ଦିବ୍ୟାଙ୍ଗଙ୍କୁ କଲ୍ୟାଣ ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା ? ଏନେଇ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶକୁ ରିମାଣ୍ଡରେ ଆଣିପାରେ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା । ଏହି ମାମଲାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ରିମାଣ୍ଡରେ ନେବାକୁ ଆଜି ଆବେଦନ କରିପାରେ ପୋଲିସ । ସୁରେଶ ବେହେରାଙ୍କୁୁ ଗିରଫ କରିବା ପରେ ଗତକାଲି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ତାପରେ ବଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ନିଖିଳ ଉତ୍କଳContinue reading “ଦିବ୍ୟାଙ୍ଗଙ୍କୁ କଲ୍ୟାଣ ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା ? ଏନେଇ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶକୁ ରିମାଣ୍ଡରେ ଆଣିପାରେ ପୋଲିସ”

ଜେଲ‌ରେ ଲଭ୍‌ ସେକ୍ସ ଓ ଧୋକା : ଟିଟିଲାଗଡ ଥାନାରେ ଅଭିଯୋଗ ଆଣିଲେ ପୂର୍ବରୁ ସବ୍-ଜେଲରେ ଥିବା ଜଣେ ମହିଳା

କନକ ବ୍ୟୁରୋ : ଟିଟିଲାଗଡ଼ ଜେଲ୍‌ ଭିତରେ ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟିଟିଲାଗଡ ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବରୁ ଜେଲରେ ଥିବା ଜଣେ ଥିବା ମହିଳା । ଟିଟିଲାଗଡ ସବ ଜେଲରେ ଜଣେ ବିଚାରାଧୀନ କଏଦୀ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଏବେ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ଅଭିଯୋଗ ଅନୁସାରେ, ପୀଡିତା ଜଣକ ଘରୋଇ କଳହ ମାମଲାରେ ଅକ୍ଟୋବର ୨୯ରେ ଜେଲContinue reading “ଜେଲ‌ରେ ଲଭ୍‌ ସେକ୍ସ ଓ ଧୋକା : ଟିଟିଲାଗଡ ଥାନାରେ ଅଭିଯୋଗ ଆଣିଲେ ପୂର୍ବରୁ ସବ୍-ଜେଲରେ ଥିବା ଜଣେ ମହିଳା”

ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ : ଭାସିଗଲେ ଶତାଧିକ ଲୋକ; ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏବେ ବି ଜାରି ରହିଛି ଉଦ୍ୟମ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି କିଛି ଲୋକଙ୍କ ଜୀବନ ଯିବା ସହ ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାମରେ ସାମିଲ ଅଛନ୍ତି ଆଇଟିବିପି ଯବାନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ଉତ୍ତରାଖଣ୍ଡର ହିମସ୍ଖଳନରେ ଯେତେବେଳେ ମାଡି ଆସିଥିଲା ପାଣି ଓ ମାଟି ଅତଡା, ସେତେବେଳେ ଏହିContinue reading “ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ : ଭାସିଗଲେ ଶତାଧିକ ଲୋକ; ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏବେ ବି ଜାରି ରହିଛି ଉଦ୍ୟମ”

ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା : ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ପାଠ ପଢା । ଏହା ଅପ୍ରେଲ ୩୦ ତାରିଖ ଯାଏଁ ଚାଲିବ । ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟା ୩୦ ମିନିଟରୁ ଦିନ ୧୦ଟା ୩୦ ମିନିଟ ଯାଏ ପାଠ ପଢାହେବ । ଦୁଇ ଘଂଟାରେ ୩ଟିContinue reading “ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା : ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା”

ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା ।

କନକ ବ୍ୟୁରୋ: ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା । ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରୀ ଦାସ ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସେହିପରି ସୁନ୍ଦରଗଡ ବିଧାନସଭା କ୍ଷେତ୍ର ପାଇଁ ଦେବାଶିଷ ମଲ୍ଲିକ, ତଳସରା ପାଇଁ ଦେବୀ ପ୍ରସାଦ ତ୍ରିପାଠୀ, ବଣାଇ ପାଇଁ ରଞ୍ଜିତ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ତାଙ୍କ ସହ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂଗ୍ରାମକେଶରୀ ପାଇକରାୟ, ରଘୁନାଥପାଲିContinue reading “ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା ।”

ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ କଲେ ଉତ୍ସଗୀକୃତ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ସଡକ ପରିବହନ ବିଭାଗର ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି । ମୋଟ୍ ୪ ହଜାର ୭ଶହ କୋଟିରୁ ଅଧିକ ଏହି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରି ମୋଦି କହିଛନ୍ତି, ଉଜ୍ୱଳା ଯୋଜନା ପରେ ଏଲପିଜି ଗ୍ୟାସ ସଂଯୋଗ ଏବଂ ଚାହିଦା ଉଭୟ ବୃଦ୍ଧି ପାଇଛି । ତେଣୁ ଏଲପିଜି ଗ୍ୟାସ ଭିତ୍ତିଭୂମିକୁContinue reading “ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ କଲେ ଉତ୍ସଗୀକୃତ”

ସମ୍ବଲପୁର ରାସ୍ତା କଡରେ ମେଲିଛି ସୁନ୍ଦର କଣ୍ଢେଇର ପସରା । ରଙ୍ଗବେରଙ୍ଗ କଣ୍ଢେଇ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ।

କନକ ବ୍ୟୁରୋ: ସମ୍ବଲପୁର ରାସ୍ତାକଢରେ ପସରା ମେଲିଛି ରାଜ୍ୟ ବାହାରର କଣ୍ଢେଇ । ସୁନ୍ଦର ତଥା ଆକର୍ଷଣୀୟ ହୋଇଥିବାରୁ ଲୋକେ ବି ଏହାକୁ ପସନ୍ଦ କରୁଥିବାରୁ ବ୍ୟବସାୟ ବି ଭଲ ଚାଲିଛି । ଧାଡି ଧାଡି ହୋଇ ସଜେଇ ହୋଇଥିବା ଏହି କଣ୍ଢେଇ ସବୁ ରାଜ୍ୟ ବାହାରୁ ଆସିଛି । ସମ୍ବଲପୁର ସହରର ମୁଖ୍ୟ ରାସ୍ତା ମାନଙ୍କରେ ଦେଖିବାକୁ ମିଳୁଛି । ରଙ୍ଗ ବେରଙ୍ଗର ଏହି କଣ୍ଢେଇରେ ଯେମିିତି କାରିଗରୀ ହୋଇଛି ସମସ୍ତ ମନକୁ ଆକର୍ଷିତ କରୁଛିContinue reading “ସମ୍ବଲପୁର ରାସ୍ତା କଡରେ ମେଲିଛି ସୁନ୍ଦର କଣ୍ଢେଇର ପସରା । ରଙ୍ଗବେରଙ୍ଗ କଣ୍ଢେଇ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ।”

ସୁକିନ୍ଦାର ସଫଳ ଚାଷୀ ଦିଲ୍ଲିପ ମହାନ୍ତି । ବିଦେଶୀ କୋଳି ଚାଷ କରି ଏବେ ଚର୍ଚ୍ଚାରେ । 

କନକ ବ୍ୟୁରୋ: ମନଦେଇ ଚାଷ କଲେ ଚାଷରୁ ମଧ୍ୟ ଜଣେ ଆଶାନୁରୂପ ଅର୍ଥ ରୋଜଗାର କରିପାରିବ । ଯାହା କରି ଦେଖାଇଛନ୍ତି କଟକ ଜିଲ୍ଲା ନିଆଳି ଅଂଚଳର ଚାଷୀ ଦିଲ୍ଲିପ୍ ମହାନ୍ତି । ଘର ନିଆଳିରେ ହୋଇଥିଲେ ବି ଯାଜପୁରର ସୁକିନ୍ଦା ବ୍ଲକ୍ କରଡାପାଳ ଅଂଚଳରେ ଥିବା ତାଙ୍କ ଶ୍ୱଶୁର ଘର ଜମିରେ ସଫଳ ଚାଷର ନମୁନା କରି ଦେଖାଇଛନ୍ତି । କେବଳ ନିଜେ ନୁହେଁ ଏହି ଗାଁର ୧୦ରୁ ଉର୍ଦ୍ଧ ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁContinue reading “ସୁକିନ୍ଦାର ସଫଳ ଚାଷୀ ଦିଲ୍ଲିପ ମହାନ୍ତି । ବିଦେଶୀ କୋଳି ଚାଷ କରି ଏବେ ଚର୍ଚ୍ଚାରେ । “

କେନ୍ଦ୍ର ସରକାରଙ୍କ ଦ୍ୱାରା ବାଇ-ଲ ଜାରି ହେବା ପରେ ଆରମ୍ଭ ହେଲା ରାଜନୀତି । ଜାଣନ୍ତୁ ଏହି ପ୍ରସଙ୍ଗରେ କିଏ କଣ କହିଲେ ?

କନକ ବ୍ୟୁରୋ : ଜାତୀୟ ସ୍ମାରକ କର୍ତୃପକ୍ଷ ପୁରୀ ମନ୍ଦିରକୁ ନେଇ ବାଇ-ଲ ଜାରି କରିବା ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ଏହି ଟୁଇଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଅପମାନଜନକ । ଜୀବନ୍ତ ଠାକୁରଙ୍କ ମନ୍ଦିରକୁ ‘ମୈାସଲିୟମ’ ଶ୍ରେଣୀଭୁକ୍ତ କରିଛି କେଦ୍ର । ମୈାସଲିୟମ ହେଉଛି – ଗମ୍ବୁଜ ଆକୃତିରେ ନିର୍ମିତContinue reading “କେନ୍ଦ୍ର ସରକାରଙ୍କ ଦ୍ୱାରା ବାଇ-ଲ ଜାରି ହେବା ପରେ ଆରମ୍ଭ ହେଲା ରାଜନୀତି । ଜାଣନ୍ତୁ ଏହି ପ୍ରସଙ୍ଗରେ କିଏ କଣ କହିଲେ ?”

ଚାକିରି ନୁହେଁ ଚାଷ ଦେଇଛି ରୋଜଗାର । ଫୁଲବାଣୀର ଗୋଲକ କହଁର ଜୈବିକ ପଦ୍ଧତିରେ ଚାଷ କରି ହୋଇଛନ୍ତି ସଫଳ ।

କନକ ବ୍ୟୁରୋ: ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଣେ ଇଂଜିନିୟର । ନିଜେ ଜଣେ ସଫଳ ଚାଷୀ ହେବା ସବ ଚାଷ କାମରେ ଗାଁର ୪-୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଚାଷ ଜମିରେ ଯୁବ ଇଂଜିନିୟର । ରାତି ପାହିବା କ୍ଷଣି ହାତରେ କୋଡି-କୋଦାଳ ଧରି ଚାଷ ଜମିରେ ପହଂଚି ଯାଆନ୍ତି ସିଭିଲ ଇଂଜିନିୟରContinue reading “ଚାକିରି ନୁହେଁ ଚାଷ ଦେଇଛି ରୋଜଗାର । ଫୁଲବାଣୀର ଗୋଲକ କହଁର ଜୈବିକ ପଦ୍ଧତିରେ ଚାଷ କରି ହୋଇଛନ୍ତି ସଫଳ ।”

Design a site like this with WordPress.com
Get started