ପ୍ରିୟ ଭଉଣୀ ଓ ଭାଇମାନେ, ଓଡିଶା ଦିବସ-୨୦୨୧ ପାଳନ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ୧୯୩୬ ମସିହା ଆଜିର ଦିବସରେ ଓଡିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା । ଏ ମାଟିର ସୁଯୋଗ୍ୟ ସନ୍ତାନ ଉକ୍ରଳଗୋ÷ରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଭକ୍ତକବି ମଧୁସୂଦନ ରାଓ, କର୍ମବୀର ଗୋ÷ରୀଶଙ୍କରContinue reading “ଓଡିଶା ଦିବସ-୨୦୨୧ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବାର୍ତ୍ତା ।”
Author Archives: Raghaba
ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ପିଜିଟିଭ ଚିହ୍ନଟ : ୨୪ ଘଂଟାରେ ୩୯୪ ଆକ୍ରାନ୍ତ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ ୭୦ ପଜିଟିଭ୍
କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୯୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୨୩୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଜଣ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୧୧୧ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୭ ହଜାର ୦୯୧ ଜଣ ।Continue reading “ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ପିଜିଟିଭ ଚିହ୍ନଟ : ୨୪ ଘଂଟାରେ ୩୯୪ ଆକ୍ରାନ୍ତ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ ୭୦ ପଜିଟିଭ୍”
ପୁରୀ ବଡଦାଣ୍ଡରେ ମାଉସୀ ମା’ ମନ୍ଦିରରୁ ଚୋରି : ତାଲାକାଟି ହୁଣ୍ଡିରୁ ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ
କନକ ବ୍ୟୁରୋ : ପୁରୀ ମାଉସୀ ମା ମନ୍ଦିରରୁ ଚୋରି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ । ବଡଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଛନ୍ତି ଲୁଟେରା । ପୁଣି ଭିତରେ ୩ ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି । ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କାContinue reading “ପୁରୀ ବଡଦାଣ୍ଡରେ ମାଉସୀ ମା’ ମନ୍ଦିରରୁ ଚୋରି : ତାଲାକାଟି ହୁଣ୍ଡିରୁ ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ”
ଅଭିନେତା ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର : ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର
କନକ ବ୍ୟୁରୋ : ସୁପର୍ଷ୍ଟାର୍ ରଜନୀକାନ୍ତଙ୍କୁ ଏବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍କେ ପୁରସ୍କାର’ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି । ଟୁଇଟ୍ କରି ପ୍ରକାଶ ଜାଭଡ଼େକର୍ ଲେଖିଛନ୍ତି, ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅନ୍ୟତମ ମହାନ୍ ଅଭିନେତା ରଜନୀକାନ୍ତଜୀଙ୍କୁ ୨୦୧୯ ବର୍ଷ ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରି ଆନନ୍ଦିତ । ଜଣେ ଅଭିନେତା, ପ୍ରଯୋଜକ ଏବଂ ଚିତ୍ରନାଟ୍ୟକାର ଭାବେ ତାଙ୍କର ଅବଦାନ ବ୍ୟାପକContinue reading “ଅଭିନେତା ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର : ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର”
ହୁ ହୁ ହୋଇ ବଢୁଥିଲା, ଏବେ କମିଲା । ଏଲପିଜି ସିଲିଣ୍ଡର ଦର ୧୦ ଟଙ୍କା କମିଲା, ଆଜିଠୁ ନୂଆ ଦର ଲାଗୁ ।
କନକ ବ୍ୟୁରୋ : ରୋଷେଇ ଗ୍ୟାସ ମୂଲ୍ୟ ପ୍ରାୟ ୧୨୫ ଟଙ୍କା ବଢିଥିବା ବେଳେ ବେଶ କିଛି ମାସର ବ୍ୟବଧାନରେ ପ୍ରଥମ ଥର ପାଇଁ ଦର ହ୍ରାସ ପାଇଛି । ଏଲପିଜି ଦର ସିଲିଣ୍ଡର ପିଛା ମାତ୍ର ୧୦ ଟଙ୍କା ହ୍ରାସ ପାଇଛି । ଏହି ଦର ଆଜିଠୁ ଲାଗୁ ହେବ । ଏଣୁ ଏହି ସାମାନ୍ୟ ପରିମାଣର ହ୍ରାସ ସାଧାରଣ ଖାଉଟିଙ୍କୁ ଯେ ଆଶ୍ବସ୍ତ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିContinue reading “ହୁ ହୁ ହୋଇ ବଢୁଥିଲା, ଏବେ କମିଲା । ଏଲପିଜି ସିଲିଣ୍ଡର ଦର ୧୦ ଟଙ୍କା କମିଲା, ଆଜିଠୁ ନୂଆ ଦର ଲାଗୁ ।”
ସ୍ୱଳ୍ପ ସଂଚୟ ଯୋଜନାରେ ସୁଧହାର କମାଇବା ନିଷ୍ପତ୍ତି, କାଲି ଘୋଷଣା ପରେ ଆଜି ଫେରସ୍ତ ନେଲେ କେନ୍ଦ୍ର ସରକାର । ପୂର୍ବ ଭଳି ମିଳିବ ସୁଧ
କନକ ବ୍ୟୁରୋ : ସ୍ୱଳ୍ପ ସଂଚୟ ଯୋଜନାରେ ସୁଧହାର କମାଇବାକୁ କାଲି କେନ୍ଦ୍ର ସରକାର କରିଥିବା ଘୋଷଣା ଆଜି ଫେରସ୍ତ ନେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଟ୍ୱିଟ୍ ଯୋଗେ ଆଜି ସୂଚନା ଦେଇଛନ୍ତି । ଏହି ଟ୍ୱିଟ୍ ପରେ ଦେଶର କୋଟି କୋଟି ସ୍ୱଳ୍ପ ସଂଚୟକାରୀ ଆଶ୍ୱସ୍ଥ ହୋଇଛନ୍ତି । ବୁଧବାର ରାତିରେ ଖବର ଆସିଥିଲା କି ୨୦୨୧-୨୨ ଆର୍ଥିକ ବର୍ଷକ ପ୍ରଥମ ତିନିମାସ ପାଇଁ ସ୍ୱଳ୍ପ ସଂଚୟ ଯୋଜନାରେ ସୁଧହାର କମାଇ ଦିଆଯାଇଛିContinue reading “ସ୍ୱଳ୍ପ ସଂଚୟ ଯୋଜନାରେ ସୁଧହାର କମାଇବା ନିଷ୍ପତ୍ତି, କାଲି ଘୋଷଣା ପରେ ଆଜି ଫେରସ୍ତ ନେଲେ କେନ୍ଦ୍ର ସରକାର । ପୂର୍ବ ଭଳି ମିଳିବ ସୁଧ”
ଦେଶରେ ଅସମ୍ଭାଳ କରୋନା ସ୍ଥିତି । ନୂଆ ସଂକ୍ରମଣରେ ୩୫ ପ୍ରତିଶତ ବୃଦ୍ଧି । ଗତ ୨୪ ଘଂଟାରେ ଚିହ୍ନଟ ହେଲ ୭୨ ହଜାରରୁ ଅଧିକ ସଂକ୍ରମିତ
କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦିନକୁ ଦିନ ବିପଦ ଆଡକୁ ମୁହାଁଇଛି । ଗୁରୁବାର ଦିନ ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ସହିତ ଦେଶରେ ଗୋଟିଏ ଦିନରେ ୭୨.୩୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧, ୨୨,୨୧, ୬୬୫ କୁ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ଗତContinue reading “ଦେଶରେ ଅସମ୍ଭାଳ କରୋନା ସ୍ଥିତି । ନୂଆ ସଂକ୍ରମଣରେ ୩୫ ପ୍ରତିଶତ ବୃଦ୍ଧି । ଗତ ୨୪ ଘଂଟାରେ ଚିହ୍ନଟ ହେଲ ୭୨ ହଜାରରୁ ଅଧିକ ସଂକ୍ରମିତ”
ପିପିଲି ବାଜି ଜିତିବାକୁ ବିଜେଡିର ସ୍ୱତନ୍ତ୍ର ରଣନୀତି । ବ୍ଲକ ଓ ଏନଏସି ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ ।
କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ । ପିପିଲି ଫାଇଟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ବ୍ଲକ, ଏନଏସି ଓ ପଞ୍ଚାୟତ ପାଇଁ ଦଳୀୟ ନେତାଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ । ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହContinue reading “ପିପିଲି ବାଜି ଜିତିବାକୁ ବିଜେଡିର ସ୍ୱତନ୍ତ୍ର ରଣନୀତି । ବ୍ଲକ ଓ ଏନଏସି ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ ।”
ଗାଡି ଡିକି ଭାଙ୍ଗି ସୁନା ଲୁଟ : ଚାହୁଁ ଚାହୁଁ ୩୦ ଲକ୍ଷ ଟଙ୍କାର ସୁନା ଲୁଟ୍ କରି ଚାଲିଗଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ଗାଡି ଡିକି ଭାଙ୍ଗି ସୁନା ଲୁଟ । ଏହି ଘଟଣା ଘଟିଛି ସାଲେପୁରର ନିଶ୍ଚିନ୍ତ କୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର କୂଳ ଗାଁରେ । ଏହି ଗାଁରେ ବାବୁଲି ମଣ୍ଡଳ ନାମକ ଜଣେ ବ୍ୟକ୍ତି ତାଙ୍କ ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଅସୁରେଶ୍ୱର ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ଗାଡି ଡିକି ଭାଙ୍ଗି ୮୦୦ ଗ୍ରାମରୁ ଅଧିକ ସୁନା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୁଲ୍ୟ ୩୦ ଲକ୍ଷContinue reading “ଗାଡି ଡିକି ଭାଙ୍ଗି ସୁନା ଲୁଟ : ଚାହୁଁ ଚାହୁଁ ୩୦ ଲକ୍ଷ ଟଙ୍କାର ସୁନା ଲୁଟ୍ କରି ଚାଲିଗଲେ ଦୁର୍ବୃତ୍ତ”
ବାହାରୁ ଆମଦାନୀ ବଢାଉଛି ଖାଇବା ତେଲର ଦର : ଖାଦ୍ୟ ଶସ୍ୟ ଉତ୍ପାଦନରେ ଆଗୁଆ ଦେଶ ଓ ରାଜ୍ୟ; ହେଲେ ତୈଳବୀଜ ଉତ୍ପାଦନରେ ନାହିଁ ଚାଷୀଙ୍କ ଆଗ୍ରହ
କନକ ବ୍ୟୁରୋ : ଭାରତ ଓ ଓଡ଼ିଶା ଧାନ ଉତ୍ପାଦନରେ ବଳକା ହୋଇଥିବା ବେଳେ ଖାଇବା ତେଲରେ ଆତ୍ମନିର୍ଭର ହୋଇପାରିନାହାନ୍ତି । ଆମ ଦେଶର ୭୦ ଭାଗ ଖାଇବା ତେଲ ବିଦେଶରୁ ଆମଦାନୀ କରାଯାଇଥାଏ । ୬ ମାସ ଭିତରେ ଖାଇବା ତେଲ ଦର ଅତ୍ୟଧିକ ବଢ଼ିଯିବା ପରେ ଓଡ଼ିଶାର ଚାଷୀ କାହିଁକି ତୈଳବୀଜ ଚାଷ ପ୍ରତି ଯଥେଷ୍ଟ ଆଗ୍ରହ ଦେଖାଉନାହାନ୍ତି ବୋଲି ପ୍ରଶ୍ନ ଉଠୁଛି । ଆଉ ତା’ର ଉତ୍ତର ଦେଇଛନ୍ତି କିଛି ବିଶେଷଜ୍ଞ ।Continue reading “ବାହାରୁ ଆମଦାନୀ ବଢାଉଛି ଖାଇବା ତେଲର ଦର : ଖାଦ୍ୟ ଶସ୍ୟ ଉତ୍ପାଦନରେ ଆଗୁଆ ଦେଶ ଓ ରାଜ୍ୟ; ହେଲେ ତୈଳବୀଜ ଉତ୍ପାଦନରେ ନାହିଁ ଚାଷୀଙ୍କ ଆଗ୍ରହ”