ଦିଲ୍ଲୀ ହିଂସାକାଣ୍ଡ ଘଟଣା : ହିଂସାରେ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା ।

ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପ୍ରତିବାଦକାରୀ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇ ସିଭିଲ୍‌ ଲାଇନ୍‌ସ୍ଥିତ ଶୁଶ୍ରୂତ ଟ୍ରମା ସେଣ୍ଟର୍‌ରେ ଚିକିତ୍ସାଧୀନ ଥିବା ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକାଣ୍ଡ ସଙ୍ଗଠିତ ହେବା ଏବଂ ପ୍ରତିବାଦକାରୀମାନେ ଲାଲ୍‌ କିଲ୍ଲାରେ ପହଞ୍ଚିବା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତContinue reading “ଦିଲ୍ଲୀ ହିଂସାକାଣ୍ଡ ଘଟଣା : ହିଂସାରେ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା ।”

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ପିପିଲି ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ତେଣୁ ଖୁବଶୀଘ୍ର ଏହି ଆସନରେ ଉପନିର୍ବାଚନ ହୋଇପାରେ ।  ପିପିଲି ଉପନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ ।  ହେଲେ ତାରିଖ ଘୋଷଣା ପୂର୍ବରୁ ନିଜର ଗଡ ବଞ୍ଚାଇବାକୁContinue reading “ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ପିପିଲି ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।”

ସହଜ ହେଲା ଚିକିତ୍ସା ବ୍ୟବସ୍ଥା, କଷ୍ଟ ଅନୁଭବ କରିବେନି ରୋଗୀ । ଏସସିବିରେ ଆରମ୍ଭ ହେଲା ଅସିଟି ଚିକିତ୍ସା ବ୍ୟବସ୍ଥା

ଏସ୍‌ସିବି ଉତ୍କୃଷ୍ଟ ମାନସିକ ରୋଗ ପ୍ରତିଷ୍ଠାନରେ ଆରମ୍ଭ ହେଲା ମୋଡିଫାଏଡ୍‌ ଇଲୋକ୍ଟ୍ରୋ କନ୍‌ଭଲ୍‌ସିପ୍‌ ଥେରାପି ଚିକିତ୍ସା(ଇସିଟି) । ଏହି ନୂତନ ଚିକିତ୍ସା ବ୍ୟବସ୍ଥାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଏହାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ସ୍ବାଇଁ, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କ ସମେତ ଉଭୟ ମାନସିକ ଓ ନିଶ୍ଚେତକ ବିଭାଗର ସମସ୍ତ ଡାକ୍ତର ଉପସ୍ଥିତ ଥିଲେContinue reading “ସହଜ ହେଲା ଚିକିତ୍ସା ବ୍ୟବସ୍ଥା, କଷ୍ଟ ଅନୁଭବ କରିବେନି ରୋଗୀ । ଏସସିବିରେ ଆରମ୍ଭ ହେଲା ଅସିଟି ଚିକିତ୍ସା ବ୍ୟବସ୍ଥା”

ଏକାମ୍ରକ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଚାଲିଛି ଖୋଦେଇ : ସୁକଶାରୀ ମନ୍ଦିର ନିକଟରେ ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର

କନକ ବ୍ୟୁରୋ : ରାଜଧାନୀ ମାଟି ତଳେ ଦଶମ ଶତାଦ୍ଦୀର ମନ୍ଦିର । ଆବିଷ୍କାର ହେଲା ପଂଚତତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର । ମନ୍ଦିରଟି ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ସୁକଶାରୀ ମନ୍ଦିର ପାଖରୁ ମାଟିତଳୁ ଆବିଷ୍କାର ହୋଇଛି । ଏଠାରେ ଏକାମ୍ର କ୍ଷେତ୍ର ଆଧୁନିକୀକରଣ କାମ ଆଗେଇ ଚାଲିଥିବା ବେଳେ ଚାଲିଛି ପୁରୁଣା ମନ୍ଦିରର ପୁନରୁଦ୍ଧାର । ଆଉ ଏତିକିବେଳେ ସୁକଶାରୀ ମନ୍ଦିର ପାଖରେ ମାଟି ଖୋଳିଲାବେଳେ ବାହାରିଛି ଏହି ପାର୍ଶ୍ୱ ମନ୍ଦିର ।Continue reading “ଏକାମ୍ରକ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଚାଲିଛି ଖୋଦେଇ : ସୁକଶାରୀ ମନ୍ଦିର ନିକଟରେ ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର”

ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । ସଂକଟ ସମୟରେ ସାଥ ଦେଲା ଭାରତ

ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । କରୋନା ମହାମାରୀ ବେଳେ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଲା ଭାରତ । ଯଦିଓ କରୋନା ମହାମାରୀର ଭୟ ଦିନକୁ ଦିନ କମିବାରେ ଲାଗିଛି, ତଥାବି ସମସ୍ତଙ୍କୁ ଟିକାର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତରେ ଟିକାକରଣ ଆରମ୍ଭ ହୋଇସାରିଛି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଏହାରି ଭତରେ ଭାରତରୁ ଅନ୍ୟ ଦେଶକୁ ମଧ୍ୟ ଟିକା ପଠାଯାଇଛି । ଆଉ ଏବେContinue reading “ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । ସଂକଟ ସମୟରେ ସାଥ ଦେଲା ଭାରତ”

ଶ୍ରୀମନ୍ଦିର ରାଜନଅରରେ ପାରମ୍ପରିକ ପୌଷପୂର୍ଣ୍ଣମୀ ପର୍ବ : ଗଜପତି ମହାରାଜଙ୍କ ମୁଦିରସ୍ତଙ୍କ ସମ୍ପର୍ଣ୍ଣ ହେଲା ଶାଢ଼ୀ ବନ୍ଧା ନୀତି

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ରାଜନଅରରେ ଆଜି ପାଳିତ ହୋଇଛି ପୌଷପୂର୍ଣ୍ଣମୀ ଉତ୍ସବ । ପରମ୍ପରା ଅନୁସାରେ ଏହି ଦିନ ବର୍ଷଟିଏ ପାଇଁ ଗଜପତି ମହାରାଜ ମୁଦିରସ୍ତଙ୍କୁ ଚିହ୍ନଟ କରିଥାନ୍ତି । ଗଜପତି ମହରାଜଙ୍କ ପ୍ରତିନିଧି ଭାବରେ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି କରାଯାଏ । ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ମହାପ୍ରଭୁଙ୍କ ରଥରେ ଛେରା ପହଂରା ନୀତି ସମ୍ପର୍ଣ୍ଣ କରିଥାନ୍ତି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିରେ ଏହି ଶାଢ଼ୀ ବନ୍ଧା ନୀତି ଓContinue reading “ଶ୍ରୀମନ୍ଦିର ରାଜନଅରରେ ପାରମ୍ପରିକ ପୌଷପୂର୍ଣ୍ଣମୀ ପର୍ବ : ଗଜପତି ମହାରାଜଙ୍କ ମୁଦିରସ୍ତଙ୍କ ସମ୍ପର୍ଣ୍ଣ ହେଲା ଶାଢ଼ୀ ବନ୍ଧା ନୀତି”

ଦିଲ୍ଲୀ ହିଂସାକାଣ୍ଡ : ହିଂସା ପାଇଁ ୫୦୦ ଆକାଉଂଟ ହଟାଇଲା ଟୁଇଟର; ଆକାଉଂଟରେ ଆପତିଜନକ ପୋଷ୍ଟ ନେଇ ନିଆଗଲା ପଦକ୍ଷେପ

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଚାଷୀମାନେ କରିଥିବା ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସା ପାଇଁ ଟ୍ୱିଟର ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି । ଟୁଇଟର ଏ ବାବଦରେ ସୂଚନା ଦେଇ କହିଛି ଯେ, “ଗଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀର କିଛି ଅଞ୍ଚଳରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଆମେ ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛୁ । ମାଇକ୍ରୋ ବ୍ଲଗିଂ ୱେବସାଇଟର ମୁଖପାତ୍ର କହିଛନ୍ତି ଯେ, ସ୍ପାମ୍ ଏବଂContinue reading “ଦିଲ୍ଲୀ ହିଂସାକାଣ୍ଡ : ହିଂସା ପାଇଁ ୫୦୦ ଆକାଉଂଟ ହଟାଇଲା ଟୁଇଟର; ଆକାଉଂଟରେ ଆପତିଜନକ ପୋଷ୍ଟ ନେଇ ନିଆଗଲା ପଦକ୍ଷେପ”

ସମସ୍ତଙ୍କ ମନ ମୋହିଲା ରାମ ମନ୍ଦିର ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସ ପରେଡରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ।

କନକ ବ୍ୟୁରୋ : ୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍‌ ଅବସରରେ ରାଜପଥରେ ପ୍ରଦର୍ଶିତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି।  ସାଧାରଣତନ୍ତ୍ର ଦିବସ ପରେଡରେ ରାମ ମନ୍ଦିର ଥିବା ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ବେଳେ ଶହ ଶହ ଦର୍ଶକ ଯୋଡ଼ହସ୍ତରେ ତାହାକୁ ସ୍ୱାଗତ କରିଥିଲେ। ଅନେକ ଦର୍ଶକ କରତାଳି ଦେବା ସହ ‘ଜୟ ଶ୍ରୀରାମ’ ଧ୍ୱନିContinue reading “ସମସ୍ତଙ୍କ ମନ ମୋହିଲା ରାମ ମନ୍ଦିର ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସ ପରେଡରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ।”

ଦିଲ୍ଲୀ ହିଂସା ଘଟଣା : ଆସନ୍ତା ୩୦ରେ ଉପବାସ ପାଳିବେ ଚାଷୀ । ଦିଲ୍ଲୀ ପୋଲିସକୁ କଲେ କ୍ଷମା ପ୍ରାଥନା

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସା କାଣ୍ଡ ନେଇ ଦୁଃଖ ପ୍ରକାଶ କଲେ କୃଷକ ନେତା ଯୁଦ୍ଧବୀର ସିଂ । ସେ ଦିଲ୍ଲୀ ପୁଲିସକୁ କ୍ଷମାପ୍ରାଥନା କରିବା ସହ କହିଛନ୍ତି, ଗଣତନ୍ତ୍ର ଦିବରେ ଯାହା ସବୁ ଘଟିଲା ତାହା ଅତ୍ୟନ୍ତ ଲଜ୍ୟାଜନକ । ଯୁଦ୍ଧବୀର ସିଂ ଏହା ମଧ୍ୟ କହିଛନ୍ତି କି, ମୁଁ ଗାଜିପୁର ବର୍ଡରରେ ଉପସ୍ଥିତ ଥିଲି ଯେତେବେଳେ ଉପଦ୍ରବିମାନେ ବର୍ଡରେ ପ୍ରବେଶ କରିଥିଲେ । ଆଉ ସେଥିରେ ଆମ ଲୋକ ନଥିଲେ । ଦିଲ୍ଲୀରେContinue reading “ଦିଲ୍ଲୀ ହିଂସା ଘଟଣା : ଆସନ୍ତା ୩୦ରେ ଉପବାସ ପାଳିବେ ଚାଷୀ । ଦିଲ୍ଲୀ ପୋଲିସକୁ କଲେ କ୍ଷମା ପ୍ରାଥନା”

କମୁଛି ସଂକ୍ରମଣ ହଟୁଛି କଟକଣା : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା

କନକ ବ୍ୟୁରୋ : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା । କାରଣ କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିଛନ୍ତି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବଂ ଦେଶବ୍ୟାପୀ କରୋନା ଟିକାକରଣ ଚାଲିଥିବାରୁ ନୂଆ ଏସଓପି ଜାରି କରାଯାଇଛି । ସୁଇମିଂ ପୁଲକୁ ମଧ୍ୟ ସମସ୍ତଙ୍କ ବ୍ୟବହାର ପାଇଁ ଅନୁମତି ମଳିବ । ଏଥିପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଫେବ୍ରୁଆରୀContinue reading “କମୁଛି ସଂକ୍ରମଣ ହଟୁଛି କଟକଣା : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା”

Design a site like this with WordPress.com
Get started