ନେତାଜୀଙ୍କ ନାଁରେ ହେବ କଟକ ବସ୍ ଟର୍ମିନାଲ: ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି । ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥିସହ ନେତାଜୀଙ୍କ ସଂଗ୍ରହାଳୟ ବୁଲି ତାଙ୍କ ଜୀବନ କାହାଣୀକୁ ମନେ ପକାଇଛନ୍ତି । ଅନ୍ୟପଟେ, ଆଜି କଟକ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ କରିବାରContinue reading “ନେତାଜୀଙ୍କ ନାଁରେ ହେବ କଟକ ବସ୍ ଟର୍ମିନାଲ: ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ରାଜନୀତିରେ ନେତାଜୀ ଜୟନ୍ତୀ, ମୋଦି ବନାମ ମମତା । ଆଜିର ଦିନକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରୁଛନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ହେଲେ ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ ଅର୍ଥାତ ଆଜିର ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏପରିକି ଆଜି ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀContinue reading “ରାଜନୀତିରେ ନେତାଜୀ ଜୟନ୍ତୀ, ମୋଦି ବନାମ ମମତା । ଆଜିର ଦିନକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରୁଛନ୍ତି କେନ୍ଦ୍ର ସରକାର”

ଆଜି ପବିତ୍ର ଶାମ୍ବ ଦଶମୀ: ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜାକରି ରୋଗରୁ ମୁକ୍ତ ହୋଇଥିଲେ ଶାମ୍ବ; ବିଶ୍ୱାସ ରହିଛି, ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା

କନକ ବ୍ୟୁରୋ: ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତେବେ ଘନ କୁହୁଡି ଯୋଗୁଁ ସୂର୍ଯ୍ୟ ଦୃଶ୍ୟମାନ ହେଉନଥିବାରୁ ରୀତିନୀତିରେ ପୂଜାର୍ଚ୍ଚନା ବିଳମ୍ବିତ ହୋଇଛି । ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ପୂତ୍ର ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରି କୃଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଧର୍ମୀୟ ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଲେ ମନୋକାମନା ପୂରଣ ହୁଏ ।Continue reading “ଆଜି ପବିତ୍ର ଶାମ୍ବ ଦଶମୀ: ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜାକରି ରୋଗରୁ ମୁକ୍ତ ହୋଇଥିଲେ ଶାମ୍ବ; ବିଶ୍ୱାସ ରହିଛି, ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା”

ଲୋୟର ପିଏମଜିରୁ ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଲା ପୁଲିସ : ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି

କନକ ବ୍ୟୁରୋ : ଲୋୟର ପିଏମଜିରୁ ଆନ୍ଦୋଳନ କରୁଥିବା ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଛି ପୁଲିସ । ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପ୍ରାୟ ୨ଶହ ପୁଲିସ କର୍ମଚାରୀ ପହଂଚିଥିଲେ ଲୋୟର ପିଏମଜିରେ । ପ୍ରଥମେ ଆନ୍ଦୋଳନକାରୀ ଏଏନଏମକର୍ମୀଙ୍କୁ ଆନ୍ଦୋଳନସ୍ଥଳ ଛାଡି ଚାଲିଯିବାକୁ ପୁଲିସ କର୍ମୀ ବୁଝାଇଥିଲେ । ହେଲେ ଆନ୍ଦୋଳନକାରୀ କିଛି ନ ଶୁଣିବାରୁ ବଳପୂର୍ବକ ଉଠାଇ ନେଇଛନ୍ତି ପୁଲିସ । ରାଜଧାନୀରେContinue reading “ଲୋୟର ପିଏମଜିରୁ ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଲା ପୁଲିସ : ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି”

ଦଣ୍ଡ ପାଇଲେ ଅମାନିଆ ! ମହଙ୍ଗା ପଡିଲା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ । ୨୦ ଦିନରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କଲା ପୋଲିସ୍

କନକ ବ୍ୟୁରୋ: ମୋଟରଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନୂଆବର୍ଷରେ  ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ।  ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାନୁଆରୀ ପହିଲାରୁ ୨୧ ଜାନୁଆରୀ ମଧ୍ୟରେ ରାଜ୍ୟରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୩ ମାସ ପାଇଁ ଏହି ପଦକ୍ଷେପ ନିଆଯାଇଛି । ମଦପିଇ ଗାଡିଚଳାଇବା, ଦ୍ରୁତଗତି, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ହେଲମେଟ ନ ପିନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ସଂପୃକ୍ତ ଚାଳକଙ୍କContinue reading “ଦଣ୍ଡ ପାଇଲେ ଅମାନିଆ ! ମହଙ୍ଗା ପଡିଲା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ । ୨୦ ଦିନରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କଲା ପୋଲିସ୍”

ନିୟମ ମାନିଲେନି ବୋଲି…ଚେକିଂ ନାଁରେ କନେଷ୍ଟବଳଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ ମାରି ଫଟାଇଦେଲେ ମୁହଁ

କନକ ବ୍ୟୁରୋ: ବର୍ତ୍ତମାନ ସବୁଆଡେ ପାଳନ ହେଉଛି ସଡକ ସୁରକ୍ଷା ସପ୍ତାହ । ଲୋକମାନଙ୍କୁ ସଚେତନ କରାଯାଉଛି । ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଉଛି ଓ ନପିନ୍ଧିଥିବା ଅମାନିଆଙ୍କୁ ସଚେତନ କରିବା ସହ ତାଗିଦ୍ ମଧ୍ୟ କରାଯାଉଛି । ହେଲେ ଖଲ୍ଲିକୋଟରୁ ଆସିଛି ଅଭାବନୀୟ ଚିତ୍ର । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ତରଫରୁ ଗାଡି ଚେକିଂ କରାଯାଉଥିବା ବେଳେ କନେଷ୍ଟବଳ ସୁଦର୍ଶନ ଜେନାଙ୍କContinue reading “ନିୟମ ମାନିଲେନି ବୋଲି…ଚେକିଂ ନାଁରେ କନେଷ୍ଟବଳଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ ମାରି ଫଟାଇଦେଲେ ମୁହଁ”

ବିବାଦ ଭିତରେ ଭଲ ଖବର: ସ୍ୱଦେଶୀ ଟିକା ‘କୋଭାକ୍ସିନ’ ସଫଳତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର; ପ୍ରସିଦ୍ଧ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଲା ତଥ୍ୟ

କନକ ବ୍ୟୁରୋ: ସ୍ୱଦେଶୀ ଟିକା କୋଭାକ୍ସିନ ଦକ୍ଷତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର । ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଶୁକ୍ରବାର ପ୍ରକାଶ ପାଇଛି ତଥ୍ୟ । ଏଥିରେ କୁହାଯାଇଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି କୋଭାକ୍ସିନ ଟିକା ବେଶ୍ ପ୍ରଭାବୀ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ଏହି ଟିକାର ସେଭଳି କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେContinue reading “ବିବାଦ ଭିତରେ ଭଲ ଖବର: ସ୍ୱଦେଶୀ ଟିକା ‘କୋଭାକ୍ସିନ’ ସଫଳତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର; ପ୍ରସିଦ୍ଧ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଲା ତଥ୍ୟ”

ଆଜି ଆଉ ଜଣେ ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜୀବନର ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଃଶ୍ୱାସ ଥିବା ଯାଏଁ ବିତାଇଥିଲେ ସେ ବନ୍ଦୀ ଜୀବନ

କନକ ବ୍ୟୁରୋ: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ । ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ଭୂଖଣ୍ଡରେ ସ୍ପର୍ଧିତ ସ୍ବାଭିମାନର ସ୍ବର ଥିଲେ ସେ। ସିପାହୀ ବିଦ୍ରୋହକୁContinue reading “ଆଜି ଆଉ ଜଣେ ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜୀବନର ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଃଶ୍ୱାସ ଥିବା ଯାଏଁ ବିତାଇଥିଲେ ସେ ବନ୍ଦୀ ଜୀବନ”

ଆଧାର ଆଳ ଦେଖାଇ ମାଥିଲିରେ ୮୦ ବର୍ଷିୟା ବୃଦ୍ଧାଙ୍କ ଭତ୍ତା କାଟି ଦେଲେ ପ୍ରଶାସନିକ ବାବୁ : ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ

କନକ ବ୍ୟୁରୋ : ବୟସ ଗଢିଲାଣି । ପାଖକୁ ଆସୁଥିବା ବାର୍ଦ୍ଧକ୍ୟ ଭତ୍ତା ସରକାରୀ ନଥିପତ୍ରରେ ଲେଉଟି ଗଲାଣି । ଆଧାର ଆଳ ଦେଖାଇ ଭତ୍ତା କାଟି ଦେଇଛନ୍ତି ବାବୁ । ମାଲକାନଗିରି ମାଥିଲି ବ୍ଲକ ନୂଆଗୁଡା ଗାଁରୁ ଆସିଛି ବୁଢି ମାଉସୀର ଆଧାର କାହାଣୀ । ନୂଆଗୁଡାର ସୁକ୍ରି ପୂଜାରୀ, ବୟସ ୮୦ ଡେଇଁ ସାରିଛି । ବୟସର ଅପରାହ୍ନରେ ଆଖିକୁ ଦେଖାଯାଉନି କି ପାଖରେ ଆଧାର କାର୍ଡ ନାହିଁ । ତେଣୁ ୩ ବର୍ଷContinue reading “ଆଧାର ଆଳ ଦେଖାଇ ମାଥିଲିରେ ୮୦ ବର୍ଷିୟା ବୃଦ୍ଧାଙ୍କ ଭତ୍ତା କାଟି ଦେଲେ ପ୍ରଶାସନିକ ବାବୁ : ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ”

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ: ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସେପଟେ ନେତାଜୀ ଜୟନ୍ତୀ ଅବସରରେ ପାଳିତ ହେଉଛି ପରାକ୍ରମ ଦିବସ

କନକ ବ୍ୟୁରୋ: ଆଜି ହେଉଛି ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ମହାନାୟକ ତଥା ଓଡିଶାର ଦୁଇ ସୁଯୋଗ୍ୟ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିିଥି । ମହାପୁରୁଷଙ୍କ ଜନ୍ମତିଥିରେ ମନେପକାଉଛି ଦେଶ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକର ଓଡିଆ ବଜାରରେ ଜନ୍ମ ନେଇଥିଲେ ନେତାଜୀ । ପିଲାଟି ଦିନୁ ସେ ଥିଲେ ମେଧାବୀ ଓ ବୁଦ୍ଧିମାନ । ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଥିଲେ ସୁବାଷ ।Continue reading “ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ: ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସେପଟେ ନେତାଜୀ ଜୟନ୍ତୀ ଅବସରରେ ପାଳିତ ହେଉଛି ପରାକ୍ରମ ଦିବସ”

Design a site like this with WordPress.com
Get started