ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା ।

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତ ମେ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମେ ୧୮ରୁ ଜୁନ୍ ୧୨ ଯାଏଁ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ଶିକ୍ଷାର ହେବ ପରୀକ୍ଷା । ତେବେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ ୨୮ରୁ ଆରମ୍ଭContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା ।”

ୟୁପିଏସସି ପରୀକ୍ଷା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଭର ଏଜ୍ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

କନକ ବ୍ୟୁରୋ : ୟୁପିଏସସି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ଓଭୟ ଏଜ୍ ପ୍ରାର୍ଥୀଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ । ସୂଚନା ଥାଉକି ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ବେଳେ ପରୀକ୍ଷା ଦେଇଥିବା ଓଭର ଏଜ୍ ପ୍ରାର୍ଥୀଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏଭଳି ରାୟContinue reading “ୟୁପିଏସସି ପରୀକ୍ଷା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଭର ଏଜ୍ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ”

ପାଇକମାଳର ଚାଷୀ କବିର ଭୋଇ ଆତ୍ମହତ୍ୟା କରିଥିବା ବିଧାନସଭାରେ ଅଭିଯୋଗ ଆଣିଲେ ବିରୋଧୀ : ମନ୍ତ୍ରୀ କହିଲେ, ବ୍ୟକ୍ତିଗତ କାରଣରୁ ହୋଇଥାଇପାରେ ହୃଦଘାତ

କନକ ବ୍ୟୁରୋ : ପାଇକମାଳର ଚାଷୀ କବିର ଭୋଇ ଆତ୍ମହତ୍ୟା କରିଥିବା ବିଧାନସଭାରେ ଅଭିଯୋଗ ଆଣିଲେ ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଧାନ ବିକ୍ରି କରି ନପାରି ଆତ୍ମହତ୍ୟା କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, ବ୍ୟକ୍ତିଗତ କାରଣରୁ ହୋଇଥାଇ ପାରେ ହୃଦଘାତ । ତେବେ କେଉଁ କାରଣ ପାଇଁ ଚାଷୀ କବିରContinue reading “ପାଇକମାଳର ଚାଷୀ କବିର ଭୋଇ ଆତ୍ମହତ୍ୟା କରିଥିବା ବିଧାନସଭାରେ ଅଭିଯୋଗ ଆଣିଲେ ବିରୋଧୀ : ମନ୍ତ୍ରୀ କହିଲେ, ବ୍ୟକ୍ତିଗତ କାରଣରୁ ହୋଇଥାଇପାରେ ହୃଦଘାତ”

ଅନନ୍ତନାଗରେ ପୋଲିସ – ଆତଙ୍କବାଦୀ ଗୁଳିବିନିମୟ । ୪ ଆତଙ୍କୀ ନିହତ , ପୋଲିସର ସର୍ଚ୍ଚ ଅପରେଶନ ଜାରି । ପୁରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

କନକ ବ୍ୟୁରୋ : କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଲଢେଇରେ ବୁଧବାର ଦିନ ଭାରତୀୟ ସେନାକୁ ବଡ ସଫଳତା ମିଳିଛି    । ଅନନ୍ତନାଗ ଜିଲ୍ଲା ଶାଲଗୁଲ ଶ୍ରୀନଗୁଫୱାରା ଜଙ୍ଗଲରେ ସେନା ଗୁଳିରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମରିଥିବା ଆତଙ୍କବାଦୀ ମାନଙ୍କର ପରିଚୟ ମିଳିପାରି ନାହିଁ । ଆତଙ୍କବାଦୀଙ୍କ ମୃତ୍ୟୁପରେ ସେନା ସେମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ୍ କରିଛି । ଅନ୍ୟ କିଛି ଆତଙ୍କବାଦୀ ଜଙ୍ଗଲରେ ଲୁଚିଥିବା ସନ୍ଦେହ କରି ସେନା ତରଫରୁContinue reading “ଅନନ୍ତନାଗରେ ପୋଲିସ – ଆତଙ୍କବାଦୀ ଗୁଳିବିନିମୟ । ୪ ଆତଙ୍କୀ ନିହତ , ପୋଲିସର ସର୍ଚ୍ଚ ଅପରେଶନ ଜାରି । ପୁରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ”

ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ହେବ ସ୍କ୍ରିନିଂ : ଏୟାରପୋର୍ଟରେ ଖୋଲିବ ଟେଷ୍ଟିଂ ସେଣ୍ଟର; କରୋନା ସଂକ୍ରମଣକୁ ଦେଖି ବିଏମସିର ପଦକ୍ଷେପ

କନକ ବ୍ୟୁରୋ : କରୋନାକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟେଷ୍ଟିଂ ସେଂଟର କରାଯିବ । ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ,Continue reading “ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ହେବ ସ୍କ୍ରିନିଂ : ଏୟାରପୋର୍ଟରେ ଖୋଲିବ ଟେଷ୍ଟିଂ ସେଣ୍ଟର; କରୋନା ସଂକ୍ରମଣକୁ ଦେଖି ବିଏମସିର ପଦକ୍ଷେପ”

ଆମେରିକୀୟ ଗଲ୍ଫର ଟାଇଗର ଉଡସଙ୍କ କାର ଦୁର୍ଘଟଣାଗ୍ରସ୍ତ : ଲସ ଏଞ୍ଜଲସରେ ଡିଭାଇଡରରେ ପିଟି ହୋଇ ଓଲଟିଲା କାର

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାର ଶିକାର ହେଲ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ ଗଲଫର ଟାଇଗର ଉଡସ । ଦୁର୍ଘଟଣାରେ ତାଙ୍କ ପାଦରେ ଆଘାତ ଲାଗିଛି । ଆମେରିକାର ଲସ ଆଂଜଲିସରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ଟାଇଗର । କାରଟି ଡ଼ିଭାଇଡ଼ରରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଟାଇଗରଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାରେ ଟାଇଗରଙ୍କର ଗୋଡ଼ରେ ଆଘାତ ଲାଗିଛି । ଏଥିପାଇଁ ନିକଟସ୍ଥ ଏକContinue reading “ଆମେରିକୀୟ ଗଲ୍ଫର ଟାଇଗର ଉଡସଙ୍କ କାର ଦୁର୍ଘଟଣାଗ୍ରସ୍ତ : ଲସ ଏଞ୍ଜଲସରେ ଡିଭାଇଡରରେ ପିଟି ହୋଇ ଓଲଟିଲା କାର”

‘କାଳିଆ’ରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଅରୁଣ ସାହୁ ।

କନକ ବ୍ୟୁରୋ : କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ଏଭଳି ଏକ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ବିଧାନସଭାରେ ଏନେଇ ମନ୍ତ୍ରୀ ଉତ୍ତର ରଖିବା ପରେ କାଳିଆ ଯୋଜନାର ଆଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାମ୍ନାକୁ ଆସିଛି । କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଜାଣିବାକୁ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହରେ ପ୍ରଶ୍ନ ପଚାରିଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବାରୁ ରାଜକୋଷରୁ କେତେ ଟଙ୍କା ଅଯଥାରେ ବରବାଦ ହୋଇଛି,Continue reading “‘କାଳିଆ’ରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଅରୁଣ ସାହୁ ।”

ଦିନକୁ ଦିନ ସଂକୁଚିତ ହେଉଛି ଓଡିଶା ସୀମା : ମାଡି ବସିଲେଣି ପଡୋଶୀ, ନୀରବ ଦ୍ରଷ୍ଟା ସାଜିଛନ୍ତି ସରକାର

କନକ ବ୍ୟୁରୋ : ଦିନକୁ ଦିନ ସଂଙ୍କୁଚିତ ହେଉଛି ଓଡ଼ିଶା ସୀମା । ମାଡ଼ି ବସିଲେଣି ପଡ଼ୋଶୀ ରାଜ୍ୟ । କିନ୍ତୁ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ବିଧାନସଭାରେ ଅଭିଯୋଗ ଆଣି ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ । ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଉତର ଦାବୀ କରିଛନ୍ତି ବିରୋଧି । ତେବେ କୋରାପୁଟ କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି । ବିଭିନ୍ନ ସୀମାନ୍ତବର୍ତୀ ଜିଲ୍ଲାକୁ ମାଡିContinue reading “ଦିନକୁ ଦିନ ସଂକୁଚିତ ହେଉଛି ଓଡିଶା ସୀମା : ମାଡି ବସିଲେଣି ପଡୋଶୀ, ନୀରବ ଦ୍ରଷ୍ଟା ସାଜିଛନ୍ତି ସରକାର”

ଛତିଶଗଡ ସୁକମା ଜିଲ୍ଲାରୁ ଆସିଲା ବର୍ଷକ ତଳର ଚିତ୍ର : ଯବାନଙ୍କ ଗୁଳିମାଡରରେ ନିହତ ହୋଇଥିଲେ ୩ ମାଓବାଦୀ 

କନକ ବ୍ୟୁରୋ : ପୁଣି ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି କରି ଶକ୍ତି ଦେଖାଇଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରୁ ଆସିଥିବା ଏହି ଚିତ୍ର ବର୍ଷକ ତଳର ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ମାସରେ ସୁକମା ଜିଲ୍ଲା ମନିପା ଜଙ୍ଗଲରେ ମାଓବାଦୀଙ୍କ ଚକ୍ରବ୍ୟୁହରେ ଛନ୍ଦି ହୋଇ ୧୭ଜଣ ଯବାନ ପ୍ରାଣ ହରାଇଥିଲେ । ଏହି ଘଟଣାରେ ୩ଜଣ ମାଓବାଦୀ ମଧ୍ୟ ପ୍ରାଣ ହରାଇଥିଲେ । ସେହି ୩ ମାଓବାଦୀଙ୍କୁ କିପରି ଶେଷ ଯାତ୍ରାରେ ନିଆଯାଇଛି,Continue reading “ଛତିଶଗଡ ସୁକମା ଜିଲ୍ଲାରୁ ଆସିଲା ବର୍ଷକ ତଳର ଚିତ୍ର : ଯବାନଙ୍କ ଗୁଳିମାଡରରେ ନିହତ ହୋଇଥିଲେ ୩ ମାଓବାଦୀ “

ଢାବାରେ ରୋଷେୟା ସାଜିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ହାତରେ ବେଲେଣା କାଠି ଧରିଲେ… ତନ୍ଦୁରୀ ଆଞ୍ଚରେ ରୁଟି ସେକିଲେ…

ମୋ ଠାରୁ ଭଲ ତନ୍ଦୁରୀ ରୁଟି କେହି ବନେଇ ପାରିବେନି । ଯଦି ଖାଇବାର ଅଛି ତାହେଲେ ସୋନୁ ସୁଦ୍ ଢାବାକୁ ଜଲଦି ଆସ । ହାତରେ ବେଲେଣାକଠି ଧରି ଏକ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ସୋନୁ ସୁଦ୍ ନିଜ ଟ୍ୱିଟର ପେଜରେ ଏକ ଭିଡିଓ ସେୟାକରିଛନ୍ତି । ଯେଉଁଥିଲେ ସେ ବେଲେଣା କାଠି ଧରି ରୁଟି ବେଲୁଛନ୍ତି । ରୁଟି ବେଲିବା ସହ ତନ୍ଦୁରୀ ଆଞ୍ଚରେ ନିଜContinue reading “ଢାବାରେ ରୋଷେୟା ସାଜିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ହାତରେ ବେଲେଣା କାଠି ଧରିଲେ… ତନ୍ଦୁରୀ ଆଞ୍ଚରେ ରୁଟି ସେକିଲେ…”

Design a site like this with WordPress.com
Get started