କନକ ବ୍ୟୁରୋ : ହସ୍ପିଟାଲରେ ନିଆଁ ଲାଗି ଜଳିଗଲେ ୧୦ ନବଜାତକ । ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା । ସୂଚନା ଅନୁଯାୟୀ ହସ୍ପିଟାଲର ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ ବା ଏସଏନସିୟୁରେ ୧୭ ଜଣ ନବଜାତଙ୍କୁ ରଖାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଚାନକ ନିଆଁ ଲାଗି ଯାଇଥିଲା । କିଛି ସମୟ ପରେ ୱାର୍ଡରୁ ଧୁଆଁ ବାହାରୁଥିବାର ଜଣେ ନର୍ସ ଦେଖିଥିଲେ । ଏନେଇ ସେContinue reading “ହସ୍ପିଟାଲରେ ଜଳିଗଲେ ୧୦ ଶିଶୁ : ୭ ନବଜାତକ ଜୀବନ୍ତ ଉଦ୍ଧାର; ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲ ଏସଏନସିୟୁରେ ନିଆଁ ଲାଗି ଘଟିଛି ଦୁର୍ଘଟଣା”
Author Archives: Raghaba
ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା
କନକ ବ୍ୟୁରୋ : ଏକ ବିରଳ ଡଲଫିନକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶର ପ୍ରତାପଗଡରେ । ଶୁକ୍ରବାର ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା । କୋଠାରିଆ ଗାଁ ଅନ୍ତର୍ଗତ ସାରଦା କେନାଲରେ ଏହି ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଡଲଫିନ ଟିକୁ ନିଜContinue reading “ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା”
ସିଡନୀ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ରକେଟ୍ ଥ୍ରୋ । ଦୁଇ ରନ୍ ନେବା ଲୋଭରେ ୱିକେଟ ହରାଇଲେ ଷ୍ଟିଭେନ୍ ସ୍ମିଥ୍
କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଟିମଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଏବେ ଚର୍ଚାରେ । ଜାଡେଜାଙ୍କ ରକେଟ୍ ପରି ଥ୍ରୋରେ ରନଆଉଟରୁ ବର୍ତି ପାରିଲେନି ଷ୍ଟିଭେନ୍ ସ୍ମିଥ୍ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏ କାହାଣୀ ସିଡନୀ ଟେଷ୍ଟର । କ୍ରିକେଟ୍ ପଡିଆରେ ଆପଣ ଅନେକ ରନ୍ ଆଉଟ୍ ଦେଖିଥିବେ । ହେଲେ ଏହି ରନ୍ ଆଉଟ୍ ଆପଣଙ୍କୁ ଅଧିକ ଆକର୍ଷିତ କରିବ ନିଶ୍ଚୟ ।Continue reading “ସିଡନୀ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ରକେଟ୍ ଥ୍ରୋ । ଦୁଇ ରନ୍ ନେବା ଲୋଭରେ ୱିକେଟ ହରାଇଲେ ଷ୍ଟିଭେନ୍ ସ୍ମିଥ୍ “
ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ ।
କନକ ବ୍ୟୁରୋ : ଏଲନ ମସ୍କ ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ୧୮୮.୫ ବିଲିୟନ ଡଲାର ସମ୍ପତି ସହିତ ଏଲନ ମସ୍କ ଏବେ ବିଶ୍ୱର ଧନୀ ତାଲିକାର ଶୀର୍ଷକୁ ଉଠିଛନ୍ତି । ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାର ସ୍ଥାନ ପାଇଛନ୍ତି । ଏଥିରେ ଶୀର୍ଷରେ ଏଲନ୍ ମସ୍କ, ଦ୍ୱିତୀୟ ସ୍ଥାନରେ ଜେଫ୍ ବେଜୋସ୍ ଅଛନ୍ତି । ଭାରତର ବିଲିଓନାର ବ୍ୟବସାୟୀ ମୁକେଶ ଅଂବାନୀ ଅଛନ୍ତି ୧୩ ତମContinue reading “ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ ।”
ଶେଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । ଭିିଡିଓ ଜାରି କରି ୱାଂଶିଟନ୍ ହିଂସାକୁ କଲେ ନିନ୍ଦା ।
କନକ ବ୍ୟୁରୋ: ବ୍ୟାପକ ହିଂସାକାଣ୍ଡ, କ୍ୟାପିଟାଲ ବିଲଡିଂକୁ କବଜା ଉଦ୍ୟମ ଭିତରେ ଆମେରିକାରେ ଦେଖା ଦେଇଥିବା ଅଶାନ୍ତି ସ୍ଥିତି ଏବେ ସାରା ବିଶ୍ୱରେ ଚର୍ଚାରେ ରହିଛି । ଏବେ ଭିତରେ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା କଂଗ୍ରେସରେ ଜୋ ବାଇଡେନଙ୍କ ବିଜୟ ଘୋଷଣାକୁ ଶେଷରେ ଗ୍ରହଣ କରିବା ସହିତ ନିଜ ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦ ତାରିଖରେ ଶେଷ ହୋଇଥାନ୍ତା ରାଷ୍ଟ୍ରପତି ଡୋନାଲ୍ଡContinue reading “ଶେଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । ଭିିଡିଓ ଜାରି କରି ୱାଂଶିଟନ୍ ହିଂସାକୁ କଲେ ନିନ୍ଦା । “
ଅଷ୍ଟମ ରାଉଣ୍ଡ ବୈଠକରେ ଚାଷୀ ନେତାଙ୍କୁ ବିକଳ୍ପ ମାଗିଲେ କେନ୍ଦ୍ର ସରକାର । ନୀରବ ରହିଲେ ଚାଷୀ ନେତା, ବିନା ଫଳାଫଳରେ ସରିଲା ବୈଠକ
କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିଥିଲା । ଏହି ବୈଠକରୁ କୌଣସି ନିର୍ଯ୍ୟାସ ବାହାରିପାରିନି । କହିବାକୁ ଗଲେ ଚାଷୀ ନେତାଙ୍କୁ ମନେଇବାରେ ପୁଣି ଥରେ ସରକାର ବିଫଳ ରହିଛନ୍ତି । ଚାଷୀ ସଂଗଠନ ଆଜି ସେହି ଗୋଟିଏ ଦାବି, କେନ୍ଦ୍ର ସରକାର ନୂଆ ଆଇନ ପ୍ରତ୍ୟାହାର କରନ୍ତି, ଏହି ଦାବିରେ ଅଟଳ ରହିଥିଲେ । ଜାନୁଆରୀ ୧୫ରେ ପୁଣି ଥରେ ହେବ ଆଲୋଚନା ।Continue reading “ଅଷ୍ଟମ ରାଉଣ୍ଡ ବୈଠକରେ ଚାଷୀ ନେତାଙ୍କୁ ବିକଳ୍ପ ମାଗିଲେ କେନ୍ଦ୍ର ସରକାର । ନୀରବ ରହିଲେ ଚାଷୀ ନେତା, ବିନା ଫଳାଫଳରେ ସରିଲା ବୈଠକ”
ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ହାଜର ହେଲେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଦେଶଦ୍ରୋହ ମାମଲାରେ ବାନ୍ଦ୍ରା ପୋଲିସ କଲା ପଚରାଉଚରା ।
କନକ ବ୍ୟୁରୋ : ବାନ୍ଦ୍ରା ପୁଲିସ ଥାନାରେ ହାଜର ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଭଉଣୀ ରଙ୍ଗୋଲୀ । ଦେଶଦ୍ରୋହ ମାମଲାରେ ଜେରା ପାଇଁ ଆଜି ଏମାନେ ଥାନାରେ ହାଜର ହୋଇଥିଲେ । ୱାଇ ଶ୍ରେଣୀ ସୁରକ୍ଷା ଭିତରେ କଙ୍ଗନା ଓ ରଙ୍ଗୋଲୀ ବାନ୍ଦ୍ରା ପୁଲିସ ଥାନାରେ ପହଁଚିଥଲେ । ପୂର୍ବରୁ ବାନ୍ଦ୍ରା ପୁଲିସ ଜେରା ପାଇଁ ୩ ଥର ସମନ ଦେଇଥିଲେ ସୁଦ୍ଧା ଏମାନେ ହାଜର ହୋଇନଥିଲେ । ଅନ୍ୟପଟେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥContinue reading “ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ହାଜର ହେଲେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଦେଶଦ୍ରୋହ ମାମଲାରେ ବାନ୍ଦ୍ରା ପୋଲିସ କଲା ପଚରାଉଚରା ।”
ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ୬ ରାଜ୍ୟକୁ ବ୍ୟାପିବା ପରେ ଅଣ୍ଡା, କୁକୁଡା ମାଂସ ସିଝାଇ ଖାଇବାକୁ ପରାମର୍ଶ ।
କନକ ବ୍ୟୁରୋ: ଓଡିଶାରେ ନାହିଁ ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୂଚନା । ବର୍ତ୍ତମାନ ସୁଦ୍ଧା ୧୨, ୧୫୮ ନମୂନା ପରୀକ୍ଷା ହୋଇସାରିଛି । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ବିଭିନ୍ନ ସ୍ଥାନର ପକ୍ଷୀଙ୍କ ସ୍ୱାବ ଉପରେ ନଜର ରଖାଯାଇଛି କୌଣସି ସ୍ଥିତିରେ ସମାଧାନ ପାଇଁ ସରକାର ତତ୍ପର । ତେବେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ । କୁକୁଡା ମାଂସ ଓContinue reading “ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ୬ ରାଜ୍ୟକୁ ବ୍ୟାପିବା ପରେ ଅଣ୍ଡା, କୁକୁଡା ମାଂସ ସିଝାଇ ଖାଇବାକୁ ପରାମର୍ଶ ।”
ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ମାହାଙ୍ଗା ମର୍ଡର କେସରେ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ ।
କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ । ଏହାସହ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେContinue reading “ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ମାହାଙ୍ଗା ମର୍ଡର କେସରେ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ ।”
‘ମଡର୍ନା’କୁ ବ୍ରିଟେନରେ ମଞ୍ଜୁରୀ । ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ମଞ୍ଜୁରୀ ପାଇଲା ‘ମଡର୍ନା’
କନକ ବ୍ୟୁରୋ : ମଡର୍ନା ଟିକାକୁ ନିଜ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଇଂଲଣ୍ଡ । ଫାଇଜର, ଅକ୍ସଫୋର୍ଡ ପରେ ବ୍ରିଟେନ୍ରେ ତୃତୀୟ କରୋନା ଟିକା ଭାବେ ମଡର୍ନାକୁ ଅନୁମତି ମିଳିଛି । କରୋନାର ନୂଆ ଷ୍ଟ୍ରେନ୍ ଇଂଲଣ୍ଡରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମଡର୍ନା ଟିକାର ୭୦ ଲକ୍ଷ ଡୋଜ୍ ଯୋଗାଇ ଦେବା ପାଇଁ ପୂର୍ବରୁ କଂପାନୀକୁ ଅର୍ଡର ଦେଇଥିଲେ ବ୍ରିିଟେନ୍ ସରକାର ।Continue reading “‘ମଡର୍ନା’କୁ ବ୍ରିଟେନରେ ମଞ୍ଜୁରୀ । ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ମଞ୍ଜୁରୀ ପାଇଲା ‘ମଡର୍ନା’”