ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ୧୬ ଜିଲ୍ଲାକୁ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

କନକ ବ୍ୟୁରୋ: ପ୍ରବଳ ଖରାରେ ସିଜୁଛି ସାରା ଓଡିଶା । ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ଗ୍ରୀଷ୍ମ ଲହରୀ ଦେଖିବାକୁ ମିଳିଛି । ଏହାରି ଭିତରେ ୧୬ ଜିଲ୍ଲାକୁ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ,  ସୋନପୁର, ବଲାଙ୍ଗିର, ନୂଆପଡା, କନ୍ଧମାଳ, କେନ୍ଦୁଝର,  ମୟୁରଭଞ୍ଜ, ଦେବଗଡ, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ । #୧୬_ଜିଲ୍ଲାକୁ_ହିଟ_ୱେଭ_ସତର୍କତାContinue reading “ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ୧୬ ଜିଲ୍ଲାକୁ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ।”

ଉତ୍ତରପ୍ରଦେଶ ପ୍ରତାପଗଡରେ ବିଶାକ୍ତ ମଦ ପିଇବା ଘଟଣା । ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୩ ଗରୁତର । ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ୍

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଶାକ୍ତ ମଦମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡଂବୁ ସିଂହକୁ ପୋଲିସ ଗିରଫ୍ କରିଛି । ପୋଲିସ ଡଂବୁ ସିଂ ସମେତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣଙ୍କୁ ବି ଗିରଫ୍ କରିଛି । ପୋଲିସ ସେମାନଙ୍କ ଠାରୁ ଦେଢ ପେଟି ଚୋରା ମଦ ବି ଜବତ୍ କରିଛି । ଏହା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁContinue reading “ଉତ୍ତରପ୍ରଦେଶ ପ୍ରତାପଗଡରେ ବିଶାକ୍ତ ମଦ ପିଇବା ଘଟଣା । ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୩ ଗରୁତର । ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ୍”

କୋଟିଆ ଗ୍ରାମପୁଞ୍ଜରେ ପାଳନ ହେଲା ଉତ୍କଳ ଦିବସ । ଓଡିଶା ମାଟିରେ ଆସି ଆନ୍ଧ୍ର ବିରୋଧରେ ଗର୍ଜିଲେ ଆନ୍ଧ୍ର ବାସିନ୍ଦା ।

କନକ ବ୍ୟୁରୋ: ଓଡିଶା ମାଟିରେ ଆନ୍ଧ୍ର ବିରୋଧୀ ସ୍ୱର । ଆନ୍ଧ୍ର ବିରୋଧରେ ଗର୍ଜିଲେ ଖୋଦ୍ ଆନ୍ଧ୍ର ବାସିନ୍ଦା । ପ୍ରଥମଥର ପାଇଁ କୋଟିଆ ଗ୍ରାମପୁଞ୍ଜରେ ପାଳନ ହୋଇଛି ଉକ୍ରଳ ଦିବସ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ରଳ ଦିବସରେ ଓଡିଶାରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଅ।।ନ୍ଧ୍ର କାଡମା ପଂଚାୟତର ୧୮ ଟି ଗାଁର ଲୋକ । ସେହିପରି ସାଲୁର ମଣ୍ଡଳମର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପାଙ୍ଗି ମାଳତୀ ଦୋରାଙ୍କ ନେତୃତ୍ୱରେ ଆନ୍ଧ୍ରContinue reading “କୋଟିଆ ଗ୍ରାମପୁଞ୍ଜରେ ପାଳନ ହେଲା ଉତ୍କଳ ଦିବସ । ଓଡିଶା ମାଟିରେ ଆସି ଆନ୍ଧ୍ର ବିରୋଧରେ ଗର୍ଜିଲେ ଆନ୍ଧ୍ର ବାସିନ୍ଦା ।”

ଏପ୍ରିଲ ମାସରେ ଛୁଟିଦିନ ମାନଙ୍କରେ ମଧ୍ୟ ଟିକାକରଣ କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ। ଦେଶରେ ୪୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯାଉଛି। ତେବେ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ଦେଶର ଅନେକ ରାଜ୍ୟରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି। ନୂଆ ଷ୍ଟ୍ରେନ ଚିହ୍ନଟ ହେବା ସହ ଲୋକେ କରୋନା କଟକଣା ମାନୁନଥିବାରୁ ସଂକ୍ରମଣ ବଢ଼ୁଛି। ଏହାକୁ ଆଖି ଆଗରେ ରଖି ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ମାସରେContinue reading “ଏପ୍ରିଲ ମାସରେ ଛୁଟିଦିନ ମାନଙ୍କରେ ମଧ୍ୟ ଟିକାକରଣ କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର”

 ସଂଜୟ ରାୱତଙ୍କ କ୍ଷମତା ହ୍ରାସକଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ନିଯୁକ୍ତ କଲେ ମୁଖ୍ୟ ପ୍ରବକ୍ତା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଲୋକସଭା ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କୁ ଦଳର ମୁଖ୍ୟ ପ୍ରବକ୍ତା ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ଏହିପଦ ସଂଜୟ ରାୱତଙ୍କ ସମକକ୍ଷ ଭାବେ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂଜୟ ରାୱତ ଦଳର ଏକମାତ୍ର ମୁଖ୍ୟ ପ୍ରବକ୍ତା ଥିଲେ । ଏବେ ଅରବିନ୍ଦ ସାୱନ୍ତଙ୍କୁ ନିଯୁକ୍ତି ମିିିଳିବା ପରେ ଉଦ୍ଧବ ଠାକରେ ସଂଜୟ ରାୱତଙ୍କ କ୍ଷମତା ହ୍ରାସ କରିଛନ୍ତି ବୋଲି ଆଲୋଚନାContinue reading ” ସଂଜୟ ରାୱତଙ୍କ କ୍ଷମତା ହ୍ରାସକଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ନିଯୁକ୍ତ କଲେ ମୁଖ୍ୟ ପ୍ରବକ୍ତା”

ଅଧଘଣ୍ଟା କାମକୁ ଲାଗିଲା ୭ ଘଣ୍ଟା । ଜଳ ସଙ୍କଟ ପାଇଁ ନିଆଁ ଲିଭାଇବାକୁ ନାକେଦମ ହେଲା ଦମକଳବାହିନୀ ।

କନକ ବ୍ୟୁରୋ : ଯାଜପୁର ସୀମାବର୍ତ୍ତୀ ଦାନଗଦୀ ତହସିଲ ଗୋବର୍ଦ୍ଧନପୁର ରାଜସ୍ୱ ସର୍କଲ ଉଚ୍ଚବାଲି ପଞ୍ଚାୟତର କରଡ଼ାପାଳ ଗାଁରେ ପାଣି ଅଭାବରୁ ନିଆଁ ଲିଭାଇବାକୁ ନାକଦେମ ହୋଇଛି ଦମକଳ ବାହିନୀ।  ଅଧଘଣ୍ଟା ପରିବର୍ତେ ଦୀର୍ଘ ୭ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ସମୟ‌ ଭିତରେ ଛଣଗଦା ପୋଡ଼ି ପାଉଁଶ ହୋଇଯାଇଥିଲା ବୋଲି ସୂଚନା ରହିଛି। ଉଲ୍ଲେଖଯୋଗ୍ୟ, ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାବର୍ତ୍ତୀ କୁଶଭଦ୍ରା ନଦୀପଠାରେ ମାଳମାଳ ଶୁଖିଲା କାଶତଣ୍ଡୀ ବୁଦାରେ ଗତକାଲି କେହି ଦୁର୍ବୃତ୍ତ ନିଆଁ ଲଗାଇContinue reading “ଅଧଘଣ୍ଟା କାମକୁ ଲାଗିଲା ୭ ଘଣ୍ଟା । ଜଳ ସଙ୍କଟ ପାଇଁ ନିଆଁ ଲିଭାଇବାକୁ ନାକେଦମ ହେଲା ଦମକଳବାହିନୀ ।”

ବଲିଉଡ୍ ଅଭିନେତ୍ରୀ କିରଣ ଖେରଙ୍କୁ ରକ୍ତ କର୍କଟ । ମୁମ୍ବାଇର ଏକ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସା, ଗୁଜବ ପ୍ରଚାର ନକରିବାକୁ ସ୍ୱାମୀ ଅନୁପମ୍ ଖେରଙ୍କ ଅନୁରୋଧ

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ରକ୍ତ କର୍କଟରେ ଆକ୍ରନ୍ତ ହୋଇଛନ୍ତି । ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ବାମୀ ଅନୁପମ ଖେର ଓ ପୁଅ ସିକନ୍ଦର ଖେର ଏହାର ସୂଚନା ଦେଇଥିଲେ। ଅନୁପମ ଖେର ସୋସିଆଲ ମିଡିଆ ଜରିଆରେ କହିଛନ୍ତି, ‘ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ । ମୁଁ ଓ ପୁଅ ସିକନ୍ଦର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ କି  କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ। ଯାହାକି ଏକContinue reading “ବଲିଉଡ୍ ଅଭିନେତ୍ରୀ କିରଣ ଖେରଙ୍କୁ ରକ୍ତ କର୍କଟ । ମୁମ୍ବାଇର ଏକ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସା, ଗୁଜବ ପ୍ରଚାର ନକରିବାକୁ ସ୍ୱାମୀ ଅନୁପମ୍ ଖେରଙ୍କ ଅନୁରୋଧ”

ଘୋଷଣା ଅନୁଯାୟୀ ସାରା ରାଜ୍ୟରେ ବନ୍ଦ ହେଲା ଧାନ ମଣ୍ଡି : ଆଉ ଧାନ ବିକି ପାରିବେନି ଚାଷୀ 

କନକ ବ୍ୟୁରୋ : ରାଜ୍ୟରେ ବନ୍ଦ ହୋଇଗଲା ଧାନ ମଣ୍ଡି । ଆଉ ଧାନ ବିକି ପାରିବେନି ଚାଷୀ । ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ୧୨ ହଜାର ଚାଷୀ ଧାନ ବିକି ପାରିନାହାନ୍ତି । କେବଳ ସେତିକି ନୁହେଁ, ୫ ହଜାର ଟୋକନର ମଧ୍ୟ ଅବଧି ଶେଷ ହୋଇଯାଇଛି । ତେବେ ବିଧାନସଭାରେ ମନ୍ତ୍ରୀ କହିଥିଲେ, ସବୁ ଚାଷୀଙ୍କଠାରୁ ଧାନ କିଣାଯିବ । ଏଥିପାଇଁ ମାର୍ଚ୍ଚ ୩୧ ଯାଏଁ ଅବଧି ବୃଦ୍ଧି କରାଯାଇଥିଲା । ଗତକାଲି ଏହିContinue reading “ଘୋଷଣା ଅନୁଯାୟୀ ସାରା ରାଜ୍ୟରେ ବନ୍ଦ ହେଲା ଧାନ ମଣ୍ଡି : ଆଉ ଧାନ ବିକି ପାରିବେନି ଚାଷୀ “

ଖୁଡୀଙ୍କୁ ଚୁନା ଲଗାଇଲା ୪୨୦ ଝିଆରି : ଲୁଟିନେଲା ୨୪ ଲକ୍ଷ ଟଙ୍କା

କନକ ବ୍ୟୁରୋ : ଖୁଡୀଙ୍କୁ ଚୁନା ଲଗାଇଥିବା ୪୨୦ ଝିଆରିକୁ ଗିରଫ କଲା ଛେଣ୍ଡିପଦା ପୁଲିସ । ବିଭିନ୍ନ ଉପାୟରେ ନିଜ ଖୁଡିଙ୍କୁ ଠାରୁ ଝିଆରି ଜଣକ ପାଖାପାଖି ୨୪ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ୪୨୦ ଝିଆରି ନିବେଦିତା ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଚାଙ୍ଗୁଡିଆ ଗାଁର ଲିଲି ସାହୁ, ସ୍ୱାମୀଙ୍କ ଦେହାନ୍ତ ପରେ ଝିଆରି ନିବେଦିତାକୁ ପାଖରେ ଆଣି ରଖିଥିଲେ । ଆଉ ସେହିContinue reading “ଖୁଡୀଙ୍କୁ ଚୁନା ଲଗାଇଲା ୪୨୦ ଝିଆରି : ଲୁଟିନେଲା ୨୪ ଲକ୍ଷ ଟଙ୍କା”

ଏପଟେ ଚାଲିଛି ମତଦାନ, ସେପଟେ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ : ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ ଅଭିଯୋଗ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ ଉପରକୁ ଆକ୍ରମଣ । ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ମଧ୍ୟ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର କିଛି କ୍ଷତି ହୋଇନାହିଁ । ଅନ୍ୟପଟେ ଶୁଭେନ୍ଦୁ ଅଧିକାରୀଙ୍କ ପଛରେ କଭରେଜ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରାଣୀଛକ ଓ ଦାରୁଲ ମଦ୍ରାସା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ପଥର ମାଡContinue reading “ଏପଟେ ଚାଲିଛି ମତଦାନ, ସେପଟେ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ : ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ ଅଭିଯୋଗ”

Design a site like this with WordPress.com
Get started