କନକ ବ୍ୟୁରୋ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଗଲା ଜୀବନ । କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗଦଲପୁରର ଡୁମୁରିପାଲି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି । ଖବର ପାଇ ଅଗ୍ନିଶମବାହିନୀ ଓ ପୁଲିସContinue reading “କୋରାପୁଟ କୋଟପାଡ଼ ମୁର୍ତାହାଣ୍ଡିରେ ଓଲଟିଲା ପିକଅପ ଭ୍ୟାନ : ୯ ମୃତ, ୧୩ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା”
Author Archives: Raghaba
କରୋନା କାଳରେ ଆଜି ଆସୁଛି ସାଧାରଣ ବଜେଟ୍: ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ; କେନ୍ଦ୍ର ବଜେଟରୁ ଅଧିକ ଆଶା କରୁଛି ଓଡ଼ିଶା
କନକ ବ୍ୟୁରୋ: ଦେଶରେ କୋଭିଡ୍ ସଂକ୍ରମଣ ସ୍ତର ନିୟନ୍ତ୍ରଣରେ ଥିବା ତଥା ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପ୍ରୟାସ କରାଯାଉଥିବା ବେଳେ ବଜେଟକୁ ନେଇ ସବୁ ମହଲରେ ଉତ୍କଷ୍ଠା ବଢ଼ିବାରେ ଲାଗିଛି। ବିଶେଷକରି ଓଡ଼ିଶା ଭଳି ରାଜ୍ୟର ଆଶା କେନ୍ଦ୍ରଠାରୁ ଟିକିଏ ଅଧିକ ରହିଛି। ରାଜ୍ୟ ଆଶା କରୁଛି ଯେ ଏଥର ସାଧାରଣ ବଜେଟରେ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିବା ଦରକାର, ଯାହା ଫଳରେ ରାଜ୍ୟ ଅର୍ଥନୀତିରେContinue reading “କରୋନା କାଳରେ ଆଜି ଆସୁଛି ସାଧାରଣ ବଜେଟ୍: ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ; କେନ୍ଦ୍ର ବଜେଟରୁ ଅଧିକ ଆଶା କରୁଛି ଓଡ଼ିଶା”
ସୋସିଆଲ ମିଡିଆକୁ ଆଇନ ପରିସରକୁ ଆଣିବା ପାଇଁ ସୁପ୍ରିମକୋର୍ଟରେ ମାମଲା : ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି
କନକ ବ୍ୟୁରୋ : ସୋସିଆଲ ମିଡିଆକୁ ଆଇନ ପରିସର ଭିତରେ ଆଣିବାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ଆବେଦନରେ ଦର୍ଶାଯାଇଛି, ସୋସିଆଲ ମିଡିଆରେ ଜରିଆରେ ଉତ୍ତେଜନା ସୃଷ୍ଟିକାରୀ ଓ ଫେକ ନ୍ୟୁଜ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମକଦ୍ଦମା ଚଲାଇବା ପାଇଁ ଆଇନ ତିଆରି କରାଯାଉ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜନସ୍ୱାର୍ଥ ମାମଲାରେ ଅନୁରୋଧ କରାଯାଇଛି । ଏହି ଆବେଦନରେContinue reading “ସୋସିଆଲ ମିଡିଆକୁ ଆଇନ ପରିସରକୁ ଆଣିବା ପାଇଁ ସୁପ୍ରିମକୋର୍ଟରେ ମାମଲା : ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି”
ପୁଣି ଲେଉଟିଲା ଶୀତ ! ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ଥଣ୍ଡାର ପ୍ରକୋପ । ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର
କନକ ବ୍ୟୁରୋ: ଜାନୁଆରି ସାରା ଲୁଚକାଳି ଖେଳିବା ପରେ ରାଜ୍ୟକୁ ଏବେ ଶୀତ ଲେଉଟିଛି। ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଫଳରେ ରାଜ୍ୟରେ ଶୀତ ବଢ଼ିଛି। ଆଗକୁ ଆହୁରି ବଢ଼ିବ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୩ ଦିନ ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବ। ଏହାକୁ ଦୃଷ୍ଟିରେ ରଖିContinue reading “ପୁଣି ଲେଉଟିଲା ଶୀତ ! ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ଥଣ୍ଡାର ପ୍ରକୋପ । ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର”
ସଂସଦରେ ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ଆର୍ଥିକ ସୁଧାର ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ; ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦକୁ ଅଧିକ ବ୍ୟୟ ବରାଦ ସମ୍ଭାବନା
କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ପେପରଲେସ୍ ବା କାଗଜବିହୀନ ବଜେଟ୍ ଉପସ୍ଥାପନ କରାଯିବ। ପୂର୍ବାହ୍ନ ୧୧ରେ ବଜେଟ୍ ଉପସ୍ଥାପନ କରାଯିବ। ଏହାକୁ ଲୋକସଭା ଟିଭିରେ ସିଧା ପ୍ରସାରଣ କରାଯିବ। ୟୁଟ୍ୟୁବ୍, ଫେସବୁକ୍ ଓ ଟ୍ବିଟର୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ଏହା ବ୍ୟତୀତ ବଜେଟର ସିଧାପ୍ରସାରଣକୁ ବିଭିନ୍ନ ନିଉଜ୍ ଚ୍ୟାନେଲରେ ମଧ୍ୟ ଦେଖିହେବ। କରୋନା ମହାମାରୀ ପରବର୍ତ୍ତୀ ସମୟର ଏହା ପ୍ରଥମContinue reading “ସଂସଦରେ ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ଆର୍ଥିକ ସୁଧାର ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ; ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦକୁ ଅଧିକ ବ୍ୟୟ ବରାଦ ସମ୍ଭାବନା”
ପଥରଶିଳ୍ପୀଙ୍କ ଗାଁ କନ୍ଦାଗଡ । ପିଢୀପିଢୀ ଧରି ପଥର ଖୋଦେଇ କରି ପାଇଛନ୍ତି ପରିଚୟ । ହେଲେ କରୋନା ସାଜିଲା ଦାଉ
କନକ ବ୍ୟୁରୋ : ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଏବେ ଦାଦନ ମୁହାଁ । କରୋନା କାଳରେ ଲକଡାଉନ ଯୋଗୁଁ ବ୍ୟବସାୟ ମାନ୍ଦା ପଡ଼ି ଯାଇଥିବାରୁ କେମିତି ପରିବାର ଚଳାଇବେ ଏହି ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା କନ୍ଦାଗଡ଼ ଗାଁର ପଥର ଶିଳ୍ପୀ । ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ କନ୍ଦାଗଡ଼ ଗାଁ । ପଥର ଶିଳ୍ପୀରContinue reading “ପଥରଶିଳ୍ପୀଙ୍କ ଗାଁ କନ୍ଦାଗଡ । ପିଢୀପିଢୀ ଧରି ପଥର ଖୋଦେଇ କରି ପାଇଛନ୍ତି ପରିଚୟ । ହେଲେ କରୋନା ସାଜିଲା ଦାଉ”
ଆତ୍ମନିର୍ଭର ହେବାକୁ ଲୋଡା ନାହିଁ ଉଚ୍ଚଶିକ୍ଷା । ପ୍ରମାଣିତ କଲେ କଳାହାଣ୍ଡି କୋକସରା ଅଞ୍ଚଳର ରମା ମାଝି । ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ରମା ଗତ ୧୦ବର୍ଷ ଧରି କରୁଛନ୍ତି ଛତୁଚାଷ ।
କନକ ବ୍ୟୁରୋ : ପରିିଶ୍ରମ ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ, ଏହି ଉକ୍ତି ସତ କରି ଦେଖାଇଛନ୍ତି କଳାହାଣ୍ଡି ଜିଳ୍ଳା କୋକସରା ବ୍ଳକ ଟେମରା ଗାଁର ମହିଳା ରମା ମାଝୀ । ନିଜର ଉଦ୍ୟମ ଓ ସାଧନା ବଳରେ ହୋଇ ପାରିଛନ୍ତି ଆତ୍ମ ନିର୍ଭରଶୀଳ । ଘର କାମ କରିବା ସହ ସ୍ୱାମୀଙ୍କ ଚାଷ କାମରେ ସହଯୋଗ କରିବା ପରେ ବାକି ସମୟରେ ଛତୁଚାଷ କରି ସଫଳତା ପାଇଛନ୍ତି ରମା । ରମାContinue reading “ଆତ୍ମନିର୍ଭର ହେବାକୁ ଲୋଡା ନାହିଁ ଉଚ୍ଚଶିକ୍ଷା । ପ୍ରମାଣିତ କଲେ କଳାହାଣ୍ଡି କୋକସରା ଅଞ୍ଚଳର ରମା ମାଝି । ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ରମା ଗତ ୧୦ବର୍ଷ ଧରି କରୁଛନ୍ତି ଛତୁଚାଷ ।”
ଇଞ୍ଜିନିୟରିଂ ଛାଡି ନର୍ସରୀ କରିବାରେ ମନ ବଳାଇଲେ ପାଟକୁରାର ଶିବ ନାରାୟଣ । ଭଳିକି ଭଳି ଦେଶ ବିଦେଶର ଚାରା ଉତ୍ପାଦନ ସହ କରୁଛନ୍ତି ବିକ୍ରି
କନକ ବ୍ୟୁରୋ : ଚାକିରି ଛାଡି ଏକ ନର୍ସରୀ ପ୍ରତିଷ୍ଠା କରି ନିଜେ ଆତ୍ମ ନିର୍ଭରଶିଳ ହେବା ସହିତ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ଜଣେ ଯୁବ ଇଂଜିନିୟର । ପ୍ରାୟ ପାଂଚ ହଜାରରୁ ଉର୍ଦ୍ଧ ପ୍ରଜାତିର ଫୁଲ ଫଳ ଗଛ ସହିତ ବିଦେଶରୁ ନୁଆ ନୁଆ ପ୍ରଜାତିର ଗଛ ଆଣି ବିକ୍ରୟ କରିବା ସହିତ ହୋଇ ପାରିଛନ୍ତି ଜଣେ ସଫଳ ବ୍ୟବସାୟୀ । ନିଜ ନର୍ସର୍ରୀରେ ଗ୍ରାମର କିଛି ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଜିଲ୍ଲାContinue reading “ଇଞ୍ଜିନିୟରିଂ ଛାଡି ନର୍ସରୀ କରିବାରେ ମନ ବଳାଇଲେ ପାଟକୁରାର ଶିବ ନାରାୟଣ । ଭଳିକି ଭଳି ଦେଶ ବିଦେଶର ଚାରା ଉତ୍ପାଦନ ସହ କରୁଛନ୍ତି ବିକ୍ରି “
ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନଙ୍କ ଚାଞ୍ଚଲ୍ୟକର ବୟାନ । ଲାଡେନଠାରୁ ଟଙ୍କା ନେଉଥିଲେ ନୱାଜ ସରିଫ୍
କନକ ବ୍ୟୁରୋ: ଆତଙ୍କବାଦୀଙ୍କ ସହ ପାକିସ୍ତାନର ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । କେବଳ ଏତିକି ନୁହେଁ, ଏହି ନେତାମାନେ ଆତଙ୍କବାଦୀଙ୍କଠାରୁ ଟଙ୍କା ପାଆନ୍ତି, ଯାହା ଭାରତର କାଶ୍ମୀରରେ ଜିହାଦ୍ ପାଇଁ ବ୍ୟବହୃତ ହୁଏ | ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନ୍ ଏକଥା କହିବା ପରେ ପାକିସ୍ତାନ ରାଜନୀତିରେ ହଇଚଇ ଖେଳିଯାଇଛି | ଆବିଦା କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନContinue reading “ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନଙ୍କ ଚାଞ୍ଚଲ୍ୟକର ବୟାନ । ଲାଡେନଠାରୁ ଟଙ୍କା ନେଉଥିଲେ ନୱାଜ ସରିଫ୍”
ବାୟୁସେନାକୁ ଶକ୍ତିଶାଳୀ କରିବାକୁ କିଣା ହେବ ଆହୁରି ୧୧୪ ଲଢୁଆ ବିମାନ । ଖର୍ଚ୍ଚ ହେବ ୧ ଲକ୍ଷ ୩୦ ହଜାର କୋଟି
କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ନିଜର ଲଢୁଆ ବିମାନ ଅଭାବ ପୂରଣ କରିବାକୁ ଭାରତୀୟ ବାୟୁସେନା ଅଣ୍ଟାଭିଡ଼ିଛି । ପ୍ରାୟ ୧ ଲକ୍ଷ ୩୦ ହଜାର କୋଟିର ୧୧୪ଟି ଲଢୁଆ ବିମାନ କିଣିବାକୁ ବାୟୁସେନା ନିଷ୍ପତ୍ତି ଗ୍ରହଣ କରିଛି ଓ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ଏହି ଲଢୁଆ ବିମାନ ଖରିଦ ପାଇଁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମତି ଲୋଡ଼ାଯିବ । ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଏସବୁContinue reading “ବାୟୁସେନାକୁ ଶକ୍ତିଶାଳୀ କରିବାକୁ କିଣା ହେବ ଆହୁରି ୧୧୪ ଲଢୁଆ ବିମାନ । ଖର୍ଚ୍ଚ ହେବ ୧ ଲକ୍ଷ ୩୦ ହଜାର କୋଟି”