ମନେ ରହିବେ କରୋନା ବିରୋଧୀ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କରୋନା ଯୋଦ୍ଧା ସ୍ମାରକ ।

କନକ ବ୍ୟୁରୋ : ମନେ ରହିବ କରୋନା ବିରୋଧୀରେ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧାଙ୍କ ତ୍ୟାଗ ଓ ସେବା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କୋଭିଡ୍ ୱାରିୟର ମେମୋରିଆଲ୍ ବା କରୋନା ଯୋଦ୍ଧା ସ୍ମାରକ । ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମାରକ ପ୍ରତିଷ୍ଠା କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ସେହିପରି ଏହାର ନିର୍ମାଣ କାର୍ଯ୍ୟ କରିବ ପୂର୍ତ ବିଭାଗ । ମହାମାରୀ କରୋନାରେ ଲଢ଼େଇ କରି ଯେଉଁ କରୋନା ଯୋଦ୍ଧାମାନେContinue reading “ମନେ ରହିବେ କରୋନା ବିରୋଧୀ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କରୋନା ଯୋଦ୍ଧା ସ୍ମାରକ ।”

ମୃତ୍ୟୁ ମୁହଁରୁ ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ । ସୁଡଙ୍ଗରେ ଫସିଥିବା ଲୋକଙ୍କ ମୋବଇଲ୍ ସିଗନାଲରୁ ମିଳିଲା ସଙ୍କେତ ।

କନକ ବ୍ୟୁରୋ : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ? ଉତରାଖଣ୍ଡରେ ହିମସ୍ଖଳନ ପରେ ଚମୋଲି ଜିଲ୍ଲାର ତପୋବନରେ ଥିବା ପ୍ରଥମ ସୁଡଙ୍ଗରେ ଫସି ଯାଇଥିବା ଶ୍ରମିକ ତାଙ୍କର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ପାଣି ଓ କାଦୁଅ ଭିତରେ ଫସିଥିବା ଶ୍ରମିକମାନେ କିପରି ଜୀବନ ବଂଚାଇବା ପାଇଁ ସଂଘର୍ଷ କରିଥିଲେ ଏବଂ ପରେ କିପରି ଦେବଦୂତ ସାଜି ପହଂଚିଥିଲେ ଆଇଟିବିିପି ଯବାନ । ଆପଣ ଦେଖୁଛନ୍ତି ସେହି ଘଟଣାର ଏକ ପ୍ରତିକାତ୍ମକ ଦୃଶ୍ୟContinue reading “ମୃତ୍ୟୁ ମୁହଁରୁ ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ । ସୁଡଙ୍ଗରେ ଫସିଥିବା ଲୋକଙ୍କ ମୋବଇଲ୍ ସିଗନାଲରୁ ମିଳିଲା ସଙ୍କେତ ।”

ଭିନ୍ନକ୍ଷମ ମହିଳାଙ୍କୁ ଯୌନଶୋଷଣ ମାମଲାରେ ଆସିଲା ନୂଆ ଟୁଇଷ୍ଟ । ଅଭିଯୋଗକାରୀ ମହିଳା ବନିଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ହେଉଛି ଯୌନଶୋଷଣ । ଦିଆଯାଉଛି ମାନସିକ ନିର୍ଯାତନା । ଭିନ୍ନକ୍ଷମଙ୍କ ନାଁରେ ହେଉଛି ଟଙ୍କା ହଡ଼ପ । ଏହିଭଳି କିଛି ସାଂଘାତିକ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିଲା । ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା କମିସନ ପର୍ଯ୍ୟନ୍ତ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ଏପଟେ ଅଭିଯୋଗର ଛାନଭିନ କରି କମିସନରେଟ୍ ପୁଲିସ ଯେଉଁ ନିର୍ଯାସରେ ପହଁଚିଛି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବContinue reading “ଭିନ୍ନକ୍ଷମ ମହିଳାଙ୍କୁ ଯୌନଶୋଷଣ ମାମଲାରେ ଆସିଲା ନୂଆ ଟୁଇଷ୍ଟ । ଅଭିଯୋଗକାରୀ ମହିଳା ବନିଲେ ଅଭିଯୁକ୍ତ ।”

ପାଖେଇ ଆସୁଛି ଖଣ୍ଡଗିରି ମେଳା । ଯାତ୍ରା ପାଇଁ ହୋଇପାରୁନି ନିଷ୍ପତି । ଚାଲିଛି ବିଏମସିର ବିକଳ୍ପ ଜାଗା ଖୋଜା ।

କନକ ବ୍ୟୁରୋ : ଆଉ ମାତ୍ର ୧୦ ଦିନ ପରେ ଖଣ୍ଡଗିରି ମେଳା । ହେଲେ , ଚଳିତ ବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ସେ ନେଇ ସସପେନ୍ସ ଜାରି ରହିଛି । ଆୟୋଜକ, ଯାତ୍ରାପାର୍ଟି ମାଲିକ ଓ କଳାକାର ଯାତ୍ରା କରିବାକୁ ଅନୁମତି ଦେବାକୁ ନିବେଦନ କରୁଥିବାବେଳେ ପ୍ରଶାସନ କୌଣସି ଚୂଡାନ୍ତ ନିଷ୍ପତି ନେଇପାରି ନାହିଁ । ଖଣ୍ଡଗିରି ମେଳାରେ ଯାତ୍ରା ପରିବେଷଣ କରିବା ପାଇଁ ଜୋରସୋରରେ ଚାଲିଛି ରିହର୍ସାଲ । ଯାତ୍ରାContinue reading “ପାଖେଇ ଆସୁଛି ଖଣ୍ଡଗିରି ମେଳା । ଯାତ୍ରା ପାଇଁ ହୋଇପାରୁନି ନିଷ୍ପତି । ଚାଲିଛି ବିଏମସିର ବିକଳ୍ପ ଜାଗା ଖୋଜା ।”

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ । ବଦଳିଲା ନିଷ୍ପତି, ଚିଠା ଅଧିନିୟମକୁ ପ୍ରତ୍ୟାହାର କଲେ ପ୍ରହ୍ଲାଦ ସିଂ ପଟେଲ

କନକ ବ୍ୟୁରୋ : ଓଡ଼ିଶାର ଚାପରେ ମୁଣ୍ଡ ନୁଆଁଇଲା କେନ୍ଦ୍ର । ଓଡିଶାର ତୀବ୍ର ପ୍ରତିବାଦ ପରେ ପୁରୀ ଶ୍ରୀମନ୍ଦିରକୁ ନେଇ କେନ୍ଦ୍ର ତାର ପ୍ରସ୍ତାବରୁ ଓହରିଯାଇଛି । ଜାତୀୟ କୀର୍ତିରାଜି କର୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହୃତ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଏନଏମଏ ଅଧ୍ୟକ୍ଷଙ୍କ ଅବଗତି ବିନା ବିଜ୍ଞପ୍ତି ଜାରି କରାଯାଇଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରହଲାଦContinue reading “ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ । ବଦଳିଲା ନିଷ୍ପତି, ଚିଠା ଅଧିନିୟମକୁ ପ୍ରତ୍ୟାହାର କଲେ ପ୍ରହ୍ଲାଦ ସିଂ ପଟେଲ”

ମୃତ୍ୟୁ ପୂର୍ବରୁ ଚାଞ୍ଚଲ୍ୟକର ତଥ୍ୟ ଛାଡିଗଲେ ପ୍ରଫୁଲ୍ଲ ବିଶ୍ୱାଳ । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର ଫୋନକଲ୍ ଆଣିଲା ଭିନ୍ନ ମୋଡ ।

କନକ ବ୍ୟୁରୋ: ‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’ ମାତ୍ର ଗୋଟିଏ ମିନିଟ୍ ୪୦ ସେକେଣ୍ଡର କଥାବାର୍ତା ପରେ ଅଚନାକ୍ ଫୋନ୍ଟି କଟିଗଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁContinue reading “ମୃତ୍ୟୁ ପୂର୍ବରୁ ଚାଞ୍ଚଲ୍ୟକର ତଥ୍ୟ ଛାଡିଗଲେ ପ୍ରଫୁଲ୍ଲ ବିଶ୍ୱାଳ । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର ଫୋନକଲ୍ ଆଣିଲା ଭିନ୍ନ ମୋଡ ।”

ଉତ୍ତରାଖଣ୍ଡରେ ଏବେ ବି ଚାଲିଛି ଉଦ୍ଧାର କାମ । ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା । ୨୦ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ଦ୍ୱିତୀୟ ଦିନରେ ତପୋବନ ଟନେଲରେ ଆଗେଇ ଚାଲିଛି ଉଦ୍ଧାର କାମ । ନିର୍ମାଣାଧୀନ ଦ୍ୱିତୀୟ ଟନେଲ ଭିତରେ ଉଦ୍ଧାର କାମକୁ ତ୍ୱରାନ୍ୱିତ କରିଛନ୍ତି ଆଇଟିବିପି ଜବାନ । ନିଜେ ଆଇଟିବିପି ଡିଜି ପହଁଚି ଉଦ୍ଧାରକାମ ତଦାରଖ କରିଛନ୍ତି । ୨.୫ କିଲୋମିଟରର ଏହି ଟନେଲକୁ ଦେଖନ୍ତୁ । କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ କିଛି ଲୋକContinue reading “ଉତ୍ତରାଖଣ୍ଡରେ ଏବେ ବି ଚାଲିଛି ଉଦ୍ଧାର କାମ । ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା । ୨୦ ମୃତଦେହ ଉଦ୍ଧାର”

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୭୮ରେ ଇଂଲଣ୍ଡ ଅଲଆଉଟ । ବିଜୟ ପାଇଁ ଭାରତକୁ ଦରକାର ୩୮୧ ରନ

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୧୭୮ ରନରେ ଅଲଆଉଟ ହୋଇଥିବା ବେଳେ ଭାରତ ୧ ୱିକେଟ ହରାଇ ୩୯ ରନ କରିଛି । ଏହାସହ ମ୍ୟାଚର ୫ମ ଦିନରେ ଭାରତ ବିଜୟ ପାଇଁ ଆଉ ୩୮୧ ରନ ଆବଶ୍ୟକ କରୁଥିବାବେଳେ ହାତରେ ୯ଟି ଓ୍ବିକେଟ ଅଛି । ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲାContinue reading “ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୭୮ରେ ଇଂଲଣ୍ଡ ଅଲଆଉଟ । ବିଜୟ ପାଇଁ ଭାରତକୁ ଦରକାର ୩୮୧ ରନ”

ଧର୍ମୀୟ ଭାବନାକୁ ଆଘାତ କରି ବିକ୍ରି ହେଉଛି ଗୋବର୍ଦ୍ଧନ ପର୍ବତର ଶିଳା । ବିଜ୍ଞାପନ ଦେଇ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ

କନକ ବ୍ୟୁରୋ : କୋଟି କୋଟି ହିନ୍ଦୂୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାରେ ଥିବା ଗୋବର୍ଦ୍ଧନ ପର୍ବତର ଶିଳାକୁ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ । ଏହି  ସପିଂ କମ୍ପାନୀ ଇଣ୍ଡିଆ ମାର୍ଟରେ ମଧ୍ୟ ବିଜ୍ଞାପନ ଦେଇଛି । ବିଜ୍ଞାପନରେ ଶିଳାର ଦାମ ୫ ହଜାର ଟଙ୍କା ଲେଖା ଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଗିରି ଗୋବର୍ଦ୍ଧନ ଶୀଳା, ଗୋବର୍ଦ୍ଧନ ଷ୍ଟୋନ, ଗିରିରାଜ କୃଷ୍ଣ ଶିଳା ନାଁ ମଧ୍ୟ ରଖାContinue reading “ଧର୍ମୀୟ ଭାବନାକୁ ଆଘାତ କରି ବିକ୍ରି ହେଉଛି ଗୋବର୍ଦ୍ଧନ ପର୍ବତର ଶିଳା । ବିଜ୍ଞାପନ ଦେଇ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ”

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା?

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ମେ ୩ରେ ହେବ ମାତୃଭାଷା ଓଡିଆ ପରୀକ୍ଷା । ସକାଳ ୮ରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ । ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀContinue reading “ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା?”

Design a site like this with WordPress.com
Get started