ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି

କନକ ବ୍ୟୁରୋ: ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତମାନର ପ୍ରଧାନମନ୍ତ୍ରୀ କେପି, ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି । ଗତ କିଛିContinue reading “ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି”

ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ । ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେContinue reading “ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି”

ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି

କନକ ବ୍ୟୁରୋ: ପୁଣି ମୁହାଁମୁହିଁ ହେଲେ ଭାରତୀୟ ସେନା ଓ ପିଏଲଏ । ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ସାମ୍ନାସାମ୍ନି ହୋଇଛନ୍ତି ଭାରତ ଏବଂ ଚୀନ ସୈନିକ । ଲଦାଖ ସୀମାର ଗଲୱାନ୍, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ ମାସରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଏବେ ପୁଣି ଉତ୍ତର ସିକିମର ନାକୁ ଲା’ ଅଂଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମContinue reading “ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି”

ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ୧୨,୫୦୦ ଫୁଟ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଉଡାଇଲେ ତ୍ରିରଙ୍ଗା ।

କନକ ବ୍ୟୁରୋ: ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ଜାନୁଆରୀ ୨୪ ଅପରାହ୍ନ ୧୨ଟା ୫୧ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ ପହଞ୍ଚିଛନ୍ତି ଏହି ପର୍ବତାରୋହୀମାନେ । -୫ ଡିଗ୍ରୀ ସେଲିସିୟସ ରୁ -୧୦ ଡିଗ୍ରୀ ସେଲିସିୟସ ହାଡଭାଙ୍ଗା ଶୀତରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ପହଞ୍ଚି ଜାତୀୟ ପତାକା ଉଡେଇଛନ୍ତି ।Continue reading “ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ୧୨,୫୦୦ ଫୁଟ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଉଡାଇଲେ ତ୍ରିରଙ୍ଗା ।”

ଆପଣଙ୍କ ଅଞ୍ଚଳର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ କିଏ ଗ୍ରହଣ କଲେ ? 

କନକ ବ୍ୟୁରୋ : ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଜି ମନ୍ତ୍ରୀ, ବିଧାୟକ, ଅଫିସର ମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ନବୀନ ସରକାରରେ ମନ୍ତ୍ରୀ ଥିବା ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାର ଜୁନାଗଡ, ମହାଲିଙ୍ଗ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କୋରାପୁଟ ଜୟପୁରର ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଭୁବନେଶ୍ୱରରContinue reading “ଆପଣଙ୍କ ଅଞ୍ଚଳର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ କିଏ ଗ୍ରହଣ କଲେ ? “

ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ

କନକ ବ୍ୟୁରୋ: ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ତିରଙ୍ଗା ଉଡିବ ସ୍ୱାଭିମାନ ଅଂଚଳରେ । ଏଥିପାଇଁ ପୁଲିସ ଓ ଯବାନମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜାତୀୟ ଉତ୍ସବ ପାଳନ ହେବାକୁ ଯାଉଥିବାରୁ ସ୍ୱାଭିମାନ ଅଂଚଳବାସୀ ମଧ୍ୟ ବେଶ ଉତ୍ସାହିତ । କାରଣ ମାଓ ସଙ୍ଗଠନର ହାତ ଛାଡି ଏବେ ଦେଶର ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହି ଅଂଚଳରContinue reading “ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ”

ଦୁର୍ନୀତି ନାଁରେ ୱେବ ପୋର୍ଟାଲ ଖୋଲି ଲୋକଙ୍କୁ ଧମକ ଦେଉଥିଲା । ଏବେ ନିଜେ ପୋଲିସ ହାତରେ ବନ୍ଧାହେଲା ।

କନକ ବ୍ୟୁରୋ: ନିଜକୁ ସାମ୍ବାଦିକ କହି, ଦୁର୍ନୀତି ନାଁରେ ଏକ ୱେବ ପୋର୍ଟାଲ ଖୋଲିଥିଲା । ଆଉ ସବୁ ଦୁର୍ନୀତିର ପର୍ଦ୍ଦାଫାସ କରିବ କହି, ଦୁର୍ନୀତି ନାଁରେ କରି ଚାଲିଥିଲା ମହାଦୁର୍ନୀତି । ଆଉ ଅନ୍ୟକୁ ଫସାଇ ଦେବ କହି ଆଜି ନିଜେ ଫସିଗଲା । ନିଜକୁ ସାମ୍ବାଦିକ ବୋଲାଉଥିବା ଏପରି ଏକ ଠକକୁ ସୋମବାର ଗିରଫ କରିଛି ଖଣ୍ଡଗିରି ପୋଲିସ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦଲାଲର ଟାର୍ଗେଟରେ ଥିଲେ ମହିଳାContinue reading “ଦୁର୍ନୀତି ନାଁରେ ୱେବ ପୋର୍ଟାଲ ଖୋଲି ଲୋକଙ୍କୁ ଧମକ ଦେଉଥିଲା । ଏବେ ନିଜେ ପୋଲିସ ହାତରେ ବନ୍ଧାହେଲା ।”

କଟକରୁ କଳାହାଣ୍ଡି, ପୂର୍ବରୁ ପଶ୍ଚିମ ସବୁଠି ଚାଷୀର ବିକଳ ଚିତ୍ର । ଧାନ ବିକ୍ରି କରିବାକୁ ରାତି ଅନିଦ୍ରା ହୋଇ ଜଗି ବସୁଛି ଚାଷୀ ।

କନକ ବ୍ୟୁରା: ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଚାଷୀ ଦୁଃଖର ଚିତ୍ର ଦେଖିଲେ ଲାଗୁଛି ଚାଷ କରି ଚାଷୀ ଯେମିତି ମସ୍ତବଡ଼ ଭୁଲ କରି ଦେଇଛନ୍ତି । ବ୍ୟବସ୍ଥା ଉପରେ ଆସ୍ଥା ରଖି, ଚାଷ କରି ଏଭଳି ଅବ୍ୟବସ୍ଥା ଭିତରେ ଛନ୍ଦି ହୋଇଯାଇଛନ୍ତି । ଯେଉଁଠି ମୁକୁଳିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଛି । ବର୍ଷକର ପରିଶ୍ରମର ଫଳକୁ ସାଉଁଟି ଆଣି ମଣ୍ଡିରେ ଗଦା କରି ରଖିଛି ଚାଷୀ, ହେଲେ ବିକ୍ରି ପାଇଁ ଆବଶ୍ୟକContinue reading “କଟକରୁ କଳାହାଣ୍ଡି, ପୂର୍ବରୁ ପଶ୍ଚିମ ସବୁଠି ଚାଷୀର ବିକଳ ଚିତ୍ର । ଧାନ ବିକ୍ରି କରିବାକୁ ରାତି ଅନିଦ୍ରା ହୋଇ ଜଗି ବସୁଛି ଚାଷୀ ।”

ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ । 

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ସଂସଦରେ ଲଢେଇ କରିବ ବିଜେଡି । ଏହାଛଡା କୋଲ ରୟାଲଟି, ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ପ୍ରସଙ୍ଗ ବି ଉଠାଇବ ଦଳ । ଆଜି ବିଜେଡି ସଂସଦୀୟ ଦଳ ବୈଠକରେ  ପାର୍ଲାମେଣ୍ଟ ବଜେଟ ଅଧିବେଶନ ବେଳେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରି ଲୋକସଭା ଓ ରାଜ୍ୟସଭାContinue reading “ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ । “

କରୋନା କାଳରେ ଧନୀଙ୍କ ବଢ଼ିଲା ଧନ, ଗରିବ ହୋଇଗଲେ ଆହୁରୀ ଗରିବ । ୩୫ ପ୍ରତିଶତ ବଢ଼ିଲା ଭାରତର ୧୧ ଜଣ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଲକଡାଉନ ଘୋଷଣା ହେବା ପରେ ସାରା ଦେଶରେ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କ କରୁଣ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଲା । ପିଲାଛୁଆଙ୍କୁ ଧରି ଶହ ଶହ କିଲୋମିଟର ଚାଲିଲେ ଦାଦନ ଶ୍ରମିକ । ଏହି ଦୃଶ୍ୟ ସେତେବେଳେ ସାରା ବିଶ୍ୱରେ ଭାରତର ଶ୍ରମିକ ବର୍ଗର ପ୍ରକୃତ କାହାଣୀକୁ ସାମ୍ନାକୁ ଆଣିଥିଲା । ଆଉ କରୋନା ପରେ ପ୍ରଥମଥର ପାଇଁ ଅକ୍ସଫାମ ତାହାର ରିପୋର୍ଟ ରିଲିଜ କରିଛି । ଆଉ ଏହି ରିପୋର୍ଟContinue reading “କରୋନା କାଳରେ ଧନୀଙ୍କ ବଢ଼ିଲା ଧନ, ଗରିବ ହୋଇଗଲେ ଆହୁରୀ ଗରିବ । ୩୫ ପ୍ରତିଶତ ବଢ଼ିଲା ଭାରତର ୧୧ ଜଣ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି”

Design a site like this with WordPress.com
Get started