ଢେଙ୍କାନାଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହେବା ପରେ ତାତିଲେ ଲୋକେ: କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥକୁ କଲେ ଅବରୋଧ

କନକ ବ୍ୟୁରୋ: ଢ଼େଙ୍କାନାଳରେ ହାତୀ ଆତଙ୍କ । ଅତିଶୟ କରୁଛି ହାତୀ । ହାତୀ ଆତଙ୍କରେ ଢ଼େଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ଲୋକେ । ହାତୀର ଉପଦ୍ରବ ଦେଖି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ଲୋକେ । ସ୍କୁଲ ବାରଣ୍ଡାରେ ପ୍ରଶାନ୍ତ ରାଉତ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୋବିନ୍ଦପୁର ଛକରେContinue reading “ଢେଙ୍କାନାଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହେବା ପରେ ତାତିଲେ ଲୋକେ: କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥକୁ କଲେ ଅବରୋଧ”

ମୋଦିଙ୍କ ‘ମନ୍ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । କହିଲେ, ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା ।

କନକ ବ୍ୟୁରୋ: ମୋଦିଙ୍କ ‘ମନ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଁଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି । ସେହିପରି ଭାରତୀୟ କ୍ରିକେଟ ଦଳକୁ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତିContinue reading “ମୋଦିଙ୍କ ‘ମନ୍ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । କହିଲେ, ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା ।”

ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ: ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୁର୍ତ୍ତି ଚୋରି; ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ । ପିପିଲି କାକୁଡ଼ିଆ ଗାଁରେ ଥିବା ବହୁ ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଗାଁର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିରରୁ ଅଷ୍ଟଧାତୁ ମୁର୍ତ୍ତି ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଚୋରି କରିଛନ୍ତି ଲୁଟେରା । ତେବେ ଲୁଟେରାଙ୍କର ପତ୍ତା ମିଳିନଥିବା ବେଳେ ଏନେଇ ଥାନାରେ ମାମଲାContinue reading “ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ: ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୁର୍ତ୍ତି ଚୋରି; ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଲେ ଦୁର୍ବୃତ୍ତ”

ଅଧାବାଟରେ ଛାଡି ଚାଲିଗଲେ ସ୍ୱାମୀ… ତଥାପି ଭାଙ୍ଗିପଡିନାହାନ୍ତି ଜ୍ୟୋତିର୍ମୟୀ । ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଚଲାଉଛନ୍ତି ଅଟୋ

ସଡ଼କ ଦୁର୍ଘଟଣାରେ ଅଚାନକ ସ୍ବାମୀଙ୍କୁ ହରାଇଲେ। ପରିବାରର ସାହା ହେବାକୁ ଆଉ କେହି ନ ଥିଲେ। ଶେଷରେ ଅଟୋ ଚଳାଇ ପୁଅ-ଝିଅଙ୍କ ପେଟକୁ ଦି’ଓଳି-ଦି’ମୁଠା ଦାନା ଦେବାକୁ ନିଷ୍ପତ୍ତି ନେଲେ। ବ୍ୟବସାୟ ଉଦ୍ଦେଶ୍ୟରେ ସ୍ବାମୀ କିଣିଥିବା ଅଟୋଟିକୁ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ମହିଳାଜଣକ ହେଉଛନ୍ତି ଆଠଗଡ଼ ବାଣୀକଣ୍ଠନଗରର ଜ୍ୟୋତିର୍ମୟୀ ଦଳାଇ। ବାଣୀକଣ୍ଠନଗରର ଅବସରପ୍ରାପ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଭରତଚନ୍ଦ୍ର ଦଳାଇଙ୍କ ଦୁଇଝିଅଙ୍କ ମଧ୍ୟରୁ ସାନ ହେଉଛନ୍ତି ଜ୍ୟୋତିର୍ମୟୀ। ସେ ଆଠଗଡ଼ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁContinue reading “ଅଧାବାଟରେ ଛାଡି ଚାଲିଗଲେ ସ୍ୱାମୀ… ତଥାପି ଭାଙ୍ଗିପଡିନାହାନ୍ତି ଜ୍ୟୋତିର୍ମୟୀ । ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଚଲାଉଛନ୍ତି ଅଟୋ”

ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ: ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

କନକ ବ୍ୟୁରୋ: ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀରୁ ନିଲମ୍ବିତ ହେଲେ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା । ମାଲକାନାକିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଥିଲେ ଲକ୍ଷ୍ମୀପ୍ରିୟା । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଂଚ ଚାଲିଥିବା ବେଳେ ଜିଲ୍ଲାରେ ଏଭଳି ଆହୁରି କିଛି ଜଣ ଜାଲ କାଗଜପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି ।Continue reading “ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ: ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ”

ଆଜି ‘ଜୁଗାର’ର ବାର୍ଷିକ ଉତ୍ସବ । କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ଜୁଗାର ପତ୍ରିକାର ଆଜି ଝାରସୁଗୁଡାରେ ବାର୍ଷିକ ଉତ୍ସବ ପାଳିତ ହେବ । ଏଥିପାଇଁ ଆଜି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ପୂର୍ଣ୍ଣ କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଏହା ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଉଦଘାଟନ କରିବେ । ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କContinue reading “ଆଜି ‘ଜୁଗାର’ର ବାର୍ଷିକ ଉତ୍ସବ । କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ”

ସୁସ୍ଥ ହେଲେ ସୌରଭ । ଗତ ୨୭ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା ।

କନକ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର । ମେଡିକାଲରୁ ଡିସଚାର୍ଜ ହେଲେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ଗତ ୨୭ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପୁଣିଥରେ କଲିକତାର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲର ବରିଷ୍ଠ ଡାକ୍ତର ରାଣା ଦାସଗୁପ୍ତା ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ମଧ୍ୟ ଗତ ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା କାରଣରୁ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାContinue reading “ସୁସ୍ଥ ହେଲେ ସୌରଭ । ଗତ ୨୭ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା ।”

କାଲି ସାଧାରଣ ବଜେଟ୍…ରହିଛି ଦେଶବାସୀଙ୍କ ନଜର: କଣ ରହିବ ବଜେଟର ରୂପରେଖ, ଲୋକଙ୍କୁ ମିଳିବ କେତେ ଫାଇଦା ? କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଆୟକର ଛାଡ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବ୍ରୁଆରି ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା ପରେ ପ୍ରଥମ ବଜେଟ । ତେଣୁ ସରକାର କଣ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶା କରାଯାଉଛିContinue reading “କାଲି ସାଧାରଣ ବଜେଟ୍…ରହିଛି ଦେଶବାସୀଙ୍କ ନଜର: କଣ ରହିବ ବଜେଟର ରୂପରେଖ, ଲୋକଙ୍କୁ ମିଳିବ କେତେ ଫାଇଦା ? କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଆୟକର ଛାଡ ଉପରେ ସମସ୍ତଙ୍କ ନଜର”

ବିପତ୍ତି ସମୟରେ ସମ୍ପତ୍ତି ଠୁଳର ଆସିଲା ସାଂଘାତିକ ତଥ୍ୟ । ବଲାଙ୍ଗୀରରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ବାଉଁଶ କିଣାରେ ହୋଇଛି ବଡ଼ ଦୁର୍ନୀତି, ୮ ଖଣ୍ଡ ବାଉଁଶକୁ ଅଢ଼େଇ ଲକ୍ଷ

କନକ ବ୍ୟୁରୋ: ବିପତ୍ତି ସମୟରେ ସମ୍ପତ୍ତି ଠୁଳର ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ମହାମାରୀ ସମୟରେ ଯେତେବେଳେ ସାଧାରଣ ଲୋକ ହନ୍ତସନ୍ତ ହେଉଥିଲେ ସେତେବେଳେ ମାଲାମାଲ ହେଉଥିଲେ ସରକାରୀ ବାବୁ । ବଲାଙ୍ଗୀରରେ ବାରିକେଡ୍ ପାଇଁ ବଡ଼ ଦୁର୍ନୀତି । କଂଟେନମେଂଟ ଜୋନରେ ବାଉଁଶ ବାନ୍ଧିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସରକାରୀ ଅଧିକାରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ୮ ଖଣ୍ଡ ବାଉଁଶର ଦାମ ଅଢ଼େଇ ଲକ୍ଷ ଟଙ୍କାContinue reading “ବିପତ୍ତି ସମୟରେ ସମ୍ପତ୍ତି ଠୁଳର ଆସିଲା ସାଂଘାତିକ ତଥ୍ୟ । ବଲାଙ୍ଗୀରରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ବାଉଁଶ କିଣାରେ ହୋଇଛି ବଡ଼ ଦୁର୍ନୀତି, ୮ ଖଣ୍ଡ ବାଉଁଶକୁ ଅଢ଼େଇ ଲକ୍ଷ”

କଟକ କମିଶନରେଟ୍ ପୁଲିସର ୮ଇନସ୍ପେକ୍ଟରଙ୍କୁ ଡିଏସପି ପଦୋନ୍ନତି । ଖୁବ୍ ଶୀଘ୍ର ବସିବ ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ

କଟକ କମିସନରେଟ୍‌ ପୁଲିସରେ ଏବେ ୩ଟି ଡିଏସପି ପଦବି ଖାଲି ପଡ଼ିଛି । ଅନ୍ୟପଟେ ଆଜି କମିସନରେଟ ପୁଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ କିଏ କଟକ କମିସନରେଟରେ ରହିବେ ଓ କେଉଁ ଅଫିସର ବାହାରକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କଟକ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସିContinue reading “କଟକ କମିଶନରେଟ୍ ପୁଲିସର ୮ଇନସ୍ପେକ୍ଟରଙ୍କୁ ଡିଏସପି ପଦୋନ୍ନତି । ଖୁବ୍ ଶୀଘ୍ର ବସିବ ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ”

Design a site like this with WordPress.com
Get started