ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଅଭାବନୀୟ ପରିସ୍ଥିତି; ସୀମା ଭିତରକୁ ଗଲାବେଳେ ପୋଲିସ ସହ ମୁହାଁମୁହିଁ ଚାଷୀ

କନକ ବ୍ୟୁରୋ: ଆଜି ଦିଲ୍ଲୀରେ ୭୨ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ମଧ୍ୟ ରହିଥିଲା ସାରା ଦେଶର ନଜର । Police use tear gas shells to disperse the protesting farmers at ITO in central Delhi. #FarmersLaws pic.twitter.com/FiF68Q0cVM — ANI (@ANI) January 26, 2021 https://platform.twitter.com/widgets.js ଏ ସବୁ ଫଟୋ ଉପରେContinue reading “ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଅଭାବନୀୟ ପରିସ୍ଥିତି; ସୀମା ଭିତରକୁ ଗଲାବେଳେ ପୋଲିସ ସହ ମୁହାଁମୁହିଁ ଚାଷୀ”

ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା

କନକ ବ୍ୟୁରୋ: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ । ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକContinue reading “ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା”

ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ରାଜ୍ୟକୁ ଗୌରବାନିତ୍ୱ କରୁଛନ୍ତି ଓଡ଼ିଆ ଯବାନ କାହ୍ନୁଚରଣ ।

କନକ ବ୍ୟୁରୋ : ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ହେଉଥିବା ପରେଡରେ ଓଡ଼ିଆ ଯବାନ କାହ୍ନୁଚରଣ ମିଶ୍ର ସାମିଲ ହେବା ସହ ରାଜ୍ୟ ପାଇଁ ଆଉ ଗୌରବ ଆଣି ଦେଇଛନ୍ତି । ଦିଲ୍ଲୀ ରାଜପଥରେ ହେଉଥିବା ପରେଡରେ ଓଟ ବାହିନୀରେ ସାମିଲ ହୋଇଛନ୍ତି କାହ୍ନୁ । ଗତ ୨୦୧୦ରୁ ଏହି ଓଟ ବାହିନୀ ସହ ପରେଡରେ ଭାଗ ନେଉଛନ୍ତି କାହ୍ନୁଚରଣ । ସୁନ୍ଦର ନିଶ ସଜ୍ଜା ପାଇଁ ସର୍ବଦାContinue reading “ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ରାଜ୍ୟକୁ ଗୌରବାନିତ୍ୱ କରୁଛନ୍ତି ଓଡ଼ିଆ ଯବାନ କାହ୍ନୁଚରଣ ।”

ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ: ତେଜସ ବିମାନ, ରୋହିନୀ ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ

କନକ ବ୍ୟୁରୋ: ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବContinue reading “ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ: ତେଜସ ବିମାନ, ରୋହିନୀ ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ”

ସାଧାରଣତନ୍ତ୍ର ଦିବସରେ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ୍ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି । କହିଲେ, ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜଭୁତ କରିପାରିଛି ଓଡିଶା

ଆଜି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି ।Continue reading “ସାଧାରଣତନ୍ତ୍ର ଦିବସରେ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ୍ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି । କହିଲେ, ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜଭୁତ କରିପାରିଛି ଓଡିଶା”

ଢୋଲ, ନିଶାଣ, ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ୍ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ବଜାସାଲ ନୃତ୍ୟ

କନକ ବ୍ୟୁରୋ: ଢୋଲ ନିଶାଣ ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ଲୋକନୃତ୍ୟ ବଜାସାଲ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ପ୍ରଦର୍ଶନ କରିଛନ୍ତି କଳାକାର । ବାଦ୍ୟର ତାଳେ ତାଳେ ୮୦ କଳାକାରଙ୍କ ନୃତ୍ୟ ପରେଡସ୍ଥଳରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗଧ କରିଦେଇଛି । ବିବାହ ଉତ୍ସବରେ ପ୍ରଦର୍ଶିତ ହେଉଥିବା ଏହି ଲୋକନୃତ୍ୟକୁ ଆଜି ଦିଲ୍ଲୀ ଦରବାରରୁ ଦେଖିଛି ସାରା ବିଶ୍ୱ । ଲୋକପ୍ରିୟContinue reading “ଢୋଲ, ନିଶାଣ, ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ୍ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ବଜାସାଲ ନୃତ୍ୟ”

ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ଜନପଥରେ ପତାକା ଉଡାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶ୍ୱ ଦେଖିଲା ଭାରତୀୟ ସେନାର ଶକ୍ତିର ଝଲକ

କନକ ବ୍ୟୁରୋ: ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ । କୋଭିଡ କଟକଣା ଭିତରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ରହିଛି । କରୋନା ମହାମାରୀ ଯୋଗୁଁ ଜନପଥରେ ହେଉଥିବା ସମାରୋହ ସମୟକୁ କମ କରାଯାଇଛି । ଏହାଛଡାContinue reading “ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ଜନପଥରେ ପତାକା ଉଡାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶ୍ୱ ଦେଖିଲା ଭାରତୀୟ ସେନାର ଶକ୍ତିର ଝଲକ”

୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୦୨ କରୋନା ଆକ୍ରାନ୍ତ ଚିହ୍ନଟ । ୭ ମାସ ମଧ୍ୟରେ ସଂକ୍ରମଣ ହାର ସର୍ବନିମ୍ନ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୯,୧୦୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଗତ ୭ ମାସ ମଧ୍ୟରେ ଏହା ସର୍ବନିମ୍ନ ସଂକ୍ରମଣ ହାର ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୦୨ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁContinue reading “୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୦୨ କରୋନା ଆକ୍ରାନ୍ତ ଚିହ୍ନଟ । ୭ ମାସ ମଧ୍ୟରେ ସଂକ୍ରମଣ ହାର ସର୍ବନିମ୍ନ ।”

ରାଜ୍ୟ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ତେବେ ଏହି ଅବସରରେ ଦେଶ ସହ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଯାଇଛି ସ୍ୱାଧାରଣତନ୍ତ୍ର ଦିବସ । ରାଜ୍ୟରେ ସମସ୍ତ ଜିଲ୍ଲାରେ କୋଭିଡ୍ କଟକଣା ସହ ପାଳିତ ହୋଇଯାଇଛି ୭୨ ତମ ସ୍ୱାଧାରଣତନ୍ତ୍ର ଦିବସ । ଦେବଗଡସ୍ଥିତContinue reading “ରାଜ୍ୟ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ”

ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ରାଜ୍ୟରେ ଆଜି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ 

କନକ ବ୍ୟୁରୋ : ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୨୪ଘଣ୍ଟା ଭିତରେ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ସଙ୍ଗରୋଧରୁ ୫୮ଓ ସ୍ଥାନୀୟ ଅଞ୍ଚଳରୁ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୦, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୯, ନୂଆପଡା ଓ କଟକରୁ ୮ଲେଖାଏଁ ଆକ୍ରାନ୍ତ, ଅନୁଗୁଳରୁ ୬, ବାଲେଶ୍ୱର ୭,ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ,Continue reading “ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ରାଜ୍ୟରେ ଆଜି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ “

Design a site like this with WordPress.com
Get started