ଶହେ ବର୍ଷରେ ବି ଫିଟ୍ ମଉସା ମାଉସୀ । ଦୁଇ ପୁଅ ଦୂରେଇ ଦେବା ପରେ ଏକାଏକା ଭଲରେ ଅଛନ୍ତି ବୃଦ୍ଧବୃଦ୍ଧା । ୧୦୮ ଛୁଇଁଥିଲେ ବି ଦେଶୀ ଖାଦ୍ୟ ଦେଉଛି ବଳ ।

କନକ ବ୍ୟୁରୋ: ଶହେ ବର୍ଷରେ ଫିଟ ଆଣ୍ଡ ଫାଇନ । ବୟସର ଶେଷ ସୀମାରେ ଏବେ ଚଳଚଞ୍ଚଳ ଏ ମଉସା ମାଉସୀ । ଜଣଙ୍କୁ ୧୦୮ ଛୁଇଁଲାଣି ଆଉ ଜଣଙ୍କୁ ୧୦୦ ପାଖାପାଖି । କିନ୍ତୁ ଏ ବୟସରେ ବି ହାରିଯାଇ ନାହାନ୍ତି ସେମାନେ । ବାଡି ସିନା ଧରିଛନ୍ତି କିନ୍ତୁ ଭିତରୁ ଭାରି ଦମ୍ଭିଲା ଅଛନ୍ତି ବୈଷ୍ଣବ ମଉସା ଆଉ ସମ୍ବାରୀ ମାଉସୀ । ଗଞ୍ଜାମ ଖଲ୍ଲିକୋଟ ଖୋଜାପଲ୍ଲୀ ଗାଁର ବୈଷ୍ଣବ ପ୍ରଧାନ ଓ ତାଙ୍କContinue reading “ଶହେ ବର୍ଷରେ ବି ଫିଟ୍ ମଉସା ମାଉସୀ । ଦୁଇ ପୁଅ ଦୂରେଇ ଦେବା ପରେ ଏକାଏକା ଭଲରେ ଅଛନ୍ତି ବୃଦ୍ଧବୃଦ୍ଧା । ୧୦୮ ଛୁଇଁଥିଲେ ବି ଦେଶୀ ଖାଦ୍ୟ ଦେଉଛି ବଳ ।”

ଆଜି କୋଟିଆ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବହୁ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

କନକ ବ୍ୟୁରୋ : ଓଡ଼ିଶା ହାତରୁ ଖସିଯାଉଛି କୋଟିଆ। କୋରାପୁଟ ଜିଲ୍ଲାର ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଦୀର୍ଘ ଦିନରୁ ଲୋଲୁପ ଦୃଷ୍ଟି ପକାଇଛନ୍ତି । ପୂର୍ବରୁ ରାସନ କାର୍ଡ଼ ଓ ସରକାରୀ ଯୋଜନା ଆବଣ୍ଟନ କରି ନିଜ ସ୍ଥିତି ଜାହିର କରିଆସିଥିବା ଆନ୍ଧ୍ର ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବ। ଗୋଟିଏ ପଟେ ଆନ୍ଧ୍ର କୋଟିଆକୁContinue reading “ଆଜି କୋଟିଆ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବହୁ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ”

ଆସିଲା ଆଇସିଏମଆର ତୃତୀୟ ସେରୋସର୍ଭେ ରିପୋର୍ଟ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ପାଂଚ ଜଣରେ ଜଣେ କରୋନା ସଂକ୍ରମିତ ହେବା ନେଇ ସୂଚନା

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ଦେଶର ଏକ ପଂଚମାଂଶ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ । ଆଇସିଏମଆରର ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅର୍ଥାତ୍ ଡିସେମ୍ବର ମଝି ବେଳକୁ ଦେଶର ପ୍ରତି ୫ ଜଣରେ ଜଣେ କରୋନା ଆକ୍ରାନ୍ତ ହୋଇସାରିଥିବେ । ସେପଟେ ସର୍ଭେ ରିପୋର୍ଟ ଆଧାରରେ ଆଇସିଏମଆର କହିଛି, ୧୦ରୁ ୧୮ ବୟସର ପିଲାଙ୍କ ମଧ୍ୟରେ ୨୫.୩ ପ୍ରତିଶତContinue reading “ଆସିଲା ଆଇସିଏମଆର ତୃତୀୟ ସେରୋସର୍ଭେ ରିପୋର୍ଟ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ପାଂଚ ଜଣରେ ଜଣେ କରୋନା ସଂକ୍ରମିତ ହେବା ନେଇ ସୂଚନା”

ପାକିସ୍ତାନ ଉପରେ ଇରାନର ସର୍ଜିକାଲ୍ ଷ୍ଟ୍ରାଇକ୍! ପାକିସ୍ତାନ ଭିତରେ ପଶି ନିଜ ଦେଶର ଗାର୍ଡଙ୍କୁ ମୁକୁଳାଇଲା ।

କନକ ବ୍ୟୁରୋ: ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ । ଏଥର ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି ଇରାନ୍ । ନିଜ ଦେଶର ଦୁଇ ଜଣ ଯବାନଙ୍କୁ ପାକିସ୍ତାନରୁ ମୁକୁଳାଇବାକୁ ଇରାନ୍ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ଆଉ ସଫଳତାର ସହ ଏଥିରେ ସଫଳ ମଧ୍ୟ ହୋଇଛି । ସୂଚନା ମୁତାବକ, ଦୁଇ ବର୍ଷ ତଳେ ଜୈଶ ଉଲ୍ ଅଦଲ ସଙ୍ଗଠନ ଇରାନର ୧୨ ଜଣ ଗାର୍ଡକୁ ପାକିସ୍ତାନକୁ ଅପହରଣ କରି ନେଇଯାଇଥିଲା । ସେଥିମଧ୍ୟରୁ ଗତContinue reading “ପାକିସ୍ତାନ ଉପରେ ଇରାନର ସର୍ଜିକାଲ୍ ଷ୍ଟ୍ରାଇକ୍! ପାକିସ୍ତାନ ଭିତରେ ପଶି ନିଜ ଦେଶର ଗାର୍ଡଙ୍କୁ ମୁକୁଳାଇଲା ।”

ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବଡ ବୟାନ । କହିଲେ ରାଫେଲ୍ ଦେଖି ଚୀନ୍ ଏବେ ବ୍ୟତିବ୍ୟସ୍ତ ।

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ଭିତରେ ବଡ ବୟାନ ରଖିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ରାଫେଲକୁ ଦେଖି ଚୀନ୍ ବ୍ୟସ୍ତ ହୋଇପଡିଥିବା କହିଛନ୍ତି ବାୟୁସେନା ମୁଖ୍ୟ । ଚୀନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନ ମୁତୟନ କରିଛି । ବିଶେଷ କରି ବାୟୁସେନାର ରାଫେଲ ସୀମାରେ ଉଡାଣ ଭରୁଥିବାରୁ ଚୀନ୍ ବ୍ୟତିବ୍ୟସ୍ତ ହୋଇପଡିଛି କି ବୋଲି ପ୍ରଶ୍ନ ପଚରାଯିବାରୁ ଏହାର ଉତ୍ତରରେ ନିଶ୍ଚିତ ଭାବରେ ଚୀନ୍ ବ୍ୟସ୍ତContinue reading “ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବଡ ବୟାନ । କହିଲେ ରାଫେଲ୍ ଦେଖି ଚୀନ୍ ଏବେ ବ୍ୟତିବ୍ୟସ୍ତ ।”

ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଶୂନ । କୋଭିଡ୍ ମୁକ୍ତ ହେଲେ ରାଜ୍ୟର ଦୁଇ ଜିଲ୍ଲା

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏକ ଜିଲ୍ଲା କରୋନା ଶୂନ୍ୟ ହୋଇଛି । ଏଥିସହ ରାଜ୍ୟରେ କୋଭିଡ୍ ଶୂନ୍ୟ ଜିଲ୍ଲାଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଏବେ ନବରଙ୍ଗପୁର ସହ କନ୍ଧମାଳ ଜିଲ୍ଲା ବି କୋଭିଡ୍ ଶୂନ୍ୟ ହୋଇଛି । ନବରଙ୍ଗପୁର ଜିଲ୍ଲାରୁ ଏବେ ସୁଦ୍ଧା ମୋଟ ୫୮୨୫ ଜଣ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେContinue reading “ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଶୂନ । କୋଭିଡ୍ ମୁକ୍ତ ହେଲେ ରାଜ୍ୟର ଦୁଇ ଜିଲ୍ଲା”

ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ଓଡିଶାରୁ ପ୍ରାର୍ଥୀ ହେଲେ ୧୫ ଜଣ । ବିବାଦ ଭିତରେ ବଦଳିଲେ କୋରାପୁଟ ଜିଲ୍ଲାପାଳ

କନକ ବ୍ୟୁରୋ: ଆନ୍ଧ୍ର-ଓଡିଶା ସୀମାନ୍ତର କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଆଜି ନାମାଙ୍କନ ଦାଖଲ କରିଛନ୍ତି ୧୫ ଜଣ । ୩ ଜଣ ସରପଂଚ ପ୍ରାର୍ଥୀ ଓ ୧୦ ଜଣ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିବାଦୀୟ ଫଗୁଣ ସିମେରି ଓ ପଟୁସିମେରି ଗାଁରୁ ଜଣେ ଲେଖାଏଁ ସରପଂଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଅନ୍ୟପଟେ କୋଟିଆକୁ ନେଇ ବିବାଦ ତେଜିଥିବା ବେଳେContinue reading “ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ଓଡିଶାରୁ ପ୍ରାର୍ଥୀ ହେଲେ ୧୫ ଜଣ । ବିବାଦ ଭିତରେ ବଦଳିଲେ କୋରାପୁଟ ଜିଲ୍ଲାପାଳ”

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ ପ୍ରସ୍ତାବ । କହିଲେ, ଭୀମ ଭୋଇଙ୍କ ବିଚାର ମୋଦୀଙ୍କ ଗରିବ କଲ୍ୟାଣର ମୂଳମନ୍ତ୍ର

କନକ ବ୍ୟୁରୋ: ସନ୍ଥକବି ଭୀମ ଭୋଇଙ୍କ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ ଗରିବ ଓ ଦେଶର କଲ୍ୟାଣ ପାଇଁ ଏହି ଉକ୍ତିକୁ ମୂଳ ମନ୍ତ୍ର କରାଯାଇଛି । ମୋଦି ସରକାର ପୂର୍ବୋଦୟ ମିଶନରେ ପୂର୍ବ ଭାରତ ସମେତ ସମଗ୍ର ଭାରତକୁ ବିକାଶ ପଥରେ ଆଗକୁ ନେଉଥିବା ବେଳେContinue reading “ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ ପ୍ରସ୍ତାବ । କହିଲେ, ଭୀମ ଭୋଇଙ୍କ ବିଚାର ମୋଦୀଙ୍କ ଗରିବ କଲ୍ୟାଣର ମୂଳମନ୍ତ୍ର”

ଚାଷୀ ଆନ୍ଦୋଳନରେ ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍ । ପ୍ରତିକ୍ରିୟା ରଖିଲେ ଦେଶର ବଡ ବଡ ଚେହେରା

କନକ ବ୍ୟୁରୋ: ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ ଚାରିଆଡେ ଚର୍ଚ୍ଚାର ବିଷୟ ବନିଗଲା । କାରଣ ଚାଷୀ ଆନ୍ଦୋଳନକୁ ନେଇ ବିବାଦ ଯେମିତି ବଢୁଥିଲା, ଟେଲିଭିଜନ ପରଦା ଓ ଖବରକାଗଜରେ ସେମିତି ଶିରୋନାମା ବି ବନୁଥିଲା । କିନ୍ତୁ ରିହାନାଙ୍କ ଟ୍ୱିଟକୁ ଭାରତୀୟ ସେଲିବ୍ରିଟିମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଲତା ମଙ୍ଗେସକର ଟ୍ୱିଟ କରି ଲେଖିଛନ୍ତି, ଜଣେ ଭାରତୀୟ ଭାବେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଗୋଟିଏ ଦେଶ ଭାବେ ଆମେ ସାମ୍ନା କରୁଥିବା ସମସ୍ତContinue reading “ଚାଷୀ ଆନ୍ଦୋଳନରେ ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍ । ପ୍ରତିକ୍ରିୟା ରଖିଲେ ଦେଶର ବଡ ବଡ ଚେହେରା”

ଭାରତ ସରକାରଙ୍କ କୃଷି ଆଇନକୁ ଆମେରିକାର ସମର୍ଥନ । ବାଇଡେନ ସରକାର କହିଲେ, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ

କନକ ବ୍ୟୁରୋ: କୃଷି ଆଇନକୁ ଆମେରିକାର ସମର୍ଥନ । ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି । ଆମେରିକା ପକ୍ଷରୁ କୁହାଯାଇଛି, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ । ଅଧିକ ସଂଖ୍ୟାରେ ଘରୋଇ କମ୍ପାନୀ ପୁଂଜିନିବେଶ ପାଇଁ ଆଗ୍ରହୀ ହେବେ । କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ ।Continue reading “ଭାରତ ସରକାରଙ୍କ କୃଷି ଆଇନକୁ ଆମେରିକାର ସମର୍ଥନ । ବାଇଡେନ ସରକାର କହିଲେ, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ”

Design a site like this with WordPress.com
Get started