ରାଜଧାନୀ ରାତିର କିଲର କାର । ସାମନାକୁ ଆସିଲା ଗାଡି ଧକ୍କାର ଛାତି ଥରା ଦୃଶ୍ୟ,ସିରଜ୍ ଦୁର୍ଘଟଣା ଘଟାଇ ୨ କିଲୋମିଟର ପର୍ଯନ୍ତ ସ୍କୁଟିକୁ ଘୋଷାଡି ନେଲେ କାର ଚାଳକ

କନକ ବ୍ୟୁରୋ : କିଟ ରୋଡ,ରଲଟି ଛକ । ଯମଦୂତ ଭଳି ମାଡି ମାଡି ଚାଲିଥାଏ କାର । ହୋଣ୍ଡା କାରଟିର ବେଗ ଦେଖି ବାଟ ଛାଡି ଦେଇଥିଲେ ରାସ୍ତାରେ ଯାଉଥିବା ଲୋକେ । ଯିଏ ଯୁଆଡେ ପାରିଲା ଛିନଛତ୍ର ହୋଇ ଦୌଡୁଥିଲେ । ରାଜଧାନୀରେ ଆତଙ୍କ ଖେଳାଇଥିବା ଏହି ରକ୍ତମୁଖା କାରଟି ୟୁପି ଆରଟିଓ ରେଜିଷ୍ଟ୍ରେସନ ରହିଥିଲା । ୟୁପିର ଗାଡି ନଂ UP-80-DW 4806 । ଗାଡି ଭିତରେ ବସିଥିଲେ ଜଣେ ପାଖାପାଖି ୫୦ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ଘଟାଇ ଏକାଧିକ ଲୋକଙ୍କୁ ଲହୁ ଲୁହାଣ କରିବା ପରେ, କାର ଆଗରେ ପଡିଥିବା ସ୍କୁଟିକୁ କାର ସହିତ ଘୋଷାଡି ନେଇଥିଲେ । ସ୍କୁଟିକୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଘେଷାଡି ନେଇଥିଲା । ଗାଡିଟି ଏତେ ଜୋରରେ ଯାଉଥିଲା ଯେ, ସ୍କୁଟିଟି ପିଚୁ ରାସ୍ତାରେ ଘଷି ହୋଇ ନିଆଁ ବାହାରି ଥିଲା । ହେଲେ, ଅଟକି ନଥିଲେ ଚାଳକ । ତେବେ ରାସ୍ତାରେ ସ୍ପିଡ ବ୍ରେକ ନଥିବାରୁ ଗାଡିଟି, ବିନା ବାଧାରେ ଦୀର୍ଘ ୨କିଲୋମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାଡି ନେଇଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ଗାଡି ଦୁର୍ଘଟଣା ଯୋଗୁଁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଥିବା ଏହି ବରିଷ୍ଠ ନାଗରିକ ଏବେ ଶଯ୍ୟାଶାୟୀ । ନାଁ କଣ୍ଡୁରୀ ଚରଣ ସ୍ୱାଇଁ । ଭଲରେ କଥା କହି ପାରୁ ନାହାଁନ୍ତି । କାରଟି ହାଠାତ ପଛ ପଟରୁ ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅଂଟା, ପିଠି, କାନ୍ଧରେ ଗଭୀର ଆଘାତ ଲାଗିବା ସହ ଆଖି ମାଡ ହୋଇ କଳା ପଡି ଯାଇଛି । କିଛି ଖାଇଲେ ବାନ୍ତି ହୋଇ ଯାଉଛି । ସିଟିସ୍କାନ କରାଇ ବିଛଣାରେ ପଡି ରହିଛନ୍ତି ଏହି ବ୍ୟକ୍ତି ଜଣକ । କେବଳ ଏହି ଜଣେ ନୁହଁନ୍ତି କିଲର କାରରେ ଆହୁରି ବ୍ୟକ୍ତି ବିଶେଷ ମଧ୍ୟ ହସ୍ପିଟାଲ ବେଡରେ ଥିବା ସେ କହିଛନ୍ତି ।

ଦୁର୍ଘଟଣା ଘଟାଇ ଥିବା କିଲର କାରକୁ ପୁଲିସ ଜବତ କରିଛି । ଏବଂ କାର ଭିତରେ ଥିବା ବ୍ୟକ୍ତିଙ୍କୁ ଇନଫେସିଟି ଥାନା ପୁଲିସ ପଚରା ଉଚରା କରୁଛି । ଦୁଇ ଦିନ ତଳେ ଜାଗମରା ନୂଆରୋଡରେ ଖଣ୍ଡା ବୁଲିଥିଲା, ବୁଧବାର ରାତିରେ କିଟ୍ ରୋଡରେ ଆତଙ୍କ ଖେଳାଉଲା କିଲର କାର । ପ୍ରଶ୍ନ ଉଠୁଛି
– ରାଜଧାନୀ ରାଜରାସ୍ତାରେ ଚାଲିଛି କଣ?
– କୁଆଡେ ଗଲା ପୋଲିସର ପାଟ୍ରୋଲିଙ୍ଗ ବ୍ୟବସ୍ଥା?

The post ରାଜଧାନୀ ରାତିର କିଲର କାର । ସାମନାକୁ ଆସିଲା ଗାଡି ଧକ୍କାର ଛାତି ଥରା ଦୃଶ୍ୟ,ସିରଜ୍ ଦୁର୍ଘଟଣା ଘଟାଇ ୨ କିଲୋମିଟର ପର୍ଯନ୍ତ ସ୍କୁଟିକୁ ଘୋଷାଡି ନେଲେ କାର ଚାଳକ first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଅନଲାଇନ୍ ଆବେଦନ କରିବେ ଆଶାୟୀ, ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟିର ନିଷ୍ପତ୍ତି

କନକ ବ୍ୟୁରୋ : କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ନେତାଙ୍କ ଚାରିପାଖେ ବୁଲି କିମ୍ବା ଲବି କରି ଟିକେଟ ଆଶା ରଖିଲେ ମିଳିନପାରେ କଂଗ୍ରେସ ଟିକେଟ । କାରଣ ଟିକେଟ ବଂଟନରେ ସ୍ୱଛତା ଆଣିବା ପାଇଁ ଏଆଇସିସି ସ୍କ୍ରିନିଂ କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛିି । ଖୁବଶୀଘ୍ର ଟିକେଟ୍ ପାଇଁ ଆବେଦନ କରିବାକୁ କଂଗ୍ରେସ ସ୍ୱତନ୍ତ୍ର ଲିଙ୍କ ସାର୍ବଜନୀନ କରିବ । ଆଶାୟୀ ପ୍ରାର୍ଥୀମାନେ ସେହି ଲିଙ୍କରେ ଆବେଦନ କରିବେ । ନିଜର ସମସ୍ତ ଉପଲବ୍ଧି ଓ ସଂଗଠନର କାର୍ଯ୍ୟ ବିଷୟରେ ସେହି ଲିଙ୍କରେ ତଥ୍ୟ ଦେବେ ଆବେଦନକାରୀ । ଆଶାୟୀଙ୍କୁ ନେଇ କଂଗ୍ରେସର ସର୍ଭେ ଟିମ୍ ରିପୋର୍ଟ ଦେବ ।

ନିର୍ବାଚନ ପୂର୍ବରୁ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ସେଥିପାଇଁ ଦିଲ୍ଲୀରୁ ଏଆଇସିସି ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମଧୁସୂଧନ ମିସ୍ତ୍ରୀ, ତାଙ୍କ ଟିମ୍ ପିସିସି ପ୍ରଭାରୀ ଓ ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିଛନ୍ତି । ଆଗୁଆ ଟିକେଟ୍ ବାଂଟିବା ପାଇଁ ଆଜି ରାଜ୍ୟ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା । ନିଷ୍ପତି ଅନୁସାରେ, ଗୋଟିଏ ଆସନରେ ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀଙ୍କୁ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ୍ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ ।

ଏସବୁ ଭିତରେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ ଦୀର୍ଘ ଦିନ ପରେ, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଆସୁଛନ୍ତି । ୬ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ ବୀରମିତ୍ରପୁରରେ ତାଙ୍କୁ ଭବ୍ୟ ସ୍ୱାଗତ ଦେବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ରାଉରକେଲା, ସୁନ୍ଦରଗଡ ଓ ଝାରସୁଗୁଡରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଉ ରାହୁଲଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ଶିବିର ।

The post କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଅନଲାଇନ୍ ଆବେଦନ କରିବେ ଆଶାୟୀ, ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟିର ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି । ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୫୨ ହଜାର କୋଟି ଟଙ୍କା, ଓଡିଶାକୁ ମିଳିଲା ୧୦ ହଜାର ୫୩୬ କୋଟି

କନକ ବ୍ୟୁରୋ : ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି ଟଙ୍କା ଦିଆଯାଇଛି । ସେଥିମଧ୍ୟରୁ ଓଡିଶାକୁ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କା । ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୈନିକ ଓଡିଶାରେ ୪୩୭ କିଲୋମିଟର ରେଳ ଲାଇନ୍ କାର୍ଯ୍ୟ ହେଉଛି । ରାଜ୍ୟ ସରକାର ଜମି ସଠିକ୍ ସମୟରେ ଯୋଗାଇଦେଲେ ଏକାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଗକୁ ବନ୍ଦେ ମେଟ୍ରୋ ଟ୍ରେନ- କଟକ, ଭୁବନେଶ୍ୱ. ପୁରୀ ପାଇଁ ଯୋଜନା ହେଉଛି । ପରବର୍ତି ସମୟରେ ଅନ୍ୟ ସହରକୁ ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

The post ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି । ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୫୨ ହଜାର କୋଟି ଟଙ୍କା, ଓଡିଶାକୁ ମିଳିଲା ୧୦ ହଜାର ୫୩୬ କୋଟି first appeared on Kanak News.

from Kanak News
via <a href="https://ifttt.com/?

ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ହାତ ମାରିଲେ ନାହିଁ ନିର୍ମଳା ସୀତାରମଣ । ଅପରିବର୍ତିତ ରହିଲା ଆୟକର ଛାଡ଼ ସୀମା, ନିରାଶ ହେଲେ ମଧ୍ୟବିତ

କନକ ବ୍ୟୁରୋ : ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ବର୍ଷ ହୋଇଥିବାରୁ ମଧ୍ୟବିତମାନଙ୍କୁ ଖୁସି କରିବା ପାଇଁ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଆୟକର ଛାଡ଼ ସୀମା ବଢ଼ାଇବେ ବୋଲି ଅନେକ ଆଶା କରିଥିଲେ । କିନ୍ତୁ ଏହାକୁ ଅପରିବର୍ତିତ ରଖିଛନ୍ତି ନିର୍ମଳା ସୀତାରମଣ । ପୂର୍ବ ଆର୍ଥିକ ବର୍ଷରେ ଯେଉଁ ବ୍ୟବସ୍ଥା ଥିଲା, ତାହା ଜାରି ରହିବ । ଅର୍ଥାତ ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ ଆସିବା ପର୍ଯ୍ୟନ୍ତ ଉଭୟ ନୂଆ ଓ ପୁରୁଣା ଆୟକର ବ୍ୟବସ୍ଥା ବଳବତର ରହିବ । ନୂଆ ବ୍ୟବସ୍ଥା ଅନୁସାରେ –
ଆୟକର ଛାଡ଼ ସୀମା ଅପରିବର୍ତ୍ତିତ
୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ନାହିଁ
୩ ଲକ୍ଷ – ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%
୬ ଲକ୍ଷରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦%
୯ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫%
୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦%
୧୫ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦%
ଏହା ସହ ନିୟମ ମୁତାବକ ବିଭିନ୍ନ ସରଚାର୍ଜ ଦେବାକୁ ହେବ ।
ସେହିପରି ଆୟକର
ନୂଆ ବ୍ୟବସ୍ଥାରେ ଟିକସ ରିହାତି ରହିଛି ୨୫ ହଜାର ଟଙ୍କା
ଅର୍ଥାତ୍ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟିକସ ନାହିଁ
ସେହିପରି ଷ୍ଟାଣ୍ଡାର୍ଡ ଡିଡକ୍ସନ ରହିଛି ୫୦ ହଜାର ଟଙ୍କା
ବେତନଭୋଗୀ ଏବଂ ପେନସନଧାରୀ ସାଢ଼େ ୭ ଲକ୍ଷ ଆୟ କରୁଥିଲେ ଟିକସ ପଡିବ ନାହିଁ

The post ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ହାତ ମାରିଲେ ନାହିଁ ନିର୍ମଳା ସୀତାରମଣ । ଅପରିବର୍ତିତ ରହିଲା ଆୟକର ଛାଡ଼ ସୀମା, ନିରାଶ ହେଲେ ମଧ୍ୟବିତ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଗରିବ, ମହିଳା, କୃଷକ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱ

କନକ ବ୍ୟୁରୋ : ୫୭ ମିନିଟର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଆମ ସରକାରଙ୍କ ୪ଟି ଜାତି । ଗରିବ, ମହିଳା, ଚାଷୀ ଓ ଯୁବବର୍ଗ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ବଜେଟ୍ରେ ମୋଟାମୋଟି ଏହି ୪ ବର୍ଗକୁ ଫୋକସ କରାଯାଇଛି ।
ଗରିବ
– ୩କୋଟି ଗରିବଙ୍କ ମୁଣ୍ଡ ଉପରେ ଛାତ ନିର୍ମାଣ ସରିଛି, ଆଗାମୀ ୫ ବର୍ଷରେ ଆଉ ୨ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଲକ୍ଷ୍ୟ
– ୧ କୋଟି ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇ ମାସିକ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଯୋଗାଇ ଦିଆଯିବ
ମହିଳା
– ଏସ୍ଏଚ୍ଜି ଜରିଆରେ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି, ଏହାକୁ ୩ କୋଟି କରିବାକୁ ଲକ୍ଷ୍ୟ
– ସର୍ଭିକାଲ କ୍ୟାନ୍ସରରୁ ସୁରକ୍ଷା ପାଇଁ ୯ରୁ ୧୪ ବର୍ଷର ଝିଅଙ୍କ ମାଗଣାରେ ହେବ ଟିକାକରଣ
– ‘ଆୟୁଷ୍ମାନ’ ଯୋଜନାରେ ସାମିଲ ହେବେ ସମସ୍ତ ଆଶାକର୍ମୀ, ଆଙ୍ଗନବାଡି ଦିଦି ଓ ସହାୟିକା
ଚାଷୀ
– ଭାରତ ବିଶ୍ୱର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ, ଆଗକୁ ଉତ୍ପାଦକତା ବୃଦ୍ଧି ନେଇ ପଦକ୍ଷେପ ନିଆଯିବ
– ମତ୍ସ୍ୟ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ଅଲଗା ବିଭାଗ, ମତ୍ସ୍ୟ ସଂପଦ ଯୋଜନାରେ ୫୫ ଲକ୍ଷ ନୂଆ ରୋଜଗାର ସୃଷ୍ଟି
– ନାନୋ ୟୁରିଆକୁ ଚାଷୀ ଆପଣାଇଛନ୍ତି, ନାନୋ ଡିଏପିର ପ୍ରୟୋଗ ପାଇଁ ପ୍ରୋତ୍ସାହିତ କରାଯିବ
ଯୁବବର୍ଗ
– ଦେଶରେ ୩ ହଜାର ନୂଆ ଆଇଟିଆଇ ଅନୁଷ୍ଠାନ ଖୋଲି, ୫୪ ଲକ୍ଷ ଯୁବକ, ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ
– ୫୦ ବର୍ଷ ପାଇଁ ୧ ଲକ୍ଷ କୋଟିର କର୍ପସ ପାଣ୍ଠି ହେବ, ଟେକ୍ନୋସାଭି ଯୁବବର୍ଗଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ
ପ୍ରଧାନମନ୍ତ୍ରୀ କହିଛନ୍ତି ବଜେଟ୍ରେ ବିକଶିତ ଭାରତର ୪ଟି ସ୍ତମ୍ବକୁ ଗୁରୁତ୍ୱ ଦିଆଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ।

ଭିତ୍ତିଭୂମି ବିକାଶକୁ ଦୃଷ୍ଟିରେ ରଖି ମୋଦୀ ସରକାର ପୁଞ୍ଜି ଖର୍ଚ୍ଚ ୧୧.୧ ଲକ୍ଷ କୋଟି କରିଛନ୍ତି ।
ଭିତ୍ତିଭୂମି ବିକାଶ ଲକ୍ଷ୍ୟ
– ବିମାନ ବନ୍ଦର ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି
– ୧୦୦୦ ନୂଆ ବିମାନ କିଣିବାକୁ ଅର୍ଡର କରିଛନ୍ତି ବିମାନ କମ୍ପାନି
– ୩ଟି ନୂଆ ରେଳ କରିଡର ଆରମ୍ଭ ହେବ
– ବନ୍ଦେ ଭାରତ ଏକ୍ସପ୍ରେସ୍ ବଗିରେ ହେବ ୪୦ ହଜାର ସାଧାରଣ ବଗି
– ଅଧିକ ମେଡିକାଲ କଲେଜ ଖୋଲାଯିବ, ଏଥିପାଇଁ ଗଠନ ହେବ କମିଟି

କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ମଳାଙ୍କ ବଜେଟରେ ଆଗାମୀ ଦିନର ରୋଡ୍ମ୍ୟାପ ପ୍ରତିଫଳିତ ହେଉଛି । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ପାଇଁ ବଜେଟ୍ରେ କିଛି ନଥିବା କହି ସମାଲୋଚନା କରିଛି କଂଗ୍ରେସ ।

ଦେଶର ଅର୍ଥ ବ୍ୟବସ୍ଥାକୁ ଗତି ଦେବା ସହ ବିତ୍ତିୟ ନିୟଂଟକୁ କମ୍ କରିବା ପାଇଁ ବଜେଟରେ ପ୍ରୟାସ କରାଯାଇଛି । ନିର୍ବାଚନୀ ବର୍ଷ ହୋଇଥିଲେ ମଧ୍ୟ କୌଣସି ବଡ ଘୋଷଣା କରିନାହାନ୍ତି ଅର୍ଥମନ୍ତ୍ରୀ । ବରଂ କହିଛନ୍ତି ପୁଣିଥରେ ସରକାରକୁ ଆସିବା ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୋଦୀ ସରକାର ।

The post ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଗରିବ, ମହିଳା, କୃଷକ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱ first appeared on Kanak News.

from Kanak News
via <a href="https://ifttt.com/?

କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ

କନକ ବ୍ୟୁରୋ : କଟକରେ ଆଉ ଏକ ମିନି ବାଲିଯାତ୍ରା। ସଂନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ। ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବାରବାଟୀ ଶିଶିର ମେଳାରେ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି। କିଣାକିଣି ସାଙ୍ଗକୁ ଖାଦ୍ୟପେୟ ଏବଂ ସାଂସ୍କୁତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଛି। ବାରବାଟୀ ଶିଶିର ମେଳା କମିଟି ପକ୍ଷରୁ ଆୟୋଜିତ ଏହି ମେଳାରେ ହସ୍ତତନ୍ତ ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୀ ହେଉଛି। ସେହିପରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ସେଲ୍ଫି ପଏଣ୍ଟ, ଦୋଳି ଏବଂ ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ସେପଟେ ଐତିହାସିକ ବାଲିଯାତ୍ରା ପରେ ଏହି ମେଳା ବ୍ୟବସାୟିଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି। ନିଜ ଉତ୍ପାଦିତ ସାମଗ୍ରୀକୁ ଏହି ମେଳାରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ରୋଜଗାରର ଏକ ସୁଯୋଗ ସ୍ୃଷ୍ଟି କରିଛି । ପୁରୀର ପ୍ରସିଦ୍ଧ ଚାନ୍ଦୁଆ ଠାରୁ ଆରମ୍ଭ କରି କନ୍ଧମାଳ ହଳଦୀ ଏବଂ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର ଷ୍ଟଲ ନିକଟରେ ଲୋକଙ୍କ ଭିଡ ଲାଗୁଛି । ସେହିପରି ନାଗପୁରର ବିରଳ ବ୍ଲାକ୍ କିସମିସ୍ ଷ୍ଟଲ ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ଟେଡି କିଣିବାକୁ ଗ୍ରାହକ ପସନ୍ଦ କରୁଛନ୍ତି ।

ଜମୁଛି ବାରବାଟୀ ଶିଶିର ମେଳା। ଶୀତୁଆ ସଂନ୍ଧ୍ୟାରେ ମନ ମୋହୁଛି ମନୋରମ ପରିବେଶ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

The post କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ first appeared on Kanak News.

from Kanak News
via <a href="https://ifttt.com/?

ଧାନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ବର୍ଷା ଅଭାବ ସହ ଜଳସେଚନର ସମସ୍ୟା, ରାୟଗଡା ଜିଲ୍ଲାରେ ଅଚଳ ପ୍ରକଳ୍ପ ଯୋଗୁ ପଡୁଛି ପ୍ରଭାବ

କନକ ବ୍ୟୁରୋ : ଜଳସେଚନ ସୁବିଧା ନଥିବାରୁ ହୋଇପାରୁନି ଚାଷ କାର୍ଯ୍ୟ । ଜମିକୁ ଜଳ ଯୋଗାଣ ପାଇଁ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହେବାର କିଛି ଦିନ ପରେ ଅଚଳ ହୋଇଯାଉଛି । ପାଣି ଅଭାବରୁ ରାୟଗଡା ଜିଲ୍ଲାରେ ଧାନ ଚାଷ ପ୍ରାୟତଃ ପ୍ରଭାବିତ ହେଉଛି । ତେଣୁ ଚଳିତବର୍ଷ ଚାଷୀମାନେ ଧାନ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଧାନ ବଦଳରେ ଅଣଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ରାୟଗଡ଼ା ଜିଲ୍ଲାରେ ଅଧାରୁ ଅଧିକ ଉଠା ଜଳସେଚନ ପ୍ରକଳ୍ପ ଭାଙ୍ଗି ଯାଇଛି । ମୋଟ୍ ୩୭୦ଟି ନଳକୂପରୁ ୯୯ଟି ଅଚଳ । ୧୭୦ଟି ଲିଫ୍ଟ ପଏଂଟ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିରହିଛି । ସେପଟେ ଚିରସ୍ରୋତା ନଦୀ ନାଗାବଳୀ ଓ ଝଞ୍ଜାବତି ସହ କେନାଲ ଗୁଡିକ ଶୁଖି ଯାଇଛି । ଫଳରେ ଶତାଧିକ ହେକ୍ଟର ଜମି ପଡିଆ ପଡିଥିବା ଦେଖିବାକୁ ମିଳୁଛି । ପ୍ରାୟ ୧ ଲକ୍ଷ ୪୩ ହଜାର ୩୨୪ ହେକ୍ଟର ଚାଷ ଜମି ପଡିଆ ପଡିଛି । ଯେଉଁ ଜମିରେ ଚାଷ ହେଉଛି, ଚାଷୀ, କପା ଓ ଶସ୍ୟ ଜାତୀୟ ଚାଷ କରିବା ପାଇଁ ପସନ୍ଦ କରୁଛନ୍ତି । ସେପଟେ ରାୟଗଡା ଜିଲ୍ଲାରେ ଧାନ ଚାଷ କମିବା କଥାକୁ ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

The post ଧାନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ବର୍ଷା ଅଭାବ ସହ ଜଳସେଚନର ସମସ୍ୟା, ରାୟଗଡା ଜିଲ୍ଲାରେ ଅଚଳ ପ୍ରକଳ୍ପ ଯୋଗୁ ପଡୁଛି ପ୍ରଭାବ first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାକଡରେ ଭଙ୍ଗାରୁଜା ପାଲଟଣା ଘରେ ବିତୁଛି ଜୀବନ । କୋରାପୁଟ ଲମତାପୁଟ ଅଂଚଳର ବେସାହାରା ବୃଦ୍ଧା ଗୁରୁବାରୀ

କନକ ବ୍ୟୁରୋ : ବୟସର ଅପରାହ୍ନରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ପାଖରେ ନିଜର ବୋଲି କେହି ନାହିଁ । ଭଙ୍ଗା ଦଦରା ଘର । ସେଥିରେ ବି ଛିଣ୍ଡା ଜରିପାଲ ଘେରାଯାଇଛି । ପେଟକୁ ମୁଠାଏ ଖାଇବା ଯୋଗାଡ କରିବାକୁ ବି ସେ ସକ୍ଷମ ନୁହଁନ୍ତି । ତଥାପି ଜୀବନ ଜୀଇଁବାର ଜାରି ରଖିଛନ୍ତି ସଂଘର୍ଷ । ଏ ହେଉଛନ୍ତି କୋରାପୁଟ ଲମତାପୁଟ ଅଂଚଳର ଗୁରୁବାରୀ । କୋରାପୁଟ ଜ଼ିଲ୍ଲା ଲମତାପୁଟ ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଲମତାପୁଟ ଜୟପୁର ମୁଖ୍ୟ ରାସ୍ତା କଡରେ ଏହି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ବେସାହାରା ଗୁରୁବାରୀଙ୍କୁ ସାହାରା ଦେବାକୁ କେହି ନାହିଁ । ଦିନରେ ଖରା ଆଉ ରାତିରେ ତାରା ଦେଖାଯାଉଛି । ହେଲେ ଘର ଖଣ୍ଡିଏ ବି ମିଳିପାରିନି ତାଙ୍କୁ । ସରକାରଙ୍କ ପକ୍ଷରୁ ଗଣ୍ଡାଏ ଚାଉଳ ମିଳୁଥିଲା ତାହା ବି ଏବେ ବନ୍ଦ ହୋଇଯାଇଛି । ଖରା ବର୍ଷା କାକରରେ ଜୀବନ ବିତାଉଥିବା ଗୁରୁବାରୀ ଏବେ କିଛି ସହାୟତା ଆଶାରେ ଚାହିଁ ବସିଛନ୍ତି ।

ଝାଟିମାଟି ଘର ଆଉ ଜରିପାଲ ତଳେ ଜୀବନ ବଂଚୁଥିବା ଗୁରୁବାରୀ ଅସହାୟ ହୋଇପଡିଛନ୍ତି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାକୁ ବଳ ନାହିଁ । ହେଲେ ବି ବଂଚିବାର ସଂଘର୍ଷ ଜାରି ରଖିଛନ୍ତି । ସେପଟେ ଗୁରୁବାରୀ ଙ୍କୁ ଗୋଟେ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଖୁବଶୀଘ୍ର ତାଙ୍କୁ ଘର ସହ କିଛି ସହାୟତା ଯୋଗାଇବାକୁ ମଧ୍ୟ ମିଳିଛି ପ୍ରତିଶ୍ରୁତି ।

ସମସ୍ୟା ଘେରରେ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧା ଗୁରୁବାରୀଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ବୃଦ୍ଧ ଜଣକ ଆଉ କିଛି ଦିନ ସ୍ୱଚ୍ଛଳରେ ବଂଚିପାରିବେ   ।

The post ରାସ୍ତାକଡରେ ଭଙ୍ଗାରୁଜା ପାଲଟଣା ଘରେ ବିତୁଛି ଜୀବନ । କୋରାପୁଟ ଲମତାପୁଟ ଅଂଚଳର ବେସାହାରା ବୃଦ୍ଧା ଗୁରୁବାରୀ first appeared on Kanak News.

from Kanak News
via <a href="https://ifttt.com/?

ନିଶ୍ଚିତକୋଇଲି ନଇଁଗୁଅଁ ଦାଉଦପୁର ସରକାରୀ ସ୍କୁଲରେ ଅବ୍ୟବସ୍ଥା । ବିଦ୍ୟାଳୟରେ ଅଛି ସ୍ମାର୍ଟ ଶ୍ରେଣୀ ଗୃହ, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ

କନକ ବ୍ୟୁରୋ : ବିଦ୍ୟାଳୟ ଅଛି । ହେଲେ ମିଳିପାରୁନି ସଠିକ୍ ଶିକ୍ଷାଦାନ । ୩ଟି ଶ୍ରେଣୀରେ ୧୭୦ ପିଲା ପାଠ ପଢୁଛନ୍ତି ହେଲେ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ । ୧୨ ଜଣ ଶିକ୍ଷକ ଥିଲେ ହେଲେ ଜଣକ ପରେ ଜଣେ ଅବସର ନେଇ ସାରିଲେଣି । ତାପରେ ବି କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି । ସ୍କୁଲରେ ସଂସ୍କୃତରୁ ନେଇ ଇଂରାଜୀ ଓ ସାହିତ୍ୟ ଆଦି ସମସ୍ତ ବିଷୟର ଶିକ୍ଷକ ଅଭାବ ରହିଛନ୍ତି । ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା । ପିଲାଙ୍କ ପଢା ବି ଶେଷ ହୋଇନି କି ପିଲ।।ମାନେ ପଢା ବିଷୟର କିଛି ଜାଣିନାହାନ୍ତି । ଶିକ୍ଷକ ଅଭାବରୁ ପିଲାମାନେ କୌଣସି ପାଠ ପଢି ପାରୁନଥିବାରୁ ବାରମ୍ବାର ଅଭିଯାଗ କରିଛନ୍ତି । ହେଲେ ଶିକ୍ଷକ ନିଯୁକ୍ତି ତ ଦୂର କଥା ବିଦ୍ୟାଳୟର କୌଣସି ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

ବିଦ୍ୟାୟର ସ୍କାର୍ଟ କ୍ଲାସରୁମ୍ । ପରିବେଶ ମଧ୍ୟ ଭଲ । ହେଲେ କିଛି କର୍ମଚାରୀଙ୍କଠାରୁ ନେଇ ଶିକ୍ଷକ ଅଭାବ ଯୋଗୁ ଅସନ୍ତୋଷ ବଢିଚାଲିଛି । ଯେଉଁ ଅତିଥି ଶିକ୍ଷକ ରହିଛନ୍ତି ତାଙ୍କ ଶିକ୍ଷା ସମୁଦ୍ରକୁ ଶଙ୍ଖେ ଭଳି । ପ୍ରଧାନ ଶିକ୍ଷକ ମଧ୍ୟ ତାଙ୍କ କାମ ସହିତ ପାଠ ପଢାରୁ ନେଇ କିରାଣୀ ନଥିବାରୁ ସହି କାମ ବି ତୁଲାଉଛନ୍ତି । ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇନି । ଖୁବଶିଘ୍ର ସମଧାନ ନ କରିଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦିଆଯାଇଛି ।

ବିଦ୍ୟାଳୟ ସମସ୍ୟା ପ୍ରତି ଜିଲ୍ଲା ଶିକ୍ଷାଧିକାରୀଙ୍କ ମଧ୍ୟ ଗୁରୁତ୍ୱ ନାହିଁ । ଏଥିପ୍ରତି ଖୁବଶୀଘ ଗୁରୁତ୍ୱ ଦିଆଯାଇ ଶିକ୍ଷକ ନିଯୁକ୍ତ କରିବାକୁ ଦାବି ହୋଇଛି । ନଚେତ୍ ଆଗକୁ ଆନ୍ଦୋଳନର ଚେତବାନୀ ଦେଇଛନ୍ତି ଅଭିଭାବକ ।

The post ନିଶ୍ଚିତକୋଇଲି ନଇଁଗୁଅଁ ଦାଉଦପୁର ସରକାରୀ ସ୍କୁଲରେ ଅବ୍ୟବସ୍ଥା । ବିଦ୍ୟାଳୟରେ ଅଛି ସ୍ମାର୍ଟ ଶ୍ରେଣୀ ଗୃହ, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ first appeared on Kanak News.

from Kanak News
via <a href="https://ifttt.com/?

ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ଅବ୍ୟବସ୍ଥା । ଗମନା ଗମନ ସମସ୍ୟା ଯୋଗୁ କେନାଲର ଛାତିଏ ପାଣିରେ ଗଲା ମୃତଦେହ

କନକ ବ୍ୟୁରୋ : ଛାତିଏ ପାଣିରେ ଗଲା ମୃତଦେହ । ରାସ୍ତା ନଥିବାରୁ ଏହିଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ନାଁ ଅଛି ଭଲ ରାସ୍ତା, ନାଁ ଅଛି ବ୍ରିଜ୍ । ଗମନାଗମନା ସମସ୍ୟା ଭିତରେ ବଳି ପଡୁଛନ୍ତି ଲୋକେ । ପଂଚାୟତର ନୂଆ ବେତଣ୍ଡା ୨୧ ନମ୍ବର ୱାର୍ଡର ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମୃତଦେହ ନେବାକୁ ସମସ୍ୟା ଉପୁଜିଥିଲା । ରାସ୍ତାନଥିବାରୁ କେନାଲରେ ଛାତିଏ ପାଣି ଭିତରେ ପଶି ମୃତଦେହ ନେଇ ଶ୍ମଶାନ ଯାଇଥିଲେ ପରିବାର ଲୋକ । ଏହି ସମସ୍ୟା ଆଜିର ନୁହେଁ । ପଂଚାୟତର ନୂଆବେତଣ୍ଡା ଗାଁର ୪୦ ଟି ପରିବାର ସବୁବେଳେ ଏହିଭଳି ସମସ୍ୟା ଭୋଗୁଛନ୍ତି । ଏପର୍ଯ୍ୟନ୍ତ ସେଠାରେ ଭଲ ରାସ୍ତାଟିଏ ତିଆରି ହୋଇନଥିବା ବେଳେ କାକଟପୁର ବ୍ରାଂଚ କେନାଲ ଉପରେ ବ୍ରିଜଟିଏ ବି ତିଆରି ହୋଇପାରିନି । ବର୍ଷ ବର୍ଷ ଧରି ଲାଗିଥିବା ଏହି ସମସ୍ୟା ନେଇ ଅଭିଯୋଗ ହୋଇଥିଲେ ବି ନା ଶୁଣୁଛନ୍ତି ନେତା , ନା ଶୁଣୁଛି ପ୍ରଶାସନ । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଲୋକ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ।

The post ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ଅବ୍ୟବସ୍ଥା । ଗମନା ଗମନ ସମସ୍ୟା ଯୋଗୁ କେନାଲର ଛାତିଏ ପାଣିରେ ଗଲା ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started