ମହୁମାଛିଙ୍କ ଆକ୍ରମଣରେ ୬୪ ପେଙ୍ଗୁଇନ ମୃତ, କାରଣ ଜାଣି ବୈଜ୍ଞାନିକ ବି ଚକିତ

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଯାହାର କାରଣ ଜାଣିବା ପରେ ସେଠିକାର ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣାପଡିନଥିବା ଏକ କାରଣରୁ ମହୁମାଛିମାନେ ରାଗରେ ୬୪ ଟି ଆଫ୍ରିକୀୟ ପେଙ୍ଗୁଇନଙ୍କୁ ହତ୍ୟା କରିଛନ୍ତି । ଯାହାକୁ ନେଇ ପେଙ୍ଗୁଇନ ପ୍ରଜାତି ଏବେ ବିପଦରେ ପଡିଛନ୍ତି । ସୂଚନା ମୁତାବକ ମହୁମାଛିମାନେ କୌଣସି କାରଣରୁ ରାଗିଯାଇ ପେଙ୍ଗୁଇନ ମାନଙ୍କର ଆଖିକୁ ଆକ୍ରମଣ କରିଥିଲେ । ମହୁମାଛିମାନେ ପେଙ୍ଗୁଇନମାନଙ୍କ ଆଖିରେ ଥଣ୍ଟମାରି ସେଠାରେ ବିଷ ଛାଡିଦେଇଥିଲେ । ଏହା ଫଳରେ ୬୪ ଟି ସୁନ୍ଦର ପେଙ୍ଗୁଇନଙ୍କର ମୃତ୍ୟୁ ହୋଇଛି । ପକ୍ଷୀ ବିଶେଷଜ୍ଞଙ୍କ ସୂଚନା ମୁତାବକ ମୃତ୍ୟୁ ହୋଇଥିବା ପେଙ୍ଗୁଇନ ପ୍ରଜାତିର ଏବେ ବିଶ୍ୱରେ ମାତ୍ର ୪୨ ହଜାର ପେଙ୍ଗୁଇନ ଅଛନ୍ତି ।

ଆଫ୍ରିକାନ ବୈଜ୍ଞାନିକମାନଙ୍କ ଭାଷାରେ ପେଙ୍ଗୁଇନକୁ ସ୍ଫେନିସସ୍ ଡେମେରସସ୍ କୁହାଯାଇଥାଏ । ଯେଉଁ ମହୁମାଛି ମାନେ ପେଙ୍ଗୁଇନମାନଙ୍କୁ ମାରିଛନ୍ତି ସେମାନଙ୍କୁ ବିଜ୍ଞାନ ଭାଷାରେ କେପ୍ ହନି ବୋଲି କୁହାଯାଇଥାଏ । ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ପାର୍କ ଅର୍ଗାନାଇଜେସନର ରେଞ୍ଜର୍ସ କ୍ୟାପ ଟାଉନ ପାଖ ଟେବଲ ପାହଡ ନିକଟରେ ୬୪ ଟି ପେଙ୍ଗୁଇନ ମରି ପଡିଥିବାର ଦେଖିବାକୁ ପାଇଥିଲେ । ଏହି ନ୍ୟାସନାଲ ପାର୍କରେ ପେଙ୍ଗୁଇନ ମାନଙ୍କୁ ସଂରକ୍ଷିତ କରି ରଖାଯାଇଥାଏ । ପେଙ୍ଗୁଇନର ଏହି ପ୍ରଜାତି ଇଣ୍ଟରନ୍ୟାସନାଲ ୟୁନିୟନ ଫର କଞ୍ଜରଭେସନ ଅଫ୍ ନେଚରରେ ଲାଲ୍ ସୂଚୀରେ ରହିଛନ୍ତି ।

ସାନପାର୍କ ନିଜର ଫେସବୁକ ପେଜରେ ଏକ ପୋଷ୍ଟ କରିଛି ଓ ଲେଖିଛି କି ପେଙ୍ଗୁଇନମାନେ ଗୁରୁବାର ଅପରାହ୍ନ କିମ୍ବା ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଛନ୍ତି । ମୃତ ପେଙ୍ଗୁଇନ ମାନଙ୍କ ଶରୀରରେ କୌଣସି ଆଘାତର ଦାଗ ନାହିଁ । ହେଲେ ସେମାନଙ୍କ ମୃତ ଶରୀରକୁ ଯେତେବେଳେ ପୋଷ୍ଟମର୍ଟମ କରାଯାଇଥିଲା ସେତେବେଳେ ସ୍ପଷ୍ଟ ହୋଇଥିଲା ଯେ ସେମାନଙ୍କ ଆଖିକୁ ମହୁମାଛିମାନେ ଆକ୍ରମଣ କରିବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି ।

ହେଲେ ଏହି ରିପୋର୍ଟକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ମହୁମାଛି ଯେତେବେଳେ କାହାକୁ ଆକ୍ରମଣ କରେ ସେତେବେଳେ ସେ ପୁରା ଶରୀରକୁ ଆକ୍ରମଣ କରିଥାଏ । କେବଳ ଶିକାରର ଗୋଟିଏ ଅଙ୍ଗକୁ ଟାର୍ଗେଟ କରିବା ଏକ ଆଶ୍ଚର୍ଯ୍ୟକର ଘଟଣା । ବୈଜ୍ଞାନିକ ଡେଭିଡ କହିଛନ୍ତି କି ଏହାଏକ ଦୁର୍ଲ୍ଲଭ ଘଟଣା ଓ ଏହା କେବେ ହୋଇ ନଥାଏ ।

The post ମହୁମାଛିଙ୍କ ଆକ୍ରମଣରେ ୬୪ ପେଙ୍ଗୁଇନ ମୃତ, କାରଣ ଜାଣି ବୈଜ୍ଞାନିକ ବି ଚକିତ first appeared on Kanak News.

from Kanak News
via <a href="https://ifttt.com/?

ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ‘ମେଡ ଇନ ଇଣ୍ଡିଆ’ର ଉଡନ୍ତା କାର, ୧୨୦ କି.ମି ସ୍ପିଡରେ ଉଡିବା ନେଇ ସୂଚନା

କନକ ବ୍ୟୁରୋ : ଦିନକୁ ଦିନ ସ୍ୱଦେଶୀ ଜ୍ଞାନ କୌଶଳରେ ଦେଶ ଆଗକୁ ବଢିବାରେ ଲାଗିଛି । ଅନ୍ୟ ଦେଶ ଉପରେ ନିର୍ଭର ନହୋଇ ନିଜେ କିଭଳି ଆମେ ଆମର ଆବଶ୍ୟକତା ଜିନିଷ ଉତ୍ପାଦନ କରିପାରିବା ତାହା ଉପରେ ଏବେ ଦେଶ କାମ କରୁଛି । ଏହି କ୍ରମରେ ‘ମେଡ ଇନ ଇଣ୍ଡିଆ’ ଯୋଜନା ମାଧ୍ୟମରେ ଭାରତ ପ୍ରସ୍ତୁତ କରିଛି ଉଡନ୍ତା କାର ।

ଏବେ ଆପଣଙ୍କୁ ଅଫିସ ଯିବା ବେଳେ ଟ୍ରାଫିକ୍ ଜାମ ଭଳି ସମସ୍ୟାରୁ ମୁକ୍ତି ମିଳିବ । ଖୁବଶୀଘ୍ର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଯାଉଛି ଉଡନ୍ତା ହାଇବ୍ରିଡ କାର । ଚେନ୍ନାଇର ବେଷ୍ଟ ଷ୍ଟାଟଅପ୍ ଏସିଆ ପ୍ରଥମଥର ପାଇଁ ଦେଶରେ ହାଇବ୍ରିଡ ଫ୍ଲାଇଙ୍ଗ କାର ନିର୍ମାଣ କରିବାକୁ ଯାଉଛି ।

ଏହି ଉଡନ୍ତା କାରର ବ୍ୟବହାର ଆପଣ ଟ୍ରାନ୍ସପୋର୍ଟ, କାର୍ଗୋ ଓ ମେଡିକାଲ ଭଳି ଇମରଜେନ୍ସି ପାଇଁ ବ୍ୟବହାର କରିପାରିବେ । ଏନେଇ ଉଦ୍ଦୟନମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ତାଙ୍କୁ ଏସିଆର ସର୍ବପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର କନସେପ୍ଟ ବାବାଦରେ ସୂଚନା ଦିଆଯାଇଛି ଓ ଏହାକୁ ଚେନ୍ନାଇ ବେଷ୍ଟ ଷ୍ଟାଟଅପର ଯୁବ ଇଂଜିନିୟରମାନେ ନିର୍ମାଣ କରୁଛନ୍ତି ।

ଚେନ୍ନାଇ ବେଷ୍ଟ ଠସଦ୍ଭବଗ୍ଧବ ଇରକ୍ସକ୍ଟଜ୍ଞକ୍ଟଭସକ୍ଷସଗ୍ଧଚ୍ଚ ଅକ୍ଟୋବର ୫ ତାରିଖରେ ଏହି ହାଇବ୍ରିଡ୍ ଫ୍ଲାଇଙ୍ଗ କାର ଲଞ୍ଚ କରିବ ବୋଲି ଜଣାପଡିଛି । ଏହି କାରରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦିଆଯାଇଛି । ଏହି କାରକୁ ଡ୍ରାଇଭ କରିବା ଉଡାଇବା ସହଜ ହେବାକୁ ଏଭଳି ଫିଚର ଦିଆଯାଇଛି । କମ୍ପାନୀ ଦାବି କରିଛି କି ଏହିକାରରେ ସୁନ୍ଦର ଡିଜାଇନ ସହିତ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର କରାଯାଇଥିବାରୁ ଏହାକୁ ଗ୍ରାହକମାନେ ବେଶ୍ ପଶନ୍ଦ କରିବେ ।

 

ଏହି ଫ୍ଲାଇଙ୍ଗ ହ୍ରାଇବ୍ରିଡ କାରେ ଜିପିଏସ ଟ୍ରାକର ରହିଛି । ଏହାସହ ଏହାର ବୋର୍ଡରେ ମନୋରଞ୍ଜନ ପାଇଁ ସୁବିଧା ବି ରହିଛି । ଏହାସହ ଉଡିବା ବେଳେ ଆବଶ୍ୟକ ହେଉଥିବା ସମସ୍ତ ଟେକ୍ନୋଲୋଜିକୁ ଚାଳକ କିଭଳି ଅତି ସହଜରେ ବ୍ୟବହାର କରିପାରିବ ସେ ନେଇ କମ୍ପାନୀ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ନିର୍ମାଣ ହେଉଥିବା ଏହି କାରର ଓଜନ ୧,୧୦୦ କିଲୋଗ୍ରାମ ରହିଥିବା ବେଳେ ଏହା ୧,୩୦୦ କିଲୋଗ୍ରାମ ଓଜନକୁ ନେଇ ଉଡିପାରିବ ବୋଲି କୁହାଯାଇଛି ।

ଅନ୍ୟପଟେ ଏହି କାର ଉଭୟ ସଡକ ଓ ଆକାଶରେ ଉଡିପାରିବା ଭଳି ବ୍ୟବସ୍ଥା ରହିଛି । ଏହା ରାସ୍ତାରେ ସର୍ବାଧିକ ୧୦୦-୧୨୦ କିଲୋମିଟର ସ୍ପିଡରେ ଚାଲିପାରିବ । ଏହା ଆକାଶରେ ସର୍ବାଧିକ ୬୦ ମିନିଟ ପର୍ଯ୍ୟନ୍ତ ୩ ହଜାର ଫୁଟ ଉପରେ ଉଡିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଇନ୍ଧନ ଆକାରରେ ଏଥିରେ ବାୟୋ ଫୁଏଲ ବ୍ୟବହାର କରାଯିବ ।

The post ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ‘ମେଡ ଇନ ଇଣ୍ଡିଆ’ର ଉଡନ୍ତା କାର, ୧୨୦ କି.ମି ସ୍ପିଡରେ ଉଡିବା ନେଇ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, ସମାଧାନ ପାଇଁ ଦେଲେ ୪ ପ୍ରସ୍ତାବ ।

କନକ ବ୍ୟୁରୋ : ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ।

ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୪ଟି ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର । ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାନ୍ତବର୍ତ୍ତୀ ଅଂଚଳ ଗଜପତି ଜିଲ୍ଲାକୁ ମଧ୍ୟ ବ୍ୟାପିଛି । ଏହା ଦ୍ୱାରା ଆନ୍ତରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି ଯାହା ଗଭୀର ଚିନ୍ତାଜନକ । ଏହି ସବୁ ବିବାଦ ଦ୍ୱାରା ଆନ୍ଧ୍ର ଏବଂ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁର ସୁରକ୍ଷା ଏବଂ ଅଂଚଳବାସୀଙ୍କ ବିକାଶମୂଳକ ଆକାଂକ୍ଷାରେ କ୍ଷତି ପହଞ୍ଚାଉଛି । ଏହି ସୀମା ବିବାଦର ସମାଧାନ କରିବା ସମୟସାପେକ୍ଷ ଏବଂ ଏହାକୁ ସମାଧାନ କରିବା ପାଇଁ ଉଚ୍ଚ ସ୍ତରରେ ପରିପକ୍ୱ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ, ବୁଝାମଣା ତଥା ସହଯୋଗର ଆବଶ୍ୟକତା ରହିଛି ।

ଓଡିଶାର ସ୍ୱାର୍ଥ ନିମନ୍ତେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏହି ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ୪ଟି ପ୍ରସ୍ତାବ ଦେଇଛନ୍ତି । ପ୍ରଥମତଃ ବିବାଦୀୟ ଗ୍ରାମ ଗୁଡ଼ିକରୁ ସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ ଏବଂ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ । ଦ୍ୱିତୀୟତଃ ଗ୍ରାମାଂଚଳର ଭିତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ସୁବିଧାକୁ ବାଦ୍ ଦେଇ ନୂତନ ଢ଼ାଂଚାଗତ ନିର୍ମାଣକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଉ । ତୃତୀୟତଃ ଏହି ବିବାଦରେ ଆଗାମୀ ଦିନର ରୋଡ଼ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଉ । ଚତୁର୍ଥତଃ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ ବୋଲି ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

କୋରାପୁଟ ଏବଂ ଗଜପତି ଲୋକଙ୍କର ଦୁର୍ଦ୍ଦଶା ଏବଂ ଚିନ୍ତାକୁ ନେଇ ଜଣେ ଓଡ଼ିଆ ଭାବେ ଦୁଃଖିତ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି । ଆପୋଷ ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ କେନ୍ଦ୍ର ସରକାରଙ୍କ ତରଫରୁ ସମର୍ଥନ ଦେବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଐତିହାସିକ ଦୃଷ୍ଟିରୁ ବିକାଶମୁଖୀ ଆହ୍ୱାନ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମାନ ଭାବେ ଅଂଶୀଦାର । ଉଭୟ ରାଜ୍ୟ ପୂର୍ବଘାଟିରେ ଥିବା ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ ସଂଯୋଗ ସ୍ଥାପନ, ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି । ଏହି ବିକାଶମୂଳକ ପଦକ୍ଷେପ ଗୁଡିକ ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ସୀମାବର୍ତୀ ଗ୍ରାମାଂଚଳରେ ଶାନ୍ତି ଫେରାଇବା ଏବଂ ବାମପନ୍ଥୀ ଉଗ୍ରବାଦୀ ଉପଦ୍ରବକୁ ଦମନ କରିବା ପାଇଁ ପ୍ରଶାସନ, ପୋଲିସ ଓ ସୁରକ୍ଷା ବଳ, ରାଜନେତା ଏକଜୁଟ୍ ହୋଇ କାମ କରୁଛନ୍ତି । କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆନ୍ତଃରାଜ୍ୟ ସୀମାକୁ ନେଇ ଏକ ବିବାଦ ସୃଷ୍ଟି ହେବା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସବୁ ବିବାଦ ଦ୍ୱାରା ଏହି ଅଂଚଳରେ ଅନେକ ବର୍ଷ ଧରି ହୋଇଥିବା ବିକାଶମୂଳକ କାର୍ଯ୍ୟ ଦିଗହରା ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତି ଉଭୟ ରାଜ୍ୟର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇ ଲୋକଙ୍କ ଆସ୍ଥା ହରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ୍ ନକରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ଏକ ଅନୁକୂଳ ଓ ପରସ୍ପର ସହମତ ଉପରେ ଏକ ଚୁକ୍ତି ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

The post ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, ସମାଧାନ ପାଇଁ ଦେଲେ ୪ ପ୍ରସ୍ତାବ । first appeared on Kanak News.

from Kanak News
via <a href="https://ifttt.com/?

ଯୋଗେନ୍ଦ୍ରଙ୍କ ଇ-ବାଇକ୍: ପେଟ୍ରୋଲରେ ଚାଲିବନି, ପରିବେଶ ପ୍ରଦୂଷଣ ହେବନି…

କନକ ବ୍ୟୁରୋ: ପେଟ୍ରୋଲରେ ଚାଲିବନି କି ପରିବେଶ ପ୍ରଦୂଷଣ ହେବନି । ପ୍ରକୃତି, ପରିବେଶ କଥା ଚିନ୍ତା କରି ନିଜ ପୁରୁଣା ବାଇକକୁ ଇ-ବାଇକରେ ବଦଳାଇଦେଲେ ଭୁବନେଶ୍ୱର କାରଗିଲ ବସ୍ତିର ଯୋଗେନ୍ଦ୍ର ମଲ୍ଲିକ । ଇ-ବାଇକ୍ ତେଲ ଖର୍ଚ୍ଚରୁ ଯେତିକି ଆଶ୍ୱସ୍ତି ଦେବ, ପରିବେଶ ପ୍ରଦୂଷଣକୁ ବି ସେତିକି ରୋକିବ । ଆଉ ପୁନଶ୍ଚ ପୃଥିବୀ ଗଢିବାରେ ଯୋଗେନ୍ଦ୍ରଙ୍କ ଏ ଉଦ୍ୟମ ବେଶ ସହାୟ ହେବ ।

ତେବେ ଭୁବନେଶ୍ୱର କାରଗିଲ ବସ୍ତିରେ ରହୁଥିବା ଯୋଗେନ୍ଦ୍ର ଜଣେ ଅଟୋ ଚାଳକ । ଦୀର୍ଘ ସାତ ବର୍ଷ ଧରି ରାଜଧାନୀରେ ସେ ଅଟୋ ଚଳାଇ ଆସୁଥିବା ବେଳେ ଲୋକଙ୍କ ଟିଭି, ରେଡିଓ, ଫ୍ୟାନ, ଗ୍ରାଇଣ୍ଡର ଆଦି ସଜଡା ସଜଡି କରି ଦି ପଇସା ରୋଜଗାର କରନ୍ତି । ଲକଡାଉନରେ ଘରେ ରହିଥିବା ବେଳେ ନିଜ ପୁରୁଣା ବାଇକକୁ ପରିବେଶ ଅନୁକୂଳ କରିବାକୁ ମନସ୍ତ କରିଥିଲେ । ମେକାନିକ ଉପରେ କୌଣସି ପାଠ ପଢି ନଥିବା ବେଳେ ସେ ପେଟ୍ରୋଲ ବାଇକକୁ କରିଦେଇଛନ୍ତି ଇ-ବାଇକ୍ ବା ବ୍ୟାଟେରୀ ବାଇକ । ଯାହା ପରିବେଶ ପାଇଁ ବେସ୍ ଅନୁକୂଳ ।

ଏହି ବ୍ୟାଟେରୀ ଚାଳିତ ବାଇକକୁ ୩ରୁ ୪ ଘଣ୍ଟା ଚାର୍ଜ କଲେ ୪୦ରୁ ୫୦ କିଲୋମିଟର ସ୍ପିଡରେ ବିନା ବାଧାରେ ଗଡିବ । ବାଇକ ତିଆରି ପାଇଁ ତାଙ୍କୁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । କାର ବ୍ୟାଟେରୀ ଓ ଅନ୍ୟ ଯନ୍ତ୍ରାଂଶ ସାହାଯ୍ୟରେ ସେ ପେଟ୍ରୋଲ ବାଇକକୁ ଇ-ବାଇକରେ ବଦଳାଇବାରେ ସଫଳ ହୋଇଛନ୍ତି । ତେବେ ଯୋଗେନ୍ଦ୍ରଙ୍କର ଏହି ମହତ ଚିନ୍ତାଧାରା ପ୍ରଦୂଷଣମୁକ୍ତ ପୃଥିବୀ ଗଢିବାରେ ସାହାଯ୍ୟ କରିବ । ଆଉ ସମ୍ବାଦ ଡିଜିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନକୁ ଆଉ ପାଦେ ଆଗେଇ ନେବ ।

The post ଯୋଗେନ୍ଦ୍ରଙ୍କ ଇ-ବାଇକ୍: ପେଟ୍ରୋଲରେ ଚାଲିବନି, ପରିବେଶ ପ୍ରଦୂଷଣ ହେବନି… first appeared on Kanak News.

from Kanak News
via <a href="https://ifttt.com/?

ସ୍କୁଲରେ ପଡ଼ିଲା ରକ୍ତର ଛିଟା । ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ ।

କନକ ବ୍ୟୁରୋ : ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଲେ ଶିକ୍ଷକ ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ଥାନାକୁ ନେଇଛି ପୋଲିସ ।

ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ବର୍ଷକ ପୂର୍ବରୁ ଆଗଲପୁର ବନ୍ଧବାହାଲର ଶିକ୍ଷକ ପ୍ରଦୀପ ପଣ୍ଡାଙ୍କ ସହ ସଞ୍ଜୁରାଣୀଙ୍କ ବିବାହ ହୋଇଥିଲା । ତେବେ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବାରୁ ସେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ପୂର୍ବରୁ ସ୍ୱାମୀ ପ୍ରଦୀପ ପଣ୍ଡା ତାଙ୍କୁ ମାଡ ମାରୁଥିଲେ । ଆଜି ହଠାତ ସ୍କୁଲରେ ପହଞ୍ଚି ଛୁରୀରେ ଆକ୍ରମଣ କରିଥିଲେ । ପରେ ଗାଁଲୋକେ ତାଙ୍କୁ ଧରି ପୋଲିସକୁ ଦେଇଥିଲେ । ତାଙ୍କ ଠାରୁ ଏକ ଲୁହା ଚେନ୍ ଓ ପେଟ୍ରୋଲ ଜବତ କରିଛି ପୋଲିସ ।

The post ସ୍କୁଲରେ ପଡ଼ିଲା ରକ୍ତର ଛିଟା । ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ । first appeared on Kanak News.

from Kanak News
via <a href="https://ifttt.com/?

ମ୍ୟାଚ୍ ପୂର୍ବରୁ ପୁଣି ଆଇପିଏଲରେ ପଶିଲା କରୋନା, କିନ୍ତୁ ଏଥର ବନ୍ଦ ହେବନି ମ୍ୟାଚ୍ ।

କନକ ବ୍ୟୁରୋ : ପୁଣି ଆଇପିଏଲରେ ପଶିଲା କରୋନା । ଭାରତ ପରେ ଏବେ ଦୁବାଇରେ ବି କରୋନାରେ ସଂକ୍ରମିତ ହୋଇଛନ୍ତି ଖେଳାଳୀ । ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଟି ନଟରାଜନ କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ନଟରାଜନ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ତେବେ ନଟରାଜନଙ୍କ ସହ ଟିମର ଅନ୍ୟ ୬ ଜଣ ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି । ନଟରାଜନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳୁନଥିବା ବେଳେ ରିପୋର୍ଟ ପଜିଟିଭି ଆସିଛି । ଯେଉଁମାନେ ନଟରାଜନଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ବି ସଙ୍ଗରୋଧରେ ରଖାଯାଇଛି । ସଙ୍ଗରୋଧରେ ରହିଥିବା ଟିମର ୬ ଜଣ ସଦସ୍ୟ ହେଉଛନ୍ତି ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର, ଡାକ୍ତର ଅଞ୍ଜନା ଭାନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡେକର, ନେଟ ବୋଲର ପେରିଆସାମି ଗଣେଶନ ।

https://platform.twitter.com/widgets.jsଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ଆଇପିଏଲ ମୁକାବିଲା ହେବାକୁ ଯାଉଛି । ତେବେ ଏହି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ ଓ ପୂର୍ବ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଯେଉଁ ଆରଟି-ପିସିଆର ଟେଷ୍ଟ ହୁଏ ସେଥିରେ ନଟରାଜନଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି । ତେଣୁ ଆଜି ମ୍ୟାଚ୍ ଖେଳାଯିବ ବୋଲି କହିଛି ବିସିସିଆଇ । ପୂର୍ବରୁ କରୋନା କାରଣରୁ ଭାରତରେ ଆଇପିଏଲକୁ ଅଧାରୁ ବାତିଲ କରାଯାଇଥିଲା । ଏବେ ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଉଛି । ମାତ୍ର ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏବେ ପୁଣି ଆଇପିଏଲ ଖେଳାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଖେଳାଳୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ବାୟୋବବଲକୁ କିଭଳି ଭେଦ କଲା କରୋନା? ନା ବାୟୋବବଲକୁ ମାନୁନାହାନ୍ତି ଆଇପିଏଲ ଖେଳାଳୀ ।

The post ମ୍ୟାଚ୍ ପୂର୍ବରୁ ପୁଣି ଆଇପିଏଲରେ ପଶିଲା କରୋନା, କିନ୍ତୁ ଏଥର ବନ୍ଦ ହେବନି ମ୍ୟାଚ୍ । first appeared on Kanak News.

from Kanak News
via <a href="https://ifttt.com/?

ଆସାମ ସରକାରଙ୍କ ଅଜବ ନିଷ୍ପତ୍ତି: ଜାଳିଲେ ଶହଶହ ଗଣ୍ଡା ଶିଙ୍ଗ, ଶିକାରୀଙ୍କୁ ଦେଲେ ବାର୍ତ୍ତା

କନକ ବ୍ୟୁରୋ: ବିଶ୍ୱ ଗଣ୍ଡା ସୁରକ୍ଷା ଦିବସରେ ଆସାମ ସକରାର ନେଲେ ଭିନ୍ନ ଧରଣର ପଦକ୍ଷେପ । ଜାଳିଦେଲେ ୨୫୦୦ ଗଣ୍ଡାଙ୍କ ଶିଙ୍ଗ, ଶରୀରର ଅନ୍ୟାନ୍ୟ ଅଙ୍ଗ ଓ ହାତୀଦାନ୍ତ । ଗଣ୍ଡାର ଶିଙ୍ଗରେ କୌଣସି ଔଷଧୀୟ କାର୍ଯ୍ୟ ନାହିଁ ତେଣୁ ତାକୁ ଅଯଥା ଶିକାର ନକରିବାକୁ ଶିକାରୀଙ୍କୁ ବାର୍ତ୍ତା ଦେବାକୁ ଆସାମ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଠାରେ ଉପସ୍ଥିତ ଥିଲେ ।”ବାରପେଟା, ମୋରିଗାନ, ବାରପେଟା, ମଙ୍ଗଲଡୋଇ, ତେଜପୁର ନାଗାଓଁ, ବିଟିଆର, ଗୋଲାଘାଟ ଏବଂ କୋହୋରାରୁ ରାଇନୋ ଶିଙ୍ଗ ସଂଗ୍ରହ କରାଯାଇ ଟ୍ରେଜେରୀରେ ଜମା କରାଯାଇଥିଲା ।

ଏହି ଆଶ୍ଚର୍ୟ୍ୟଜନକ ପଦକ୍ଷେପ ସହିତ ଆସାମ ସରକାର ବେଆଇନ ବନ୍ୟଜନ୍ତୁ ବାଣିଜ୍ୟର ବିଫଳତା ବିଷୟରେ ଶିକାରୀମାନଙ୍କୁ ଚେତାବନୀ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସରକାର ଏକ ବାର୍ତ୍ତା ମଧ୍ୟ ପଠାଇବାକୁ ଚାହୁଁଛନ୍ତି ଯେ ଗଣ୍ଡାର ଶରୀରର ଔଷଧୀୟ ଗୁଣ କେବଳ ଏକ ପୁରାଣ ବର୍ଣ୍ଣିତ ।ଏଥିପାଇଁ ବଣ୍ୟ ପଶୁଙ୍କୁ କ୍ଷତି ପହଞ୍ଚାଇବା ଅନୁଚିତ୍ ।ସେପ୍ଟେମ୍ବର ୧୬ ରେ ଏକ ବୈଠକରେ ରାଜ୍ୟ କ୍ୟାବିନେଟ ରାଜ୍ୟ ଟ୍ରେଜେରୀରୁ ଗଣ୍ଡା ଶିଙ୍ଗ ଜାଳିବାକୁ ନିଷ୍ପତ୍ତି ନେଇଥିଲେ।
ଆସାମରେ ମିଳୁଥିବା ଏକ ଶୃଙ୍ଗାର ଗଣ୍ଡା ହେଉଛି ଭାରତର ସବୁଠାରୁ ବଡ ସମ୍ପତ୍ତି ।୧୯୭୫ମସିହାରେ ଆସାମରେ ରାଇନୋ ଶିକାର ବୃଦ୍ଧି ପରେ ଗଣ୍ଡା ପ୍ରଜାତିକୁ ବିପଦମୁଖୀ ଘୋଷଣା କରାଯାଇଥିଲା । ଆସାମରେ ମାନସ , ଓରାଙ୍ଗ ଜାତୀୟ ଉଦ୍ୟାନ ଏବଂ କାଜିରଙ୍ଗା ଜାତୀୟ ଉଦ୍ୟାନରେ ମିଳୁଥିବା ଏକ ଶିଙ୍ଗ ଗଣ୍ଡାର ସର୍ବାଧିକ ଜନସଂଖ୍ୟା ରହିଛି ।

The post ଆସାମ ସରକାରଙ୍କ ଅଜବ ନିଷ୍ପତ୍ତି: ଜାଳିଲେ ଶହଶହ ଗଣ୍ଡା ଶିଙ୍ଗ, ଶିକାରୀଙ୍କୁ ଦେଲେ ବାର୍ତ୍ତା first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟ ପ୍ରଦେଶରେ ରହିଛି ଦେଶର ସବୁଠୁ ସୁନ୍ଦର ଗାଁ, ‘ବେଷ୍ଟ ଟୁରିଜିମ୍ ଭିଲେଜ’ ପାଇଁ ହୋଇଛି ନୋମିନେଟ

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଲୋକମାନେ ସହର ମୁହାଁ , କିଏ କାମ ଅନ୍ୱେଷଣରେ ତ କିଏ ଉନ୍ନତ ଶିକ୍ଷା ପାଇଁ । ସମସ୍ତେ ଏବେ ସହରରେ ରହିବାକୁ ପଶନ୍ଦ କରୁଛନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି ଆପଣ ଚାହିଁଲେ ଆପଣଙ୍କ ଗାଁ ବି ସହର ଠାରୁ ସୁନ୍ଦର ହୋଇ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

ଏମିତି ଏକ ଗାଁ ରହିଛି ମଧ୍ୟ ପ୍ରଦେଶରେ । ମଧ୍ୟ ପ୍ରଦେଶର ଲାଡପୁରା ଗାଁର ଜନସଂଖ୍ୟା ୧,୧୧୦ । ଏହି ଜନସଂଖ୍ୟାର ୮୦ ପ୍ରତିଶତ ଲୋକ ଶିକ୍ଷିତ । ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ଜଙ୍ଗଲ, ପୋଖରୀ ଓ ପାହାଡ ଭିତରେ ଏହି ଗାଁ ଏକ ଅପରୂପ ସୌନ୍ଦର୍ଯ୍ୟ ଭରା । ଏହା ଭାରତର କୌଣସି ପର୍ଯ୍ୟଟନସ୍ଥଳ ଠାରୁ କୌଣସି ଗୁଣରେ କମ ଅନୁଭବ ହୋଇନଥାଏ । କେବଳ ପ୍ରକୃତିର ସୌନ୍ଦର୍ଯ୍ୟତା ନୁହେଁ ଏହା ଦେହରେ ଆହୁରି ରଙ୍ଗମାଖିଛି ଏହି ଗାଁ ଲୋକଙ୍କର କଳା ଓ ଲୋକ ସଂସ୍କୃତି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କବାଡି, ଗୁଲି ଦଣ୍ଡା ଭଳି ଖେଳ ଖେଳାଯାଇଥାଏ । ସଂନ୍ଧ୍ୟା ହେଲେ ଗ୍ରାମବାସୀମାନେ ପର୍ଯ୍ୟଟକମାନଙ୍କୁ ବୁନ୍ଦେଲ ଲୋକଗୀତ ଶୁଣାଇବା ସହ ଅନ୍ୟ ସାଂସ୍କୃତିକ ଲୋକକଳା ପରିବେଶଣ କରି ସେମାନଙ୍କ ମନରେ ଭରି ଦିଅନ୍ତ ଅଫୁରନ୍ତ ଖୁସି ।

ଲାଡପୁରର ଏଭଳି ଉପଲବ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବ । ଆମ ରାଜ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଅଦ୍ଭୁଦ ସ୍ଥାପିତ କଳାର ଏକ ସମାହାର । ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଖାଦ୍ୟପେୟ ପର୍ଯ୍ୟଟକମାନଙ୍କର ବେସ୍ ପଶନ୍ଦ ଆସିଥାଏ ।

କହିରଖୁ କି ପୁରା ଦେଶରେ (The World Tourism Organization – UNWTO) ପୁରସ୍କାର ପାଇଁ ମାତ୍ର ୩ ଟି ଗାଁ ନୋମିନେଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛି ଲାଡପୁରା ଗାଁ । ଏହାସହ ତେଲେଙ୍ଗନାର ପଞ୍ଚମ୍ପେଲି ଓ ମେଘାଳୟର କାନ୍ତି କାଂଗତୋଂଗ ଗାଁ ବି ଏହ ପୁରସ୍କାର ପାଇଁ ନୋମିନେଟ ହୋଇଛି ।

ମଧ୍ୟ ପ୍ରଦେଶର ଔରଚ୍ଛା ଠାରୁ ପାଖା ପାଖି ୮ କିଲୋମିଟର ଦୂରରେ ଏହି ଲାଡପୁରା ଗାଁ ରହିଛି । ସବୁଠାରୁ ବଡକଥା ଯେ ସାରା ଦେଶର ବିକାଶରେ ମହିଳା ମାନଙ୍କ ଭାଗିଦାରୀ ୫୦ ପ୍ରତିଶତ କରିବାକୁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏହି ଗାଁର ମହିଳାମାନେ ଆର୍ଥିକ ବିକାଶରେ ୭୦ ପ୍ରତିଶତରୁ ଅଧିକ ଭାଗିଦାରୀ ହୋଇଥାନ୍ତି । ଏଠାରେ ମହିଳାମାନେ ଇ-ରିକ୍ସା ଚଳାଇଥାନ୍ତି । ଏହି ଗାଁ ର ଚିତ୍ର ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏବେ ଭିଡ ଜମାଉଥିବା ପରିଲକ୍ଷିତ ହୋଇଛି ।

The post ମଧ୍ୟ ପ୍ରଦେଶରେ ରହିଛି ଦେଶର ସବୁଠୁ ସୁନ୍ଦର ଗାଁ, ‘ବେଷ୍ଟ ଟୁରିଜିମ୍ ଭିଲେଜ’ ପାଇଁ ହୋଇଛି ନୋମିନେଟ first appeared on Kanak News.

from Kanak News
via <a href="https://ifttt.com/?

ଗୁଲଗୁଲାରେ ବିଷ ଦେଇ ୫ଟି କୁକୁରଙ୍କୁ ମାରିଦେଲା ମଣିଷ । କଟକରୁ ଆସିଲା ମଣିଷସମାଜର ମୁଣ୍ଡ ନୁଆଁଇଦେବା ଭଳି ଖବର ।

କନକ ବ୍ୟୁରୋ : କଟକ ଚୌଦାର ଶଙ୍କରପୁର ଅଞ୍ଚଳରୁ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହା ମଣିଷ ସମାଜର ମୁଣ୍ଡକୁ ତଳକୁ କରିଦେବ । ମଣିଷ ଏତେ ତଳକୁ ବି ଖସିଯାଇପାରେ, ତାହା ଏହି ଘଟଣା ମୁହଁ ଖୋଲି ବର୍ଣ୍ଣନା କରୁଛି । ଖାଇବାରେ ବିଶ୍ୱାସର ବିଷ ଦେଇ ୫ଟି କୁକରଙ୍କ ଜୀବନ ନେଇଯାଇଛି ମଣିଷ ।

ଅରକ୍ଷିତ ସାହୁ ନାମକ ଜଣେ ବ୍ୟକ୍ତି ଗୁଲୁଗୁଲାରେ ଦାନାଦାର ଦେଇ କୁକୁରଙ୍କୁ ମାରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଚୌଦାର ଶଙ୍କରପୁର ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅଧିକ । ତେବେ ବାରମ୍ବାର ଅରକ୍ଷିତଙ୍କ ଘରେ ଏହି ବୁଲା କୁକୁରମାନେ ପଶୁଥିଲେ ଏବଂ ତାଙ୍କ ବାରଣ୍ଡାରେ ଥିବା ଚୁଲିରେ ମଳତ୍ୟାଗ କରିବା ଯୋଗୁଁ ରାଗିଯାଇଥିଲେ ଅରକ୍ଷିତ । ଆଉ ଶେଷରେ ଖାଦ୍ୟରେ ବିଷ ମିଶାଇ ୫ଟି କୁକୁରଙ୍କ ଜୀବନ ନେଇଗଲେ ।

ବିଷମିଶା ଗୁଲୁଗୁଲା ଖାଇବା ପରେ ବାନ୍ତି କରି ଏହି କୁକୁର ଗୁଡିକ ଏବେ ମରିପଡିଛନ୍ତି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ କଡା ନିନ୍ଦା କରିବା ସହ ମଣିଷପଣିଆ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ଅମାନବୀୟ କାଣ୍ଡ ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ, ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

The post ଗୁଲଗୁଲାରେ ବିଷ ଦେଇ ୫ଟି କୁକୁରଙ୍କୁ ମାରିଦେଲା ମଣିଷ । କଟକରୁ ଆସିଲା ମଣିଷସମାଜର ମୁଣ୍ଡ ନୁଆଁଇଦେବା ଭଳି ଖବର । first appeared on Kanak News.

from Kanak News
via <a href="https://ifttt.com/?

ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ର ଉଚ୍ଚାରଣ ଭିତରେ ଦିଆଗଲା ସମାଧି । 

କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ରଉଚ୍ଚାରଣ ଭିତରେ ନରେନ୍ଦ୍ର ଗିରିଙ୍କୁ ସମାଧି ଦିଆଯାଇଛି । ଏହି ଅନ୍ତିମ ସଂସ୍କାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ସାଧୁ ସନ୍ଥ ।  ବିଭିନ୍ନ ଆଖଡା ଓ ମଠର ସାଧୁସନ୍ଥ ନରେନ୍ଦ୍ର ଗିରିଙ୍କ ସମାଧି ବେଳେ ସେଠାରେ ଉପସ୍ଥିତ ରହିଛନ୍ତି । ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁ ନିଆଯାଇଥିଲା । ସେଠାରେ ଟ୍ରକ ଭିତରେ ତାଙ୍କର ସ୍ନାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥିଲା ।  ପୋଷ୍ଟମର୍ଟମ କରାଯାଇଥିବା ଯୋଗୁଁ ସଙ୍ଗମରେ ତାଙ୍କର ବୁଡ ପକା ଯାଇନଥିଲା ।

ଗୁରୁଙ୍କ ସମାଧି ନିକଟରେ ନରେନ୍ଦ୍ର ଗିରିଙ୍କୁ ସମାଧି ଦିଆଯାଇଛି । ଏବେ ବର୍ଷେ ପର୍ଯ୍ୟନ୍ତ ଏହି ସମାଧି ସେମିତି ମାଟିର ରହିବ । ଏହି ସମାଧି ଉପରେ ଶିବ ଲିଙ୍ଗର ସ୍ଥାପନା କରାଯାଇ ପ୍ରତିଦିନ ପୂଜାର୍ଚ୍ଚନା କରାଯିବ  । ବର୍ଷକ ପରେ ଏହି ସମାଧିକୁ ପକ୍କା କରାଯିବ ।

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତରପ୍ରଦେଶ ପୁଲିସ । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁସାଇଡ ନୋଟରେ ଲେଖିଛନ୍ତି ମହନ୍ତ ନରେନ୍ଦ୍ର ଗିରି । ଏଥିରେ  ଆନନ୍ଦଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ରହିିଛି । ଘଟଣାସ୍ଥଳରୁ ମିଳିଥିବା ସୁସାଇଡ ନୋଟ୍, ମୋବାଇଲରୁ ମିଳିଥିବା ଭିଡିଓ ଓ ଏକ ଫଟୋକୁ ନେଇ ତଦନ୍ତର ଦିଗ ଆଗକୁ ବଢିଛି

-ସୁସାଇଡ ନୋଟରେ ନରେନ୍ଦ୍ର ଗିରି ଲେଖିଛନ୍ତି, ଆନନ୍ଦ ଗିରି ତାଙ୍କୁ  ଅପମାନ କରିବାକୁ ଷଡଯନ୍ତ୍ର କରିଥିଲା ।

-କୌଣସି ମହିଳଙ୍କା ସହ କମ୍ପ୍ୟୁଟିରାଇଜଡ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲା ଆନନ୍ଦ ଗିରି

-ଏଥିରେ ଡରିଯାଇଥିଲେ ମହନ୍ତ ନରେନ୍ଦ୍ର ଗିରି ।

-ଫଟୋକୁ ଭାଇରାଲ କରାଯାଇପାରେ ବୋଲି  ଆଶଙ୍କା ପ୍ରକାଶ କରିଥିଲେ ।

-ଦ୍ୱିତୀୟ କଥା ହେଲେ, ମହନ୍ତଙ୍କ ମୋବାଇଲରୁ ଜବତ ହୋଇଥିବା ଭିଡିଓ ।

-ମହେନ୍ଦ୍ର ଗିରିଙ୍କ ମୋବାଇଲରୁ ବି ଏକ ଭିଡିଓ ଜବତ ହୋଇଛି ।

-କୁହାଯାଉଛି, ୫୦ ସେକେଣ୍ଡର ଏହି ଭିଡିଓ ମହନ୍ତ ଆତ୍ମହତ୍ୟା ପୂର୍ବରୁ କରିଥିଲେ  ।

-ଭିଡିଓରେ ସେ ଆତ୍ମହତ୍ୟା ପାଇଁ ଆନନ୍ଦ ଗିରି ଓ ଅନ୍ୟ ୩ ଜଣଙ୍କ ନାଁ ନେଇଛନ୍ତି  ।

-ପୁଲିସ ଭିଡିଓକୁ ଫରେନସିକ ଯାଂଚ ପାଇଁ ପଠାଇଥିବାବେଳେ ସୁସାଇଡ ନୋଟକୁ  ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖରୁ ପଠାଯାଇଛି

The post ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ର ଉଚ୍ଚାରଣ ଭିତରେ ଦିଆଗଲା ସମାଧି ।  first appeared on Kanak News.

from Kanak News
via <a href="https://ifttt.com/?

Create your website with WordPress.com
Get started