ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ତଳକୁ ଖସିଲା ଭାରତ । ୬ଟି ସ୍ଥାନ ତଳକୁ ଖସି ୮୬ତମ ସ୍ଥାନରେ ରହିଲା

କନକ ବ୍ୟୁରୋ: ବିଶ୍ୱର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି । ୧୮୦ଟି ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତି ଆଧାରରେ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତ ୨୦୨୦ରେ ୮୬ ତମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପ୍ରତ୍ୟେକ ବର୍ଷ ବିଶ୍ୱର ୧୮୦ ଦେଶରେ ହେଉଥିବା ଦୁର୍ନୀତିର ସୂଚକାଙ୍କକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରିଥାଏ। ଆଜି ୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଥିବା ଏହି ତାଲିକାରେ ୮୬Continue reading “ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ତଳକୁ ଖସିଲା ଭାରତ । ୬ଟି ସ୍ଥାନ ତଳକୁ ଖସି ୮୬ତମ ସ୍ଥାନରେ ରହିଲା”

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର ସୂଚନା

କନକ ବ୍ୟୁରୋ: କେତେକ ଦେଶରେ  କରୋନା ସଂକ୍ରମଣର  ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାରୁ ଭାରତ ସରକାର ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ଲାଗୁ ହୋଇଥିବା କଟକଣାକୁ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ କେତେକ ସ୍ୱତନ୍ତ୍ର କ୍ଷେତ୍ରରେContinue reading “ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର ସୂଚନା”

ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ । ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ”

‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ନୂଆ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ

କନକ ବ୍ୟୁରୋ:  ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋ ସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି । ଗୁରୁବାର ୱାର୍ଲଡ୍ ଇକୋନୋମିକ୍ ଫୋରମ ପକ୍ଷରୁ ଆୟୋଜିତ ‘ଡାଭୋସ ଏଜେଣ୍ଡା’ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ସାମିଲ୍ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସ୍କିଲିଂ ଦContinue reading “‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ନୂଆ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ”

ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଅଟକ । ସନ୍ଦିଗ୍ଧ ଯୁବକ ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି ପୋଲିସ । ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଇ ପାରେ ଯାଜପୁର ପୋଲିସ । ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ସନ୍ଦିଗ୍ଧ ରାକେଶକୁ ଅଟକContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଅଟକ । ସନ୍ଦିଗ୍ଧ ଯୁବକ ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ”

ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି । ଆଜି ଟିକା ନେଲେ ୧୫,୮୩୧ ଜଣ ହିତାଧିକାରୀ

କନକ ବ୍ୟୁରୋ: ଆଜି ରାଜ୍ୟରେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ଆଜି ରାଜ୍ୟରେ ମୋଟ ୧୫,୮୩୧ ଜଣ ଲୋକ ଟିକା ନେଇଥିବା ରାଜ୍ୟ ସରକାରଙ୍କ  ପକ୍ଷରୁ ସୂଚନା ଦିଆଯାଇଛି । ଟିକାକରଣ ପାଇଁ ଯେତିକି ଲକ୍ଷ୍ୟ ରଖାଯାଇଥିଲା ତାହାର ୮୦ ପ୍ରତିଶତ ପୂରଣ ହୋଇଛି । ଗୁରୁବାର ୨୩୦ଟି ସେସନରେ ଏହି କୋଭିଡ୍ ଟିକାକରଣ ହୋଇଛି । ଆଜି ୧୯,୭୭୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାContinue reading “ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି । ଆଜି ଟିକା ନେଲେ ୧୫,୮୩୧ ଜଣ ହିତାଧିକାରୀ”

ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ୍ କରି ଫେରାର ହୋଇଗଲେ ଦମ୍ପତି ।

କନକ ବ୍ୟୁରୋ : ଭୁବନେଶ୍ୱରରୁ ଦମ୍ପତି କୋରାପୁଟର ଗୁପ୍ତେଶ୍ୱର ଯିବା ପାଇଁ କାର ଭଡା କରିଗଲେ । ହେଲେ ଅଧା ବାଟରେ ଡ୍ରାଇଭରକୁ ହତ୍ୟା କରି କାର ସହ ଟଙ୍କା ଲୁଟ କରି ଫେରାର ହୋଇଗଲେ । ସେପଟେ କୋରାପୁଟ ବୋରିଗୁମା ଅଂଚଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣା ସ୍ଥଳରୁ କାର ଓ ଡ଼୍ରାଇଭରଙ୍କ ପୋଷାକ, ଟଙ୍କା ପଇସା ଗାଏବ୍ ହୋଇଯାଇଛି । ଦଂପତି ବେଶରେ ଲୁଟେରାଙ୍କ ଏହି ଜଘନ୍ୟ କାରନାମା ରାଜଧାନୀରେContinue reading “ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ୍ କରି ଫେରାର ହୋଇଗଲେ ଦମ୍ପତି ।”

ଛୋଟ ବୟସରେ ବଡ଼ ଉଦ୍ଭାବନ । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର ତିଆରି କଲେ ଥ୍ରୀ-ଡି ପ୍ରିଂଟର ମେସିନ୍, କୌଣସି ମଡେଲକୁ ଅବିକଳ ଭାବେ ପ୍ରସ୍ତୁତି କରିବାର ରହିଛି ନୂତନ ଜ୍ଞାନକୌଶଳ ।

କନକ ବ୍ୟୁରୋ : ଚର୍ଚ୍ଚାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର । ପୂର୍ବରୁ ଅନେକ ନୂଆ ଉଦ୍ଭାବନ କରି ପ୍ରଶଂସା ଏବଂ ପୁରସ୍କାର ପାଇଥିବା ଶାଶ୍ୱତ ଏବେ ତିଆରି କରିଛନ୍ତି ଥ୍ରୀ-ଡି ପ୍ରିଂଟର ମେସିନ । ଏହି ମେସିନ୍ କୌଣସି ଏକ ମଡେଲକୁ ଅବିକଳ ଭାବେ ପ୍ରସ୍ତୁତ କରିବାର କ୍ଷମତା ରଖିଛି । କେବଳ କମ୍ପ୍ୟୁଟର ଓ ନିଜ ଉଦ୍ଭାବିତ ମେସିନ ସାହାଯ୍ୟରେ କୌଣସି ଏକ ବଡ଼ ପ୍ରକଳ୍ପର ମଡ଼େଲରContinue reading “ଛୋଟ ବୟସରେ ବଡ଼ ଉଦ୍ଭାବନ । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର ତିଆରି କଲେ ଥ୍ରୀ-ଡି ପ୍ରିଂଟର ମେସିନ୍, କୌଣସି ମଡେଲକୁ ଅବିକଳ ଭାବେ ପ୍ରସ୍ତୁତି କରିବାର ରହିଛି ନୂତନ ଜ୍ଞାନକୌଶଳ ।”

ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ , ଗଣତନ୍ତ୍ର ଦିବସର ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ ଶକ୍ତ ନୀତି ଆପଣାଇଲା ପୋଲିସ

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ଭିତରେ ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ ।  ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲିରେ ହିଂସାକାଣ୍ଡ ପରେ ଶକ୍ତ ସ୍ୱଭାବ ଦେଖାଇଲା ଦିଲ୍ଲୀ ପୋଲିସ । ଗାଜିପରୁ ସୀମାରେ ଏକାଧିକ ଲୋକ ଏକାଠି ହେବା ଉପରେ ଲାଗିଲା କଟକଣା । ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମା ଗାଜିପୁରରେ ଚାଷୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ପୋଲିସ କିନ୍ତୁ ସେଠାରେ ପ୍ରଶାସନର ଅନୁମତି ନେଇ ଧାରା ୧୪୪ ଲାଗୁ କରିଛି ।Continue reading “ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ , ଗଣତନ୍ତ୍ର ଦିବସର ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ ଶକ୍ତ ନୀତି ଆପଣାଇଲା ପୋଲିସ”

ଓଡ଼ିଶା ସରକାରଙ୍କୁ ଝଟକା । ବଦଳିଲା କୋଷ୍ଟାଲ୍ ହାଇୱେ ନକ୍ସା । ଭାରତମାଳା ପରିଯୋଜନାରେ ପୁଣି ଓଡିଶାକୁ ପ୍ରତାରଣା ।

କନକ ବ୍ୟୁରୋ : କେନ୍ଦ୍ର ଭାରତମାଳା ପରିଯୋଜନାରେ ଓଡ଼ିଶାକୁ ଲାଗିଛି ଶକ୍ତ ଧକ୍କା । ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ଉପକୂଳ ରାଜପଥ ମାର୍ଗକୁ ଧୀରେ ଧୀରେ ସଙ୍କୁଚିତ କରିଦେଲେଣି କେନ୍ଦ୍ର ସରକାର । ରାଜ୍ୟ ସରକାର ୨ ବର୍ଷ ତଳେ ଯେଉଁ ମାର୍ଗକୁ ଅନୁମୋଦନ ଦେଇଥିଲେ ତାକୁ ବି ପରିବର୍ତ୍ତନ କରି ଦିଆଯାଇଛି । ଗୋପାଳପୁର କି ସାତପଡ଼ା ନୁହେଁ ବରଂ ଏହା ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହେବ ଏବଂContinue reading “ଓଡ଼ିଶା ସରକାରଙ୍କୁ ଝଟକା । ବଦଳିଲା କୋଷ୍ଟାଲ୍ ହାଇୱେ ନକ୍ସା । ଭାରତମାଳା ପରିଯୋଜନାରେ ପୁଣି ଓଡିଶାକୁ ପ୍ରତାରଣା ।”

Design a site like this with WordPress.com
Get started