ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ

କନକ ବ୍ୟୁରୋ: ଭୁବନେଶ୍ବରରୁ କାଳିଜାଈ ଦର୍ଶନ ପାଇଁ ଯାଇଥିବା ପ୍ରାୟ ୨୫ ଜଣ ପର୍ଯ୍ୟଟକ କୁହୁଡ଼ି ଯୋଗୁ ଚିଲିକା ମଝିରେ ବାଟବଣା ହୋଇ ଅଟକି ରହିଛନ୍ତି। ଏ ନେଇ ଖବର ପାଇବା ପରେ ବାଲୁଗାଁ, ଗଙ୍ଗାଧରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ୨ଟି ବୋଟ୍‌ ନେଇ ନଳବଣ ମଧ୍ୟରେ ଫସିରହିଥିବା ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚିଛନ୍ତି। ବାଲୁଗାଁ ଦମକଳ କେନ୍ଦ୍ର ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କଠାରୁ ପ୍ରକାଶ ଯେ ଭୁବନେଶ୍ବରର ପ୍ରାୟ ୨୫ ଜଣ ପର୍ଯ୍ୟଟକ ମା’ କାଳିଜାଈଙ୍କ ଦର୍ଶନ ପାଇଁContinue reading “ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ”

ସୁନ୍ଦରଗଡରେ ବାର୍‌ହାକୁ ଧକ୍କା ଦେଇ ପିକ୍‌-ଅପ୍‌ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ

କନକ ବ୍ୟୁରୋ: ସୁନ୍ଦରଗଡରେ ବାରହାକୁ ଧକ୍କା ଦେଇ ଓଲିଟିଲା ପିକ-ଅପ-ଭ୍ୟାନ । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ହେମଗିରି ଥାନା କନିକା ନିକଟ ଆର୍ଯ୍ୟନ କୋଲୱସରୀ ସମ୍ମୁଖରେ ୧୬ ଶ୍ରମିକଙ୍କୁ ନେଇ ଯାଉଥିବା ପିକ-ଅପ-ଭ୍ୟାନ ସାମ୍ନାକୁ ହଠାତ ଏକ ଜଙ୍ଗଲି ବାରହା ଆସିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭ୍ୟାନ ବାରହାକୁ ଧକ୍କା ଦେଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ବାରହା ମୃତ୍ୟୁ ହୋଇଥିବା ବେଳେContinue reading “ସୁନ୍ଦରଗଡରେ ବାର୍‌ହାକୁ ଧକ୍କା ଦେଇ ପିକ୍‌-ଅପ୍‌ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ”

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଛି । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଯଦି ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ, ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ।ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍Continue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ”

ଦେବନାରାୟଣ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚର ୩ ଜଣିଆ ଟିମ ମୃତ ପିଏଙ୍କ ସରକାରୀ ବାସଭବନ ଠାରେ ପିଏଙ୍କ ପରିବାରଙ୍କୁ ପଚରାଉଚରା କରିଛନ୍ତି । ପୂର୍ବରୁ ମାଲକାନଗିରି ପୁଲିସ ପରେ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । ତେବେ ପୁଲିସ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହେବା ପରେ  କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୁଲିସ ଡିଜି । ତେବେContinue reading “ଦେବନାରାୟଣ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ”

ଆଜିଠୁ ବଦଳିବ ୧୦ ନିୟମ… କ’ଣ ଶସ୍ତା… କ’ଣ ହେବ ମହଙ୍ଗା? ଲୋକଙ୍କ ପକେଟ୍ ଉପରେ ପଡିବ କି ପ୍ରଭାବ?

କନକ ବ୍ୟୁରୋ :  ଅପେକ୍ଷା ଆଉ କିଛି ସମୟର । ପାଖାପାଖି ଦିନ ୧୧ଟାରେ ଘୋଷଣା ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ । ଅନେକ କ୍ଷେତ୍ରରେ କେନ୍ଦ୍ରସରକାର କରିପାରନ୍ତି ବଡ ପରିବର୍ତ୍ତନ, ନେଇପାରନ୍ତି ବଡ ବଡ ନିଷ୍ପତ୍ତି, ଆଣିପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜିଠାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ଆଉ ଏହାର ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିବ କି ନାହିଁ । ମହଙ୍ଗା ହେବ ଏଲପିଜି… Continue reading “ଆଜିଠୁ ବଦଳିବ ୧୦ ନିୟମ… କ’ଣ ଶସ୍ତା… କ’ଣ ହେବ ମହଙ୍ଗା? ଲୋକଙ୍କ ପକେଟ୍ ଉପରେ ପଡିବ କି ପ୍ରଭାବ?”

ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ୩ୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ; କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ

କନକ ବ୍ୟୁରୋ: ମହାମାରୀ କରୋନାର ପଞ୍ଝାରୁ ଧିରେ ଧିରେ ଦେଶ ମୁକୁଳୁଥିବା ବେଳେ ଆଜି ସଂସଦରେ ଆଗତ ହେବାକୁ ଯାଉଛି ସାଧାରଣ ବଜେଟ । ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଆଶା କରାଯାଉଛି, ମହାମାରୀ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ ସହ ଆର୍ଥିକ ସୁଧାରକୁContinue reading “ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ୩ୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ; କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ”

ଅର୍ଥମନ୍ତ୍ରୀଙ୍କ ଖାତା ବହିରୁ କାହାକୁ ମିଳିବ କ’ଣ ? ଚାଷୀ ଆନ୍ଦୋଳନକୁ ଦେଖି କୃଷକଙ୍କ ପାଇଁ ଆସିପାରେ ବଡ ପ୍ୟାକେଜ । ପଢନ୍ତୁ ସାଧାରଣ ବଜେଟକୁ ନେଇ ୧୦ ବଡ ତଥ୍ୟ ।

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । କରୋନା କାଳରେ ଉପସ୍ଥାପିତ ହେବାକୁ ଥିବା ବଜେଟ ଐତିହାସିକ ହୋଇପାରେ । ତେବେ ଆଜିର ବଜେଟରେ କାହା ଉପରେ ରହିବ ନଜର ? ୧. କର ପ୍ରଣାଳୀ ସିଧା ଲୋକଙ୍କ ପକେଟ ଉପରେ ସିଧାପ୍ରଭାବ ପକାଇଥାଏ । ତେଣୁ ଆଜିର ବଜେଟରେ ଆୟକର ରିହାତି ଉପରେ କି ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିବ ।Continue reading “ଅର୍ଥମନ୍ତ୍ରୀଙ୍କ ଖାତା ବହିରୁ କାହାକୁ ମିଳିବ କ’ଣ ? ଚାଷୀ ଆନ୍ଦୋଳନକୁ ଦେଖି କୃଷକଙ୍କ ପାଇଁ ଆସିପାରେ ବଡ ପ୍ୟାକେଜ । ପଢନ୍ତୁ ସାଧାରଣ ବଜେଟକୁ ନେଇ ୧୦ ବଡ ତଥ୍ୟ ।”

ଆଜିଠୁ ବଦଳିଯିବ ନିୟମ..! ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଆଉ କିଛି ପ୍ରଭାବ ପକାଇବ ସିଧା ଆପଣଙ୍କ ପକେଟ ଉପରେ: ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ ହେବାକୁ ଯାଉଛି କଣ ସବୁ ବଡ ପରିବର୍ତ୍ତନ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ଏହାଛଡା ଫେବ୍ରୁଆରୀ ୧ ତାରିଖରୁ ଅର୍ଥାତ ଆଜିଠାରୁ କେତେକ ବଡ ପରିବର୍ତ୍ତନ ହେବାକୁ ଯାଉଛ, ଯାହା ସାଧାରଣ ଲୋକଙ୍କ ସହ ଯୋଡି ହୋଇରହିଛି ଓ ଏହାର ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡିପାରେ । ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଯୋଡି ହୋଇଥିବା ବେଳେ ଆଉ କିଛି ସିଧା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ନଜରContinue reading “ଆଜିଠୁ ବଦଳିଯିବ ନିୟମ..! ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଆଉ କିଛି ପ୍ରଭାବ ପକାଇବ ସିଧା ଆପଣଙ୍କ ପକେଟ ଉପରେ: ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ ହେବାକୁ ଯାଉଛି କଣ ସବୁ ବଡ ପରିବର୍ତ୍ତନ”

ସଫଳତାର ଆଉ ଏକ ପାହଚ ଚଢିଲା ସମ୍ବଲପୁରୀ କୋଶଳୀ ସାହିତ୍ୟ ପତ୍ରିକା ‘ଜୁଗାର’ : ଝାରସୁଗୁଡାରେ ଉନ୍ମୋଚିତ ହେଲା ବାର୍ଷିକ ବିଶେଷାଙ୍କ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଜାରି ରହୁ ଜୁଗାରର ସଫଳ ଯାତ୍ରା

କନକ ବ୍ୟୁରୋ : ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ‘ଜୁଗାର’ ପତ୍ରିକାର ବାର୍ଷିକ ବିଶେଷ ସଂଖ୍ୟା, ୨୦୨୦ର ଉନ୍ମୋଚନ ଉତ୍ସବ ଝାରୁସୁଗୁଡାରେ ଆୟୋଜିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଝାରୁସୁଗୁଡାର ସଂସ୍କୃତି ଭବନ ପରିସରରେ ଏହି ଉତ୍ସବ ହୋଇଛି । କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଏଥିରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସେ କହିଥିଲେ, ଆଗକୁ ବିContinue reading “ସଫଳତାର ଆଉ ଏକ ପାହଚ ଚଢିଲା ସମ୍ବଲପୁରୀ କୋଶଳୀ ସାହିତ୍ୟ ପତ୍ରିକା ‘ଜୁଗାର’ : ଝାରସୁଗୁଡାରେ ଉନ୍ମୋଚିତ ହେଲା ବାର୍ଷିକ ବିଶେଷାଙ୍କ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଜାରି ରହୁ ଜୁଗାରର ସଫଳ ଯାତ୍ରା”

ବଜେଟ ଉପସ୍ଥାପନା ପୂର୍ବରୁ ଜିଏସଟି ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି ଜିଏସଟି ସଂଗ୍ରହ; ଗତବର୍ଷ ତୁଳନାରେ ୮% ଅଧିକ ରାଜସ୍ୱ ଆଦାୟ

କନକ ବ୍ୟୁରୋ: ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ ହେବା ଆଗରୁ ଦେଶର ଅର୍ଥନୀତି ପାଇଁ ଜିଏସଟି ଭଲ ଖବର ଆଣିଛି । ଜାନୁଆରିରେ ୧ ଦଶମିକ ଦୁଇ ଶୂନ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଜାନୁଆରିରେ ମୋଟ ୧ଲକ୍ଷ ୧୯ ହଜାର ୮ଶହ ୪୭ କୋଟି ଜିଏସଟି ଆଦାୟ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସଂସଦରେ ଉପସ୍ଥାପିତContinue reading “ବଜେଟ ଉପସ୍ଥାପନା ପୂର୍ବରୁ ଜିଏସଟି ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି ଜିଏସଟି ସଂଗ୍ରହ; ଗତବର୍ଷ ତୁଳନାରେ ୮% ଅଧିକ ରାଜସ୍ୱ ଆଦାୟ”

Design a site like this with WordPress.com
Get started