବ ପୂଜାର୍ଚ୍ଚନା; ବାହାରିବ କ୍ଷୀରି ଭୋଗ, ଏଥର ଭକ୍ତଙ୍କୁ ଦର୍ଶନ ମନା

କନକ ବ୍ୟୁରୋ : ମହାପ୍ରଭୁ ଅଣସର ଘରେ ରହିବା ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଥାଏ । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁ ଅଣସର ଘରକୁ ଯିବା ପରେ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ଏହି ସମୟରେ ଅଲରାନାଥଙ୍କ କ୍ଷୀରି ଭୋଗ ଲାଗି ହୋଇଥାଏ । କିନ୍ତୁ କରୋନା କଟକଣା କାରଣରୁ ଭକ୍ତଙ୍କ ଏଥର ଦର୍ଶନ ମନା ହୋଇଛି ।Continue reading “ଅଣସର ଘରେ ରହିବା ସମୟରେ ଅଲାରନାଥରେ ଚାଲିବ ପୂଜାର୍ଚ୍ଚନା; ବାହାରିବ କ୍ଷୀରି ଭୋଗ, ଏଥର ଭକ୍ତଙ୍କୁ ଦର୍ଶନ ମନା”

୧୦୮ ଗରାରେ ଗାଧେଇବା ପରେ ଜ୍ବରରେ ପୀଡିତ ହେଲେ ଶ୍ରୀଜୀଉ : ଆରମ୍ଭ ହେଲା ଉପଚାର; ଆଜିଠୁ ଅଣସରପିଣ୍ଡି ସାମ୍ନାରେ ପୂଜା ପାଇବେ ପଟିଦିଅଁ

କନକ ବ୍ୟୁରୋ : ଅଣସରରେ ଶ୍ରୀଜୀଉ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସରପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଠାକୁରଙ୍କୁ ଜ୍ବର ହୋଇଛି । ଏହା ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମାନବୀୟ ଲୀଳା । ଶ୍ରୀଜୀଉମାନେ ୧୫ ଦିନ ଅଣସରପିଣ୍ଡିରେ ରହିବେ । ଆଉ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଉପଚାର । ତେବେContinue reading “୧୦୮ ଗରାରେ ଗାଧେଇବା ପରେ ଜ୍ବରରେ ପୀଡିତ ହେଲେ ଶ୍ରୀଜୀଉ : ଆରମ୍ଭ ହେଲା ଉପଚାର; ଆଜିଠୁ ଅଣସରପିଣ୍ଡି ସାମ୍ନାରେ ପୂଜା ପାଇବେ ପଟିଦିଅଁ”

Design a site like this with WordPress.com
Get started