କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁଁ ଲାଗିଛି । ଘଟଣାରେ ପରିବାରର ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗି ଥିଲା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।Continue reading “ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କରାଗଲା ଉଦ୍ଧାର, ଅଳ୍ପକେ ବର୍ତ୍ତିଲା ଜୀବନ ।”
Author Archives: Raghaba
ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭରତପୁରରେ ମାରିବା ପରେ ଜଗନ୍ନାଥ ପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦଂପତି
କନକ ବ୍ୟୁରୋ : ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜଗନ୍ନାଥପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଛନ୍ତି ଦଂପତି । ଗଂଜାମ ପୁଲିସ ଭୁବନେଶ୍ୱର ପୁଲିସ ସହାୟତାରେ ଏହି ଦଂପତିଙ୍କ ଗିରଫ କରିଛନ୍ତି । ଏକ ଓଲା କାର ଭଡା କରି ଯୁବତୀଙ୍କୁ ଜଗନ୍ନାଥପ୍ରସାଦରେ ଫିଙ୍ଗିଛନ୍ତି । ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟବହୃତ କାର ଜବତ ହୋଇଛି । ଡିସେମ୍ବର ୨ରେ ଭରତପୁରରେ ହତ୍ୟା କରାଯିବା ପରେContinue reading “ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭରତପୁରରେ ମାରିବା ପରେ ଜଗନ୍ନାଥ ପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦଂପତି “
କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା ।
କନକ ବ୍ୟୁରୋ : କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । କରୋନା ଟିକାକରଣ ବାଧ୍ୟତାମୂଳକ ନୁହେଁ । ନିଜକୁ ସୁରକ୍ଷିତ ରଖିବା ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଟିକା ନେବା ଉଚିତ । ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପରେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବContinue reading “କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା ।”
ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ପୁଅ । ଗାଁରେ ମାଆ ଜାଗୁଲାଇଙ୍କ ମନ୍ଦିର ନିମାର୍ଣ କରି ପ୍ରେରଣା ପାଲଟିଲେ ୩ ସୁନା ପୁଅ ।
କନକ ବ୍ୟୁରୋ : ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ୩ ପୁଅ । ଜାଗୁଲାଇ ମାଆଙ୍କ ମନ୍ଦିର ନିମାର୍ଣ କରି ବାପାଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ କରିଛନ୍ତି କଟକ ଜିଲ୍ଲା ନିଆଳି ନୂଆସାତଙ୍ଗ-ମୋଟିଆଁ ଗାଁର ଅଜୟ ମୁଦୁଲି, ସଞୟ ମୁଦୁଲି, ବିଜୟ ମୁଦୁଲି । ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଖବର ଆସେ ପିଲାମାନେ ବାପା-ମାଆଙ୍କୁ ପଚାରୁ ନାହାନ୍ତି । ପରିଣତ ବୟସରେ ଘରଦ୍ୱାର ଛାଡି ଅନେକ ବୃଦ୍ଧ ବୃଦ୍ଧା ଜରା ନିବାସରେContinue reading “ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ପୁଅ । ଗାଁରେ ମାଆ ଜାଗୁଲାଇଙ୍କ ମନ୍ଦିର ନିମାର୍ଣ କରି ପ୍ରେରଣା ପାଲଟିଲେ ୩ ସୁନା ପୁଅ ।”
କେଉଁଠି ଅଛି ଭୋକ ପାଇଁ ବିକ୍ରି ହୋଇଥିବା ୪ ମାସର ଶିଶୁପୁତ୍ର? କିଏ ରଖିଛି ମାଆ କ୍ଷୀର ଛାଡି ନଥିବା ଛୁଆକୁ? ଶିଶୁପୁତ୍ରର ପତ୍ତା ପାଉନି ପୁଲିସ କି ସିଡବ୍ଲୁସି ।
କନକ ବ୍ୟୁରୋ : ମଧ୍ୟସ୍ଥିରେ ହୋଇଛି ମାଲକାନଗିରି ସପ୍ତଧାରାରେ ଶିଶୁ ବିକ୍ରି । କେଉଁଠି ଓ କିଏ ନେଇଛି ୪ ମାସର ଶିଶୁ ପୁଅକୁ । ୫ ଦିନ ପରେ ବି ପତା ପାଉନି ପୋଲିସ କି ସିଡବ୍ଲୁସି । ଏପଟେ ସପ୍ତଧାରା ଜଙ୍ଗଲରେ ରହୁଥିବା ବାକି ୪ ଶିଶୁ ଓ ବୃଦ୍ଧା ଆଈମାଆକୁ ଉଦ୍ଧାର କରିଛି ପ୍ରଶାସନ । ଏହାସହ ନିଖୋଜ ଶିଶୁର ମାଆ କୁନି ଖିଲକୁ ଠାବ କରି ଗୋବିନ୍ଦପାଲି ବୃଦ୍ଧା ଆଶ୍ରମରେ ଥଇଥାନContinue reading “କେଉଁଠି ଅଛି ଭୋକ ପାଇଁ ବିକ୍ରି ହୋଇଥିବା ୪ ମାସର ଶିଶୁପୁତ୍ର? କିଏ ରଖିଛି ମାଆ କ୍ଷୀର ଛାଡି ନଥିବା ଛୁଆକୁ? ଶିଶୁପୁତ୍ରର ପତ୍ତା ପାଉନି ପୁଲିସ କି ସିଡବ୍ଲୁସି ।”
ନବରଙ୍ଗପୁରରେ କେମିତି ଭୁଷୁଭିଲା ପୋଲ ? ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ ।
କନକ ବ୍ୟୁରୋ : ନିମ୍ନମାନର କାମ ଯୋଗୁଁ ଭୁଶୁଡି ପଡିଲା ନିର୍ମାଣଧୀନ ପୋଲର ସ୍ଲାବ୍ । ନବରଙ୍ଗପୁର ଉମରକୋଟ ତାଲାପଦରରେ ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣାରେ ଏମିତି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ଘଟଣାରେ ବିଜୁ ସେତୁ କାମ ଠିକା ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ, ବିଭାଗୀୟ ଜେଇ ଏବଂ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । କେମିତି ଓ କାହିଁକିContinue reading “ନବରଙ୍ଗପୁରରେ କେମିତି ଭୁଷୁଭିଲା ପୋଲ ? ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ ।”
ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା । ଟ୍ୱିଟ କରି ସୂଚନା ଦେଲେ କୋହଲି
କନକ ବ୍ୟୁରୋ : ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବାରଟ ଓ ଅନୁଷ୍କା । ଏନେଇ ଟ୍ୱିଟ କରି ବିରାଟ କୋହଲି ନିଜେ ସୂଚନା ଦେଇଛନ୍ତି । pic.twitter.com/js3SkZJTsH — Virat Kohli (@imVkohli) January 11,Continue reading “ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା । ଟ୍ୱିଟ କରି ସୂଚନା ଦେଲେ କୋହଲି “
ବଲିଉଡରେ ଡ୍ରଗ୍ସ କାରବାର ମାମଲା । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଗିରଫ୍ । ଜବତ ହେଲା ୨ ଶହ କେଜି ଗଞ୍ଜେଇ
କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ତଦନ୍ତ ଚଳାଇଥିବା ନାର୍କୋଟିକ୍ କଣ୍ଟୋଲ ବ୍ୟୁରୋକୁ ଏକ ବଡ ସଫଳତା ମିଳିଛି । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ଥିବା ରହିଲା ଓ ତାଙ୍କ ଭଉଣୀଙ୍କ ଘରେ ଚଢାଉ କରି ଏନସିବି ୨ ଶହ କେଜି ଗଞ୍ଜେଇ ଜବତ୍ କରିଛି । ଏହାସହ ରହିଲା ଫନିର୍ଚର ବାଲା ଓ ଓ ତାଙ୍କ ଭଉଣୀକୁ ସାହିସ୍ତାଙ୍କୁ ଗିରଫ୍ କରାଯାଇଛି । ଏନସିବିର ସୂଚନା ମୁତାବକ ଏନେଇ ତଦନ୍ତContinue reading “ବଲିଉଡରେ ଡ୍ରଗ୍ସ କାରବାର ମାମଲା । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଗିରଫ୍ । ଜବତ ହେଲା ୨ ଶହ କେଜି ଗଞ୍ଜେଇ”
ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର : ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ; ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି
କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ ରହିଛି । ଆସନ୍ତା ୨୨ରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ନଭେମ୍ବର ୧୭ରେ ବାସେଳୀ ସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଜଣେ ଏସଆଇContinue reading “ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର : ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ; ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି”
ଫେରିଲା ସାଇବର ଫ୍ରଡ ଟଙ୍କା : ପ୍ରଥମ ଥର ପାଇଁ ଠକେଇ ଟଙ୍କା ଫେରପାଇଲେ ଅଭିଯୋଗକାରୀ; ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ଫେରିଲା ସାଇବର ଫ୍ରଡ ଟଙ୍କା । ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଲେ ଅଭିଯୋଗକାରୀ । ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ । ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ । ଠକେଇ ହେବାର ଗୋଲଡେନ ପିରିୟଡ ଭିତରେ ଅର୍ଥାତ ଘଂଟାଏ ଭିତରେ ସାଇବର ସେଲକୁ କଲ କରିଥିଲେ ଅଭିଯୋଗକାରୀ । ଗତ ଦୁଇ ଦିନ ତଳେ ୯ ତାରିଖରେ ଏହି ଘଟଣା ଘଟିିଥିଲା ।Continue reading “ଫେରିଲା ସାଇବର ଫ୍ରଡ ଟଙ୍କା : ପ୍ରଥମ ଥର ପାଇଁ ଠକେଇ ଟଙ୍କା ଫେରପାଇଲେ ଅଭିଯୋଗକାରୀ; ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ”