କନକ ବ୍ୟୁରୋ: କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଲିସର ଅନୁମତିରେ ରାମଲିଲା ମୈଦାନରେ କରିପାରିବେ ପ୍ରଦର୍ଶନ । ଏହା ସହ ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତ୍ତି କରିବ ପୋଲିସ । ତେବେ ପ୍ରଦର୍ଶନ ନେଇ ବୁଧବାର ଦିନ ହେବ ପରବର୍ତ୍ତୀ ଶୁଣାଣି । ସେପଟେ, କୃଷକ ଆଇନ ବିରୋଧରେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଅନ୍ୟପକ୍ଷରେ ସାଧାରଣତନ୍ତ୍ର ଦିବସରେ କୃଷକମାନେContinue reading “ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କୋର୍ଟ କହିଲେ, ଟ୍ରାକ୍ଟର ମାର୍ଚ୍ଚ ନେଇ ନିଷ୍ପତ୍ତି ନେଉ ପୋଲିସ୍; ଦିଲ୍ଲୀକୁ କିଏ ଆସିବ ପୋଲିସ ଉପରେ ନିର୍ଭର କରିବ”
Author Archives: Raghaba
ଟିକା ନେଉଛି ଓଡ଼ିଶା…। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଟିକାଦାନ । ମେଡିକାଲ କଲେଜରେ ୫ଟି ଟିକାଦାନ କେନ୍ଦ୍ର
କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥାContinue reading “ଟିକା ନେଉଛି ଓଡ଼ିଶା…। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଟିକାଦାନ । ମେଡିକାଲ କଲେଜରେ ୫ଟି ଟିକାଦାନ କେନ୍ଦ୍ର”
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
କନକ ବ୍ୟୁରୋ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଅଭିଯୁକ୍ତ ସଂଜୟ ମହାନ୍ତିଙ୍କୁୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁୁ ଧରିବାକୁ ଟାଉନ ଥାନା ପୁଲିସ ତନାଘନା ଚଳାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ, ଗତକାଲି କେନ୍ଦୁଝର ଟାଉନ ଥାନା ଅଂଚଳର କାଶିପୁରରେ ପିସିସି ସଭାପତିContinue reading “ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ”
ଆରମ୍ଭ ହେଲା ଦାମୋଦର ଘାଟ୍: ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ; ଚଳଚଞ୍ଚଳ ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ତ୍ରୀବେଣୀ ଘାଟ
କନକ ବ୍ୟୁରୋ: ଆରମ୍ଭ ହୋଇଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହା ପର୍ବ ଦାମୋଦର ମେଳା ବା ଦାମୋଦର ଘାଟ୍ । ବାରିପଦା ସହରର ସୁନାମୁହିଁ ଘାଟ ବା ବୁଢାବଳଙ୍ଗ, ଜରାଳି ଓ ସରାଳି ନଦୀର ସଂଗମସ୍ଥଳ ତ୍ରୀବେଣୀ ଘାଟ ଏବେ ଚଳଚଂଚଳ ହୋଇଉଠିଛି । କରୋନା ସତ୍ୱେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟର ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ଏହି ଦାମୋଦରContinue reading “ଆରମ୍ଭ ହେଲା ଦାମୋଦର ଘାଟ୍: ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ; ଚଳଚଞ୍ଚଳ ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ତ୍ରୀବେଣୀ ଘାଟ”
ବ୍ରହ୍ମପୁର ଉପକଣ୍ଠ ଗୁମୁଲାରେ ଚାଲିଥିଲା ସୌନ୍ଦର୍ଯ୍ୟକରଣ କାମ : ଜେସିବିରୁ ଉଦ୍ଧାର ହେଲା ୧୧ ଫୁଟ ଲମ୍ବର ଅଜଗର; ସ୍ନେକ ହେଲପ ଲାଇନ ସହାୟତାରେ ହେଲା ଉଦ୍ଧାର
କନକ ବ୍ୟୁରୋ : ଜେସିବି ଇଂଜିନ ଭିତରେ ୧୧ ଫୁଟର ଅଜଗର । ବିରାଟକାୟ ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲଫ ଲାଇନ । ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁ ନିକଟରୁ ୨ଟି ଅଜଗର ସାପକୁ ଉଦ୍ଧାର ହୋଇଛି । ନୂଆବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା । ନାଳ ଖୋଳିବା ସମୟରେ ଗୋଟିଏ ବଡ ପାଇପ ମଧ୍ୟରୁ ୨ଟି ଅଜଗରContinue reading “ବ୍ରହ୍ମପୁର ଉପକଣ୍ଠ ଗୁମୁଲାରେ ଚାଲିଥିଲା ସୌନ୍ଦର୍ଯ୍ୟକରଣ କାମ : ଜେସିବିରୁ ଉଦ୍ଧାର ହେଲା ୧୧ ଫୁଟ ଲମ୍ବର ଅଜଗର; ସ୍ନେକ ହେଲପ ଲାଇନ ସହାୟତାରେ ହେଲା ଉଦ୍ଧାର”
କୋଭିଡ କଟକଣା ଭିତରେ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର: ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ; ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା
କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିଛି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନContinue reading “କୋଭିଡ କଟକଣା ଭିତରେ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର: ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ; ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା”
ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ; ୨୬ର ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି
କନକ ବ୍ୟୁରୋ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ନାଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀContinue reading “ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ; ୨୬ର ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି”
ମୃତ୍ୟୁ ଆସେ ଏମିତି! ସାମ୍ନାକୁ ଆସିଲା ଜୟପୁର କାର ଦୁର୍ଘଟଣା ପୂର୍ବର ଚିତ୍ର: ନାଳ ଭିତରେ କାର ଖସିଯିବାରୁ ହୋଇଥିଲା ଜଣକର ମୃତ୍ୟୁ, ଉଦ୍ଧାର ହୋଇଥିଲେ ୩ ଜଣ
କନକ ବ୍ୟୁରୋ: ମୃତ୍ୟୁ ଆସେ ଏମିିତି । ଗତକାଲି ଜୟପୁରରେ କୋନାଲକୁ ଖସିପଡିଥିଲା କାର । ଏଥିରେ ଜଣେ ପ୍ରାଣ ହରାଇଥିଲେ । ୨ ଜଣ ଉଦ୍ଧାର ହୋଇଥିଲେ । ଏବ ଆସିଛି ଦୁର୍ଘଟଣା ପୂର୍ବର ସିସିଟିଭି ଫୁଟେଜ । ଯେଉଁ ବ୍ୟକ୍ତିମାନେ କାରରେ ବସିଥିଲେ ସେମାନଙ୍କ ପୂର୍ବର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଜୟପୁର ସହର ନିକଟ ହାତୀଶାଳ କେନାଲରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତିରେ ଆସୁଥିବା ଏହି କାରଟି ଭାରସାମ୍ୟContinue reading “ମୃତ୍ୟୁ ଆସେ ଏମିତି! ସାମ୍ନାକୁ ଆସିଲା ଜୟପୁର କାର ଦୁର୍ଘଟଣା ପୂର୍ବର ଚିତ୍ର: ନାଳ ଭିତରେ କାର ଖସିଯିବାରୁ ହୋଇଥିଲା ଜଣକର ମୃତ୍ୟୁ, ଉଦ୍ଧାର ହୋଇଥିଲେ ୩ ଜଣ”
ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
କନକ ବ୍ୟୁରୋ: ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ । ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଂଘରେ ଆଘାତ ଲାଗି ଭାଂଗି ଯାଇଥିଲା । ଜୁନ୍ ୩୦Continue reading “ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ”
ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ: ମାଲକାନଗିରିର ଏମଭି-୬୨ ଗାଁରୁ ଆସିଲା ହୃଦୟ ବିଦାରକ ଖବର
କନକ ବ୍ୟୁରୋ: ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଦେଲେ ଛାତ୍ରୀ । ଏପରି ଦୁଃଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୨ ଗାଁରୁ । ସ୍ଥାନୀୟ ଏମଭି-୬୮ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଏମଭି-୬୨ ଗାଁର ବାଧଇ ଭକ୍ତଙ୍କ ଝିଅ ଆରତୀ । ସ୍କୁଲ ଫି ଦେବା ପାଇଁ ସମସ୍ତ ପିଲାଙ୍କୁ କୁହାଯାଇଥିଲା । ଏନେଇ ଆରତୀ ଘରେ ଜଣାଇବାContinue reading “ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ: ମାଲକାନଗିରିର ଏମଭି-୬୨ ଗାଁରୁ ଆସିଲା ହୃଦୟ ବିଦାରକ ଖବର”