ଜାଲ କାଗଜପତ୍ରରେ ଟେଣ୍ଡର ହାତେଇବା ପଡିଲା ମହଙ୍ଗା । ଠିକାଦାର ଦେବେନ୍ଦ୍ର ଜେନା ଟାଉନ ପୋଲିସ ଦ୍ୱାରା ଗିରଫ

କନକ ବ୍ୟୁରୋ : ଜାଲ ପ୍ରମାଣ ପତ୍ର ଦେଇ ଟେଣ୍ଡର ହାତେଇଥିବା ଅଭିଯୋଗରେ ଠିକାଦାର ଗିରଫ । ଠିକାଦାର ଦେବେନ୍ଦ୍ର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ଟାଉନଥାନା ପୁଲିସ । କେନ୍ଦୁଝର ଗ୍ରାମ୍ୟ ଉନ୍ନୟ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ମିଛ ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଗତ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ୩ ଜଣ ଠିକାଦାରଙ୍କ ନାଁରେ କେଉଁଝରContinue reading “ଜାଲ କାଗଜପତ୍ରରେ ଟେଣ୍ଡର ହାତେଇବା ପଡିଲା ମହଙ୍ଗା । ଠିକାଦାର ଦେବେନ୍ଦ୍ର ଜେନା ଟାଉନ ପୋଲିସ ଦ୍ୱାରା ଗିରଫ”

ଛୁଆକୁ ଧରି କଲେଜରେ କ୍ଲାସ କରୁଛନ୍ତି ପ୍ରଫେସର । ସାମ୍ନାକୁ ଆସିଲା ଶିକ୍ଷକତା ଭିତରେ ସ୍ନେହର ଚିତ୍ର । ସୋସିଆଲ ମିଡିଆରେ ସାଲ୍ୟୁଟ୍ ସାଉଁଟିଲା ଭାବଭରା ଫଟୋ ।

କନକ ବ୍ୟୁରୋ: ମାଆ ନାହିଁ ଯାହାର ସାହା ନାହିଁ ତାହାର । ମାଆ ବିନା ବଞ୍ଚିବା, ମାଆ ବିନା ବଡ ହେବା ଭାରି ମୁସ୍କିଲ । ଜନ୍ମରୁ ମୃତ୍ୟୁ ଯାଏଁ, ଶୈଶବରୁ ବୃଦ୍ଧାବସ୍ଥା, ଯେଉଁ ଜୀବନରେ ମାଆର ମମତା ନାହିଁ, ମାଆର ସ୍ନେହବୋଳା ହାତ ଦେହରେ ବାଜିନି ସେ ଜୀବନର ମାନେ କିଛି ନାହିଁ । ଆଉ ମାଆ ବିନା ପିଲାକୁ ବଡ କରିବା କାଠିକର ପାଠ, ବିରାଟ ଦାୟିତ୍ୱ । ଯାହା ଏ ଫଟୋ ହିଁContinue reading “ଛୁଆକୁ ଧରି କଲେଜରେ କ୍ଲାସ କରୁଛନ୍ତି ପ୍ରଫେସର । ସାମ୍ନାକୁ ଆସିଲା ଶିକ୍ଷକତା ଭିତରେ ସ୍ନେହର ଚିତ୍ର । ସୋସିଆଲ ମିଡିଆରେ ସାଲ୍ୟୁଟ୍ ସାଉଁଟିଲା ଭାବଭରା ଫଟୋ ।”

ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ । ଦଶପଲ୍ଲା ଅଞ୍ଚଳର ଜିତେନ୍ଦ୍ର ବେହେରାକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ନାବାଳିକାଙ୍କୁ ଅଶ୍ଲୀଳ ଭିଡିଓ ଓ ଫଟୋ ପଠାଉଥିବା ଅଭିଯୋଗରେ ଜଣେ ଯୁବକ ଗିରଫ । ଭବାନୀପାଟଣା ଟାଉନ୍ ଥାନା ପୋଲିସ ଦଶପଲ୍ଲା ଅଂଚଳର ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜିତେନ୍ଦ୍ର ଝିଅ ସ୍ୱରରେ କଥା ହୋଇ ନାବାଳିକାଙ୍କୁ ଟାର୍ଗେଟ କରୁଥିଲା । ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ସେୟାର କରୁଥିଲା । ଝିଅ ସ୍ୱରରେ କଥା ହେଉଥିବାରୁ ତାକୁ କେହି ଜାଣିପାରୁ ନଥିଲେ । ଏସପିଙ୍କ ନିର୍ଦ୍ଦେଶରେContinue reading “ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ । ଦଶପଲ୍ଲା ଅଞ୍ଚଳର ଜିତେନ୍ଦ୍ର ବେହେରାକୁ ଗିରଫ କଲା ପୋଲିସ”

ସଂସଦରେ ଓଡିଶା ତାତି । ଦୁଇ ବିଜେଡି ସାଂସଦଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ରେଳ ବଜେଟ୍‌ ଅନୁଦାନକୁ ନେଇ ଗୋଟିଏ ପଟେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଅନ୍ୟପଟେ ସଂସଦରେ ଦୁଇଜଣ ବିଜେଡି ସାଂସଦଙ୍କ ନାଁ ନେଇ ସିଧା ସିଧା ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମୟରେ କହିଛନ୍ତି ଯେ ସ୍ବାମୀନାଥନ କମିଟି ସୁପାରିସ ପ୍ରସଙ୍ଗରେ ବିଜେଡି ସାଂସଦContinue reading “ସଂସଦରେ ଓଡିଶା ତାତି । ଦୁଇ ବିଜେଡି ସାଂସଦଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।”

ଗ୍ରାହକ ସାଜି ସୁନା ଦୋକାନରୁ ଲୁଟ୍ : ପୁରୀଘାଟ ଥାନାରେ ଅଭିଯୋଗ; ପୁଲିସର ତଦନ୍ତ ଆରମ୍ଭ

କନକ ବ୍ୟୁରୋ : କଟକ ଦୋଳମୁଣ୍ଡାଇ ସ୍ଥିତ ଏକ ସୁନା ଦୋକାନରୁ ଲୁଟ୍ । ଏନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଦୁଇ ଜଣ ଗ୍ରାହକ ଦୋକାନକୁ ଆସିଥିଲେ । ସେମାନେ ବିଭିନ୍ନ ସୁନାଗହଣା ଦେଖୁଥିବା ବେଳେ କିଛି ସମୟ ପରେ ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ବାହାରକୁ ଚାଲିଯାଇଥିଲେ । ପରେ ହିସାବରୁ ଦୋକାନୀ ଜାଣିପାରିଲେ ଯେ, ତାଙ୍କରContinue reading “ଗ୍ରାହକ ସାଜି ସୁନା ଦୋକାନରୁ ଲୁଟ୍ : ପୁରୀଘାଟ ଥାନାରେ ଅଭିଯୋଗ; ପୁଲିସର ତଦନ୍ତ ଆରମ୍ଭ”

ଆଜିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଚେନ୍ନାଇରେ ଖେଳାଯିବ ପ୍ରଥମ ମ୍ୟାଚ୍, କରୋନା କଟକଣା ପରେ ପ୍ରଥମ ଥର ନିଜ ମାଟିରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । କରୋନା ପରେ ପରେ ଘରୋଇ ମାଟିରେ ପ୍ରଥମ କ୍ରିକେଟ୍ ଖେଳିବ ଟିମ୍ ଇଣ୍ଡିଆ । କୋଭିଡ୍ କଟକଣା ପରେ ଦେଶରେ ଖେଳା ହେବାକୁ ଥିବା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ୍ ମୁକାବିଲା ହେବ । ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଭାରତୀୟ ଦଳ ପୁରା ଆତ୍ମବିଶ୍ୱାସ ସହିତContinue reading “ଆଜିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଚେନ୍ନାଇରେ ଖେଳାଯିବ ପ୍ରଥମ ମ୍ୟାଚ୍, କରୋନା କଟକଣା ପରେ ପ୍ରଥମ ଥର ନିଜ ମାଟିରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।”

ପୁଣି ଘାରିଲା ମାଓବାଦୀ ଭୟ : ଜୀବନ ବଂଚାଇବାକୁ ଯାଇ ଭିଟାମାଟି ଛାଡିଲେ ଚିତ୍ରକୋଣ୍ଡା ଅଂଚଳର ୮୫ ପରିବାର, ରାଜୁଲକୋଣ୍ଡାରେ ନେଇଛନ୍ତି ଆଶ୍ରୟ

କନକ ବ୍ୟୁରୋ : ପୁଣି ଘରିଲା ମାଓବାଦୀଙ୍କ ଭୟ । ଫଳରେ ସ୍ୱାଭିମାନ ଅଂଚଳର ୮୫ ପରିବାର ଭିଟାମାଟି ଛାଡିଛନ୍ତି । ଦୁଇ ଦିନ ହେଲାଣି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି । ସେମାନଙ୍କ କହିବା ଅନୁସାରେ, ତାଙ୍କ ଉପରେ ସବୁ ବେଳେ ମାଓବାଦୀଙ୍କ ଚାପ ଓ ଭୟ ରହୁଛି । ଏହା ସେମାନଙ୍କ ଜୀବନକୁ କଷ୍ଟକର କରିଦେଉଛି । ତେଣୁ ସେମାନେ ନିଜ ଜୀବନ ଜିଇଁବାContinue reading “ପୁଣି ଘାରିଲା ମାଓବାଦୀ ଭୟ : ଜୀବନ ବଂଚାଇବାକୁ ଯାଇ ଭିଟାମାଟି ଛାଡିଲେ ଚିତ୍ରକୋଣ୍ଡା ଅଂଚଳର ୮୫ ପରିବାର, ରାଜୁଲକୋଣ୍ଡାରେ ନେଇଛନ୍ତି ଆଶ୍ରୟ”

ୱାରେଂଟିକୁ ଗିରଫ କରିବାକୁ ଯାଇଥିବା ବେଳେ ପାରାଦୀପଗଡରେ ତୁମୁଳ କାଣ୍ଡ : ପୁଲିସକୁ ଆକ୍ରମଣ, ମାଡମାରି ଭ୍ୟାନରୁ ଆସାମୀକୁ ଛଡେଇ ନେଲେ ଗାଁ ଲୋକ

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ । ପାରାଦୀପଗଡ ଗ୍ରାମ ଦଳେଇ ସାହିରେ ଜଣେ ୱାରେଂଟିକୁ ଧରିବାକୁ ଯାଇଥିବା ଅଭୟଚାନ୍ଦପୁର ପୁଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏହାପରେ ଥାନା ଗାଡିରୁ ୱାରେଂଟିକୁ ଗାଁ ଲୋକେ ଟାଣି ନେଇଯାଇଛନ୍ତି । ଉତ୍ୟକ୍ତ ଗାଁ ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ପାରାଦୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁରContinue reading “ୱାରେଂଟିକୁ ଗିରଫ କରିବାକୁ ଯାଇଥିବା ବେଳେ ପାରାଦୀପଗଡରେ ତୁମୁଳ କାଣ୍ଡ : ପୁଲିସକୁ ଆକ୍ରମଣ, ମାଡମାରି ଭ୍ୟାନରୁ ଆସାମୀକୁ ଛଡେଇ ନେଲେ ଗାଁ ଲୋକ”

ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ନା : ମାଘ ସପ୍ତମୀ ମେଳା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି; ମେଳା ପରିସରରେ ଲାଗୁ ହେବ ୧୪୪ ଧାରା

କନକ ବ୍ୟୁରୋ : ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ହେବ ଚନ୍ଦ୍ରଭାଗା ମାଘମେଳା । ପ୍ରଥମଥର ପାଇଁ ମାଘସପ୍ତମୀ ବୁଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ହେବନାହିଁ । ଏହି ପୁରାଣ ପ୍ରସିଦ୍ଧ ଉତ୍ସବକୁ ଚଳିତବର୍ଷ ମାତ୍ର ୫ ଶହ ଲୋକଙ୍କ ସମାଗମ ହେବ । ମାଘମେଳା ପାଇଁ ଷଷ୍ଠୀ ଅପରାହ୍ଣରୁ ସପ୍ତମୀ ମଧ୍ୟାହ୍ନ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରିଣୀ ସନ୍ନିକଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ଚନ୍ଦ୍ରଭାଗା ମାଘମେଳା ପାଇଁ ଆଜି ଅନୁଷ୍ଠିତContinue reading “ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ନା : ମାଘ ସପ୍ତମୀ ମେଳା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି; ମେଳା ପରିସରରେ ଲାଗୁ ହେବ ୧୪୪ ଧାରା”

କୋଟିଆ ଉପରେ ଆନ୍ଧ୍ରର ଆଖି ବିବାଦ ତେଜୁଥିବା ବେଳେ ବଦଳିଲେ କୋରାପୁଟ୍ ଜିଲ୍ଲାପାଳ : ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ମହମ୍ମଦ ଅବଦାଲ ଅଖତାର

କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଚାଲିଥିବା ବେଳେ ବଦଳିଛନ୍ତି କୋରାପୁଟର ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିପରି ମଧୁସୂଦନ ମିଶ୍ରଙ୍କ ସ୍ଥାନରେ କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି କଟକ ଡିଆରଡିଏରେ ପିଡି ଥିବା ମହମ୍ମଦ ଅବଦାଲ ଅଖତାର । ହଠାତ୍ କୋରାପୁଟ ଜିଲ୍ଲାପାଳଙ୍କ ବଦଳି କରାଗଲା, ସେନେଇContinue reading “କୋଟିଆ ଉପରେ ଆନ୍ଧ୍ରର ଆଖି ବିବାଦ ତେଜୁଥିବା ବେଳେ ବଦଳିଲେ କୋରାପୁଟ୍ ଜିଲ୍ଲାପାଳ : ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ମହମ୍ମଦ ଅବଦାଲ ଅଖତାର”

Design a site like this with WordPress.com
Get started