ଭିନ୍ନକ୍ଷମଙ୍କ କଲ୍ୟାଣ କରିବା ନାଁରେ ରାଜଧାନୀରେ ଯୌନ ନିର୍ଯାତନା । ଅଭିଯୋଗର ଦେଢ଼ ମାସ ପରେ ବି ପ୍ରଶାସନ ଚୁପ୍ 

କନକ ବ୍ୟୁରୋ: ବାବୁଙ୍କୁ ଖୁସି କରିବା ପାଇଁ ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ଦିଆଯାଉଥିବା ଖବର ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଆଜି କିନ୍ତୁ ଆଉ ଏକ ଖବର ଘଟଣାର ଗମ୍ଭୀରତାକୁ ଆହୁରି ବଢ଼ାଇ ଦେଇଛି । ଜଣାପଡିଛି ଏହି ଖବର ଗଣମାଧ୍ୟମକୁ ଆସିବା ପୂର୍ବରୁ ପ୍ରଶାସନ ଓ ସରକାର ପାଖରେ ପହଁଚି ସାରିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସମସ୍ତେ ଜାଣି ଥିଲେ ବି ଚୁପ ଥିଲେ, ଆଉ ଏପଟେ ସେମିତିContinue reading “ଭିନ୍ନକ୍ଷମଙ୍କ କଲ୍ୟାଣ କରିବା ନାଁରେ ରାଜଧାନୀରେ ଯୌନ ନିର୍ଯାତନା । ଅଭିଯୋଗର ଦେଢ଼ ମାସ ପରେ ବି ପ୍ରଶାସନ ଚୁପ୍ “

ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କାଳରେ ସୋମବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ ।

କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଆଜି ପ୍ରବଳ ଗହଳି ହୋଇଥିଲା । କରୋନାବେଳେ ଏଭଳି ମନ୍ଦିର ଭିଡ ବିପଦଜନକ ମଧ୍ୟ ହୋଇପାରେ । ୨୧ ତାରିଖରୁ ବିନା କୋଭିଡ୍ ରିପୋର୍ଟରେ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ସରକାର । ଏହାପରେ ଏବେ ମନ୍ଦିର ଧିରେ ଧିରେ ଭିଡ ବଢ଼ିବାରେ ଲାଗିଛି । କିନ୍ତୁ ଆଜି ଏଭଳି ଭିଡ ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ କରୋନା ଚାଲିଗଲା ବୋଲି ଭାବିନେବା ଠିକ୍Continue reading “ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କାଳରେ ସୋମବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ ।”

ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲା ଓଡିଶା ମୋ ପରିବାର । 

କନକ ବ୍ୟୁରୋ : ଖୋର୍ଦ୍ଧାର ଏକ ଘରୋଇ ଇଂଜିନିୟରିଂ କଲେଜରେ  ଡିପ୍ଲୋମା କରୁଥିବା ରୋଜି ବେହେରାଙ୍କ ଜୀବନ ସଂଘର୍ଷର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଖବର କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଏବେ ଏହି ଘଟଣାରେ ହସ୍ତକ୍ଷେପ କରିଛି ଓଡିଶା ମୋ ପରିବାର । ଏନେଇ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ କହିଛନ୍ତି, କନକ ନ୍ୟୁଜରୁ ଖବର ପ୍ରସାରଣ ପରେ ଅବଗତ ହେଲି । ସାର୍ଟିଫିକେଟ ଅଭାବରୁ ଚାକିରିରୁContinue reading “ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲା ଓଡିଶା ମୋ ପରିବାର । “

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।

କନକ ବ୍ୟୁରୋ : ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ-ଏନଜି ବା ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ର। ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ସଫଳ ହୋଇଥିବା ସୂଚନା ମିଳିଛି। DRDO conducted successful maiden launch of Akash-NG (New Generation) Missile from Integrated Test Range off the coast of OdishaContinue reading “ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।”

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା । ସକାଳ ସାଢେ ୬ଟାରୁ ସକାଳ ୯ଟା ସାଧାରଣ ଲୋକଙ୍କୁ ଗାନ୍ଧୀ ମାର୍ଗ ମନା

କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋମବାର କମିଶନରେଟ୍ ପୋଲିସ ଏଥିପାଇଁ ଟ୍ରାଫିକ୍ ରୁଟ୍ ଧାର୍ଯ୍ୟ କରିଛି । ପୋଲିସର ସୂଚନା ମୁତାବକ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସିContinue reading “ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା । ସକାଳ ସାଢେ ୬ଟାରୁ ସକାଳ ୯ଟା ସାଧାରଣ ଲୋକଙ୍କୁ ଗାନ୍ଧୀ ମାର୍ଗ ମନା”

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ ।

କନକ ବ୍ୟୁରୋ : ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ଏହି ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ, ୬୨ଟି ଅଫୁଟା ଗୁଳି ଓ ୬ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଗତ ୨୦ ତାରିଖ ସକାଳ ୯ଟା ସମୟରେ କୌଣସି ଏକ କାମରେ ଦେବରାଜ ସୁମଣ୍ଡଳContinue reading “ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ ।”

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସ୍ପଷ୍ଟୀକରଣ । ବନ୍ଦ ହେବନି ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍

କନକ ବ୍ୟୁରୋ: ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଗୁଜବ‌ ଅଟେ ବୋଲି ଟ୍ବିଟ୍‌ କରି ସୂଚନା ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଟ୍ବିଟ୍‌ କରି ଲେଖିଛି ଯେ ‘ନିକଟ ଭବିଷ୍ୟତରେ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌Continue reading “ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସ୍ପଷ୍ଟୀକରଣ । ବନ୍ଦ ହେବନି ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍”

ଅବହେଳିତ ସଂଗ୍ରାମୀଙ୍କ ଏନ୍ତୁଡିଶାଳ । ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟିବାକୁ ଯାଉଛି ରାୟଗଡାର ଗୋପାଳବାଡ଼ି ଗାଁ । ଯେଉଁଠି ଦିନେ ସ୍ୱାଧୀନତା ସଂଗ୍ରାମ ପାଇଁ ବସୁଥିଲା ଗୁପ୍ତ ବୈଠକ

କନକ ବ୍ୟୁରୋ : ଆସନ୍ତାକାଲି ଦେଶ ପାଳିବ ୭୨ ତମ ଜନରାଜ୍ୟ ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଜୋରସୋରରେ ପ୍ରସ୍ତୁତି ଚାଲିଛି । ହେଲେ ଆଜିର ଦିନରେ ନିଜର ପରିଚୟ ଖୋଜୁଛି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳର ବାର୍ତ୍ତା ବହନ କରୁଥିବା ରାୟଗଡା ଜିଲ୍ଲାର ଗୋପାଳବାଡ଼ି । ରାୟଗଡ଼ା କଲୋନରା ବ୍ଲକ ଅନ୍ତର୍ଗତ ଗୋପାଳବାଡ଼ି ଗାଁ । ସ୍ୱାଧନତା ସଂଗ୍ରାମ ବେଳେ ଏଠି ଏକାଠି ହେଉଥିଲେ ବିନୋବା ଭାବେ, ଜୟ ପ୍ରକାଶ ନାରାୟଣ, ଗୋପବନ୍ଧୁ ଦାସ,Continue reading “ଅବହେଳିତ ସଂଗ୍ରାମୀଙ୍କ ଏନ୍ତୁଡିଶାଳ । ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟିବାକୁ ଯାଉଛି ରାୟଗଡାର ଗୋପାଳବାଡ଼ି ଗାଁ । ଯେଉଁଠି ଦିନେ ସ୍ୱାଧୀନତା ସଂଗ୍ରାମ ପାଇଁ ବସୁଥିଲା ଗୁପ୍ତ ବୈଠକ”

ଗଲୱାନ ଘାଟିରେ ସହିଦ ହୋଇଥିଲେ ସନ୍ତୋଷ ବାବୁ । ଗଣତନ୍ତ୍ର ଦିବସରେ ମିଳିବ ମହାବୀର ଚକ୍ର ସମ୍ମାନ !

କନକ ବ୍ୟୁରୋ: ଗତବର୍ଷ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିବ ମହାବୀର ଚକ୍ର । ୭୨ ତମ ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ । ତାଙ୍କ ସହ ଆଉ କିଛି ଯବାନଙ୍କୁ ମଧ୍ୟ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ସେନାରେ ପରମବୀର ଚକ୍ର ପରେ ମହାବୀର ଚକ୍ରକୁ ସବୁଠୁ ବଡ ସମ୍ମାନ କୁହାଯାଏ । ଆଉ ଏହିContinue reading “ଗଲୱାନ ଘାଟିରେ ସହିଦ ହୋଇଥିଲେ ସନ୍ତୋଷ ବାବୁ । ଗଣତନ୍ତ୍ର ଦିବସରେ ମିଳିବ ମହାବୀର ଚକ୍ର ସମ୍ମାନ !”

ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଆସୁଛି ‘ତୁ ଭାରି ବିୟୁଟିଫୁଲ୍’ ।

କନକ ବ୍ୟୁରୋ : ‘ତୁ ଭାରି ବିୟୁଟିଫୁଲ୍’ ଫିଲ୍ମର ୱାର୍ଲ୍ଡ ଟେଲିଭିଜନ ପ୍ରିମିଅର ଆସନ୍ତା ରବିବାର ସନ୍ଧ୍ୟା ୬ଟା୩୦ରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ । ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଞ୍ଜୟ ନାୟକ ଓ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ନାୟକ, ଲିପ୍ସା ମିଶ୍ରContinue reading “ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଆସୁଛି ‘ତୁ ଭାରି ବିୟୁଟିଫୁଲ୍’ ।”

Design a site like this with WordPress.com
Get started