ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ 

କନକ ବ୍ୟୁରୋ : ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ । ପୁଣି କୋଏଲ ନଦୀରେ ବୁଡ଼ି ଗଲା ଜୀବନ । ନଦୀ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତଦେହ ନଦୀପାଣିରେ ଭାସୁଥିବା ବେଳେ ଝିରିପାଣି ପୁଲିସ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କୋଏଲନଗର ଭାଟା ବସ୍ତି ନିକଟ ନଦୀ କୂଳରେ ନାବାଳକଙ୍କ ଚପଲ ଓ ପୋଷାକ ପଡ଼ିରହିବାକୁ ଦେଖିବାକୁ ମିଳିଥିଲା । ଅନୁମାନ କରାଯାଉଛି କିContinue reading “ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ “

ଲଦାଖର ବିବାଦୀୟ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ : ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ ଆଲୋଚନା ପରେ ନେଲେ ନିଷ୍ପତ୍ତି

କନକ ବ୍ୟୁରୋ : ଲଦାଖର ବିବାଦୀୟ ଅଂଚଳରୁ ଭାରତ ଓ ଚୀନ୍ ଆରମ୍ଭ କରିଛନ୍ତି ସୈନ୍ୟ ପ୍ରତ୍ୟାହାର । ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ଫ୍ରିକ୍ସନ ପଏଂଟରୁ ସୈନ୍ୟ ଅପସାରଣ ନେଇ ସହମତ ହେବା ପରେ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଗତ ବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ବିବାଦୀୟ ପ୍ୟାଙ୍ଗୋଙ୍ଗ ସୋ ଅଂଚଳରେ ଭାରତୀୟ ସୈନ୍ୟଙ୍କContinue reading “ଲଦାଖର ବିବାଦୀୟ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ : ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ ଆଲୋଚନା ପରେ ନେଲେ ନିଷ୍ପତ୍ତି”

କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ବୁଧବାର ଆନ୍ଧ୍ର ବିରୋଧରେ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ରୁଜୁ କରିବା ସହିତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୧୯୬୮ରେ ଏନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା । ୨୦୦୬ରେ ପୂର୍ଣ୍ଣାଙ୍ଗ ରାୟରେ ବି ସ୍ଥିତାବସ୍ଥା ବଜାୟ ପାଇଁ କୋର୍ଟ କହିଥିଲେ । ହେଲେ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶା ସୀମାନ୍ତ କୋଟିଆରେ ପଞ୍ଚାୟତ ନିର୍ବାଚନContinue reading “କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ।”

ଉଠା ଜଳସେଚନ୍ ପ୍ରକଳ୍ପକୁ ହୋଇ ପାରୁନି ବିଦ୍ୟୁତ ସଂଯୋଗ । ପଡିଆ ପଡିଛି ୫୦ ଜଣ ଚାଷୀଙ୍କ ଏକର ଏକର ଜମି ।

କନକ ବ୍ୟୁରୋ: ବିଦ୍ୟୁତ ବିଭାଗ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପଡିଆ ପଡୁଛି ୩୦ ଏକରରୁ ଉଦ୍ଧ୍ୱ ଚାଷ ଜମି । ୩ ବର୍ଷ ହେବ ଦୁର୍ଦ୍ଦଶା ଭାଗୁଛନ୍ତି ୫୦ରୁ ଅଧିକ ଚାଷୀ । ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣା କରିବା ପାଇଁ ଜଳ ସେଚନର ସୁବିଧା କରୁଛନ୍ତି, କିନ୍ତୁ ଯୋଜନାର କାର୍ଯ୍ୟକାରିତା କରୁଥିବା ବିଭାଗର ଉଦାସୀନତା ଯୋଗୁଁ ଚାଷ କରିନପାରି ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ । ବାଲେଶ୍ୱର ବାଲିଆପାଲ ବ୍ଲକ ଜାଠିଆ ଗାଁର ଚାଷୀContinue reading “ଉଠା ଜଳସେଚନ୍ ପ୍ରକଳ୍ପକୁ ହୋଇ ପାରୁନି ବିଦ୍ୟୁତ ସଂଯୋଗ । ପଡିଆ ପଡିଛି ୫୦ ଜଣ ଚାଷୀଙ୍କ ଏକର ଏକର ଜମି ।”

ନିଜ ବାଡିରେ ତଟକା ପରିବା ଫଳାଇଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହୋଇଛନ୍ତି ପୋଲସରାର ମହିଳା ଏସଏଚଜି ।

କନକ ବ୍ୟୁରୋ: ମହିଳାଙ୍କ ମୋ ବଗିଚା । ନିଜ ବାଡିରେ ଫଳାଇଛନ୍ତି ତଟକା ପରିବା । ଗଞ୍ଜାମ ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀରେ ପନିପରିବା ଚାଷ କରି ପରିବାର ଚଳାଉଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହେବା ସହିତ ନିଜ ଘର ପଛପଟ ଜମିରେ ଫୁଲକୋବି, ଝୁଡଙ୍ଗ, କଲରା, କଦଳି, କଖାରୁ, ବିନସ ସାଙ୍ଗକୁ ବହୁ ପରିବା ଚାଷ କରିଛନ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ସକାଳୁ ଉଠି ଘରରContinue reading “ନିଜ ବାଡିରେ ତଟକା ପରିବା ଫଳାଇଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହୋଇଛନ୍ତି ପୋଲସରାର ମହିଳା ଏସଏଚଜି ।”

ସହର ପାଖ ରାଜସ୍ୱ ଗାଁରେ କଲବଲ କଲା ପଥର ଖାଦାନ । ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଇଲା କ୍ରସର । କଥା ଓ ବ୍ୟଥାକୁ ବୁଝିଲାନି ପ୍ରଶାସନ ।

କନକ ବ୍ୟୁରୋ: ଘରଦ୍ୱାର ଅଛି, ନଳ କୂଅ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବି ଅଛି । ରାଜସ୍ୱ ଗାଁକୁ ସରକାର କଂକ୍ରିଟ ରାସ୍ତା ବି କରିଛନ୍ତି । କିନ୍ତୁ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି । ଅନେକ ଲୋକ ତ ଗାଁ ଛାଡି ବିସ୍ଥାପନ ଜୀବନ ବିତାଉଛନ୍ତି । କାରଣ ଗ୍ରାମବାସୀଙ୍କୁ କଲବଲ କରୁଛି ଗାଁ ପାଖରେ ଥିବା ଦୁଇଟି କ୍ରସର । ଆଉ ପ୍ରଶାସନିକ ବାବୁ କ୍ରସର ମାଲିକଙ୍କୁ ଅନୁକମ୍ପା ଦେଖାଇ ଗ୍ରାମବାସୀଙ୍କୁ ଅଣଦେଖାContinue reading “ସହର ପାଖ ରାଜସ୍ୱ ଗାଁରେ କଲବଲ କଲା ପଥର ଖାଦାନ । ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଇଲା କ୍ରସର । କଥା ଓ ବ୍ୟଥାକୁ ବୁଝିଲାନି ପ୍ରଶାସନ ।”

ସଂସଦରେ ସୀତା, ରାବଣ ଓ ପେଟ୍ରୋଲ । ରାଜ୍ୟସଭାରେ ସମାଜବାଦୀ ସାଂସଦଙ୍କ ପ୍ରଶ୍ନ, ଭାରତ ତୁଳନାରେ ସୀତାଙ୍କ ନେପାଳ ଓ ରାବଣଙ୍କ ଶ୍ରୀଲଙ୍କାରେ କମ୍ ରହିଛି ପେଟ୍ରୋଲ ଦର, ଦେଶରେ କମିବ କେବେ 

କନକ ବ୍ୟୁରୋ : ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଷାଦ ଏହି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ବୁଧବାର ଦିନ ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ପ୍ରଶ୍ନ ରଖିଥିଲେ ଯେ, ସୀତା ମାତାଙ୍କ ନେପାଳରେ ତୈଳ ଦର ଭାରତ ତୁଳନାରେ କମ ରହିଛି, ସେହିପରି ରାବଣର ଶ୍ରୀଲଙ୍କାରେ ମଧ୍ୟ ଦର କମ ରହିଥିବା ବେଳେContinue reading “ସଂସଦରେ ସୀତା, ରାବଣ ଓ ପେଟ୍ରୋଲ । ରାଜ୍ୟସଭାରେ ସମାଜବାଦୀ ସାଂସଦଙ୍କ ପ୍ରଶ୍ନ, ଭାରତ ତୁଳନାରେ ସୀତାଙ୍କ ନେପାଳ ଓ ରାବଣଙ୍କ ଶ୍ରୀଲଙ୍କାରେ କମ୍ ରହିଛି ପେଟ୍ରୋଲ ଦର, ଦେଶରେ କମିବ କେବେ “

ଏବେବି ଫସି ରହିଛନ୍ତି ୩୦ରୁ ଅଧିକ ଶ୍ରମିକ । ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ, ଶତାଧିକ ନିଖୋଜ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ତପୋବନର ଦ୍ୱିତୀୟ ଟନେଲରେ ୩୦ରୁ ଅଧିକ ଶ୍ରମିକ ଫସିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ରବିବାର ଭୟାନକ ହିମସ୍ଖଳନକୁ ୩ ଦିନ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାରContinue reading “ଏବେବି ଫସି ରହିଛନ୍ତି ୩୦ରୁ ଅଧିକ ଶ୍ରମିକ । ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ, ଶତାଧିକ ନିଖୋଜ ।”

ଉତ୍ତରପ୍ରଦେଶରେ ଗୁଣ୍ଡାରାଜ । କାସଗଂଜରେ ବେଆଇନ ମଦ କାରଖାନାରେ ଚଢାଉ ବେଳେ ପୋଲିସ ଟିମ ଉପରେ ଆକ୍ରମଣ ଘଟଣାରେ କନଷ୍ଟେବଳ ସହିଦ 

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାସଗଞ୍ଜ ଅଂଚଳରେ ମଙ୍ଗଳବାର ରାତିରେ ପୋଲିସ ଟିମ ଉପରେ ଆକ୍ରମଣ ହୋଇଛି । ସମ୍ପୃକ୍ତ ଅଂଚଳରେ ଥିବା ଏକ ବେଆଇନ ମଦ କାରଖାନା ସହ ଲିଙ୍କ ଅଭିଯୋଗରେ ଜଣଙ୍କୁ ୱାରେଂଟ ଦେବା ପାଇଁ ଯାଇଥିବା ବେଳେ ଜଣେ କନଷ୍ଟେବଳ ଓ ସବ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିଲେ ମଦ ମାଫିଆ । କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଟିମContinue reading “ଉତ୍ତରପ୍ରଦେଶରେ ଗୁଣ୍ଡାରାଜ । କାସଗଂଜରେ ବେଆଇନ ମଦ କାରଖାନାରେ ଚଢାଉ ବେଳେ ପୋଲିସ ଟିମ ଉପରେ ଆକ୍ରମଣ ଘଟଣାରେ କନଷ୍ଟେବଳ ସହିଦ “

ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ହଜାର ଭ୍ୟାକସିନ ପଠାଇଛି ଭାରତ ।

କନକ ବ୍ୟୁରୋ : ଭାରତ ମିତ୍ର ଦେଶ ଗୁଡିକୁ କରୋନା ଟିକା ମାଗଣା ଯୋଗାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋମିନିକାକୁ ମଧ୍ୟ ଭ୍ୟାକସିନ ଯୋଗାଇ ଦେଇଛି ଭାରତ । ଡୋମିନିକାକୁ ୩୫ହଜାର ଟିକା ପଠାଇଛନ୍ତି ଭାରତ ସରକାର । ଏହି ୩୫ହଜାର ଟିକା ଡୋମିନକର ଅଧା ଜନସଂଖ୍ୟାକୁ ଟିକାକରଣ କରିବାରେ ସଫଳ ହେବ । କାରଣ ଡୋମିନିକାର ମୋଟ ଜନସଂଖ୍ୟା ୭୨ହଜାର । ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତିContinue reading “ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ହଜାର ଭ୍ୟାକସିନ ପଠାଇଛି ଭାରତ ।”

Design a site like this with WordPress.com
Get started