କନକ ବ୍ୟୁରୋ: ଏଥର ବଜେଟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଫୋକସ୍ କରିଛନ୍ତିି । ଯାହାର ଖର୍ଚ୍ଚକୁ ଭରଣ କରିବାକୁ ଯାଇଁ କେନ୍ଦ୍ର ସରକାର ବିଭିନ୍ନ ଉତ୍ପାଦର ଦାମ ବଢାଇଛନ୍ତି । ଅନେକ ସାମଗ୍ରୀ ଉପରେ କୃଷି ସେସ୍ ଲାଗୁ କରାଯାଇଛି, ଯାହାକି ଫେବୃଆରୀ ୨ ତାରିଖରୁ ଲାଗୁ ହେବ । ଏହି କ୍ରମରେ କାଲିଠୁ ଦେଶରେ ମଦ ମହଙ୍ଗା ହେବ । ଏହା ପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁContinue reading “ବଜେଟରେ ବଡ ଘୋଷଣା: ମହଙ୍ଗା ହେବ ମଦ । ବିଦେଶୀ ମୋବାଇଲ୍, କପଡା, ବିଦ୍ୟୁତ ଉପକରଣ ଦାମ ବି ବଢିବ”
Author Archives: Raghaba
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ ।
କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିଛନ୍ତି କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଥିଲା । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । “
ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ମୋଦି କହିଲେ, ଭାରତର ଆତ୍ମବିଶ୍ୱାସ ବଢାଇବା ଭଳି ବଜେଟ୍, ବଜେଟ୍ ହୃଦୟରେ ଦେଶର ଚାଷୀ ।
କନକ ବ୍ୟୁରୋ : ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, କରୋନା ଭଳି କଠିନ ସ୍ଥିତିରେ ବଜେଟ୍ ଆସିଛି । ଲୋକଙ୍କ ଜୀବନରେ ବଜେଟ୍, ଅନେକ ପରିବର୍ତ୍ତନ ଆଣିବ । ବଜେଟରେ ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁ ରାଜ୍ୟରେ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ଉଦବୋଧନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ ହୃଦୟରେ ଦେଶର ଚାଷୀ ରହିଛନ୍ତି । ବଜେଟ୍,Continue reading “ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ମୋଦି କହିଲେ, ଭାରତର ଆତ୍ମବିଶ୍ୱାସ ବଢାଇବା ଭଳି ବଜେଟ୍, ବଜେଟ୍ ହୃଦୟରେ ଦେଶର ଚାଷୀ ।”
ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ: ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି
କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଫୋକସ କରାଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା । ଏହି ରାଜ୍ୟଗୁଡିକରେ ସଡକ ଭିତ୍ତିଭୂମି ପାଇଁ ୨.୨୭ ଲକ୍ଷ କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ କୋଲକାତା–ସିଲିଗୁଡି ମଧ୍ୟରେ ଜାତୀୟ ରାଜପଥ ତିଆରି କରାଯିବ । ପଶ୍ଚିମବଙ୍ଗରେContinue reading “ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ: ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି”
ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ
କନକ ବ୍ୟୁରୋ: ସାଧାରଣ ବଜେଟରେ ଆୟକର ସୀମାରେ ହେଲା ନାହିଁ କୌଣସି ବି ପରିବର୍ତ୍ତନ । ବରିଷ୍ଠ ପେନସନ ଭୋଗୀଙ୍କୁ ଆୟକରରେ ମିଳିବ ରିହାତି । ତେବେ ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କ ପାଇଁ ଆୟକର ସଂପୂର୍ଣ୍ଣ ଭାବେ ଛାଡ କରିବାକୁ ବଜେଟ-୨୧-୨୨ରେ ସଂସଦରେ ଘୋଷଣା କରାଯାଇଛି । ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ଯେତେବେଳେ ସାରାବିଶ୍ୱ ସଂକଟ ଦେଇ ଗତି କରୁଥିଲା ସେତେବେଳେ ସମସ୍ତଙ୍କର ନଜର ଭାରତContinue reading “ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ”
ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍ : ପେଟ୍ରୋଲ ଉପରେ ଅଢେଇ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲଗାଇଲେ ସରକାର
କନକ ବ୍ୟୁରୋ : ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲାଗିଛି । ସେହିଭଳି ଡିଜେଲ ଉପରେ ୪ ଟଙ୍କାର କୃଷି ସେସ ଲଗାଯାଇଛି । ଏହା ପରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ । ବଜେଟରେ ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣContinue reading “ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍ : ପେଟ୍ରୋଲ ଉପରେ ଅଢେଇ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲଗାଇଲେ ସରକାର”
‘ଉଜ୍ଜ୍ୱଳା ଯୋଜନା’ ଅବଧି ବଢ଼ିଲା : ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ, ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି । ଏଥିମଧ୍ୟରେ ‘ଉଜ୍ଜ୍ୱଳା ଯୋଜନା’କୁ ସାମିଲ କରାଯାଇଛି । ଆଗାମୀ ୩ ବର୍ଷ ଭିତରେ କେନ୍ଦ୍ର ସରକାର ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ କରାଯିବ । ଏହାଛଡ଼ା ଜମ୍ମୁ-କଶ୍ମୀରରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପକୁ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତିContinue reading “‘ଉଜ୍ଜ୍ୱଳା ଯୋଜନା’ ଅବଧି ବଢ଼ିଲା : ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ”
ବଜେଟରେ ବଡ ଘୋଷଣା : ଶସ୍ତା ହେବ ସୁନା ଓ ରୂପା; ମହଙ୍ଗା ହେବ ବିଦେଶୀ ମୋବାଇଲ୍
କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ସୁନା ଓ ରୂପା । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୁହା ଓ ଷ୍ଟିଲ୍, ତମ୍ବା ସାମଗ୍ରୀ ବି ଶସ୍ତା ହେବ । ମହଙ୍ଗା ହୋଇପାରେ ବିଦେଶୀ ମୋବାଇଲ୍ । ଜିଏସଟିକୁ ଆହୁରି ସରଳ କରିବାକୁ ପ୍ରୟାସ । ଅକ୍ଟୋବର ୧ରୁ ନୂଆ କଷ୍ଟମ ଡ୍ୟୁଟି ଲାଗୁ ହେବ । କ’ଣ ଶସ୍ତା ହେବ ?Continue reading “ବଜେଟରେ ବଡ ଘୋଷଣା : ଶସ୍ତା ହେବ ସୁନା ଓ ରୂପା; ମହଙ୍ଗା ହେବ ବିଦେଶୀ ମୋବାଇଲ୍”
କନକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ ବିଲ୍ଡିଂ; କାରଣ ଅସ୍ପଷ୍ଟ, କ୍ଷୟକ୍ଷତିର ମିଳିନି ସୂଚନା
କନକ ବ୍ୟୁରୋ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ପ୍ରୟାସ ଜାରି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ନିଆଁ ଯୋଗୁଁ ଚାରିଆଡେ ଧୂଆଁର ବାତାବରଣ ଖେଳିଯାଇଛି । ଯୁଆଡେ ଦେଖିବ ଖାଲି ଧୂଆଁ ହିଁ ଧୂଆଁ ଦେଖିବାକୁ ମିଳିଛି ।Continue reading “କନକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ ବିଲ୍ଡିଂ; କାରଣ ଅସ୍ପଷ୍ଟ, କ୍ଷୟକ୍ଷତିର ମିଳିନି ସୂଚନା”
ସାଧାରଣ ବଜେଟରେ ବଡ ଘୋଷଣା : କମର୍ସିଆଲ ଗାଡି ପାଇଁ ୧୫ବର୍ଷ ସମୟ ଧାର୍ଯ୍ୟ
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସ୍ବେଚ୍ଛାକୃତ ଯାନବାହାନ ବଦଳ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଯାଇପାରିବ । ଏହା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପରବର୍ତ୍ତୀ କାଳରେ ଏହିContinue reading “ସାଧାରଣ ବଜେଟରେ ବଡ ଘୋଷଣା : କମର୍ସିଆଲ ଗାଡି ପାଇଁ ୧୫ବର୍ଷ ସମୟ ଧାର୍ଯ୍ୟ”