କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ବିଧିବଦ୍ଧ ଭାବେ ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ ।

କନକ ବ୍ୟୁରୋ : କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ଦୁଇଟି ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି ଡଟ୍ ଇନ୍, ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଇଂଟରନେଟContinue reading “କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ବିଧିବଦ୍ଧ ଭାବେ ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ ।”

ବିନା ଭକ୍ତରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ହେଲା ବଡ଼ ଠାକୁରଙ୍କ ମହାସ୍ନାନ, ସ୍ନାନବେଦୀରେ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି ।

କନକ ବ୍ୟୁରୋ : ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ । ରତ୍ନବେଦୀରୁ ଓହ୍ଲାଇଆସି ସ୍ନାନବେଦୀରେ ବିଜେ କରିଥିଲେ ଜଗତର ନାଥ । ୧୦୮ ଗରା ସୁବାସିତ ଜଳରେ ହୋଇଛି ଜଳାଭିଷେକ । ଏହାପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୁଏ । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାନ୍ତି । ହେଲେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟିContinue reading “ବିନା ଭକ୍ତରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ହେଲା ବଡ଼ ଠାକୁରଙ୍କ ମହାସ୍ନାନ, ସ୍ନାନବେଦୀରେ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି ।”

ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ନୂଆ ଅବତାର । ୪୨ ଏନକାଉଣ୍ଟର ପରେ ସାଜିଲେ ପ୍ରବଚକ

କନକ ବ୍ୟୁରୋ : ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ ନୁହେଁ ଜଣେ ପ୍ରବଚକ ଭାବେ ଲୋକଙ୍କ ସାମ୍ନାକୁ ଆସିଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଏକ ବ୍ୟାନର ଲଗାଇ ଶ୍ରୀମଦ୍ ଭଗବତ୍ ଉପରେ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି । ଏହି ବ୍ୟାନର ଗୋଟିଏ ପଟେ ରାଧା କୃଷ୍ଣଙ୍କର ଛବି ରହିଥିବା ବେଳେ ଅନ୍ୟପଟେ ଗୁପ୍ତେଶ୍ୱରଙ୍କର ଛବି ରହିଛି । ଏହାସହ ଏହି ବ୍ୟାନର ତଳେContinue reading “ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ନୂଆ ଅବତାର । ୪୨ ଏନକାଉଣ୍ଟର ପରେ ସାଜିଲେ ପ୍ରବଚକ”

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ଭିଜିଲାନ୍ସ ,କ୍ରାଇମବ୍ରାଞ୍ଚକୁ ମିଳିଲା ନୂଆ ମୁଖିଆ ।

କନକ ବ୍ୟୁରୋ: ଆଜି ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏହି ଅଦଳ ବଦଳ ସହ ଆଇପିଏସ୍ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ତା ସହ ଆଇପିଏସ୍ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ବ ତୁଲାଇବେ । ସେହିପରି ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଅନ୍ୟପଟେ ଆଇପିଏସ୍ ଲଳିିତ ଦାସଙ୍କୁ ଗୁଇନ୍ଦା ବିଭାଗରContinue reading “ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ଭିଜିଲାନ୍ସ ,କ୍ରାଇମବ୍ରାଞ୍ଚକୁ ମିଳିଲା ନୂଆ ମୁଖିଆ ।”

ଟିକା ନେଉଥିଲେ ସାବଧାନ । ମାତିଛନ୍ତି ନକଲି ଟିକା ବେପାରୀ । ମାୟାନଗରୀ ମୁମ୍ବାଇରେ ୨ ହଜାରରୁ ଅଧିକ ଲୋକଙ୍କ ଦିଆଯାଇଛି ନକଲି ଟିକା

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ବୁଧବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି କି ମୁମ୍ବାଇରେ ୨୦୦୦ ରୁ ଅଧିକ ଲୋକ ନକଲି କୋଭିଡ ଟିକାରେ ଶିକାର ହୋଇଛନ୍ତି । ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଦୀପକ ଠାକରେ ଅଦାଲତଙ୍କୁ କହିଛନ୍ତି କି ମୁମ୍ବାଇରେ ଏପର୍ଯ୍ୟନ୍ତ ପାଖା ପାଖି ୯ ଟି ନକଲି ଟିକାକରଣ ଶିବିରର ଆୟୋଜନ ହୋଇଛି । ଏନେଇ ବିଭିନ୍ନ ଥାନାରେ ୪ ଟି ଅଭିଯୋଗ ବି ହୋଇଛି । ଏହାସହ ରାଜ୍ୟContinue reading “ଟିକା ନେଉଥିଲେ ସାବଧାନ । ମାତିଛନ୍ତି ନକଲି ଟିକା ବେପାରୀ । ମାୟାନଗରୀ ମୁମ୍ବାଇରେ ୨ ହଜାରରୁ ଅଧିକ ଲୋକଙ୍କ ଦିଆଯାଇଛି ନକଲି ଟିକା”

ବିରାଟ କୋହଲି କରିବେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ । ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି ଏହି ୨ ଖେଳାଳୀ ।

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତର ପରାଜୟ ପରେ କଡା ସମାଲୋଚନାର ଶିକାର ହୋଇଛି ଟିମ୍ ଇଣ୍ଡିଆ । ଏପରିକି ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ମଧ୍ୟ ସମାଲୋଚନା ହେଉଛି । ଏହାରି ଭିତରେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆରେ କିଛି ପରିବର୍ତ୍ତନ କରିପାରନ୍ତି ଅଧିନାୟକ କୋହଲି । ଆସନ୍ତା ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ ।Continue reading “ବିରାଟ କୋହଲି କରିବେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ । ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି ଏହି ୨ ଖେଳାଳୀ ।”

ଶତୃଦେଶ ପାଇଁ ବଢିଲା ମୁସ୍କିଲ । ଭାରତୀୟ ସେନାକୁ ମିଳିବାକୁ ଯାଉଛି ୧,୭୫୦ ଟି ସ୍ୱଦେଶୀ କାମ୍ବୋଟ ବାହନ

କନକ ବ୍ୟୁରୋ : ଭାରତୀୟ ସେନାର ଶକ୍ତି ଖୁବଶୀଘ୍ର ବୃଦ୍ଧି ପାଇବାକୁ ଯାଉଛି । ଭାରତୀୟ ସେନା ଗୁରୁବାର ଦିନ ୧,୭୫୦ ଟି ଫ୍ୟୁଚରଷ୍ଟିକ୍ ଇନଫ୍ରାଣ୍ଟ୍ରି କମ୍ବୋଟ ବାହନ କିଣିବ ବୋଲି ଆରଏଫଆଇ ଜାରି କରିଛି । ଏହି ବାହନ ଶତୃପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିବା ସହ ସୈନିକଙ୍କ ଯାତାୟତରେ ସହଯୋଗ କରିବ ବୋଲି କୁହାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କୁହାଯାଇଛି କି,ଏଭଳି ବାହନକୁ ପୂର୍ବ ଲଦାଖ, ରେଗିସ୍ତାନContinue reading “ଶତୃଦେଶ ପାଇଁ ବଢିଲା ମୁସ୍କିଲ । ଭାରତୀୟ ସେନାକୁ ମିଳିବାକୁ ଯାଉଛି ୧,୭୫୦ ଟି ସ୍ୱଦେଶୀ କାମ୍ବୋଟ ବାହନ”

ପୁଣି ଘୁଞ୍ଚିଲା କେଜିଏଫ-୨ର ରିଲିଜ୍ ତାରିଖ । ଜାଣନ୍ତୁ କେବେ ପରଦାକୁ ଆସିବ ଏହି ସୁପରହିଟ୍ ମୁଭି ।

କନକ ବ୍ୟୁରୋ : କରୋନା ସଂକ୍ରମଣର ଭୟାବହତା କାରଣରୁ କ୍ରମାଗତ ଭାବେ ବିଭିନ୍ନ ଫିଲ୍ମର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯାଉଛି । ଆଉ ଏହାରି ଭିତରେ ପୁଣି ଥରେ ଘୁଞ୍ଚିଛି ବହୁ ପ୍ରତିକ୍ଷିତ ସାଉଥ ସୁପରଷ୍ଟାର ୟଶ୍ ଏବଂ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ୍-୨ର ରିଲିଜ୍ ତାରିଖ । ପୂର୍ବରୁ ଜୁଲାଇ ୧୬ ତାରିଖରେ ଫିଲ୍ମଟି ରିଲିଜ ହେବା ନେଇ ଘୋଷଣା ହୋଇଥିଲା । ଏବଂ ପରବର୍ତ୍ତୀ ସମୟରେ ଏହି ତାରିଖ ସେପ୍ଟେମ୍ବର ୯କୁ ଘୁଞ୍ଚାଇContinue reading “ପୁଣି ଘୁଞ୍ଚିଲା କେଜିଏଫ-୨ର ରିଲିଜ୍ ତାରିଖ । ଜାଣନ୍ତୁ କେବେ ପରଦାକୁ ଆସିବ ଏହି ସୁପରହିଟ୍ ମୁଭି ।”

ଗାଜିପୁର ସୀମାରେ ପୁଣି ବଡ ଆନ୍ଦୋଳନ ପାଇଁ କୃଷକଙ୍କ ପ୍ରସ୍ତୁତି । ଆନ୍ଦୋଳନରେ ଯୋଗଦେବାକୁ ସହାରନପୁରରୁ ବାହାରିଲା ଟ୍ରାକ୍ଟର ରାଲି

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ଗାଜିପୁର ସୀମାରେ ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କୃଷକ ସଂଗଠନମାନେ । ଏହି କ୍ରମରେ ସହାରନପୁରରୁ ଏକ ବଡ ଟ୍ରାକ୍ଟର ରାଲି କରି ଗାଜିପୁର ବାହାରିଛନ୍ତି ହଜାର ହଜାର କୃଷକ । ଏହାସହ ମୁଜପରପୁର ଓ ମେରଠରୁ ହଜାର ହଜାର କୃଷକ ଗାଜିପୁର ସୀମାରେ ଯୋଗଦେବାକୁ ବାହାରିଛନ୍ତି । ସହାରନପୁରରେ ମିଳିତ କୃଷକ ମୋର୍ଚ୍ଚାର ନେତା ଚୌଧୁରୀ ବିନୟ କୁମାରଙ୍କ ନେତୃତ୍ୱରେ ହଜାରContinue reading “ଗାଜିପୁର ସୀମାରେ ପୁଣି ବଡ ଆନ୍ଦୋଳନ ପାଇଁ କୃଷକଙ୍କ ପ୍ରସ୍ତୁତି । ଆନ୍ଦୋଳନରେ ଯୋଗଦେବାକୁ ସହାରନପୁରରୁ ବାହାରିଲା ଟ୍ରାକ୍ଟର ରାଲି”

ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି । ବୁଲେଟପ୍ରୁଫ୍ ବଗିରେ ଏମିତି ହେବ ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀରୁ କାନପୁର ଯାତ୍ରା କରିବେ । ଉତ୍ତରପ୍ରଦେଶରେ ନିଜ ଜନ୍ମ ସ୍ଥାନକୁ ଗସ୍ତ କରିବା ପାଇଁ ଟ୍ରେନରେ ଯିବେ ରାଷ୍ଟ୍ରପତି । ମହାମହିମ ରାଷ୍ଟ୍ରପତି ଯେଉଁ ଟ୍ରେନରେ ଯିବେ, ତାହା ପ୍ରେସିଡେନ୍ସିଆଲ୍ ଟ୍ରେନ୍ ଅଟେ । ଏହି ଟ୍ରେନର ସୁରକ୍ଷା ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ତଥା ଏନଏସଜି କମାଣ୍ଡୋଙ୍କ ସୁରକ୍ଷାରେ ଏହି ଟ୍ରେନଟି ଦିଲ୍ଲୀରୁ କାନପୁର ଯିବContinue reading “ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି । ବୁଲେଟପ୍ରୁଫ୍ ବଗିରେ ଏମିତି ହେବ ସୁରକ୍ଷା ବ୍ୟବସ୍ଥା ।”

Design a site like this with WordPress.com
Get started