ପର୍ଯ୍ୟଟକଙ୍କ ମନ ମୋହୁଛି ଏକାମ୍ର କ୍ଷେତ୍ର । ନୂଆ ରୂପକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଆସୁଛନ୍ତି ଲୋକେ ।

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦୀର୍ଘ ୧୦ ମାସ ପରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେହିଭଳି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆ‌କର୍ଷିତ କରୁଛି ବୋଲି ଚର୍ଚ୍ଚା ହେଉଛି । ଗତବର୍ଷ ଯେଉଁ ସମୟରେ ଏଠାରେ ସାଢ଼େ ୩ ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଥିଲା, ଚଳିତContinue reading “ପର୍ଯ୍ୟଟକଙ୍କ ମନ ମୋହୁଛି ଏକାମ୍ର କ୍ଷେତ୍ର । ନୂଆ ରୂପକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଆସୁଛନ୍ତି ଲୋକେ ।”

ବାହାରକୁ ହେବ ଟିକା ରପ୍ତାନୀ : ଆଜିଠୁ ୬ଟି ଦେଶକୁ ଟିକା ଯୋଗାଇ ଦେବ ଭାରତ

କନକ ବ୍ୟୁରୋ : ଆଜିଠାରୁ ପଡୋଶୀ ଦେଶକୁ କରୋନା ଟିକା ଯୋଗାଇଦେବ ଭାରତ । ନିଜର ଟିକା ଆବଶ୍ୟକତାକୁ ମେଣ୍ଟାଇବା ପରେ ପଡୋଶୀ ଦେଶ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଭୁଟାନ, ମିଆଁମାର ଓ ସିସିଲ୍ସକୁ କରୋନା ଟିକା ରପ୍ତାନୀ କରିବ ଭାରତ । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତକୁ ଟିକା ଯୋଗାଇ ଦେବାପାଇଁ ଏସବୁ ଦେଶ ଅନୁରୋଧ କରିଥିଲେ । ନିଜର ପଡୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧContinue reading “ବାହାରକୁ ହେବ ଟିକା ରପ୍ତାନୀ : ଆଜିଠୁ ୬ଟି ଦେଶକୁ ଟିକା ଯୋଗାଇ ଦେବ ଭାରତ”

୪ ଦିନରେ ୪ ଲକ୍ଷ ୫୪ ହଜାର କରୋନା ଟିକା ନେଲେଣି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା : ପାର୍ଶ୍ୱ ପ୍ରତିକ୍ରିୟା ହାର ଶୂନ ଦଶମିକ ୧୮ ପ୍ରତିଶତ

କନକ ବ୍ୟୁରୋ : ସାରାଦେଶରେ କେମିତି ଚାଲିଛି କରୋନା ଟିକାକରଣ, ତାର ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟିକାକରଣରେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୪ ହଜାର ୪୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆସରିଲାଣି । ଓଡିଶା ସମେତ ସିକିମ, ତେଲେଙ୍ଗାନା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଲାକ୍ଷାଦ୍ୱୀପରେ ଟିକାକରଣ ହାର ଅଧିକ ରହିଛି । ଆମ ରାଜ୍ୟରେ ଗତ ୩Continue reading “୪ ଦିନରେ ୪ ଲକ୍ଷ ୫୪ ହଜାର କରୋନା ଟିକା ନେଲେଣି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା : ପାର୍ଶ୍ୱ ପ୍ରତିକ୍ରିୟା ହାର ଶୂନ ଦଶମିକ ୧୮ ପ୍ରତିଶତ”

କୋହଳ ହେବ ସ୍କୁଲ ଫି : ହାଇକୋର୍ଟଙ୍କ ରାୟ ପରେ ବାଟ ବାହାର କଲେ ସରକାର; ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ 

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ହାଇକୋର୍ଟଙ୍କ ରାୟ ପରେ ଶେଷରେ ବାଟ ବାହାର କରିଛନ୍ତି ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ହାଇକୋର୍ଟଙ୍କContinue reading “କୋହଳ ହେବ ସ୍କୁଲ ଫି : ହାଇକୋର୍ଟଙ୍କ ରାୟ ପରେ ବାଟ ବାହାର କଲେ ସରକାର; ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ “

ଆଜିଠାରୁ ଆମେରିକା ଶାସନରେ ହେବ ପଟ୍ଟ ପରିବର୍ତ୍ତନ : ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ସେହିପରି ଭାରତୀୟ ବଂଶୋଦ୍ଭବ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ ଭିନ୍ନ ହେବାକୁ ଯାଉଛି । ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କContinue reading “ଆଜିଠାରୁ ଆମେରିକା ଶାସନରେ ହେବ ପଟ୍ଟ ପରିବର୍ତ୍ତନ : ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍”

ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ ତାଲିମ । 

କନକ ବ୍ୟୁରୋ : ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ତାଲିମ ନେବାକୁ ଭାରତୀୟ ସେନାର ଏକ ଟିମ୍ ରୁଷ୍ ଅଭିମୁଖେ ଗସ୍ତ କରିଛି  । ୨୦୧୮ ଅକ୍ଟୋବରରେ ଭାରତ ଓ ରୁଷ୍ ଏନେଇ ଚୁକ୍ତି କରିଥିଲେ  । ପାଞ୍ଚ ଦଶମିକ ୪ ବିଲିୟନ ଡଲାର ମୂଲ୍ୟରେ ରୁଷ୍ ଠାରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା କିଣୁଛି ଭାରତ  । ଚଳିତବର୍ଷ ଶେଷ ସୁଦ୍ଧା ଏହି ସିଷ୍ଟମର ପ୍ରଥମ ଉପକରଣ ଭାରତକୁ ଆସିବାର କାର୍ଯ୍ୟକ୍ରମ ରହିଛିContinue reading “ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ ତାଲିମ । “

୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ କି ନାହିଁ ଚାଷୀ?

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ କମିଟିର ପ୍ରଥମ ବୈଠକ ବସିଥିଲା । ଏଥିରେ କମିଟିର ୩ ଜଣ ଯାକ ସଦସ୍ୟ ଡକ୍ଟର ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ ଓ ଅନୀଲ ଘନୱତ ଉପସ୍ଥିତ ଥିଲେ । ବୈଠକ ପରେ କମିଟିର ସଦସ୍ୟ ଅନୀଲ ଘନୱତ କହିଛନ୍ତି ଯେ, କମିଟି ଚାଷୀଙ୍କ ସହ ଗୁରୁବାର ଆଲୋଚନା କରିବContinue reading “୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ କି ନାହିଁ ଚାଷୀ?”

ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଉପରାଷ୍ଟ୍ରପତି ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।

କନକ ବ୍ୟୁରୋ : ଯାଉଛନ୍ତିି ଟ୍ରମ୍ପ, ଆସୁଛନ୍ତି ବାଇଡେନ୍ । ଆମେରିକାରେ ଆସନ୍ତାକାଲି ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ୭୮ ବର୍ଷୀୟ ଜୋ ବାଇଡେନ୍ । ଏହାସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ନେବେ । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ଆସନ୍ତାକାଲି ବାଇଡେନଙ୍କୁ ବିଧିବଦ୍ଧ ଭାବେ କ୍ଷମତା ହସ୍ତାନ୍ତର କରିବେ ଡୋନାଲ୍ଡ ଟ୍ରମ୍ପ । ତେଣୁ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଭାବେContinue reading “ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଉପରାଷ୍ଟ୍ରପତି ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।”

ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଏବେ ନନ୍ଦୀଗ୍ରାମ ଉପରେ ନଜର । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହୋଇଚାଲିଥିବା ବେଳେ ଏବେ ସବଠୁ ଚର୍ଚ୍ଚିତ ଆସନ ପାଲଟିଛି ନନ୍ଦୀଗ୍ରାମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସୋମବାର ଘୋଷଣା ପରେ ଚର୍ଚ୍ଚା ଏବେ ଜୋର ଧରିଛି । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ବୋଲି ମମତା ଘୋଷଣାContinue reading “ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।”

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗ । ପ୍ରତ୍ୟାହାର ପାଇଁ ଚିଠି ଲେଖିଲା କେନ୍ଦ୍ର, ଉତ୍ତର ରଖିବାକୁ ହ୍ୱାଟସଆପର ଗ୍ଲୋବାଲ ସିଇଓଙ୍କୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଚିଠି ।

କନକ ବ୍ୟୁରୋ : ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ହ୍ୱାଟସଆପକୁ ଚିଠି ଲେଖି ପ୍ରସ୍ତାବିତ ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ କହିଛନ୍ତି । ହ୍ୱାଟସଆପର ଗ୍ଲୋବାଲ ସିଇଓ ୱିଲ କାଥକାର୍ଟଙ୍କୁ ଚିଠି ଲେଖିଛି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ । ପ୍ରାଇଭେସି ପଲିସି, ତଥ୍ୟ ହସ୍ତାନ୍ତର ଓ ସେୟାରିଂ ପଲିସି ନେଇ ସରକାର ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିବାକୁ ହ୍ୱାଟସଆପକୁ କୁହାଯାଇଛି ।Continue reading “ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗ । ପ୍ରତ୍ୟାହାର ପାଇଁ ଚିଠି ଲେଖିଲା କେନ୍ଦ୍ର, ଉତ୍ତର ରଖିବାକୁ ହ୍ୱାଟସଆପର ଗ୍ଲୋବାଲ ସିଇଓଙ୍କୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଚିଠି ।”

Design a site like this with WordPress.com
Get started