ବିଧାନସଭା ବଜେଟ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନୋତ୍ତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତ୍ତର ଦେବେ ମନ୍ତ୍ରୀ

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଅନଲାଇନରେ ଚାଲିବ ବିଧାନସଭାର ପ୍ରଶ୍ନକାଳ । ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବଜେଟ ଅଧିବେଶନରେ ସମସ୍ତ ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ । ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ । ନାଭା ଆପ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ସୂଚନା ଦେଇଛନ୍ତିContinue reading “ବିଧାନସଭା ବଜେଟ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନୋତ୍ତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତ୍ତର ଦେବେ ମନ୍ତ୍ରୀ”

କଟକରୁ ଆସିଲା ଲଜ୍ଜାଜନକ ଖବର । ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଦୁଦ୍ୟମ

କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ତଳି ଗ୍ରାମରେ ଜଣେ ମହିଳାଙ୍କ ପିଲା ନ ହେବାରୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଇଟାମୁଣ୍ତଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ଦୀର୍ଘଦିନ ହେବ ପିଲା ନ ହେବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ। ଆଜି ଶ୍ବଶୁର ବୋହୂ ସ୍ବର୍ଣ୍ଣଲତାଙ୍କୁ ପାଖକୁ ଡ଼କାଇ ଘରେContinue reading “କଟକରୁ ଆସିଲା ଲଜ୍ଜାଜନକ ଖବର । ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଦୁଦ୍ୟମ”

ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ : ଆସନ୍ତା ମେ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ସୋନିଆ ଗାନ୍ଧିଙ୍କ ଘୋଷଣା

କନକ ବ୍ୟୁରୋ : ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ । ଏହି ପ୍ରଶ୍ନଉତ୍ତର ଆସନ୍ତା ମେ ମାସରେ ମିଳିବାକୁ ଯାଉଛି । କାରଣ ଆସନ୍ତା ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ । କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ଘୋଷଣା କରିଛନ୍ତି କଂଗ୍ରେସର ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧ । ସୋନିଆଙ୍କ ଏହି ଘୋଷଣା ପରେ ଚର୍ଚ୍ଚା ହେଉଛି ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ପୁଣି ରାହୁଲଙ୍କୁ ମିଳିପାରେContinue reading “ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ : ଆସନ୍ତା ମେ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ସୋନିଆ ଗାନ୍ଧିଙ୍କ ଘୋଷଣା”

ଆମେରିକା-ଭାରତ ସମ୍ପର୍କକୁ ବାଇଡେନଙ୍କ ସମ୍ମାନ

ଭାରତ ଓ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ଦିନର ରାଜିନାମା ଏବଂ ସଫଳ ସମ୍ପର୍କକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସମ୍ମାନ ପ୍ରଦର୍ଶନ କରିଥିବା କଥା ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେନ୍‌ ସାକି ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି । ବାଇଡେନ୍‌ଙ୍କ ଶାସନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ପ୍ରସଙ୍ଗରେ ପ୍ରଶ୍ନ ଉଠିବାରୁ ସାକି କହିଲେ, ରାଷ୍ଟ୍ରପତି ବାଇଡେନ୍‌ ଅନେକ ଥର ଭାରତ ଯାଇଛନ୍ତି । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ନେତାଙ୍କ ମଧ୍ୟରେ ହୋଇଥିବା ଦୀର୍ଘContinue reading “ଆମେରିକା-ଭାରତ ସମ୍ପର୍କକୁ ବାଇଡେନଙ୍କ ସମ୍ମାନ”

ଓଡ଼ିଶାରେ ଚାଇନା ଟେକନୋଲୋଜି : କେନ୍ଦୁଝରରେ ଜ୍ୟାକରେ ଉଠିଲା ଘର; ବର୍ଷା ଦିନେ ପାଣିରେ ବୁଡ଼ି ଯାଉଥିଲା କଲୋନୀ

କନକ ବ୍ୟୁରୋ : ୪ଫୁଟ ଉପରକୁୁ ଉଠିଲା ଘର । କଥାଟି ଅସମ୍ଭବ ମନେ ହେଉଥିଲେ ବି କେନ୍ଦୁଝରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମାଟି ଦବି ତଳୁଆ ହୋଇପଡିଥିବା ଘରକୁ ଜ୍ୟାକ ସାହାର୍ଯ୍ୟରେ ଉପରକୁ ଉଠାଯାଇଛି । ସୂଚନା ମୂତାବକ, କେନ୍ଦୁଝର ସ୍ପଞ୍ଜ କଲୋନୀର ବାସିନ୍ଦା ମହେଶ୍ୱର ନାୟକଙ୍କ ଘର ତଳକୁ ତଳ ଦବି ଯାଉଥିଲା । ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବର୍ଷା ହେଲେ ପାଣିରେ ସମ୍ପୂର୍ଣ୍ଣ ଭାବେ କଲୋନୀଟି ବୁଡିଯାଏContinue reading “ଓଡ଼ିଶାରେ ଚାଇନା ଟେକନୋଲୋଜି : କେନ୍ଦୁଝରରେ ଜ୍ୟାକରେ ଉଠିଲା ଘର; ବର୍ଷା ଦିନେ ପାଣିରେ ବୁଡ଼ି ଯାଉଥିଲା କଲୋନୀ”

ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ନିରୀକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ; ୧୦୦ ବଦଳରେ ୮୦ ମାର୍କର ହେବ ପରୀକ୍ଷା

କନକ ବ୍ୟୁରୋ : ଏ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା ସ୍କୁଲରେ ପରୀକ୍ଷା ଦେବେ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବୋର୍ଡ ସଭାପତି । ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେଲେ ବି ସେହି ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ । ଖାଲି ସେତିକି ନୁହେଁ, ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରିContinue reading “ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ନିରୀକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ; ୧୦୦ ବଦଳରେ ୮୦ ମାର୍କର ହେବ ପରୀକ୍ଷା”

କାମାକ୍ଷାନଗର କଲେଜରେ ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣା : ମୁହଁ ଖୋଲିଲେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପସାରାଣୀ ପ୍ରଧାନ; ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଲେଜରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଲିପ୍‌ସା ପ୍ରଧାନ । ପ୍ରଥମଥର ପାଇଁ ସାମ୍ନାକୁ ଆସି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଆରଟିଆଇ ତଥ୍ୟରୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ମିଛ । ତାଙ୍କ ପାଖରେ ସମସ୍ତ ତଥ୍ୟର ରେକର୍ଡ ରହିଥିବା ସେ ଦାବି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପ୍ରି-ପିଏଚଡି କରିଛନ୍ତିContinue reading “କାମାକ୍ଷାନଗର କଲେଜରେ ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣା : ମୁହଁ ଖୋଲିଲେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପସାରାଣୀ ପ୍ରଧାନ; ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ”

ସମ୍ବଲପୁର ଟାଉନ ଥାନା ସାମ୍ନାରେ ବିଜେପି ନେତାଙ୍କ ହଙ୍ଗାମା : ଧସେଇ ପଶିବା ପାଇଁ କଲେ ଠେଲାପେଲା

କନକ ବ୍ୟୁରୋ : ଚାଷୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ପାଇଁ ବିଜେପି ରାସ୍ତାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ସବୁଠି ଲଢ଼େଇ କରିବ। ପ୍ରତିଟି ଚାଷୀକୁ ତାର କଷ୍ଟୋପାର୍ଜିତ ଫସଲର ଶେଷ ବସ୍ତାର ମୂଲ୍ୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଗୁରୁବାର ସମ୍ବଲପୁରରେ ଆୟୋଜିତ ‘ଚାଷୀ ଅଧିକାର’ ରାଲିରେ ଏଭଳି ଗର୍ଜନ କରିଛନ୍ତି ବିଜେପି ନେତା ଓ କର୍ମୀ। ପଶ୍ଚିମ ଓଡ଼ିଶାର ୩୭ଟି ବିଧାନସଭା କ୍ଷେତ୍ରରୁ ପ୍ରାୟ ୧୦ ହଜାର ନେତାContinue reading “ସମ୍ବଲପୁର ଟାଉନ ଥାନା ସାମ୍ନାରେ ବିଜେପି ନେତାଙ୍କ ହଙ୍ଗାମା : ଧସେଇ ପଶିବା ପାଇଁ କଲେ ଠେଲାପେଲା”

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜିଲା, ରୋଷଣୀ ହେଲା । ସମସ୍ତଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ ହେଲା

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜାଇ ବର ଆସିଲା । ବନ୍ଧୁବାନ୍ଧବ ଓ ସାହିପଡୋଶୀ ଆସି ଥିଲେ ବରଯାତ୍ରୀରେ । ସେପଟେ କନିଆ ବଧୂ ବେଶରେ ସଜ ହୋଇ ମନ୍ଦିରରେ ଅପେକ୍ଷା କରି ଥିଲା ତାର ଜନ୍ମ ଜନ୍ମର ସାଥୀକୁ । ଏପରି ଏକ ନିଆରା ବିବାହ ହୋଇଛି ଡିହସାହି, କୈଳପଡା ପଞ୍ଚାୟତର ମଠସାହି ଗ୍ରାମରେ। ସମସ୍ତେ ସାମିଲ ହୋଇ ଦୁଇ ଦିବ୍ୟାଙ୍ଗଙ୍କ ବିବାହ କରାଇଛନ୍ତି । ବର ଓ କନିଆ ଦୁହେଁ ଦୁନିଆରContinue reading “ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜିଲା, ରୋଷଣୀ ହେଲା । ସମସ୍ତଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ ହେଲା”

କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ : ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ

କନକ ବ୍ୟୁରୋ : କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ମରିଗେତା ଜଙ୍ଗଲର ଏକ ପାହାଡ଼ ଖୋଲରୁ ଏହି ବିସ୍ଫୋରକ ଜବତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ପାହାଡ଼ ଖୋଲରେ ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରକ ମଧ୍ୟରେ ଅଛି ବିପୁଳ ପରିମାଣର ଜିଲୋଟିନ ଷ୍ଟ୍ରିକ, ଡିଟୋନେଟର ଓ ତାର । ନକ୍ସଲ ଏହି ବିସ୍ଫୋରକକୁ ବ୍ୟବହାର କରି ଯବାନଙ୍କୁ ଏବଂ ପୁଲିସକୁ ଟାର୍ଗେଟContinue reading “କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ : ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ”

Design a site like this with WordPress.com
Get started