କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଛନ୍ତି । ଏହାସହ ଏବେ ଭାରତକୁ ୪୨୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ । ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡContinue reading “ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଘାତକ ବୋଲିଂ । ଦ୍ୱିତୀୟ ଇଂନିସରେ ୧୭୮ ରନରେ ଅଲଆଉଟ ହେଲା ଇଂଲଣ୍ଡ ଦଳ ।”
Author Archives: Raghaba
ବୟସ ହୋଇଗଲା ବୋଲି ବୁଢାବାପାକୁ ରାସ୍ତାରେ ଛାଡିଗଲେ ପୁଅବୋହୂ । ଯାତ୍ରା ଦେଖାଇବାକୁ କହି କେନ୍ଦ୍ରାପଡାରୁ ଆଣି କଟକରେ ଛାଡିଗଲେ…
କନକ ବ୍ୟୁରୋ: ବାପା ! ଦୁଇଟି ଅକ୍ଷରରେ ସାରା ବିଶ୍ୱ । ବାପା ଗୋଟେ ବିଶ୍ୱାସ ଡାକ, ନିଶ୍ୱାର ନାଁ । ବାପା ଆମ ଜୀବନରେ ବଡ ସେତୁବନ୍ଧ । ଯାହା ଉପରେ ଚାଲି ଆମେ ବଡ ହେଉ, ବଞ୍ଚିବା ଶିଖୁ । ପିଲାବେଳେ ବାପାଙ୍କ ଆଙ୍ଗୁଠି ଧରି ଯେଉଁପିଲା ବାଟଚଲା ଶିଖେ ସେହି ପୁଅ ବଡ ହେଲା ପରେ ବାପାଙ୍କ ହାତ ଛାଡିଦିଏ । ଆଜିର ଏ ସ୍ୱାର୍ଥପର ଦୁନିଆରେ ବାପାଙ୍କୁ ବାଡେଇବା, ବାପାଙ୍କୁ ବିଦାContinue reading “ବୟସ ହୋଇଗଲା ବୋଲି ବୁଢାବାପାକୁ ରାସ୍ତାରେ ଛାଡିଗଲେ ପୁଅବୋହୂ । ଯାତ୍ରା ଦେଖାଇବାକୁ କହି କେନ୍ଦ୍ରାପଡାରୁ ଆଣି କଟକରେ ଛାଡିଗଲେ…”
ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।
କନକ ବ୍ୟୁରୋ: ନକ୍ସଲଙ୍କୁ ମିଳିବନି ନିସ୍ତାର, ଆସୁଛନ୍ତି ସିଆରପିଏଫର ନାରୀଶକ୍ତି । ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ନିପାତ କରିବେ ଲେଡି କମାଣ୍ଡୋ । ମାଓବାଦୀଙ୍କ ପାଇଁ କାଳ ସାଜି ଆସୁଛନ୍ତି କୋବ୍ରା ଫୋର୍ସ । ମୁହଁରେ ମାଟି ମାଆର ରଙ୍ଗ, ମୁଣ୍ଡରେ କଳା କପଡା ଆଉ ହାତରେ ଘାତକ ହତିଆର ଧରି, ଶତ ସିଂହର ବଳ ନେଇ ଏବେ ଜଙ୍ଗଲୀ ଦସ୍ୟୁଙ୍କ ସହ ଯୁଦ୍ଧ କରିବେ ଲେଡି କମାଣ୍ଡୋ ଆଉContinue reading “ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।”
କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ର କରୁଛି ନିର୍ବାଚନ । ତଳଗଞ୍ଜେଇ ପଦର ଓ ଫଗୁଣସିନେରିର ୨ ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ।
କନକ ବ୍ୟୁରୋ : ଓଡିଶା ଉପରେ ପଡୋଶୀର ଆଖି । ଆଗରୁ ସୀମାକୁ ମାଡି ଆସୁଥିଲା, ଆଉ ଏବେ ନିର୍ବାଚନ କରୁଛି । କୋରାପୁଟ କୋଟିଆର ୩ଟି ପଂଚାୟତରେ ନିର୍ବାଚନ ଆୟୋଜନ କରୁଛି ଆନ୍ଧ୍ର ପ୍ରଦେଶ । ଏହିକ୍ରମରେ କୋଟିଆର ତଳଗଂଜେଇ ପଦର ଓ ଫଗୁଣସିନେରିର ୨ ଜଣ ସରପଂଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । କେବଳ ଔପଚାରିକ ଘୋଷଣା ବାକି ରହିଛି । ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା ।Continue reading “କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ର କରୁଛି ନିର୍ବାଚନ । ତଳଗଞ୍ଜେଇ ପଦର ଓ ଫଗୁଣସିନେରିର ୨ ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ।”
ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପଛର ବିନ୍ଧାଣୀ କିଏ? ଶ୍ରେୟ ନେବାକୁ ହେଉଛି କି ଟ୍ୱିଟର ପୋଷ୍ଟ?
କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ । ଗୋଟିଏ ପଟେ ପୁରୀରୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତ୍ତା, ଆଉ ଅନ୍ୟପଟେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦ ମାନେ ଭେଟିବା ପରେ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରାଯାଇଛି । କିନ୍ତୁ ଏହି ବାଇ-ଲ ପ୍ରତ୍ୟାହୃତ ହେବା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତିର ଚର୍ଚ୍ଚା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇବା ପଛର ଶ୍ରେୟ କାହା ପାଖକୁ ଯିବ ତାହାକୁ ନେଇContinue reading “ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପଛର ବିନ୍ଧାଣୀ କିଏ? ଶ୍ରେୟ ନେବାକୁ ହେଉଛି କି ଟ୍ୱିଟର ପୋଷ୍ଟ?”
ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ଜାଗା ଖୋଜା : ପୂର୍ବ ସ୍ଥାନରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ କହିଲେ ବିଏମସି କମିଶନର
କନକ ବ୍ୟୁରୋ : ଖଣ୍ଡଗିରି ଯାତ୍ରାର ଆୟୋଜନକୁ ନେଇ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ । ଏଥିଲାଗି ବିକଳ୍ପ ସ୍ଥାନ ଖୋଜା ଚାଲିଛି ବୋଲି ଭୁବନେଶ୍ବରContinue reading “ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ଜାଗା ଖୋଜା : ପୂର୍ବ ସ୍ଥାନରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ କହିଲେ ବିଏମସି କମିଶନର”
ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍, ସସ୍ ଓ ଆଚାର ବୋତଲ ଉପରେ ରୋଲର୍ ମଡ଼ାଇ କରାଗଲା ନଷ୍ଟ
କନକ ବ୍ୟୁରୋ : ଗତ ଦୁଇମାସ ଭିତରେ କମିସନରେଟ୍ ପୁଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ, ସ୍କ୍ବାସ୍, ସସ୍ ଓ ଆଚାର ପ୍ରଭୃତି ଜବତ କରିଥିଲା । ସୁବାସ କମ୍ପାନିରୁ ଜବତ କରାଯାଇଥିବା ସାମଗ୍ରୀ ସବୁକୁ ରବିବାର ସିଏମ୍ସି ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ନଷ୍ଟ କରିଦେଇଛି । ଘିଅକୁ ମାଟିତଳେ ପୋତାଯାଇଥିବାବେଳେ ସ୍କ୍ବାସ୍, ସସ୍ ଓ ଆଚାର ବୋତଲ ଉପରେ ରୋଲର୍ ମଡ଼ାଇ ନଷ୍ଟ କରି ଦିଆଯାଇଛି । ଅଦାଲତଙ୍କContinue reading “ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍, ସସ୍ ଓ ଆଚାର ବୋତଲ ଉପରେ ରୋଲର୍ ମଡ଼ାଇ କରାଗଲା ନଷ୍ଟ”
ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ବର୍ଷ ବୟସରେ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ଜଣାଶୁଣା ସିନେ ସମୀକ୍ଷକ, ସୁଲେଖକ, ଚଳଚ୍ଚିତ୍ର ସାମ୍ବାଦିକ ରଣଧୀର ଦାସଙ୍କର ରବିବାର ସକାଳ ୧୦ଟା ୫୫ରେ ଡଗରପଡ଼ା ଷ୍ଟୋନି ରୋଡ୍ ବାସଭବନରେ ପରଲୋକ ଘଟିଛି । ତାଙ୍କୁ ୮୨ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ସୁଲେଖିକା ବିଜୟିନୀ ଦାସ, ବଡ଼ଭାଇ ଡାକ୍ତର ରଘୁବୀର ଦାସ, ସାନଭାଇ ଇଞ୍ଜିନିୟର ବଣ୍ବୀର ଦାସ, ପୁଅ ଅମରଜିତ ଦାସ, ବୋହୂ ମିନତୀContinue reading “ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ବର୍ଷ ବୟସରେ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁଅ ରମାକାନ୍ତଙ୍କୁ ଫୋନ କରି କ’ଣ କହିଥିଲେ ଅଭିଯୁକ୍ତ ? ଥାନାରେ ମାମଲା ରୁଜୁ
କନକ ବ୍ୟୁରୋ : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଏକ ଏଫଆଇଆର ଦେଇଛନ୍ତି । ତାଙ୍କ ବାପାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ ତାଙ୍କୁ ଫୋନ୍ କରିଥିଲେ । ପ୍ରାୟ ୧ ମିଟର ୪୦ ସେକେଣ୍ଡ ଧରି କଣ କଥା ହୋଇଥିଲେ, ସେ ବାବଦରେ ଏହି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ରମାକାନ୍ତ । ତାଙ୍କୁ ଫୋନ୍ କରି ପ୍ରଫୁଲ୍ଲ ବିଶ୍ୱାଳContinue reading “ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁଅ ରମାକାନ୍ତଙ୍କୁ ଫୋନ କରି କ’ଣ କହିଥିଲେ ଅଭିଯୁକ୍ତ ? ଥାନାରେ ମାମଲା ରୁଜୁ”
ତପୋବନ ସୁଡଙ୍ଗ ଭିତରେ ଚାଲିଛି ଜୀବନ ବଞ୍ଚାଇବାକୁ ଯୁଦ୍ଧ । ସୁଡଙ୍ଗର ଶହେ ମିଟର ଭିରକୁ ପଶିଲା ଉଦ୍ଧାରକାରୀଦଳ । ୧୯ ଶବ ଉଦ୍ଧାର
କନକ ବ୍ୟୁରୋ : ଚମୋଲୀ ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ପୋଲିସ ବୟାନ ଜାରି କରିଛି । ପୋଲିସ ଦ୍ୱାରା କରାଯାଇଥିବା ଟ୍ୱିଟ୍ ମୁତାବକ ଏପର୍ଯ୍ୟନ୍ତ ୨୦୨ ଜଣ ଲୋକ ନିଖୋଜ ଥିବା କୁହାଯାଇଛି । ଏହା ସହ ବିଭିନ୍ନ ସ୍ଥାନରୁ ୧୯ ଟି ଶବ ଉଦ୍ଧାର କରାଯାଇଛି । ଏହାସହ ତପୋବନ ସୁଡଙ୍ଗ ଭିତରୁ ଲଗାତର ଭାବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ଉଦ୍ଧାରକାରୀଦଳ ଶହେ ମିଟର ଭିତରକୁ ପଶିବାରେ ସକ୍ଷମ ହୋଇଥିବା ପୋଲିସ ସୂଚନାContinue reading “ତପୋବନ ସୁଡଙ୍ଗ ଭିତରେ ଚାଲିଛି ଜୀବନ ବଞ୍ଚାଇବାକୁ ଯୁଦ୍ଧ । ସୁଡଙ୍ଗର ଶହେ ମିଟର ଭିରକୁ ପଶିଲା ଉଦ୍ଧାରକାରୀଦଳ । ୧୯ ଶବ ଉଦ୍ଧାର”